ଅବ୍ୟବସ୍ଥାରେ ଗୁଡ଼ାରି ଶିଶୁ ଉଦ୍ୟାନ

ଗୁଡ଼ାରି,୨ା୯(ଡି.ଏନ୍‌.ଏ.):ରାୟଗଡ଼ା ଜିଲା ଗୁଡାରି ସହରର ପିଲାଙ୍କ ଆମୋଦ ପ୍ରମୋଦ ନିମନ୍ତେ ଏନ୍‌ଏସି ପକ୍ଷରୁ ୨୦୨୧ ଅଗଷ୍ଟରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚରେ ଏକ ଶିଶୁ ଉଦ୍ୟାନ ସ୍ଥାପିତ ହୋଇଥିଲା। ଏବେ ଏହି ଏକମାତ୍ର ଶିଶୁ ଉଦ୍ୟାନ ସମସ୍ୟା ମଧ୍ୟରେ ରହିଛି। ଉଦ୍ୟାନ ସ୍ଥାପନ ହେବାର କିଛିଦିନ ପରେ ହିଁ ଦୋଳି ଛିଣ୍ଡିଯାଇ ଅଚଳ ହୋଇଥିଲା। ସେହିପରି ଏଠାରେ ଆବଶ୍ୟକତା ଅନୁଯାୟୀ ଅଲୋକ ବ୍ୟବସ୍ଥା ମଧ୍ୟ ନାହିଁ। ଅନେକ ଖୁଣ୍ଟରେ ଲାଇଟ ଜଳୁନି। ପିଲାମାନେ ଖେଳିବା ସମୟରେ ମା’ ବାପା ଅନ୍ଧାରରେ ମୋବାଇଲ ଟର୍ଚ୍ଚ ଦେଖାଇ ବୁଲୁଛନ୍ତି। ପରିତାପର ବିଷୟ ହେଲା ଏଠାରେ ସ୍ଥାପନ ହୋଇଥିବା ସେଲଫି ପଏଣ୍ଟରୁ ପ୍ରାୟ ୬ମାସ ହେଲା ‘ଲଭ୍‌ ସିମ୍ବଲ୍‌’ ଗାଏବ ହୋଇଥିଲେ ମଧ୍ୟ ତାହାକୁ ଠିକ୍‌ କରାଯାଇ ପାରିନି। ଶିଶୁ ଉଦ୍ୟାନରେ ଆଣ୍ଠୁଏ ଉଚ୍ଚର ଘାସ ରହିଥିଲେ ମଧ୍ୟ ତାହାକୁ କାଟି ସଫା କରାଯାଉନି। ଏଭଳି ପରିସ୍ଥିତିରେ ଅନ୍ଧାରରେ ଘାସ ମଧ୍ୟରେ ବିଷାକ୍ତ କୀଟ କାମୁଡ଼ିବା ଆଶଙ୍କା ରହିଛି। ଅନେକ ମା’ ବାପା ପିଲାଙ୍କୁ ଏଠାକୁ ଆଣିବାକୁ ଅସୁରକ୍ଷିତ ମଣୁଛନ୍ତି।
ଏହି ଶିଶୁ ଉଦ୍ୟାନର ନିୟମିତ ଯତ୍ନ ଏବଂ ଆବଶ୍ୟକ ପରିମାଣର ଅଲୋକୀକରଣ କରାଗଲେ ସହରର ପିଲାମାନେ ନିଶ୍ଚିତ ଭାବେ ଏଠାରେ ନିରାପଦରେ ଖେଳିବା ସହ ମଜା ଉଠାଇପାରନ୍ତେ। ତେଣୁ ଶିଶୁ ଉଦ୍ୟାନର ସମସ୍ତ ସମସ୍ୟା ଶୀଘ୍ର ସମାଧାନ କରାଯାଉ ବୋଲି ସହରର ବୁଦ୍ଧିଜୀବୀ ଦାବି କରିଛନ୍ତି। ଏ ନେଇ ଏନ୍‌ଏସି କାର୍ଯ୍ୟ ନିର୍ବହୀ ଅଧିକାରୀ ଶୋଭା ଭୂଷଣ ଶବର କହିଛନ୍ତି, ଶୀଘ୍ର ଘାସ ସଫା ସହ ଅଲୋକୀକରଣ ବ୍ୟବସ୍ଥା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

୮୦ ଲକ୍ଷ ବ୍ୟୟରେ ନିର୍ମିତ ପାନୀୟଜଳ ପ୍ରକଳ୍ପ ଅଚଳ, ଆନ୍ଦୋଳନ କରିବାକୁ ଚେତାବନୀ ଦେଲେ…

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଫାସିବନ୍ଧ ଗ୍ରାମରେ ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ବସୁଧା ଯୋଜନାରେ ପ୍ରାୟ ୮୦…

ଓଡ଼ିଶା ସୀମାନ୍ତ ଗ୍ରାମରେ ଆନ୍ଧ୍ର ପକ୍ଷରୁ କିଷାନ କାର୍ଡ ଲାଗି ଚାଲିଛି ସର୍ଭେ, ହାତ ବାନ୍ଧି ବସିଛି ପଟ୍ଟାଙ୍ଗି ବ୍ଲକ ପ୍ରଶାସନ  

ପଟ୍ଟାଙ୍ଗି,୧୪।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ତଥା ଓଡିଶା ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ମାଡକାର ଗ୍ରାମରେ ପଡୋଶୀ ଆନ୍ଧ୍ର କରୁଛି ପିଏମ୍…

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri