ଶାଢୀ ଦୋକାନରେ ଜିଏସ୍‌ଟି ଚଢାଉ

ଆଠଗଡ,୧୪।୨(ଡି.ଏନ.ଏ.): କଟକ ଜିଲା ଆଠଗଡ ସହର ବାଣୀକଣ୍ଠ ନଗରସ୍ଥିତ ଅମ୍ବର ଶାଢୀ ଦୋକାନରେ ମଙ୍ଗଳବାର ରାଜ୍ୟ ବାଣିଜ୍ୟ କର ଓ ଜିଏସ୍‌ଟି ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ଚଢାଉ ବେଳେ ଅଧିକାରୀମାନେ ଦୋକାନର କାଗଜପତ୍ର ଯାଞ୍ଚ କରୁଛନ୍ତି। ଟିକସ ଠକେଇ ନେଇ ଅଭିଯୋଗ ପରେ ଏହି ଚଢାଉ କରାଯାଇଥିବା ଜଣାପଡିଛି।