ଆଜିଠୁ ପରିବର୍ତ୍ତିତ ଜିଏସ୍‌ଟି

ଭୁବନେଶ୍ୱର,୧୮ା୭: ଗତ କିଛି ଦିନ ତଳେ ସାମଗ୍ରୀ ଓ ସେବା ଟିକସ (ଜିଏସଟି) କାଉନସିଲ ବୈଠକର ନିଷ୍ପତ୍ତି ଅନୁସାରେ ଜୁଲାଇ ୧୮ରୁ ସାରା ଦେଶରେ ନୂଆ ପରୋକ୍ଷ କର ହାର ଲାଗୁ ହେବାକୁ ଯାଉଛି। ଫଳରେ ଅନେକ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ପୂର୍ବ ଅପେକ୍ଷା ମହଙ୍ଗା ହୋଇଯିବ। ସାଧାରଣ ଲୋକର ଦୈନନ୍ଦିନ ଖାଦ୍ୟ ମୁଢ଼ି, ଚୁଡ଼ା ଓ ଅଟା ଉପରେ ଏହି କର ଲାଗୁ ହେଉଥିବାରୁ ସମସ୍ତେ କଲବଲ ହେବା ଥୟ। ସରକାରଙ୍କ ଏଭଳି ନିଷ୍ପତ୍ତିକୁ ନେଇ ଦେଶବାସୀ ଆଶ୍ଚର୍ଯ୍ୟ ହୋଇଥିବା ବେଳେ ବିରୋଧୀ ମଧ୍ୟ ହତବାକ ହୋଇପଡିଛନ୍ତି। ବଜାର ବିଶେଷଜ୍ଞଙ୍କ ମତରେ ପରିବର୍ତ୍ତିତ ଜିଏସ୍‌ଟି ହାର ଯୋଗୁ ଖାଉଟିଙ୍କ ଉପରେ ମହଙ୍ଗା ମାଡ଼ ପଡ଼ିବ।
ପୂର୍ବରୁ ପ୍ୟାକ୍‌ ହୋଇଥିବା ତଥା ଲେବୁଲ ଲଗା (ଫ୍ରୋଜନକୁ ବାଦ ଦେଇ) ହୋଇ ଯାଇଥିବା ଖାଦ୍ୟ ପଦାର୍ଥ ଯେପରି ଅଟା, ପନିର, ଦହି, ମାଛ, ମହୁ, ଶୁଖିଲା ମଖାନା (ଖଇ), ଶୁଖିଲା ସୋୟାବିନ, ମଟର ଭଳି ଉତ୍ପାଦ, ଚୁଡ଼ା, ମୁଢ଼ି, ଘୋଳ ଦହି, ପଇଡ଼, ଗୁଡ଼, ଚାଉଳ, ଓଟସ୍‌, ବାର୍ଲି, ପାଣି ଏବଂ ଅଟା ଆଦି ଉପରେ ୫% ଜିଏସଟି ଲାଗୁ ହେବ। ତେବେ ପଇଡ଼ ଉପରେ ୧୨% ଜିଏସଟି ଲାଗୁ ନିମନ୍ତେ ବିଗତ ଦିନରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଏସଟି କାଉନସିଲ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଅପରପକ୍ଷରେ ଖୋଲାରେ ବିକ୍ରି ହେଉଥିବା ଉପରୋକ୍ତ ସାମଗ୍ରୀ ପୂର୍ବ ପରି ଜିଏସଟି ପରିସରରୁ ବାଦ ରହିବ। ଅପରପକ୍ଷରେ ୫ ହଜାର ଟଙ୍କାରୁ ଅଧିକ ଭଡ଼ାର ହସ୍ପିଟାଲ କ୍ୟାବିନ୍‌ ଲାଗି ମଧ୍ୟ ଜିଏସଟି ଆଦାୟ ହେବ। ଦୈନିକ ୧,୦୦୦ଟଙ୍କାରୁ କମ୍‌ ମୂଲ୍ୟର ହୋଟେଲ ରୁମ୍‌ ପାଇଁ ମଧ୍ୟ ୧୨% ଜିଏସଟି ପୈଠ କରିବାକୁ ପଡ଼ିବ। ଏପର୍ଯ୍ୟନ୍ତ ଏହି ସବୁ ସେବା ଓ ସାମଗ୍ରୀ ଉପରେ କୌଣସି କର ଦେବାକୁ ପଡୁ ନ ଥିଲା। ଏହି ନୂଆ ଟିକସ ହାରରେ ଟ୍ରେଟ୍ରା ପ୍ୟାକ୍‌, ବ୍ୟାଙ୍କ ପକ୍ଷରୁ ଜାରି ଚେକ୍‌ ଉପରେ ୧୮% ଓ ଶିକ୍ଷା ଉପକରଣ ଆଟଲାସ୍‌ ସମେତ ନକ୍ସା ଓ ଚାର୍ଟ ଉପରେ ୧୨% ଜିଏସଟି ଲାଗିବ ବୋଲି ଜଣାପଡିଛି। ଏହା ଛଡା ପ୍ରିଣ୍ଟିଂ, ଡ୍ରଇଂ ଇଙ୍କ୍‌, ଧାରୁଆ ଛୁରି, କାଗଜ କଟା ଛୁରି, ପେନସିଲ କଟର, ଏଲ୍‌ଇଡି ଲ୍ୟାମ୍ପ୍‌, ଡ୍ରଇଂ ଓ ମାର୍କିଂ ହେଉଥିବା ଉତ୍ପାଦ ଉପରେ ବର୍ଦ୍ଧିତ କର ୧୮% କରିଦିଆଯାଇଛି। ସେହିପରି ସୌର ୱାଟର ହିଟର ଉପରେ ଏବେଠୁ ୧୨% ଶୁଳ୍କ ଧାର୍ଯ୍ୟ ହୋଇଛି। ପୂର୍ବରୁ ଏଥିପାଇଁ ୫% ଶୁଳ୍କ ଆଦାୟ ହେଉଥିଲା। ଏହାଛଡ଼ା ସଡ଼କ, ପୋଲ, ରେଳପଥ, ମେଟ୍ରୋ, ୱେଷ୍ଟ ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ ଓ ଶବଦାହ ଗୃହ ଲାଗି ଜାରି ହେଉଥିବା ୱାର୍କ କଣ୍ଟ୍ରାକ୍ଟ ଉପରେ ଏଣିକି ୧୮% ଜିଏସଟି ଲାଗିବ। ଏ ପର୍ଯ୍ୟନ୍ତ ଏହି ସବୁ ଲାଗି ୧୨% ଟିକସ ଆକାରର କର ଅସୁଲ ହେଉଥିଲା। ତେବେ ରୋପ୍‌ ୱେ ମାଧ୍ୟମରେ ବସ୍ତୁ ଓ ଯାତ୍ରୀ ପରିବହନ ସମେତ କେତେକ ସର୍ଜରି ସମ୍ପର୍କିତ ଉପକରଣ ଉପରେ କର ହାର ହ୍ରାସ କରି ୫% କରାଯାଇଛି। ତେବେ ପୂର୍ବରୁ ଏହା ୧୨% ରହିଥିଲା। ଟ୍ରକ୍‌, ମାଲ ପରିବହନ ଲାଗି ବ୍ୟବହାର ହେଉଥିବା ବାହନ (ଯେଉଁଥିରେ ଇନ୍ଧନର ଆବଶ୍ୟକତା ଅଛି) ସେବା ଉପରେ ଏବେ ୧୨% ଶୁଳ୍କ ଅସୁଲ ହେବ। ପୂର୍ବରୁ ଏହି ସବୁ ସେବା ଲାଗି ୧୮% ଜିଏସଟି ସଂଗ୍ରହ କରାଯାଉଥିଲା। ଏହାଛଡ଼ା ବାଗଡୋଗ୍ରାରୁ ପୂର୍ବୋତ୍ତର ରାଜ୍ୟଙ୍କୁ ବିମାନ ଯାତ୍ରାରେ ଜିଏସଟି ରିହାତି ଏବେ ଇକୋନମି କ୍ଲାସ ପର୍ଯ୍ୟନ୍ତ ସୀମିତ ରହିବ। ଆଗକୁ ଆରବିଆଇ, ବୀମା ନିୟାମକ ଓ ବିକାଶ ପ୍ରାଧିକରଣ, ଭାରତୀୟ ପ୍ରତିଭୂତି ବିନିମୟ ବୋର୍ଡ (ସେବି)ଙ୍କ ସେବା ସହିତ ଆବାସିକ ବାସଗୃହ ବ୍ୟବସାୟୀଙ୍କୁ ଭଡ଼ାରେ ଦେଲେ ଏଣିକି କର ଲାଗିବ।


Enter your email to get our daily news in your inbox.

All Right Reserved By Dharitri.Com

Jio Plan: ମାତ୍ର ୧୨୩ ଟଙ୍କାରେ ୨୮ ଦିନର ଭାଲିଡିଟି, ଏମାନଙ୍କୁ ମିଳିବ ଲାଭ…

ନୂଆଦିଲ୍ଲୀ,୯।୨: ରିଲାଏନ୍ସ ଜିଓର ଏକ ଶସ୍ତା ପ୍ରିପେଡ୍ ରିଚାର୍ଜ ପ୍ଲାନ୍ ହେଉଛି ₹୧୨୩ ପ୍ଲାନ୍, ଯାହା ୨୮ ଦିନର ଭ୍ୟାଲିଡିଟି ଦେଇଥାଏ। ଏହି ପ୍ଲାନ୍ ବିଶେଷକରି ଜିଓ…

ବିବାହରେ ଯୋଗ ଦେଇ ଘେରୁଥିଲେ, ଭାରସାମ୍ୟ ହରାଇ ଗଛକୁ ପିଟିଲା କାର୍‌; ଚାଲିଗଲା ୨ ଜୀବନ, ଡ୍ରାଇଭର…

ଲଇକେରା,୯।୨(ରଞ୍ଜନ କୁମାର ମେହେର): ଝାରସୁଗୁଡା ଜିଲା ଲଇକେରା ବ୍ଳକ ସ୍ଥିତ ଧୂକା ଚୌକଠାରେ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ କାର ଭାରସାମ୍ୟ ହରାଇ ଗଛକୁ ପିଟିବାରୁ ୨…

ରିଲିଜ ପୂର୍ବରୁ ‘ଲିକ୍’ ହୋଇଗଲା ପୂର୍ବତନ ସେନାଧ୍ୟକ୍ଷଙ୍କ ପୁସ୍ତକ, FIR ରୁଜୁ କଲା ଦିଲ୍ଲୀ ପୋଲିସ

ନୂଆଦିଲ୍ଲୀ,୯।୨: ପୂର୍ବତନ ସେନାଧ୍ୟକ୍ଷ ଜେନେରାଲ ଏମ୍.ଏମ୍. ନରଭାଣେଙ୍କ ଆଗାମୀ ପୁସ୍ତକ ‘ଫୋର୍ ଷ୍ଟାର୍ସ ଅଫ୍ ଡେଷ୍ଟିନି’ର ଅନଧିକୃତ ପ୍ରସାରଣକୁ ନେଇ ଦିଲ୍ଲୀ ପୋଲିସ ଏକ ଅପରାଧିକ ମାମଲା…

ରେଳ ଷ୍ଟେଶନରୁ ନିଖୋଜ ହୋଇଗଲେ ଯୁବତୀ , ମା’ଙ୍କ ସହ ଯାଉଥିବାବେଳେ…

ରାୟଗଡା, (ଆଶିଷ ରଞ୍ଜନ ପଣ୍ଡା): ଧାନବାଦ-ଆଲେପୀ ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଥିବା ଜଣେ ଯୁବତୀ ରାୟଗଡା ରେଳ ଷ୍ଟେଶନରୁ ନିଖୋଜ ହୋଇଥିବା ନେଇ ରାୟଗଡା ଜିଆରପିଏସ ଥାନାରେ…

ଫାର୍ମହାଉସ ଅଞ୍ଚଳରେ ମହିଳାଙ୍କ ଗଳିତ ମୃତଦେହ, ପରିଚୟ ଖୋଜୁଛି ସଦର ଥାନା ପୋଲିସ

ଭବାନୀପାଟଣା,୯ା୨(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଶ୍ରୀପୁରସ୍ଥିତ ଏକ ଫାର୍ମହାଉସ ଅଞ୍ଚଳରୁ ସୋମବାର ଜଣେ ମହିଳାଙ୍କ ଗଳିତ ମୃତଦେହ ଜବତ ହୋଇଛି।…

ସି.କେ ନାଇଡୁ ଟ୍ରଫି: ଓଡ଼ିଶାକୁ ହରାଇ ବେଙ୍ଗଲ ୧୦୨ ରନରେ ବିଜୟୀ

ବରଗଡ,୯।୨(ପ୍ରେମାନନ୍ଦ ଖମାରୀ) : ବରଗଡ ବିକାଶ କ୍ରିକେଟ ଗ୍ରାଉଣ୍ଡରେ ଓଡ଼ିଶା ଦଳ ଓ ବେଙ୍ଗଲ ଦଳ ମଧ୍ୟରେ ଚାଲିଥିବା ସି.କେ ନାଇଡୁ ଟ୍ରଫିର ଇଲାଇଟ ଗ୍ରୁପ-ବିର ମ୍ୟାଚରେ…

ବାଇକ୍‌ରେ ଘରକୁ ଫେରୁଥିଲେ, ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌; ଚାଲିଗଲା ଆରୋହୀଙ୍କ ଜୀବନ

ବଲାଙ୍ଗୀର,୯।୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷାର ଥାନା ଅନ୍ତର୍ଗତ ଧାନଘରା ବ୍ରିଜ ରାହୁଲ ଢ଼ାବା ନିକଟ ରାସ୍ତାରେ ସୋମବାର ସଂଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

BCCI Central Contract 2025-26: ଗିଲଙ୍କ ସମେତ ଏହି ଖେଳାଳିଙ୍କୁ  ଗ୍ରେଡ୍‌ A, ହେଲେ କୋହଲି-ରୋହିତଙ୍କୁ B; ନିରାଶ ହେଲେ…

ନୂଆଦିଲ୍ଲୀ,୯।୨: BCCI ୨୦୨୫-୨୬ ବର୍ଷ ପାଇଁ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ଲିଷ୍ଟ(କେନ୍ଦ୍ରୀୟ ଚୁକ୍ତି ତାଲିକା) ପ୍ରକାଶ କରିଛି। ଏଥିରେ ବଡ଼ ପରିବର୍ତ୍ତନ ହୋଇଛି। ତାଲିକାରୁ ଏ ପ୍ଲସ୍‌ (A+)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri