ଭାରତରେ ୭୫ କୋଟି ଇଣ୍ଟରନେଟ୍‌ ଉପଭୋକ୍ତା

ନୂଆଦିଲ୍ଲୀ: ଭାରତରେ ଇଣ୍ଟରନେଟ୍‌ ଉପଭୋକ୍ତାଙ୍କ ସଂଖ୍ୟା ୭୫ କୋଟି ଛୁଇଁଛି। ୧୯୯୫ରେ ପ୍ରଥମ ଥର ଲାଗି ଇଣ୍ଟରନେଟ ସେବା ଦେଶରେ ଆରମ୍ଭ କରାଯାଇଥିଲା। ସେବାର ଆରମ୍ଭକୁ ଏହା ମଧ୍ୟରେ ୨୫ ବର୍ଷ ପୂରଣ ହୋଇଛି। ଗତ ୪ ବର୍ଷ ମଧ୍ୟରେ ଇଣ୍ଟରନେଟ ଉପଭୋକ୍ତାଙ୍କ ସଂଖ୍ୟା ଦୁଇଗୁଣ ବଢ଼ିଛି। ଏହା ୪ ବର୍ଷ ତଳେ ୩୪ କୋଟି ରହିଥିଲା। ଭାରତୀୟ ଟେଲିକମ୍‌ ନିୟାମକ କର୍ତ୍ତୃପକ୍ଷ ଦେଇଥିବା ଡାଟା ମୁତାବକ ଡିଜିଟାଲ ଇଣ୍ଡିଆ ପରେ ଉପଭୋକ୍ତାଙ୍କ ସଂଖ୍ୟାରେ ବିଶେଷ ବୃଦ୍ଧି ଘଟିଛି। ଦେଶ ମଧ୍ୟରେ ୫ କୋଟି ନ୍ୟାରୋ ବ୍ୟାଣ୍ଡ ଉପଭୋକ୍ତା ରହିଥିବା ବେଳେ ୬୯.୨ କୋଟି ବ୍ରଡ୍‌ ବ୍ୟାଣ୍ଡ ଉପଭୋକ୍ତା ରହିଛନ୍ତି। ସେହିଭଳି ୨.୩ କୋଟି ଓ୍ବେର ଭିତ୍ତିକ ଇଣ୍ଟରନେଟ ସୁଯୋଗ ଲାଭ କରୁଥିବା ବେଳେ ୭୨.୬ କୋଟି ଓ୍ବେରଲେସ୍‌ ଇଣ୍ଟରନେଟ୍‌ ଲାଭ କରୁଥିବା ଜଣାପଡିଛି। ଇଣ୍ଟରନେଟ ସେବା ଉପଭୋକ୍ତା ଥିବା ଶୀର୍ଷ ୫ ରାଜ୍ୟ ମଧ୍ୟରେ ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ଗୁଜରାଟ ଏବଂ କର୍ନାଟକ ରହିଛି। ସେହିଭଳି ସେବା ଯୋଗାଣକାରୀ କମ୍ପାନୀଗୁଡିକ ମଧ୍ୟରେ ୩୯.୮ କୋଟି ଗ୍ରାହକଙ୍କ ସହ ଜିଓ ଶୀର୍ଷରେ ରହିଛି। ସେହିଭଳି ଏୟାରଟେଲ ୧୭.୬ କୋଟି, ଭୋଡାଫୋନ ୧୩.୬ କୋଟି, ବିଏସ୍‌ଏନ୍‌ଏଲ୍‌ ୨.୯ କୋଟି ଏବଂ ଅନ୍ୟ କମ୍ପାନୀ ନିକଟରେ ୧.୨ କୋଟି ଗ୍ରାହକ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆରୋଗ୍ୟ ସେତୁରେ ଥିବା ନିଜ ଆକାଉଣ୍ଟକୁ ଏଭଳି କରିପାରିବେ ଡିଲିଟ୍‌

ନୂଆଦିଲ୍ଲୀ,୭।୭: କରୋନା କଣ୍ଟାକ୍ଟ ଟ୍ରେସିଂ ଆପ୍‌ ‘ଆରୋଗ୍ୟ ସେତୁ’ ଏକ ନୂଆ ଫିଚର ଆଣିଛି। ଏହାଛଡ଼ା ଏବେ ଆପ୍‌ରେ ବ୍ୟବହାରକାରୀଙ୍କ ମୃତ୍ୟୁ ସମ୍ବନ୍ଧିତ ଡାଟା ଅନ୍ୟ...

କୋର ସେକ୍ଟର ଉତ୍ପାଦନ କମିଲା

ନୂଆଦିଲ୍ଲୀ,୧-୧୦: ଦେଶର ୮ କୋର୍‌ ସେକ୍ଟର ଶିଳ୍ପଗୁଡିକର ଉତ୍ପାଦନ ଅଗଷ୍ଟ ମାସରେ ୦.୫%କୁ ହ୍ରାସ ଘଟିଛି। ଏହି ସମୟରେ କୋଇଲା, ଅଶୋଧିତ ତୈଳ, ପ୍ରାକୃତିକ ବାଷ୍ପ,...

ଏକ୍‌ଜିଟ ପୋଲ୍‌:ଉଛୁଳିଲା ବଜାର

ମୁମ୍ବାଇ,୨୧-୫: ଦେଶର ସାଧାରଣ ନିର୍ବାଚନ ଫଳାଫଳ ୨୩ରେ ଆସିବାକୁ ଥିବା ବେଳେ କେନ୍ଦ୍ରରେ ପୁଣି ଥରେ ଏନ୍‌ଡିଏ ସରକାର ଶାସନ କ୍ଷମତାକୁ ଫେରିବା ନେଇ ଏକ୍‌ଜିଟ...

ଇଲେକ୍ଟ୍ରିକ ବାହନ, ଇ-ଇନ୍‌ଭଏସ ନେଇ ହୋଇପାରେ ନିଷ୍ପତ୍ତି

ନୂଆଦିଲ୍ଲୀ,୨୦ା୬: ଜିଏସ୍‌ଟି କାଉନସିଲ୍‌ର ବୈଠକ ଆସନ୍ତା ୨୧ରେ ବସିବାକୁ ଯାଉଛି। କେନ୍ଦ୍ରରେ ନୂଆ ସରକାର ଗଠନ ହେବା ପରେ କାଉନସିଲ୍‌ର ଏହି ବୈଠକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ...

ରିୟଲ ଜିଡିପି ୧୧% ବଢ଼ିବ

ମୁମ୍ବାଇ: ଆର୍ଥିକ ବର୍ଷ ୨୦୨୧-୨୨ରେ ଭାରତର ରିୟଲ ଜିଡିପି ପ୍ରାୟ ୧୧% ବଢ଼ିପାରେ। ଆର୍ଥିକ ସୁଧାର ତ୍ୱରାନ୍ବିତ ହେଉଥିବାରୁ ଅଭିବୃଦ୍ଧି ମଧ୍ୟ ଫେରିବ ବୋଲି ଏକ...

ବିତ୍ତିୟ ନିଅଣ୍ଟ ଚିନ୍ତା; ଖର୍ଚ୍ଚ କାଟ ନେଇ ସରକାରଙ୍କ ଯୋଜନା

ନୂଆଦିଲ୍ଲୀ,୮-୧: ସରକାରଙ୍କ ଖର୍ଚ୍ଚ ବଢିଥିଲେ ମଧ୍ୟ ସେହି ମୁତାବକ ରାଜସ୍ବ ଆସିବା ଏବେ କଷ୍ଟକର ହେଉଛି। ରାଜସ୍ବ ସଂଗ୍ରହ କମିଥିବା ବେଳେ ବିତ୍ତୀୟ ନିଅଣ୍ଟ ବଜେଟ...

ସର୍ବନିମ୍ନ ସ୍ତରକୁ ଖସିଲା ଉପଭୋକ୍ତା ଖର୍ଚ୍ଚ

ନୂଆଦିଲ୍ଲୀ,୧୬-୧୧: ଦେଶ ମଧ୍ୟରେ କଞ୍ଜ୍ୟୁମର ସ୍ପେଣ୍ଡିଂ (ଭପଭୋକ୍ତା ଖର୍ଚ୍ଚ) ସର୍ବନିମ୍ନ ସ୍ତରକୁ ଖସିଛି। ଗତ ୧୯୭୩ ପରଠାରୁ ବା ୪ ଦଶନ୍ଧି ମଧ୍ୟରେ ପ୍ରଥମ ଥର...

ବଜାରକୁ ଆସିଲା ନୂଆ ହୋଣ୍ଡା ଜାଜ୍‌

ନୂଆଦିଲ୍ଲୀ, ଭୁବନେଶ୍ୱର,୨୭।୮: ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ(ଏଚ୍‌ସିଆଇଏଲ୍‌) ପକ୍ଷରୁ ବଜାରକୁ ନୂଆ ଜାଜ୍‌ ମଡେଲ ଆସିଛି। ପ୍ରିମିୟମ ହ୍ୟାଚ୍‌ ବ୍ୟାକ୍‌ ବର୍ଗରେ ଆସିଥିବା ଏହି ନୂଆ...

Advertisement
Archives

Model This Week