ଗୁଡାରି ଏନଏସିକୁ ମିଳିଲା ଦୁଇ କୋଟି ଟଙ୍କାର ଚେକ୍, ମୁଖ୍ୟମନ୍ତ୍ରୀ….

ଗୁଡାରି,୩୧।୮(ପ୍ରମୋଦ କୁମାର ପତି ): ଭୁବନେଶ୍ୱରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ କରକମଳରେ ଗୁଡାରି ଏନଏସିକୁ ୨ କୋଟି ଟଙ୍କାର ଚେକ ପ୍ରଦାନ କରାଯାଇଛି । ଏନଏସି ଅଧ୍ୟକ୍ଷା ସରମିତା ଶବର ଏବଂ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ପାଢ଼ୀ ଏହି ଚେକ ଗ୍ରହଣ କରିଛନ୍ତି ।

ଉଲ୍ଲେଖନୀୟ ପ୍ରଦର୍ଶନ ନିମନ୍ତେ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଏନ୍ଏସି ନିଜସ୍ୱ ରାଜସ୍ୱ ଆଦାୟ ବୃଦ୍ଧି କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଥିବାରୁ ଏହି ରାଶି ପୁରସ୍କାର ସ୍ୱରୂପ ପ୍ରଦାନ କରାଯାଇଛି । ଏ ନେଇ ଅଧ୍ୟକ୍ଷା ସରମିତା ଶବର କହିଛନ୍ତି କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରସନ୍ନ କୁମାର ପାଢ଼ୀ ଓ ସମସ୍ତ କର୍ମଚାରୀଙ୍କ ଆପ୍ରାଣ ଉଦ୍ୟମ ଯୋଗୁଁ ଏହି ସଫଳତା ମିଳିଲା । ତେଣୁ ଏହି ଶ୍ରେୟ ସମସ୍ତଙ୍କର ଅଟେ । ଏହାଛଡା ଆମ ସହର ବାସୀଙ୍କ ସହଯୋଗ ଯୋଗୁଁ ଏହା ସମ୍ଭବ ହୋଇପାରିଲା।

 

Dharitri – Odisha’s No.1 Odia Daily

Share
Tags: Gudari NAC