ଅତିଥିଙ୍କୁ ମିଳୁନି ଆତିଥ୍ୟ

ବଇଣ୍ଡା, ୧୭ା୧୧(ପରିକ୍ଷିତ ସାହୁ)

ନେତା, ମନ୍ତ୍ରୀ, ସରକାରୀ ଅଧିକାରୀ, ପର୍ଯ୍ୟଟକ ଏବଂ ଅନ୍ୟ ଅତିଥିଙ୍କୁ ସରକାରୀ ଆତିଥ୍ୟ ପ୍ରଦାନ ପାଇଁ ବିଭିନ୍ନ ସ୍ଥାନରେ ପୂର୍ତ୍ତ ବିଭାଗର ବଙ୍ଗଳା ରହିଛି। ହେଲେ ଆବଶ୍ୟକ ଯତ୍ନ ଅଭାବରୁ ସେଥିରୁ ଅନେକ ଜରାଜୀର୍ଣ୍ଣ ହୋଇପଡ଼ୁଛି। ଫଳରେ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଏସବୁ ବଙ୍ଗଳାରେ ଅତିଥିଙ୍କୁ ଆତିଥ୍ୟ ପ୍ରଦାନ କରିବା ଆଉ ସମ୍ଭବ ହୋଇପାରୁ ନାହିଁ। ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡର ୩ଟି ବଙ୍ଗଳାରେ ଏବେ ଏପରି ସ୍ଥିତି ସୃଷ୍ଟି ହୋଇଛି। କିଶୋରନଗରଠାରେ ଥିବା ପୂର୍ତ୍ତ ବିଭାଗ ବଙ୍ଗଳା ଅସୁରକ୍ଷିତ ହୋଇପଡ଼ିଥିବାରୁ ଏଠାକୁ ଆସୁଥିବା ଅତିଥିମାନେ ବିଶ୍ରାମ ପାଇଁ ବାମୁର ଯାଉଛନ୍ତି। ରାଜପଥ ସମ୍ପ୍ରସାରଣ ପାଇଁ ବଇଣ୍ଡା ବଙ୍ଗଳାକୁ ଭାଙ୍ଗି ଦିଆଯାଇଥିବା ବେଳେ ନୂଆକରି ନିର୍ମାଣ କରାଯାଉ ନାହିଁ। ଆଠମଲ୍ଲିକ ବ୍ଲକ ଠାକୁରଗଡ଼ ବଙ୍ଗଳାର ଉନ୍ନତୀକରଣ ଅଧାପନ୍ତରିଆ ଅବସ୍ଥାରେ ଥିବାରୁ ଆସୁଥିବା ଅତିଥି ଅସୁବିଧାର ସମ୍ମୁଖୀନ ହେଉଛନ୍ତି।
ଆଠମଲ୍ଲିକ ଉପଖଣ୍ଡ କିଶୋରନଗର ବ୍ଲକ ସଦରରେ ଥିବା ପୂର୍ତ୍ତ ବିଭାଗ ବଙ୍ଗଳା ଭଗ୍ନ ଅବସ୍ଥାକୁ ଆସିଯାଇଛି। ଏଠାରେ କୌଣସି କର୍ମଚାରୀ ନ ଥିବାବେଳେ ରକ୍ଷଣାବେକ୍ଷଣ ମଧ୍ୟ କରାଯାଉ ନାହିଁ। ଦିନବେଳା ଏହା ପରିସରରେ ଗୋରୁ ପଶି ଚରାବୁଲା କରୁଛନ୍ତି। ସନ୍ଧ୍ୟାରେ ମଦ୍ୟପମାନେ ଆଡ୍ଡା ଜମାଉଛନ୍ତି। କେତେଜଣ ବ୍ୟକ୍ତି ଏହି ସରକାରୀ ଜାଗାରେ ଜବଦରଖଲ ମଧ୍ୟ ଆରମ୍ଭ କରିଛନ୍ତି। ଫଳରେ ବ୍ଲକକୁ ବିଭିନ୍ନ କାର୍ଯ୍ୟରେ ଆସୁଥିବା ରାଜନେତା, ମନ୍ତ୍ରୀ ଓ ଅଧିକାରୀମାନେ ୮ କିଲୋମିଟର ଦୂର ବାମୁର ପୂର୍ତ୍ତ ବିଭାଗ ବଙ୍ଗଳାରେ ରହଣି ପାଇଁ ଯାଉଛନ୍ତି। ସେହିପରି ବଇଣ୍ଡାଠାରେ ଥିବା ପୂର୍ତ୍ତ ବିଭାଗ ବଙ୍ଗଳାକୁ ୫୫ନଂ. ଜାତୀୟ ରାଜପଥ ପାଇଁ ୨୦୧୯ ଡିସେମ୍ବରରୁ ଭାଙ୍ଗି ଦିଆଯାଇଛି। ଇତିମଧ୍ୟରେ ୧୧ ମାସ ବିତିଯାଇଥିଲେ ମଧ୍ୟ ନୂତନ କୋଠା ନିର୍ମାଣ ପାଇଁ ଜାଗା ମିଳିପାରୁ ନାହିଁ। ଆଠମଲ୍ଲିକ ଉପଖଣ୍ଡର ବଇଣ୍ଡା ଏକ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳ ହୋଇଥିବାବେଳେ ଏପରି ସରକାରୀ ଅବହେଳା ଅସନ୍ତୋଷର କାରଣ ହୋଇଛି। ଆଠମଲ୍ଲିକ ରାଜା ଠାକୁରଗଡଠାରେ ନିର୍ମାଣ କରିଥିବା ଏକ ବଙ୍ଗଳା ୨୦୧୪ରେ ପୂର୍ତ୍ତ ବିଭାଗ ଅଧୀନକୁ ଆସିଥିଲା। ତାହାର ଉନ୍ନତୀକରଣ କରାଯାଉଥିଲେ ମଧ୍ୟ ୩୧ ଲକ୍ଷ ଟଙ୍କାର କାମ ବାକି ରହିଛି। ଅର୍ଥ ମଞ୍ଜୁର ହେଉ ନ ଥିବାରୁ ଏହା ଅଧାପନ୍ତରିଆ ଅବସ୍ଥାରେ ପଡ଼ିରହିଛି। ଏ ସମ୍ପର୍କରେ ବଇଣ୍ଡା ପୂର୍ତ୍ତ ବିଭାଗ କନିଷ୍ଠ ଯନ୍ତ୍ରୀ ହିମାଂଶୁ ଶେଖର ମହାଳିକ କୁହନ୍ତି, କିଶୋରନଗରଠାରେ ଥିବା ବଙ୍ଗଳା ସମ୍ପର୍କରେ ଅନୁଧ୍ୟାନ କରାଯିବ। ଠାକୁରଗଡ଼ ବଙ୍ଗଳା ପାଇଁ ବଳକା ଅର୍ଥ ମଞ୍ଜୁର ହୋଇ ନ ଥିବାରୁ କାମ ଆଗେଇପାରୁନାହିଁ। ବଇଣ୍ଡାଠାରେ ନିର୍ମାଣ ହେବାକୁ ଥିବା ବଙ୍ଗଳା ପାଇଁ ରାଜସ୍ବ ବିଭାଗ ପକ୍ଷରୁ ଜାଗା ଯୋଗାଇ ଦିଆଯାଉ ନ ଥିବା ମହାଳିକ ପ୍ରକାଶ କରିଛନ୍ତି।

ପୁନରୁଦ୍ଧାର ଦିଗରେ ଦୃଷ୍ଟି ଦିଆଯାଉ
କିଶୋରନଗର ଠାରେ ଥିବା ପୂର୍ତ୍ତ ବିଭାଗ ବଙ୍ଗଳାର ତଦାରଖ ହେଉ ନ ଥିବାରୁ ଏହା ଏବେ ମଦ୍ୟପଙ୍କ ଆଡ୍ଡାସ୍ଥଳୀ ପାଲଟିଛି। ଏଠାକୁ ଆସୁଥିବା ଅତିଥିମାନେ ବାମୁର ବଙ୍ଗଳା ଉପରେ ନିର୍ଭର କରୁଛନ୍ତି। ତେଣୁ କିଶୋରନଗର ବଙ୍ଗଳାର ପୁନରୁଦ୍ଧାର କରାଯାଉ।
-ଓମ୍‌ଚାନ୍ଦ ପ୍ରଧାନ
କିଶୋରନଗର
ଷୋଳପଦାର ଗୁରୁତ୍ୱ ବଢ଼ିବ
ଠାକୁରଗଡଠାରେ ଆଠମଲ୍ଲିକ ରାଜା ନିର୍ମାଣ କରିଥିବା ବଙ୍ଗଳା ଏବେ ସରକାରଙ୍କ ଅଧୀନରେ। ଅର୍ଥ ଅଭାବ ଯୋଗୁ ଉନ୍ନତୀକରଣ ବିଳମ୍ବ ହେଉଛି। ଏହା ସମ୍ପୂର୍ଣ୍ଣ ହେଲେ ଷୋଳପଦା ଅଞ୍ଚଳର ଗୁରୁତ୍ୱ ବଢିବ। ଆଠମଲ୍ଲିକକୁ ଆସୁଥିବା ପର୍ଯ୍ୟଟକ ଠାକୁରଗଡରେ ରହିପାରିବେ।
-ଗଣେଶ୍ୱର ଖୁଣ୍ଟିଆ,
ଠାକୁରଗଡ ଗ୍ରାମ ସମ୍ପାଦକ
ସମସ୍ୟା ଜଣାଇପାରୁନାହାନ୍ତି ଲୋକେ
ଜାତୀୟ ରାଜପଥ ବିଭାଗ ଅଧୀନରେ ଥିବା ବଇଣ୍ଡା ବଙ୍ଗଳା ପୂର୍ତ୍ତ ବିଭାଗ ଅଧୀନକୁ ଯାଇଥିଲା। ଏଠାରେ ମନ୍ତ୍ରୀ ତଥା ଲୋକ ପ୍ରତିନିଧିମାନେ ଅନେକ ସମୟରେ ରହୁଥିବାରୁ ଲୋକେ ସେମାନଙ୍କୁ ଭେଟି ସମସ୍ୟା ଜଣାଇପାରୁଥିଲେ। ହେଲେ ବଙ୍ଗଳା ଭଙ୍ଗାଯିବା ପରଠାରୁ ଏହା ହୋଇପାରୁନାହିଁ।
-ରମେଶ ଟିବ୍ରୁଓ୍ବାଲା, ବଇଣ୍ଡା
ପ୍ରଶାସନ ଜମି ଯୋଗାଇ ଦେଉ
ବଇଣ୍ଡାଠାରେ ପୂର୍ତ୍ତ ବିଭାଗ ବଙ୍ଗଳା ଶୀଘ୍ର ନିର୍ମାଣ ପାଇଁ ବହୁବାର ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯାଇଛି। ଜାତୀୟ ରାଜପଥ କଡରେ ଏହା ନିର୍ମାଣ ହେଲେ ବଇଣ୍ଡାର ବିକାଶ ଦିଗରେ ସହାୟ ହୋଇପାରିବ। ଶୀଘ୍ର ପ୍ରଶାସନ ଜମି ଯୋଗାଇବାକୁ ପଦକ୍ଷେପ ନେଉ।
-ଗିରିଶଚନ୍ଦ୍ର ବେହେରା, ନୁନୁକାପଶି
ଖୁବ୍‌ଶୀଘ୍ର ପଦକ୍ଷେପ ନିଆଯିବ
କିଶୋରନଗର ଠାରେ ଥିବା ବଙ୍ଗଳା ଜମି ଜବରଦଖଲ ସମ୍ପର୍କରେ ବିଭାଗ ଅବଗତ ରହିଛି। ତୁରନ୍ତ ଏ ଦିଗରେ ପଦକ୍ଷେପ ନିଆଯିବ। ବଇଣ୍ଡା ଛକଠାରେ ଏକ ଜମିକୁ କିଛି ବ୍ୟକ୍ତି ଜବରଦଖଲ କରିଛନ୍ତି। ତାହା ମୁକ୍ତ କରାଯାଇ ଖୁବଶୀଘ୍ର ବଙ୍ଗଳା ନିର୍ମାଣ ପାଇଁ ପୂର୍ତ୍ତ ବିଭାଗକୁ ଯୋଗାଇ ଦିଆଯିବ।
-ଡ. ଲକ୍ଷ୍ମୀପ୍ରସାଦ ସାହୁ
ତହସିଲଦାର, କିଶୋରନଗର


Enter your email to get our daily news in your inbox.

All Right Reserved By Dharitri.Com

୪୦ ବର୍ଷ ଭିତରେ କେବେ ଘଟିନଥିଲା! ୨୦% କମିଲା ସୁନା ଦର, 22k କିଣିଲେ GST ଓ ମେକିଂ ଚାର୍ଜ ବାଦରେ ଦେବେ…

ନୂଆଦିଲ୍ଲୀ,୨୪।୩: ୪୦ ବର୍ଷ ମଧ୍ୟରେ ସୁନାର ମୂଲ୍ୟ ସବୁଠାରୁ ଅଧିକ ହ୍ରାସ ପାଇଛି। ବିଶ୍ୱ ବଜାରରେ, ସୁନାର ମୂଲ୍ୟ ହ୍ରାସ ପାଇଛି। ତଥାପି ଇରାନ ଯୁଦ୍ଧ ଆରମ୍ଭ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ୨ ଭାଇଙ୍କ ସମେତ ସହଯୋଗୀ ଗଲେ ଜେଲ

ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡରେ ରହୁଥିବା ପଦ୍ମନାଭପୁର ଗ୍ରାମର ବଳିଆ ସେଠୀ ଏବଂ ତାଙ୍କ ଭାଇ କାଳିଆ ସେଠୀଙ୍କ ସମେତ ସହଯୋଗୀ ଚାଞ୍ଚଡାପଲ୍ଲୀ ଗ୍ରାମର…

ଯୁଦ୍ଧ ଭିତରେ ହରମୁଜରେ ଫସିଲା ୯୨ହଜାର ଟନ୍‌ LPG ଥିବା ଜାହାଜ, ଭାରତୀୟ ଜାହାଜକୁ ଘେରିଗଲେ…

ନୂଆଦିଲ୍ଲୀ,୨୪।୩: ଭାରତୀୟ ନୌସେନା ଦୁଇଟି ଭାରତୀୟ ଏଲପିଜି ଜାହାଜକୁ ସୁରକ୍ଷିତ ଭାବରେ ଜଗ ବସନ୍ତ ଏବଂ ପାଇନ ଗ୍ୟାସ ହରମୁଜ ପ୍ରଣାଳୀ ଦେଇ ଗତି କରିଛି ଏବଂ…

ଆଇପିଏଲ୍‌ରୁ ଓହରିଲେ ଓପନିଂ ବ୍ୟାଟର ଡକେଟ

ନୂଆଦିଲ୍ଲୀ,୨୪ା୩: ଇଂଲଣ୍ଡର ଓପନିଂ ବ୍ୟାଟର ବେନ ଡକେଟ ଆଗାମୀ ଆଇପିଏଲ୍‌ରୁ ଓହରି ଯାଇଛନ୍ତି। ନିଜ କ୍ୟାରିୟର ଉପରେ ଧ୍ୟାନ ଦେବା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିବା…

ଅଭିଭାବକ, ଶିକ୍ଷକ ମଧ୍ୟରେ ସମନ୍ବୟ ରହିଲେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଗାମୁଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ମାନେ ଯୋଗଦେଇ ଅଭିଭାବକ,…

ଯୋଡ଼ାରେ ବିଦେଶୀ ପକ୍ଷୀ

ଯୋଡା,୨୪ା୩(ମାନସ ମହାନ୍ତି)- କେନ୍ଦୁଝର ଜିଲା ଯୋଡ଼ା ସହରରେ ବିରଳ ଆଇବିସ ପକ୍ଷୀ ଦେଖିବାକୁ ମିଳିଛି। ଯୋଡ଼ା ଭଳି ଖଣି ଓ ଶିଳ୍ପ ଅଞ୍ଚଳରେ ଦେଖାଦେଇଥିବା ଏହି ବିଦେଶୀ…

ମୋଦିଙ୍କୁ ଫୋନ କଲେ ଟ୍ରମ୍ପ, ଯୁଦ୍ଧ ନେବ ଭୟଙ୍କର ମୋଡ!

ନୂଆଦିଲ୍ଲୀ,୨୪।୩: ଯୁଦ୍ଧ ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରାଚ୍ୟରେ ସଂଘର୍ଷ ସମ୍ପର୍କରେ ଫୋନରେ କଥା ହୋଇଛନ୍ତି। ଉଭୟ ନେତା…

ଏପ୍ରିଲ ୨୭ରୁ ନୃସିଂହନାଥ ବୈଶାଖ ମେଳା

ପାଇକମାଳ,୨୪ା୩(ବଡ଼ ଶତପଥୀ): ଗନ୍ଧମାର୍ଦ୍ଦନ ପର୍ବତର ପାଦ ଦେଶରେ ଥିବା ପ୍ରସିଦ୍ଧ ଶ୍ରୀ ନୃସିଂହନାଥ ମନ୍ଦିର ମିଟିଂ ହଲରେ ଆସନ୍ତା ବୈଶାଖ ମେଳା ପାଳନ ନେଇ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri