ରାଉରକେଲା ଅଫିସ, ୧୬।୧୨: ରାଉରକେଲାରେ ଜିଏସ୍ଟି ଠକେଇର ନୂଆ ନୂଆ ମାମଲା ସାମ୍ନାକୁ ଆସୁଛି। ସହରରେ ଜିଏସ୍ଟି ଠକେଇ ତାଲିକାରେ ଜଣେ ଚା’ ଦୋକାନୀଙ୍କ ନାଁ ଯୋଡ଼ି ହୋଇଯାଇଛି। ରାସ୍ତାକଡରେ ଏକ ଛୋଟିଆ ଗୁମୁଟିରେ ଚା’ ବିକି ଗୁଜରାଣ ମେଣ୍ଟାଉଥିବା କାର୍ତ୍ତିକ କାମିଲା ନାମକ ବ୍ୟକ୍ତିଙ୍କ ନାଁରେ ଜିଏସ୍ଟି ନୋଟିସ ଆସିଛି। ଉକ୍ତ ଚା’ ଦୋକାନୀଙ୍କୁ କୋଏଲନଗର ‘ସି’ ବ୍ଲକ ସ୍ଥିତ ମାର୍କେଟ୍ କମ୍ପ୍ଲେକ୍ସର ମାଲିକ ଦର୍ଶାଇ ଲିଙ୍ଗରାଜ ଟ୍ରେଡିଂ ନାମକ ଜାଲ ବ୍ୟବସାୟିକ ସଂସ୍ଥା ପ୍ରାୟ ୧୧୦ କୋଟି ଟଙ୍କାର ବ୍ୟବସାୟ କରିଥିବା ଜଣାପଡିଛି। ଇନପୁଟ ଟ୍ୟାକ୍ସ କେଡ୍ରିଟ୍ ବାବଦକୁ ଜାଲ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ୧୦ କୋଟିରୁ ଅଧିକ ଟଙ୍କା ହଡପ କରିଥିବା ମଧ୍ୟ ଅଭିଯୋଗ ହୋଇଛି। କିନ୍ତୁ ଉକ୍ତ କ୍ଷୁଦ୍ର ବେପାରୀ ଜଣଙ୍କ ସେହି ମାର୍କେଟ କମ୍ପ୍ଲେକ୍ସର ମାଲିକ ନ ଥିବା ଜଣାପଡିଛି। ପୂର୍ବରୁ ଦିନ ମଜୁରିଆ, ରାସ୍ତା କଡରେ ଥିବା ଜଳଖିଆ ଦୋକାନୀ, ଗୁପଚୁପ ବିକ୍ରେତା, ଅଟୋ ଡ୍ରାଇଭର, ଠିକା ଶ୍ରମିକ, ଗୃହିଣୀ, କଲେଜ ପଢ଼ୁଆ ଛାତ୍ରଙ୍କ ନାଁରେ ଠକେଇ ହୋଇଥିବା ବେଳେ ଏବେ ଚା’ ବିକ୍ରେତାଙ୍କ ନାଁରେ ଜାଲ ସଂସ୍ଥା ଜିଏସ୍ଟି ଠକେଇ କରିଛି।
Posted inଆମ ଜିଲା ଖବର, ସୁନ୍ଦରଗଡ଼ View All
ମହାନଦୀରୁ ମୃତଦେହ ଉଦ୍ଧାର ଘଟଣା: ମିଳିଲା ଜଣଙ୍କର ପରିଚୟ, ଅନ୍ୟଜଣଙ୍କ ଅନ୍ତିମ ସଂସ୍କାର କଲା ପୋଲିସ
ଅମରପାଲି,୨୭।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଉଦ୍ଧାର ହୋଇଥିବା ୨ ଅଜଣା ମୃତଦେହ ମଧ୍ୟରୁ ଜଣଙ୍କର ପରିଚୟ…
ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!
ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…
ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ
ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…
ପିକ୍ଅପ୍ ଧକ୍କାରେ ଶିଶୁ ମୃତ୍ୟୁ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ଏକ ପିକ୍ଅପ୍ ଭ୍ୟାନ୍ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଏନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସନ୍ଧ୍ୟାରେ ଉତ୍ତେଜନା ପରିସ୍ଥିତି…
ଚାଷୀଙ୍କୁ ଆଶ୍ବସ୍ତି, ବିଧାୟକଙ୍କ ହସ୍ତକ୍ଷେପ ପରେ ପୋଡ଼ାପଦର ଚାଷଜମିରୁ ଜଳ ନିଷ୍କାସନ ଆରମ୍ଭ
ଛତ୍ରପୁର,୨୭।୯(ଦିଲ୍ଲୀପ ସାମଲ /ଦ୍ଵାରିକା ପଟନାୟକ): ଲଗାଣ ବର୍ଷା ଯୋଗୁଁ ଛତ୍ରପୁର ପୌର ପରିଷଦ ଅନ୍ତର୍ଗତ ପୋଡ଼ାପଦର ଅଞ୍ଚଳର ବ୍ୟାପକ ଚାଷଜମି ଜଳମଗ୍ନ ହୋଇପଡ଼ିଥିଲା। ଚାଷଜମିରେ ଦୀର୍ଘ ସମୟ…
ବନ୍ଧକ ସୁନା ମାଗିବାରୁ ମରଣାନ୍ତକ ଆକ୍ରମଣ, ୩ ମାସ ପରେ ତାମିଲନାଡୁରୁ ଅଭିଯୁକ୍ତ ଗିରଫ
କେନ୍ଦୁଝର/ହାଟଡିହୀ/ଛେନାପଦୀ,୨୭।୯(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ନନ୍ଦିପଦା ଥାନା ନୂଆରମ୍ପାସ ଗ୍ରାମରେ ଗତ ଜୁନ ୨୩ ମଙ୍ଗଳବାର ବନ୍ଧକ ସୁନା ଫେରସ୍ତ ମାଗି ମରଣାନ୍ତକ…
କ୍ୟାଣ୍ଡଲ ଜାଳି ଶିକ୍ଷକ ସୁନୀଲଙ୍କୁ ଶ୍ରଦ୍ଧାଞ୍ଜଳି
ଗଞ୍ଜାମ,୨୭।୯(ଅନାଥ ତରାଇ): ଗଞ୍ଜାମ ସହରର ଜଣାଶୁଣା ଶିକ୍ଷକ ସ୍ବର୍ଗତ ସୁନୀଲ ସାମଲଙ୍କ ଦ୍ୱାଦଶ ଅବସରରେ ରବିବାର କ୍ୟାଣ୍ଡଲ ଯାତ୍ରା ସହ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଜୟଶ୍ରୀ…
ସ୍କୁଟିକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ମତ୍ସ୍ୟଜୀବୀଙ୍କ ଜୀବନ, ଉତ୍ତେଜନା
ଛତ୍ରପୁର,୨୭।୯:(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଡିଆର୍ଡିଏ ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

