ଜିଏସ୍‌ଟି ଠକେଇ: ଆଉଜଣେ ଗିରଫ

ଭୁବନେଶ୍ୱର,୬।୮(ବ୍ୟୁରୋ): ୬୪୧କୋଟି ଟଙ୍କାର ଜାଲ୍‌ ବିଲ୍‌ ମାଧ୍ୟମରେ ୧୨୫.୧୦ କୋଟି ଟଙ୍କାର ଜିଏସ୍‌ଟି ଠକେଇ ଘଟଣାରେ ରାଜ୍ୟ ଜିଏସ୍‌ଟି ବିଭାଗର ଏନ୍‌ଫୋର୍ସମେଣ୍ଟ ଓ୍ବିଙ୍ଗ୍‌ ଗୁରୁବାର ଆଉଜଣଙ୍କୁ ଗିରଫ କରିଛି। ସେ ହେଲେ ବାରିପଦାର ବସନ୍ତ କୁମାର ପଟ୍ଟନାୟକ। ଏହି ମାମଲାରେ ଗତମାସ ୧୬ ତାରିଖରେ ଦୁଇ ଅଭିଯୁକ୍ତ ସୁଜୟ ମଇତ୍ର ଓ ଗୁରୁଦିତ ଡାଙ୍ଗଙ୍କୁ ଗିରଫ କରାଯାଇଥିବାବେଳେ ବସନ୍ତ ଫେରାର ଥିଲେ। ଏନ୍‌ଫୋର୍ସମେଣ୍ଟ ଟିମ୍‌ ତାଙ୍କୁ ଧରିବା ପାଇଁ ଉଦ୍ୟମ ଚଳାଇଥିବାବେଳେ ଗୁରୁବାର ସେ ବାରିପଦାରୁ ଭୁବନେଶ୍ୱର ଆସିଥିଲେ। କଟକ ରୋଡ୍‌ରେ ଥିବା ଏକ ଗୋଦାମରୁ ତାଙ୍କୁ ଏନ୍‌ଫୋର୍ସମେଣ୍ଟ ଟିମ୍‌ କାବୁ କରିଥିଲା। ପୂର୍ବରୁ ମଧ୍ୟ ବସନ୍ତ ଜାଲ୍‌ କାରବାରରେ ଗିରଫ ହୋଇଥିବା ଜଣାପଡିଛି।
ସୂଚନାଯୋଗ୍ୟ, ଗିରଫ ୩ ଅଭିଯୁକ୍ତ ଅନ୍ୟ ସହଯୋଗୀଙ୍କ ସହ ମିଶି ଅନୁଗୋଳ, ରାଉରକେଲା, ବଣାଇ, ଏରସମା, ତିର୍ତ୍ତୋଲ, ରିଆମାଳ ଓ ସୁନ୍ଦରଗଡ଼ ଆଦି ଅଞ୍ଚଳରେ ୧୬ରୁ ଊର୍ଦ୍ଧ୍ୱ ଜାଲ କମ୍ପାନୀ ଖୋଲିଥିଲେ। ପାଣିକୋଇଲି, ରାସଗୋବିନ୍ଦପୁର, ବରଗଡ଼, ପୁରୀ ଓ ବାଲେଶ୍ୱର ଅଞ୍ଚଳର ପାଣିମିସ୍ତ୍ରି, ଡ୍ରାଇଭର, ପାନ ଦୋକାନୀ, ଗ୍ୟାସ୍‌ ଯୋଗାଉଥିବା ଲୋକ, ଘରୋଇ ମହିଳା, ବେକାର ଯୁବକଙ୍କୁ କମ୍ପାନୀରେ ଚାକିରି ଦେବାକୁ କହି ସେମାନଙ୍କ ପରିଚୟ ପତ୍ର ଓ ବ୍ୟାଙ୍କ ତଥ୍ୟ ହାସଲ କରିଥିଲେ। ପରେ ସେମାନଙ୍କ ନାମରେ ଏହି ଜାଲ୍‌ କମ୍ପାନୀ ଖୋଲି ଷ୍ଟିଲ୍‌ ଓ ଲୁହା କାରବାର ହେଉଥିବା ଦର୍ଶାଇ ଜାଲ୍‌ କିଣାବିକା ବିଲ୍‌ ପ୍ରସ୍ତୁତ କରି ଇନ୍‌ପୁଟ୍‌ ଟ୍ୟାକ୍ସ କ୍ରେଡିଟ୍‌ (ଆଇଟିସି) ହାତେଇଥିଲେ। ଏମିତିକି କମ୍ପାନୀ ଚାଲୁଥିବା ଘରଭଡ଼ା ଚୁକ୍ତି ମଧ୍ୟ ଜାଲ୍‌ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri