ଟଙ୍କା ଧରି ଘରକୁ ଫେରୁଥିଲେ ଗୁଡ଼ାରି ରେଞ୍ଜର, ରାସ୍ତାରେ ମାଡ଼ିବସିଲା ଭିଜିଲାନ୍ସ

ଗୁଡାରି,୧୨ା୪(ପ୍ରମୋଦ କୁମାର ପତି): ଧରାପଡ଼ିଲେ ଗୁଡ଼ାରି ରେଞ୍ଜର । ଗୁଡାରି ରେଞ୍ଜର ସୁକୁମାର ଦୁଖୁ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଅଟକ ରହିଛନ୍ତି । ତାଙ୍କ ନିକଟରୁ ୨ ଲକ୍ଷ ୩୩ ହଜାର ଟଙ୍କା ଜବତ କରାଯାଇଛି ।

ସୂଚନା ମୁତାବକ ନବରଙ୍ଗପୁର ଜିଲାର ଇନ୍ଦ୍ରାବତୀ ସେତୁ ନିକଟରେ ଓଡ଼ିଶା ଭିଜିଲାନ୍ସର ଏକ ଟିମ ଦ୍ୱାରା ରେଞ୍ଜରଙ୍କୁ ଅଟକାଯାଇଥିଲା। ଗୁଡାରି ରେଞ୍ଜର ନିଜ ଅଫିସ ଗାଡ଼ି (ବୋଲେରୋ)ରେ ଗୁଡାରୀରୁ ନବରଙ୍ଗପୁରର ସେନାପତି ଷ୍ଟ୍ରିଟ୍ ସ୍ଥିତ ତାଙ୍କ ବାସଭବନକୁ ଯାଉଥିବା ବେଳେ ତାଙ୍କ ନିକଟରୁ ସନ୍ଦେହଜନକ ବେଆଇନ ନଗଦ ୨ ଲକ୍ଷ ୩୩ ହଜାର ଟଙ୍କା ଜବତ କରିଥିଲେ ।

ରେଞ୍ଜରଙ୍କ ଠାରୁ ଉଦ୍ଧାର ହୋଇଥିବା ନଗଦ ଟଙ୍କା ସମ୍ପର୍କରେ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ । ଫଳରେ ନଗଦ ୨.୩୩ ଲକ୍ଷ ଟଙ୍କା ସହ (OD 18K ୭୦୪୧) ସରକାରୀ ଗାଡି ଜବତ କରାଯାଇଛି। ଭିଜିଲାନ୍ସର ଏକ ୩ ଜଣିଆ ଟିମ ଇନ୍ସପେକ୍ଟର ଆଲୋକ ମହାପାତ୍ର ଙ୍କ ନେତୃତ୍ୱରେ ଗୁଡାରି କାର୍ଯ୍ୟାଳୟରେ ଯାଞ୍ଚ କରିଛନ୍ତି ।

Dharitri – Odisha’s No.1 Odia Daily