ଜିଏସଟି ଭରିଲା ସରକାରଙ୍କ ରାଜକୋଷ, ଡିସେମ୍ବରରେ ୧.୭୭ ଲକ୍ଷ କୋଟି ଟଙ୍କା ସଂଗ୍ରହ

ନୂଆଦିଲ୍ଲୀ,୧ା୧: ଡିସେମ୍ବର ୨୦୨୪ ରେ ବସ୍ତୁ ଏବଂ ସେବା କର (ଜିଏସଟି) ସଂଗ୍ରହରେ ବଡ଼ ଅଭିବୃଦ୍ଧି ଦେଖିବାକୁ ମିଳିଛି। ଜାନୁଆରୀ ୧ ରେ ପ୍ରକାଶିତ ତଥ୍ୟ ଅନୁଯାୟୀ, ଡିସେମ୍ବରରେ ଜିଏସଟି ସଂଗ୍ରହ ପୂର୍ବ ବର୍ଷ ବର୍ଷ ତୁଳନାରେ ୭.୩ ପ୍ରତିଶତ ବୃଦ୍ଧି ହୋଇ ୧.୭୭ ଲକ୍ଷ କୋଟିରେ ପହଞ୍ଚିଛି। ଡିସେମ୍ବର ୨୦୨୩ ରେ ଜିଏସଟି ସଂଗ୍ରହ ୧.୬୫ ଲକ୍ଷ କୋଟି ଟଙ୍କା ଥିଲା।

ଡିସେମ୍ବରରେ ୧.୭୭ ଲକ୍ଷ କୋଟିର ଏହି ଆକଳନ କ୍ରମାଗତ ଦଶମ ଥର ପାଇଁ ଜିଜିଏସଟି ସଂଗ୍ରହ ୧.୭ ଲକ୍ଷ କୋଟିରୁ ଅଧିକ ହୋଇଛି। ତେବେ ଏପ୍ରିଲ୍ ୨୦୨୪ ରେ ସଂଗ୍ରହ ହୋଇଥିବା ୨.୧ ଲକ୍ଷ କୋଟି ଟଙ୍କା ଜିଏସଟି ସଂଗ୍ରହ ରେକର୍ଡ ଏବେ ମଧ୍ୟ ଅକ୍ଷୁର୍ଣ୍ଣ ଅଛି। ଏଥି ସହିତ, ଗତ ୩ ମାସ ମଧ୍ୟରେ ଏହି ଜିଏସଟି ଅଭିବୃଦ୍ଧି ମଧ୍ୟ ସର୍ବନିମ୍ନ ଅଟେ। ତେବେ ପୂର୍ବ ତ୍ରୈମାସିକ ତୁଳନାରେ ଏଥର ଜିଏସଟି ସଂଗ୍ରହ ଭଲ ହୋଇଛି।

ଯଦି ଅକ୍ଟୋବର-ଡିସେମ୍ବର ୨୦୨୪ ରେ ହାରାହାରି ଜିଏସଟି ସଂଗ୍ରହକୁ ଦେଖିବା, ତେବେ ଏହା ୧.୮୨ ଲକ୍ଷ କୋଟି ଟଙ୍କାକୁ ଆସିଥିବାବେଳେ ପୂର୍ବ ତ୍ରୈମାସିକ ଅର୍ଥାତ୍ ଜୁଲାଇ-ସେପ୍ଟେମ୍ବର ୨୦୨୪ ରେ ହାରାହାରି ଜିଏସଟି ସଂଗ୍ରହ ୧.୭୭ ଲକ୍ଷ କୋଟି ଟଙ୍କା ଥିଲା। ଗତ ବର୍ଷ ସମାନ ତ୍ରୈମାସିକ ତୁଳନାରେ ଯଦି ଆମେ ଏହାକୁ ଦେଖିବା, ତେବେ ଏହି ଜିଏସଟି ସଂଗ୍ରହ ୮.୩ ପ୍ରତିଶତ ଅଧିକ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପେଟ୍ରୋଲ ପମ୍ପର ମାଟିତଳେ କେତେ ତେଲ ଥାଏ? କେବଳ ଏତିକି ଦିନ ପାଇଁ ରୁହେ ଷ୍ଟକ୍‌…

ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଯୋଗୁଁ, ଏକ ବିଶ୍ୱ ଶକ୍ତି ସଙ୍କଟ ଦେଖାଦେଉଛି। ଏହି ଅସ୍ଥିରତାର ପ୍ରଭାବ ଘରୋଇ ସ୍ତରରେ ମଧ୍ୟ ଅନୁଭୂତ ହେଉଛି, ବିଶେଷକରି ଗ୍ୟାସ ଯୋଗାଣ…

ସୁଭଦ୍ରାକୁ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: ଏପ୍ରିଲ ୧ରୁ ନୂଆ ଆବେଦନ, ଏଥିରେ ସାମିଲ ହେବେ…

ଭୁବନେଶ୍ୱର,୨୮ା୩: ସୁଭଦ୍ରା ଯୋଜନାକୁ ନେଇ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଏପ୍ରିଲ ୧ରୁ ନୂଆ ସୁଭଦ୍ରା ପଞ୍ଜୀକରଣ ଆରମ୍ଭ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା…

ସରିଲା ଯୁକ୍ତ ୨ ପରୀକ୍ଷା: ୪୫ ଦିନ ଭିତରେ ପ୍ରକାଶ ପାଇବ ରେଜଲ୍ଟ

ଭୁବନେଶ୍ୱର,୨୮ା୩: ଶନିବାର ସରିଛି ସିଏଚ୍‌ସିଇ ପରିଚାଳିତ +୨ ବର୍ଗର ସମସ୍ତ ପରୀକ୍ଷା। ତେବେ ଆସନ୍ତା ୪୦ରୁ ୪୫ ଦିନ ଭିତରେ ରେଜଲ୍ଟ ପ୍ରକାଶ ପାଇବ ବୋଲି କହିଛନ୍ତି…

ଯୁଦ୍ଧ ସ୍ଥିତିକୁ ନେଇ ପ୍ରଧାନମନ୍ତ୍ରୀଙ୍କ ବଡ଼ ଘୋଷଣା: ପ୍ରତି ୨ ମିନିଟ୍‌ରେ…

ନୂଆଦିଲ୍ଲୀ,୨୮ା୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଗୌତମ ବୁଦ୍ଧ ନଗର ଜିଲା ଜେଓ୍ବାରରେ ନୋଇଡା ଅନ୍ତର୍ଜାତୀୟ ବିମାନବନ୍ଦରର ପ୍ରଥମ ପର୍ଯ୍ୟାୟ ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ…

LPG ଏବଂ PNG ର ଏକ୍ସପାଏରୀ ଡେଟ୍‌ ଅଛି କି? ଜାଣନ୍ତୁ କେମିତି କରିବେ ଚେକ୍‌…

ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବଂ ଇନ୍ଧନ ଯୋଗାଣ ନେଇ ଚିନ୍ତା ମଧ୍ୟରେ, ଭାରତର ଅନେକ ପରିବାର LPG ସିଲିଣ୍ଡର ପ୍ରତି ଅଧିକ ଧ୍ୟାନ ଦେଉଛନ୍ତି। ଏହା PNG…

ଯୁଦ୍ଧ ଭିତରେ ପୁଟିନ୍‌ଙ୍କ ବଡ଼ ଘୋଷଣା, ଏପ୍ରିଲ ୧ରୁ ପେଟ୍ରୋଲ ରପ୍ତାନୀ ବନ୍ଦ; ଭାରତକୁ ଝଟ୍‌କା!

ମସ୍କୋ,୨୮।୩: ଇରାନ, ଇସ୍ରାଏଲ ଏବଂ ଆମେରିକା ସହିତ ଜଡିତ ବିବାଦ ମଧ୍ୟରେ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଏବଂ ବିଶ୍ୱ ଅନିଶ୍ଚିତତା ଭିତରେ ରୁଷିଆ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି।…

ମହାପ୍ରଭୁଙ୍କୁ ଦର୍ଶନ କଲେ ଭାରତର ସ୍ଥଳସେନା ମୁଖ୍ୟ, ଆଶିଷ ନେଇ ସେନା ପାଇଁ କଲେ ଏହି ପ୍ରାର୍ଥନା

ପୁରୀ,୨୮ା୩(ଅଜିତ କୁମାର ମହାନ୍ତି): ଭାରତର ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ୩ ଦିନିଆ ଗସ୍ତରେ ଆସି ଶନିବାର ପୁରୀରେ ପହଞ୍ଚିଛନ୍ତି। ଜେନେରାଲ ଦ୍ୱିବେଦୀ ବାଇପାସ୍‌ ରୋଡ୍‌ରେ…

ସ୍ଥିର ଗୁଣବତ୍ତା ବିଶ୍ୱସନୀୟତାକୁ ଦୃଢ଼ କରେ

୧୬ ବର୍ଷରୁ ଅଧିକ ସମୟ ଧରି ଭୁବନେଶ୍ୱରରେ ପ୍ରତିଷ୍ଠିତ ‘ଏକରରାଇଜ୍‌ ପ୍ରମୋଟର୍ସ ପ୍ରା. ଲି.’ ଓଡ଼ିଶାର ଆବାସିକ ରିୟଲ ଇଷ୍ଟେଟ୍‌ ପରିଦୃଶ୍ୟକୁ ପରିବର୍ତ୍ତନ କରିବାରେ ଆଗରେ ରହିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri