ଲଘୁ ଖଣିଜ ଦ୍ରବ୍ୟ ଲୁଟ୍‌ ରୋକିବାକୁ ପୁଣି ଗାଇଡ୍‌ଲାଇନ

ଯାଜପୁର ଅଫିସ,୨୯ା୧୧: ଲଘୁ ଖଣିଜ ଦ୍ରବ୍ୟ ଚୋରାଚାଲାଣର ନିବାରଣ ଏବଂ ରାଜସ୍ବ ବୃଦ୍ଧି ଉଦ୍ଦେଶ୍ୟରେ ରାଜ୍ୟ ସରକାର ପ୍ରାୟ ଅଢ଼େଇ ବର୍ଷ ତଳେ ପ୍ରିଭେନଶନ ଅଫ୍‌ ଥେଫ୍ଟ ଅଫ୍‌ ମାଇନର ମିନେରାଲ୍ସ ଆଣ୍ଡ ଆଭିକ୍‌ଶନ ଆକ୍ଟିଭିଟିଜ୍‌ (ପିଟିଏମ୍‌ଏମ୍‌ଇଏ) ବା ‘ଲଘୁଖଣିଜ ଦ୍ରବ୍ୟର ଚୋରାଚାଲାଣ ଓ ଦଖଲଚ୍ୟୁତି ପ୍ରତିରୋଧ’ ଯୋଜନା ପ୍ରସ୍ତୁତ କରିଥିଲେ। କିନ୍ତୁ ତାହା ବିଫଳ ହୋଇଥିବା ସ୍ପଷ୍ଟ ହୋଇଯାଇଛି। କାରଣ ସରକାର ପୁଣି ଏକ ଗାଇଡ୍‌ଲାଇନ୍‌ ପ୍ରସ୍ତୁତ କରିଛନ୍ତି। ଏଥିରେ ଜଳସମ୍ପଦ ବିଭାଗ କର୍ତ୍ତୃପକ୍ଷ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରିବା ସହ ବୈଜ୍ଞାନିକ ପଦ୍ଧତିରେ ନଦୀବାଲିର ପରିମାଣ ଓ ଉତ୍ତୋଳନ ଆକଳନ କରିବେ। ଏଥିସହ ନିର୍ଦ୍ଦିଷ୍ଟ ବାଲିଘାଟ ଚିହ୍ନଟ କରି ୨ ମାସ ମଧ୍ୟରେ ରିପୋର୍ଟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ଦେବେ ବୋଲି ଗତ ୧୧ ତାରିଖରେ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହୋଇଛି। ଉପରୋକ୍ତ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରି ଆସନ୍ତା ଡିସେମ୍ବର ଶେଷ ସୁଦ୍ଧା ସବିଶେଷ ରିପୋର୍ଟ ଦାଖଲ କରିବାକୁ ଜଳସମ୍ପଦ ବିଭାଗ ପ୍ରମୁଖ ସଚିବ ଅନୁ ଗର୍ଗ ଶୁକ୍ରବାର ସର୍ବୋଚ୍ଚ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଗତ ୧୧ ତାରିଖରେ ମୁଖ୍ୟ ଶାସନ ସଚିବ ଭିଡିଓ କନଫରେନ୍ସ ଜରିଆରେ ଜଙ୍ଗଲ ଓ ପରିବେଶ, ଜଳସମ୍ପଦ, ଷ୍ଟିଲ ଆଣ୍ଡ୍‌ ମାଇନ୍ସ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା, ନିର୍ମାଣ, ବୋର୍ଡ ଅଫ୍‌ ରେଭିନ୍ୟୁ, ସମସ୍ତ ଆରଡିସି, ଲଘୁଖଣିଜ ନିର୍ଦ୍ଦେଶକଙ୍କ ସହ ଆଲୋଚନା କରିଥିଲେ। ଉକ୍ତ ଆଲୋଚନାରେ ନିଷ୍ପତ୍ତି ନିଆଯାଇଥିଲା ଯେ, ଜଳ ସମ୍ପଦ ବିଭାଗ ବାଲିଘାଟ ଚିହ୍ନଟ କରିବ। ସେହିପରି ରାଜସ୍ବ ବିଭାଗ ବୃହତ୍‌ ଲଘୁ ଖଣିଜ ଖାଦାନ ଚିହ୍ନଟ ସହ ବିଧି ଅନୁଯାୟୀ ଲିଜ ପ୍ରଦାନ ଓ ନିଷ୍ପତ୍ତିର ଅଗ୍ରଗତି ଉପରେ ସାପ୍ତାହିକ ବୈଠକ ଆୟୋଜନ କରିବ। ଜଙ୍ଗଲ ବିଭାଗ ପରିବେଶ ମଞ୍ଜୁରୀ କାର୍ଯ୍ୟ କରିବା ପାଇଁ ନିଷ୍ପତ୍ତି ହୋଇଥିଲା। ଲଘୁ ଖଣିଜ ଦ୍ରବ୍ୟର ଚୋରା ଚାଲାଣ ଓ କାରବାର ରୋକିବା ସହ ସରକାରଙ୍କ ରାଜସ୍ବ ବୃଦ୍ଧି ପାଇଁ ଏହି ବ୍ୟବସ୍ଥା ହୋଇଥିବାବେଳେ ଏହାର ସଫଳତା ନେଇ ଆଶଙ୍କା ପାଇଛି। କାରଣ ସମାନ ଲକ୍ଷ୍ୟରେ ସରକାର ୨୮ା୬ା୨୦୧୮ରେ ପିଟିଏମ୍‌ଏମ୍‌ଇଏ ଲାଗୁ କରିଥିଲେ। ଏହି ଯୋଜନା ଅନୁଯାୟୀ ୪ଟି ପଦକ୍ଷେପ ଗ୍ରହଣ କରାଯାଇଥିଲା। ବାଲି ଉତ୍ସ ଚିହ୍ନଟ କରିବାକୁ ଜଳ ସମ୍ପଦ ବିଭାଗର ସହନିର୍ବାହୀ ଯନ୍ତ୍ରୀ କିମ୍ବା ନିର୍ବାହୀ ଯନ୍ତ୍ରୀ ଓ ସମ୍ପକ୍ତ ତହସିଲଦାର ଯୁଗ୍ମ ଭାବେ ପଦକ୍ଷେପ ଗ୍ରହଣ କରିବେ। ବିଭାଗୀୟ ନିର୍ଦ୍ଦେଶନାମା ୧୫୬୪୦/୧୫ା୫ା୨୦୧୭ ଅନୁଯାୟୀ ଉପଯୁକ୍ତ ଭାବେ ବାଲି ଉତ୍ସର ସୀମାଙ୍କନ କରି ପିଲର ପୋତିବେ। ବେଆଇନ ବାଲି ଖାଦାନ କାରବାର ଉପରେ ଅଙ୍କୁଶ ଲଗାଇବେ।

ସେହିପରି ଆଇନ ଉଲ୍ଲଂଘନକାରୀ ଲିଜଧାରୀଙ୍କ ବିରୋଧରେ ଏମ୍‌ଏମ୍‌ଡିଆର ବା ମାଇନ୍ସ ଆଣ୍ଡ ମିନେରାଲ୍ସ (ଡେଭଲପମେଣ୍ଟ ଆଣ୍ଡ ରେଗୁଲେଶନ) ଆକ୍ଟ ୧୯୫୭ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବାଲି ଖାଦାନ ଯୋଗୁ କୌଣସି ନଦୀବନ୍ଧ କ୍ଷତି ହେଉଥିବା ଜଣାପଡ଼ିଲେ ସମ୍ପୃକ୍ତ ଲିଜ୍‌କୁ ରଦ୍ଦ କରାଯିବ। ବେଆଇନ ବାଲି ଖାଦାନରେ ବ୍ୟବହୃତ ଯନ୍ତ୍ରପାତି, ଯାନବାହନ ଆଦିକୁ ରାଜସ୍ବ ଓ ପୋଲିସ ପ୍ରଶାସନ ଜବତ କରି ସମ୍ପୃକ୍ତ ଲୋକଙ୍କ ବିରୋଧରେ ଆପରାଧିକ ମାମଲା ରୁଜୁ କରିପାରିବ ବୋଲି ପିଟିଏମ୍‌ଏମ୍‌ଇଏ ଯୋଜନାରେ ଦର୍ଶାଯାଇଥିଲା। କିନ୍ତୁ ତାହା କାର୍ଯ୍ୟକାରୀ ହୋଇପାରିନାହିଁ। ଯାଜପୁର ଜିଲାକୁ ଏହାର ଉଦାହରଣ ଭାବେ ଗ୍ରହଣ କରାଯାଇପାରେ। ଜିଲାରେ ସମସ୍ତ ଗାଇଡ୍‌ଲାଇନ୍‌ ଓ ଆଇନକୁ ଚାପି ଦିଆଯାଇ ଯିଏ ଯାହାର କ୍ଷମତା ଅନୁସାରେ ଲଘୁ ଖଣିଜ ଦ୍ରବ୍ୟ ଲୁଟ୍‌ କରି ଚାଲିଛନ୍ତି। ତେଣୁ ଏଠାରୁ ଅନେକ ପଦାଧିକାରୀଙ୍କ ବଦଳି ନିର୍ଦ୍ଦେଶ ହେବା ପରେ ବି ଯିବାକୁ ପସନ୍ଦ କରନ୍ତି ନାହିଁ। ବେଆଇନ ଭାବେ ଲିଜ୍‌ ପ୍ରଦାନ କରାଯାଉଥିବାରୁ ଲିଜଧାରୀ ଅନୁମତିଠାରୁ ଢେର ଅଧିକ ଲଘୁ ଖଣିଜ ଦ୍ରବ୍ୟ ଲୁଟ୍‌ କରି ଚାଲିଛନ୍ତି। ଯାଜପୁର ଜିଲାର ବରୀ ତହସିଲ ଅଧୀନ ବାଟିଟାଙ୍କି ବାଲିଘାଟ ନିଲାମ ବାତିଲ ପାଇଁ ଜିଲାପାଳ କଟକ କେନ୍ଦ୍ରାଞ୍ଚଳ ଆରଡିସିଙ୍କୁ ଚିଠି ଲେଖିବା ସତ୍ତ୍ବେ ଗତ ଗୁରୁବାର ଏହି ବାଲିଘାଟର ନିଲାମ କରାଯାଇଛି। ସେହିପରି ଦର୍ପଣ, ଦାନଗଦି, ଯାଜପୁର, ବ୍ୟାସନଗର, ଧର୍ମଶାଳା ତହସିଲ ଅଞ୍ଚଳରେ ଜଳସମ୍ପଦ ବିଭାଗ ପକ୍ଷରୁ କୌଣସି ବାଲି ଉତ୍ସର ଚିହ୍ନଟ କରାଯାଇ ନ ଥିଲେ ମଧ୍ୟ ଲିଜ୍‌ ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରକ୍‌ରେ ପିଟି ହୋଇ ଦୁଇ ବାଇକ୍‌ ଆରୋହୀ ଗୁରୁତର, ଜଣେ ବୁର୍ଲା ସ୍ଥାନାନ୍ତର

ବଲାଙ୍ଗୀର,୧୦।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ଭବାନୀପାଟଣା ୨୬ ନମ୍ବର ଜାତୀୟ ରାଜପଥର ମଠଖାଇ ମନ୍ଦିର ଓ ସିନଖମନ ରାସ୍ତା ମଝିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାରେ...

ଏସବୁ ରାଜ୍ୟରେ ବଢିବ SIR ସମୟସୀମା: ରିପୋର୍ଟ

ନୂଆଦିଲ୍ଲୀ,,୧୦।୧୨: ସ୍ୱତନ୍ତ୍ର ପରିଚୟପତ୍ର ସଂଶୋଧନ (SIR) ପାଇଁ ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ସମେତ ଅନେକ ରାଜ୍ୟରେ ସମୟସୀମା ବଢ଼ାଇବାକୁ ନିର୍ବାଚନ କମିଶନ (EC) ଯୋଜନା କରୁଥିବା ଶୀର୍ଷ...

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଜାପାନରରେ ପୁଣି ୬.୫ ତୀବ୍ରତାର ଭୂକମ୍ପ; ଦୁଇ ଦିନରେ ଦ୍ୱିତୀୟ ଶକ୍ତିଶାଳୀ ଝଟକା

ମୁମ୍ବାଇ,୧୦।୧୨: ଗତ ସୋମବାର ୭.୫ ତୀବ୍ରତାର ଶକ୍ତିଶାଳୀ ଭୂକମ୍ପ ଯୋଗୁଁ ସୁନାମୀ ଚେତାବନୀ ଜାରି ହେବାର ୪୮ ଘଣ୍ଟା ମଧ୍ୟରେ ବୁଧବାର ପୁଣିଥରେ ଜାପାନର ଉତ୍ତରାଞ୍ଚଳ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri