Posted inଜାତୀୟ

ଜିଏସ୍‌ଟି ହାର କମିଲା, ୨୨ରୁ ଲାଗୁ

ନୂଆଦିଲ୍ଲୀ,୪ା୯(ପି.ଟି.): ସେପ୍ଟେମ୍ବର ୨୨ରୁ ଦେଶରେ ସାମଗ୍ରୀ ଓ ସେବାଗୁଡ଼ିକ ଉପରେ ଦୁଇଟି ଟିକସ ସ୍ଲାବ୍‌ ଲଗାଯିବ। ନୂଆଦିଲ୍ଲୀରେ ଚାଲିଥିବା ୫୬ତମ ଜିଏସ୍‌ଟି କାଉନ୍‌ସିଲ ବୈଠକରେ ବୁଧବାର ରାତିରେ ଏ ସମ୍ପର୍କିତ ପ୍ରସ୍ତାବ ଅନୁମୋଦନ ଲାଭ କରିଛି। ତଦନୁସାରେ ପୂର୍ବ ବ୍ୟବସ୍ଥାକୁ ଉଚ୍ଛେଦ କରାଯାଇ ୫% ଏବଂ ୧୮% ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ବ୍ୟବସ୍ଥା କରାଯାଇଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ସୂଚନା ଦେଇଛନ୍ତି। ଏଥିରୁ ଦେଶର ସାଧାରଣ ନାଗରିକ ଲାଭବାନ ହେବେ। କୃଷକଙ୍କଠାରୁ ନେଇ ଶ୍ରମିକଙ୍କ ପର୍ଯ୍ୟନ୍ତ ଧ୍ୟାନରେ ରଖି ସ୍ଲାବ୍‌ରେ ଏପରି ହ୍ରାସ କରାଯାଇଥିବା ସୀତାରାମନ୍‌ କହିଛନ୍ତି। ସମୟର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏଥିରେ ସବୁ ରାଜ୍ୟର ଅର୍ଥମନ୍ତ୍ରୀ ସହମତି ପ୍ରକାଶ କରିଥିବା ପ୍ରାୟ ୧୧ ଘଣ୍ଟାର ମାରାଥନ୍‌ ବୈଠକରୁ ଜଣାପଡ଼ିଛି। ତେବେ ଏଥିଯୋଗୁ ପ୍ରାୟ ୯୩,୦୦୦ କୋଟି ଟଙ୍କାର ରାଜସ୍ବ ନିଅଣ୍ଟ ହୋଇପାରେ। ରାଜ୍ୟଗୁଡ଼ିକ ସହିବାକୁ ଥିବା ରାଜସ୍ବ କ୍ଷତିର ଭରଣା ଲାଗି କୌଣସି ନିଷ୍ପତ୍ତି ନିଆଯାଇନାହିଁ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଜିଏସ୍‌ଟିରେ ସଂସ୍କାର ଯୋଗୁ ନାଗରିକଙ୍କ ଜୀବନରେ ଉନ୍ନତି ଆସବା ସହ କ୍ଷୁଦ୍ର ବ୍ୟବସାୟୀ ଓ ବିଜ୍‌ନେସମ୍ୟାନ୍‌ଙ୍କ ବ୍ୟବସାୟରେ ସହଜତା ଆସିବ। ଏଥିସହ ଦେଶର ଅର୍ଥନୀତି ମଧ୍ୟ ମଜ୍‌ଭୁତ ହେବ ବୋଲି ‘X’ରେ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି।

ଅର୍ଥମନ୍ତ୍ରୀ ସୀତାରାମନ୍‌ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୫୬ତମ ଜିଏସ୍‌ଟି କାଉନ୍‌ସିଲ ଏହା ପୂର୍ବ ବ୍ୟବସ୍ଥା ଅନୁସାରେ ପ୍ରଚଳିତ ୧୨% ଓ ୨୮% ଟିକସକୁ ଉଚ୍ଛେଦ କରି ଦ୍ୱୈତ ଟିକସ ହାର ୫% ଓ ୧୮% ଢାଞ୍ଚା ଆଣିଛି। ଆଗକୁ ପାର୍ବଣ ଋତୁ ଆସୁଥିବାରୁ ନବରାତ୍ରିର ପ୍ରଥମ ଦିନ ଅର୍ଥାତ୍‌ ଆସନ୍ତା ୨୨ ତାରିଖରୁ ଏହା ଲାଗୁ ହେବ। ଫଳରେ ଗୋଟିଏ ପଟେ ଖାଉଟିଙ୍କୁ ଆଶ୍ୱସ୍ତି ମିଳିବ, ଅନ୍ୟପଟେ ରାଜକୋଷର ୯୩,୦୦୦ କୋଟି ଟଙ୍କା ରାଜସ୍ବ ନିଅଣ୍ଟ ହେବ। ତେବେ ବିଳାସପୂର୍ଣ୍ଣ ସାମଗ୍ରୀଗୁଡ଼ିକ ଉପରେ ୪୦% ସ୍ଲାବ୍‌ ଅଣାଯିବା ଦ୍ୱାରା ରାଜକୋଷକୁ ୪୫,୦୦୦ କୋଟି ଟଙ୍କା ଫେରିପାରେ ବୋଲି ବିଶେଷଜ୍ଞମାନେ କହିଛନ୍ତି। ନୂଆ ଜିଏସ୍‌ଟି ସ୍ଲାବ୍‌ ନେଇ ରାଜ୍ୟଗୁଡ଼ିକ ମଧ୍ୟରେ ସହମତି ପ୍ରକାଶ ପାଇଥିବାରୁ ଏଥିପାଇଁ ଭୋଟିଂର ଆବଶ୍ୟକତା ପଡ଼ିନାହିଁ ବିହାର ଉପମୁଖ୍ୟମନ୍ତ୍ରୀ ସମ୍ରାଟ୍‌ ଚୌଧରୀ ସୂଚନା ଦେଇଛନ୍ତି। ବୈଠକରେ ପଶ୍ଚିମବଙ୍ଗ ଅର୍ଥମନ୍ତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ କହିଛନ୍ତି, ଜିଏସ୍‌ଟି ହାରରେ ପରିବର୍ତ୍ତନ ଯୋଗୁ ମୋଟ୍‌ ୪୭,୦୦୦ କୋଟି ଟଙ୍କା କ୍ଷତି ହେବ। ପଞ୍ଜାବ ଅର୍ଥମନ୍ତ୍ରୀ ହରପାଲ ସିଂ ଚୀମା କହିଛନ୍ତି, ୪୦% ସ୍ଲାବ୍‌ ଉପରେ ଅତିରିକ୍ତ ଟିକସ କଷାଯିବ ନାହିଁ। ତେବେ ଲୋକଙ୍କ ସ୍ବାର୍ଥ ଦୃଷ୍ଟିରୁ ଏହି ନିଷ୍ପତ୍ତି ନିଆଯାଇଥିବାରୁ ଏହାକୁ ଆମେ ସ୍ବାଗତ କରୁଛୁ। ସେହିପରି ଝାଡ଼ଖଣ୍ଡ ଅର୍ଥମନ୍ତ୍ରୀ ରାଧାକ୍ରିଷ୍ଣ କିଶୋର କହିଛନ୍ତି, ଖାଉଟିଙ୍କ ବ୍ୟବହାର ବଢ଼ିଲେ ରାଜସ୍ବ ନିଅଣ୍ଟରେ ହେବାକୁ ଥିବା କ୍ଷତିର ପରିମାଣ ହ୍ରାସ ପାଇବ। ରାଜ୍ୟଗୁଡ଼ିକ ଏହି କ୍ଷତିର ଭରଣା ପାଇଁ ଦାବି କରିଥିଲେ ହେଁ ଏହା ଉପରେ କୌଣସି ସ୍ପଷ୍ଟତା ଆସିପାରି ନାହିଁ।
ପ୍ରକାଶ ଯେ, ପୂର୍ବରୁ ଜିଏସ୍‌ଟିର ୪ଟି ସ୍ଲାବ୍‌ ପ୍ରଚଳିତ ଥିଲା। ସେଗୁଡ଼ିକ ହେଲା ୫, ୧୨, ୧୮ ଓ ୨୮ ପ୍ରତିଶତ। ପ୍ରଧାନମନ୍ତ୍ରୀ ମୋଦି ଅଗଷ୍ଟ ୧୫ରେ ସ୍ବାଧୀନତା ଦିବସ ପାଳନ ଅବସରରେ ଦେଶବାସୀଙ୍କୁ ସମ୍ବୋଧିତ କରି ଲୋକଙ୍କ ସ୍ବାର୍ଥ ଦୃଷ୍ଟିରୁ ଏଥିରେ ସଂସ୍କାର ଅଣାଯିବା ନେଇ ସଙ୍କେତ ଦେଇଥିଲେ। ତଦନୁସାରେ ଜିଏସ୍‌ଟି କାଉନ୍‌ସିଲ ବୈଠକ ବୁଧବାର ଓ ଗୁରୁବାର ଦୁଇଦିନ ଧରି ଚାଲିବାକୁ ଥିଲା। କିନ୍ତୁ ଏହାକୁ ଆଗୁଆ ଶେଷକରି ଦିନକିଆ କାର୍ଯ୍ୟକ୍ରମରେ ସୀମିତ ରଖାଯାଇଛି। ଏଥିରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ୨,୫୦୦ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟର ଜୋତା ଓ ଅନ୍ୟ ପରିଧାନ ଉପରେ ୫% ଟିକସ ଲାଗିବ। ଅଦ୍ୟାବଧି ୧,୦୦୦ ଟଙ୍କାର ଏଭଳି ସାମଗ୍ରୀ ଉପରେ ୫% ଓ ୧,୦୦୦ରୁ ଊର୍ଦ୍ଧ୍ୱ ଟଙ୍କାର ସାମଗ୍ରୀ ଉପରେ ୧୨% ଟିକସ ଲାଗୁଥିଲା। ସେହିପରି ବରିଷ୍ଠ ନାଗରିକମାନଙ୍କ କ୍ଷେତ୍ରରେ ସ୍ବାସ୍ଥ୍ୟବୀମା ପ୍ରିମିୟମ୍‌ରୁ ଜିଏସ୍‌ଟିକୁ ଛାଡ଼ କରାଯାଇଛି। ମୁଣ୍ଡରେ ଲଗାଇବା ତେଲଠାରୁ କନ୍‌ଫ୍ଲେକ୍ସ, ଟିଭି ଓ ପର୍ସନାଲ ହେଲ୍‌ତ ତଥା ଜୀବନବିମା ପଲିସି ଭଳି ସାଧାରଣ ବ୍ୟବହୃତ ଆଇଟମ୍‌ ଉପରୁ ଜିଏସ୍‌ଟି ଟିକସ ହ୍ରାସ କରାଯାଇଛି। ଅନ୍ୟପକ୍ଷେ କାର୍‌, ତମାଖୁ ଓ ସିଗାରେଟ୍‌ ଭଳି କିଛି ଆଇଟମ୍‌ ଉପରେ ୪୦%ର ଏକ ସ୍ବତନ୍ତ୍ର ଟିକସ ଲଗାଇବା ପାଇଁ ମଧ୍ୟ ନିଷ୍ପତ୍ତି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ଟି-୨୦: ଅଭିଷେକ ଓ ରିଙ୍କୁଙ୍କ ଧୂଆଁଧାର ବ୍ୟାଟିଂ, ନ୍ୟୁଜିଲାଣ୍ଡକୁ ୪୮ ରନ୍‌ରେ ହରାଇଲା ଭାରତ

ନାଗପୁର,୨୧।୧: ବିଦର୍ଭ କ୍ରିକେଟ ଆସୋସିଏସନ ଷ୍ଟାଡିୟମଠାରେ ଅନୁଷ୍ଠିତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଭାରତ, ନ୍ୟୁଜିଲାଣ୍ଡକୁ ୪୮ ରନ୍‌ରେ ପରାସ୍ତ କରିଛି।...

ଗ୍ରୀନଲ୍ୟାଣ୍ଡକୁ ନେଇ ଡାଭୋସରେ ଟ୍ରମ୍ପଙ୍କ ଚରମବାଣୀ: ୟୁରୋପରେ ଉତ୍ତେଜନା

ନୂଆଦିଲ୍ଲୀ।୧: ସ୍ୱିଜରଲ୍ୟାଣ୍ଡର ଡାଭୋସରେ ଆୟୋଜିତ ବିଶ୍ୱ ଅର୍ଥନୈତିକ ଫୋରମ (WEF) ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗ୍ରୀନଲ୍ୟାଣ୍ଡକୁ ନେଇ ଏକ ବଡ଼ ବୟାନ ଦେଇଛନ୍ତି।...

ଗଙ୍ଗପଡ଼ାରେ ମର୍ମନ୍ତୁଦ ଦୁର୍ଘଟଣା; କଣ୍ଟେନରକୁ ଧକ୍କା ଦେଲା ଥାର୍, ୩ ମୃତ

ଖୋର୍ଦ୍ଧା୨୧।୧: ପୁଣିଥରେ ଦୁର୍ଘଟଣା ଘଟାଇଲା ଥାର୍ । ମଙ୍ଗଳବାର ରାତିରେ ଥାର ଦୁର୍ଘଟଣାରେ ଭୁବନେଶ୍ବରରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି ପୁଣି ଖୋର୍ଦ୍ଧା ଦୁର୍ଘଟଣାରେ...

ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି, ରାସ୍ତାରେ ଭାସିଲା ପରେ ଲୋକେ…

ଭୁବନେଶ୍ୱର,୨୧।୧: ରାଜଧାନୀ ଭୁବନେଶ୍ୱର ପଳାଶୁଣି ଛକରେ ଫାଟିଲା ତେଲ ଟ୍ୟାଙ୍କରର ଟାଙ୍କି । ତେବେ ଏହି ଅଘଟଣ ପରେ ରାସ୍ତାରେ ତେଲ ଭାସୁଥିବା ଦେଖିଯାଇଛି ।...

ଗ୍ରୀନଲ୍ୟାଣ୍ଡକୁ ପୁଣି ଧମକ ଦେଲେ ଟ୍ରମ୍ପ, ଯଦି ହଁ କରନ୍ତି….

ନୂଆଦିଲ୍ଲୀ,୨୧।୧: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ୱିଜରଲ୍ୟାଣ୍ଡର ଡାଭୋସରେ ବିଶ୍ୱ ଅର୍ଥନୈତିକ ଫୋରମ୍ (WEF)ର ବାର୍ଷିକ ବୈଠକରେ ଭାଷଣ ଦେଇ ତାଙ୍କ ପ୍ରଥମ ବର୍ଷ କାର୍ଯ୍ୟକାଳର...

ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡିର ରଣନୀତି: ବିଧାୟକଙ୍କ ସହ ନବୀନଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର,୨୧।୧: ଓଡ଼ିଶାର ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ବିଜୁ ଜନତା ଦଳ ପ୍ରସ୍ତୁତି ଜୋରଦାର କରିଛି। ବୁଧବାର ସନ୍ଧ୍ୟାରେ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ...

1st T20I: ଅଭିଷେକ ଓ ରିଙ୍କୁଙ୍କ ବିସ୍ଫୋରକ ବ୍ୟାଟିଂ; ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ବିଶାଳ ସ୍କୋର

ନାଗପୁର,୨୧।୧: ନାଗପୁରରେ ଅନୁଷ୍ଠିତ ପ୍ରଥମ ଟି-୨୦ ମ୍ୟାଚ୍‌ରେ ଭାରତୀୟ ବ୍ୟାଟରମାନେ ରନ୍‌ର ବର୍ଷା କରିଛନ୍ତି। ଅଭିଷେକ ଶର୍ମା ଏବଂ ରିଙ୍କୁ ସିଂଙ୍କ ଧୂଆଁଧାର ପାଳି ବଳରେ...

ଜୀବିତ ସତ୍ତ୍ବେ ମୃତ ଦର୍ଶାଇ ଆଧାର ନିଷ୍କ୍ରିୟ: ମଣ୍ଡିରେ ବିକ୍ରି ହୋଇ ପାରିଲାନି ଧାନ, ଘରକୁ ଫେରାଇ…

ବରଗଡ଼,୨୧।୧(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରିରେ ଚାଷୀଙ୍କ ଦୁଃଖ ତୁଟୁ ନାହିଁ । ବୈଷୟିକ ତୃଟି ମଧ୍ୟ ଧାନବିକ୍ରିରେ ଚାଷୀଙ୍କ ପାଇଁ କାଳ ସାଜିଛି । ବରଗଡ଼ ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri