ଭିଜିଲାନ୍ସ ଜାଲରେ କୋଟିପତି ଜିଆର୍‌ଏସ୍‌

ପୁରୀ ଅଫିସ,୨୮।୮: ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି କୋଟିପତି ଗ୍ରାମ ରୋଜଗାର ସେବକ (ଜିଆରଏସ୍‌)। ପୁରୀ ଜିଲା ଗୋପ ବ୍ଲକ ଛଇତନା ପଞ୍ଚାୟତର ଜିଆରଏସ୍‌ ଗୋବିନ୍ଦ ଚନ୍ଦ୍ର ପରିଡ଼ାଙ୍କ ନଁାରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଥିଲା। ତେଣୁ ଭିଜିଲାନ୍ସ ଭୁବନେଶ୍ୱର ଡିଭିଜନ ପକ୍ଷରୁ ଗୁରୁବାର ପରିଡ଼ାଙ୍କ ବାସଭବନ ସମେତ ଏକକାଳୀନ ୬ଟି ସ୍ଥାନରେ ଚଢାଉ କରାଯାଇଛି। ଏହି ଚଢାଉ ବେଳେ ପରିଡ଼ାଙ୍କର ୧ କୋଟି ୭୦ଲକ୍ଷ ୧୫ ହଜାର ୬୫୪ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରାଯାଇଛି।
ସୂଚନା ମୁତାବକ, ପରିଡ଼ାଙ୍କ ନଁାରେ ପୂର୍ବରୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ରହିଥିଲା। ତେଣୁ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ପୁରୀ ବାଲୁଖଣ୍ଡ ମୌଜାରେ ଥିବା ତିନିମହଲା ବିଶିଷ୍ଟ ୨ଟି କୋଠା, ଛଇତନା ଅଫିସ, ଆଳଶଙ୍ଖାସ୍ଥିତ ପୈତୃକ ଘର ଓ ଅନ୍ୟ ଏକ ଆଜବେଷ୍ଟସ ଘର, ବାଲିକପିଳେଶ୍ୱରପୁର କ୍ଲିନିକ୍‌ରେ ଏହି ଚଢାଉ କରାଯାଇଥିଲା। ଏହି ସମୟରେ ଏକାଧିକ କୋଠା, ପ୍ଲଟ, ବାଇକ୍‌, ଅଳଙ୍କାର, ବୀମା, ବ୍ୟାଙ୍କ ଜମା ଓ ନଗଦ ଟଙ୍କା ଠାବ କରାଯାଇଛି। ତାଙ୍କର ତିନି ମହଲା ବିଶିଷ୍ଟ ୨ଟି କୋଠାର ମୂଲ୍ୟ ୧,୧୦, ୯୭, ୬୬୭ ଟଙ୍କା, ଗୋଟିଏ ଆଜବେଷ୍ଟସ ଘର ୬, ୫୨, ୬୬୪ ଟଙ୍କା, ଗୋଟିଏ କୋଠା ୨, ୭୦, ୮୦୦ ଟଙ୍କା, ୭ଟି ପ୍ଲଟର ମୂଲ୍ୟ ୧୬,୩୦,୦୦୦ ଟଙ୍କା, ଏକ କ୍ଲିନିକ ୧, ୧୧, ୭୪୧ ଟଙ୍କା, ବିଭିନ୍ନ ବ୍ୟାଙ୍କ ଜମା ୧୬, ୭୦, ୨୭୮ ଟଙ୍କା, ବିଭିନ୍ନ ପଲିସି ୭, ୬୨, ୫୨୫ ଟଙ୍କା, ଗୋଟିଏ ବାଇକ୍‌ ୪୨,୦୦୦ ଟଙ୍କା, ସୁନା ଓ ରୁପା ଅଳଙ୍କାର ୫୧,୬୦୦ ଟଙ୍କା, ନଗଦ ୪,୨୮, ୯୬୦ ଟଙ୍କା ଏବଂ ଘର ସାମଗ୍ରୀ ୨,୯୭, ୪୧୯ ଏହିପରି ମୋଟ ୧କୋଟି ୭୦ଲକ୍ଷ ୧୫ ହଜାର ୬୫୪ ଟଙ୍କା ଆକଳନ କରାଯାଇଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ନେଉଥିଲେ ୩୦୦୦ ଟଙ୍କା, ଯୋଗାଣ ବିଭାଗର ଚଢ଼ାଉ, ଜବତ ହେଲା ୪୧…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲାରେ ରନ୍ଧନ ଗ୍ୟାସର କୃତ୍ରିମ ଅଭାବ ସୃଷ୍ଟି କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗରେ ଯୋଗାଣ ବିଭାଗ…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri