ଗୁଆକୁ ଦୁଆର ଦିଆ

ଶୁଭନାରାୟଣ ଶତପଥୀ

ନିର୍ବାଚନ ଯେତିକି ପାଖେଇ ଆସେ, ଗଁାଠୁ ସହର ସବୁଠି ଲୋକମାନେ ସତେଯେମିତି ଅତ୍ୟଧିକ ସକ୍ରିୟ ହୋଇଉଠନ୍ତି। ଅର୍ଥାତ୍‌ କିଛିଲୋକ ଅତ୍ୟଧିକ ଭାବପ୍ରବଣ ହୋଇଯାଆନ୍ତି ତ ଆଉ କିଛି ଲୋକ ନୀରବ ଦର୍ଶକ ସାଜି ସାମାଜିକ ଗତିବିଧିକୁ ଅନୁଧ୍ୟାନ କରିଥାନ୍ତି। ତା’ ଭିତରେ ଅନେକ ବାକ୍‌ବିତଣ୍ଡା, ହିଂସାକାଣ୍ଡ, ଟାହିଟାପରା ମଧ୍ୟ ଦେଖିବାକୁ ମିଳେ। ଏଇ ନିକଟରେ ଗୋଟିଏ ଗଁାର ଜଣେ ବୟୋଜ୍ୟେଷ୍ଠ ବ୍ୟକ୍ତି ସେହି ଗଁାର ଆଉ ଜଣେ ବ୍ୟକ୍ତିଙ୍କ ସହ କାଥାବାର୍ତ୍ତା ହେଲାବେଳେ ମଝିରେ ମଝିରେ କହିପକାଉଥାନ୍ତି, ତୁ ମୋର ଗୁଆଦିଆ ବନ୍ଧୁ ହୋଇ ଯଦି ମୋ କଥାରେ ନ ଯିବୁ ତେବେ ଗୁଆ କାଟିଦେବି। ଆମେ ଜାଣୁ ଯେ ଗୁଆ ହେଉଛି ବନ୍ଧୁତ୍ୱକୁ ଧରି ରଖିବାର ଏକ ପାରମ୍ପରିକ ବିଧିର ଶୁଭ ପ୍ରତୀକ। ଏହି ଗୁଆ ଦେଇ ବନ୍ଧୁକୁ ନିମନ୍ତ୍ରଣ କରୁ ଓ ସମ୍ପର୍କର ଡୋରିରେ ବାନ୍ଧି ରଖୁ। ଯେତେବେଳେ କୌଣସି ବନ୍ଧୁକୁ ଆଉ ଗୁଆ ଦିଆଯାଏ ନାହିଁ ସେହି ବନ୍ଧୁ ସେଦିନଠାରୁ ଶତ୍ରୁ କିମ୍ବା ଅବନ୍ଧୁରେ ପରିଣତ ହୁଅନ୍ତି। ତାଙ୍କ ସହ ବନ୍ଧୁ ସମ୍ପର୍କ ଆଉ ଆଗକୁ ବଢ଼େନାହିଁ। ତେବେ ଏ ପରିପ୍ରେକ୍ଷୀରେ କୁହାଯାଇପାରେ ଯେ, ପ୍ରତିଟି କ୍ଷେତ୍ରରେ ବନ୍ଧୁତ୍ୱକୁ ତା’ର ସୀମା ଭିତରେ ରଖିବା ଉଚିତ। ସେହିପରି ନିର୍ବାଚନ, ରାଜନୀତିରେ ନିଜର ଭାଗୀଦାରିତାକୁ ତା’ର ପରିଧି ମଧ୍ୟରେ ରଖି ବ୍ୟକ୍ତି, ପରିବାର, ଗୋଷ୍ଠୀ ସହ ମାନସିକ ଓ ଶାରୀରିକ ସନ୍ତୁଳନ ରକ୍ଷା କରିବାକୁ ପଡ଼ିବ। ତେବେ ନିର୍ବାଚନ ଓ ରାଜନୀତିକୁ ନେଇ ବନ୍ଧୁ ସମ୍ପର୍କ ଛିନ୍ନ ହେବା କିଛି ନୂଆ କଥା ନୁହେଁ। ଏମିତି ଅନେକ ଉଦାହରଣ ଅଛି, ଯେଉଁଠି ଏହି ନିର୍ବାଚନ ଆସିବାର ଅବ୍ୟବହିତ ପୂର୍ବରୁ ବା ପରେ ଅନେକ ବନ୍ଧୁଙ୍କ ବନ୍ଧୁତ୍ୱର ଗୁଆ କଟିଛି। ଦଳ ଅଦଳବଦଳ, ନିର୍ଦ୍ଦଳ, ସ୍ବାଭିମାନ, ନୀତି, ଆଦର୍ଶ ଭିତ୍ତିରେ ପସନ୍ଦ ଓ ଯୋଗ୍ୟ ଆଧାରରେ ନିଜ ପସନ୍ଦର ପ୍ରାର୍ଥୀ ନିର୍ଣ୍ଣୟ କରୁଥିବା ଲୋକେ ସିଧାସଳଖ ବ୍ୟକ୍ତିଗତ ବନ୍ଧୁତା, ଶତ୍ରୁତା ଆଡ଼କୁ କାହିଁକି ଯେ ଚାଲିଆସନ୍ତି ତାହା ବିଚାରଯୋଗ୍ୟ।
ବନ୍ଧୁର ତିକ୍ତ ବା ମଧୁର ସମ୍ପର୍କକୁ ନେଇ ଗୁଆ ରହିବା ବା କଟିବା ନିର୍ଭର କରେ। ଆଉ ଏକ ଘଟଣାରେ ଜଣେ ମହାଶୟ ତାଙ୍କର ଅନ୍ୟ ଜଣେ ଭାଇଙ୍କୁ କହିଲେ, ଦେଖ ତୋ ପୁଅ ଆମ ଦଳକୁ ଛାଡି ଅନ୍ୟ ଦଳ ଲୋକଙ୍କ ସହ ମିଳାମିଶା କଲାଣି। ଯଦି ଏବେଠୁ ପୁଅକୁ ବାଟକୁ ନ ଆଣିବୁ ତେବେ ଗୁଆ କାଟିଦେବି। ପରସ୍ପରଙ୍କ ବନ୍ଧୁ ସମ୍ପର୍କ ଥିବାରୁ ହିଁ ତ ଏତେ ନିକଟତର କଥାବାର୍ତ୍ତା। ବିଚରା ଭଦ୍ରବ୍ୟକ୍ତି ଜଣକ ଆଜ୍ଞାକୁ ଅବଜ୍ଞା ନ କରି ତାଙ୍କ ନିର୍ଦ୍ଦେଶକୁ ଗ୍ରହଣ କରିନେଲେ। କାରଣ ଭଦ୍ରଲୋକ ଜଣକ ଜାଣନ୍ତି ଯେ କେବଳ ଭାବପ୍ରବଣତା, ଉନ୍ମାଦନାର ବଶବର୍ତ୍ତୀ ହୋଇ ସେ ଏପରି କହୁଛନ୍ତି। ତେବେ ଗଁାଠାରୁ ସହର ସବୁଠି ଆମର ଗୋଷ୍ଠୀ, ସାହିଭାଇ, ରକ୍ତଗତ ସମ୍ପର୍କକୁ ନେଇ ଅଧିକ ନିକଟତର ହୋଇଥାଉ। ଯଦି ଗୁଆ କଟିଯାଏ ତେବେ ଆମର ଏ ସମ୍ପର୍କରେ ଶିଥିଳତା ଆସିଯାଏ। ଫଳରେ ସୁବିଧା ଅସୁବିଧାରେ ମଣିଷର ମଣିଷପଣିଆ ହରଣ ହୁଏ।
ଆଉଥରେ ଜଣେ ପ୍ରାର୍ଥୀଙ୍କ ଅନୁଗତ ତାଙ୍କର ସାଙ୍ଗ ସମ୍ପର୍କକୁ ବ୍ୟବହାର କରି ସେହି ସାଙ୍ଗର ବନ୍ଧୁଙ୍କ ଭୋଟ ପ୍ରଭାବିତ କରିବାକୁ ଚେଷ୍ଟା କଲେ। ବିଚରା ଦୁଇ ବନ୍ଧୁଙ୍କ ମଧ୍ୟରେ ଝଗଡ଼ା ଲାଗିଗଲା। ଓଲଟା ସେହି ଅନୁଗତ ଜଣକ ଟାହିଟାପରା କରି କହୁଥାଏ ତୁମର ସେ ଗୁଆଦିଆ ବନ୍ଧୁ, କ’ଣ ତାଙ୍କୁ ଟିକେ ବୁଝେଇ ପାରିଲନି। ଶେଷରେ ଏଠି ବି ହେଲା ଗୁଆକୁ ଦୁଆର ଦିଆ।
ଏମିତି ଅନେକ ନିର୍ବାଚନ ଆସିଛି ଓ ଯାଇଛି। ଏହାକୁ ନେଇ କେଉଁଠି ରକ୍ତଗତ ସମ୍ପର୍କରେ ତିକ୍ତତା ଆସିଛି ତ କେଉଁଠି ଶତ୍ରୁତାରେ ପରିଣତ ହୋଇଛି ବନ୍ଧୁତା। ତେବେ ବନ୍ଧୁତ୍ୱର ପବିତ୍ର ସମ୍ପର୍କ ଗୁଆକୁ ନିର୍ବାଚନ ରଣ ସହ ଯୋଡ଼ିବା ନିଶ୍ଚିତ ରୂପେ ଆମର ଦୁର୍ବଳ ମାନସିକତାର ପରିଚୟ। ସୀମା ଭିତରେ ରହି ରାଜନୀତି ନିର୍ବାଚନରେ ଅଂଶଗ୍ରହଣ କରନ୍ତୁ ଭୋଟରମାନେ। ସୁସ୍ଥ ବାତାବରଣ ମଧ୍ୟରେ ନିର୍ବାଚନ ରଣାଙ୍ଗନକୁ ଆସିବାକୁ ଯୋଗ୍ୟ ପ୍ରାର୍ଥୀଙ୍କୁ ଉତ୍ସାହିତ କରନ୍ତୁ, ଯିଏ ସଭିଙ୍କ ସୁଖ ଦୁଃଖର ସାଥୀ ହେବ। ଆବଶ୍ୟକ ସ୍ଥଳେ ଭୋଟର ରୂପରେ ବନ୍ଧୁତାକୁ ଜନ୍ମ ଦିଅନ୍ତୁ। କିନ୍ତୁ ବ୍ୟକ୍ତିଗତ ସମ୍ପର୍କକୁ ରାଜନୀତି ଓ ନିର୍ବାଚନରେ ବ୍ୟବହାର କଲେ ତାହା କେବଳ ବୁମେରାଂ ହେବା ସାର ହେବ। ଗୁଆ କାଟିବାର ଧମକ ଦେଇ ନିଜ ପକ୍ଷର ଭୋଟ ବଢ଼ାଇ ହେବ ନାହିଁ। ଏହା ମଧ୍ୟ ଏକ ଆପରାଧିକ କାର୍ଯ୍ୟ। ତେବେ ମନେରଖିବାକୁ ହେବ ଯେ, ଅନ୍ତଃମନରୁ ସୃଷ୍ଟି ବନ୍ଧୁତ୍ୱର ଭାବ କେବେ ଗୁଆ କାଟିଲେ ବି କଟେ ନାହିଁ। ସେ ଯାହା ହେଉନା କାହିଁକି, ବନ୍ଧୁତ୍ୱର ପ୍ରତୀକ ଗୁଆ ଦଳୀୟ ନୁହେଁ ବରଂ ଏହା ନିବିଡ଼ ସମ୍ପର୍କର ମୂଳଦୁଆ।
ବିଜିପୁର, ବ୍ରହ୍ମଗିରି, ପୁରୀ
ମୋ- ୯୪୩୮୪୩୨୦୨୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସଶସ୍ତ୍ର ସୀମା ବଳ(ଏସ୍‌ଏସ୍‌ବି)ର ଜଣେ ପୂର୍ୱତନ ଅଧିକାରୀ ଉତ୍କୃଷ୍ଟ ପାଣ୍ଡେ। ଜୈବିକ ପଦ୍ଧତିରେ ସେ ହଳଦୀ ଏବଂ ଧାନଚାଷ କରି ବିହନ ସଂରକ୍ଷଣ କରୁଛନ୍ତି। ଉତ୍ତରପ୍ରଦେଶ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

ସ୍ବାସ୍ଥ୍ୟ ଓ ଜୀବନଶୈଳୀ

ପିଲାବେଳର ପାଠ କିଛି ମନେ ଥାଉ କି ନ ଥାଉ, ଏଇ ପଦଟି ସମସ୍ତଙ୍କର ମନେଥିବ – ‘ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ’।...

୨୦୨୬ର ଚିନ୍ତା

୨୦୨୬ ଦେଶର ରାଜନୈତିକ ଦଳ ଓ ସରକାର ପାଇଁ ବ୍ୟସ୍ତବହୁଳ ହେବା ଅବଶ୍ୟମ୍ଭାବୀ। ଆସାମ, କେରଳ, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ଆଲୋଚ୍ୟ...

କାର୍ଯ୍ୟରେ ବିଳମ୍ବ

ଜମି ବିବାଦ ଦେଖାଦେଲେ ସରକାରୀ କାମଗୁଡ଼ିକର ସମୟସୀମା ଗଡ଼ିଚାଲେ। ଠିକାଦାର ବିଳମ୍ବ କରନ୍ତି କିମ୍ବା ଏଥିରେ ଜଡ଼ିତ ବିଭାଗଗୁଡ଼ିକ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା...

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri