ମୁକେଶ ଅମ୍ବାନୀଙ୍କ ଶାଳୀ ସଚିନ୍‌ଙ୍କ ଠାରୁ ଶାହାରୁଖ୍‌ଙ୍କ ପିଲାଙ୍କୁ ପଢ଼ାଇ ସାରିଛନ୍ତି ପାଠ: ଜାଣନ୍ତୁ…

ଭାରତର ସବୁଠାରୁ ଧନୀ ତଥା ବିଶ୍ୱର ଶ୍ରେଷ୍ଠ ୧୦ ଧନୀ ତାଲିକାରେ ରହିଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିର ଚେୟାରମ୍ୟାନ୍‌ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ। ମୁକେଶଙ୍କ ସ୍ତ୍ରୀ ନୀତା ଅମ୍ବାନୀ ନିଜ କାମ ଏବଂ ଜୀବନଶୈଳୀ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ତେବେ ଅମ୍ବାନୀ ପରିବାର ବିଷୟରେ ଅଳ୍ପବହୁତ ପ୍ରାୟ ସମସ୍ତେ ଜାଣନ୍ତି। ହେଲେ ତାଙ୍କ ବାପଘର ବିଷୟରେ ଖୁବ୍‌ କମ୍‌ ଲୋକ ଜାଣନ୍ତି। ନୀତାଙ୍କର ଜଣେ ସାନ ଭଉଣୀ ଅଛନ୍ତି, ଯିଏକି ଦେଖିବାକୁ ନୀତାଙ୍କ ପରି ସୁନ୍ଦର। ମଧ୍ୟବିତ ପରିବାରର ନୀତାଙ୍କ ସାନ ଭଉଣୀ ମମତା ଦଲାଲ ପେଶାରେ ଜଣେ ଶିକ୍ଷୟିତ୍ରୀ। ସେ ବଲିଉଡ୍‌ର ଅନେକ କଳାକାରଙ୍କ ପିଲାମାନଙ୍କୁ ପାଠ ପଢ଼ାଇ ସାରିଛନ୍ତି। ଜାଣିବା ମମତାଙ୍କ ବିଷୟରେ।


ମମତା ଲାଇମ୍‌ଲାଇଟ୍‌ଠାରୁ ସବୁବେଳେ ଦୂରରେ ରହିଥାନ୍ତି। ମାତ୍ର ଆକାଶ ଅମ୍ବାନୀଙ୍କ ବିବାହ ପରେ ତାଙ୍କର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ଫଟୋଗୁଡିକରେ ସେ ବହୁତ ସୁନ୍ଦର ଦେଖାଯାଉଛନ୍ତି। ନୀତାଙ୍କ ମା’ ପୂର୍ଣ୍ଣିମା ଦଲାଲ ମଧ୍ୟ ସୁନ୍ଦରରେ ୨ ଝିଅଙ୍କଠାରୁ କମ୍‌ ନୁହନ୍ତି। ୨ ଭଉଣୀ ଦେଖିବାକୁ ମା’ଙ୍କ ପାରି। ମମତା ଧୀରୁଭାଇ ଅମ୍ବାନୀ ଇଣ୍ଟରନ୍ୟାଶନାଲ ସ୍କୁଲର ପରିଚାଳନା ଦାୟିତ୍ୱରେ ରହିଛନ୍ତି। ସ୍କୁଲରେ ସେ ପିଲାମାନଙ୍କୁ ପାଠ ମଧ୍ୟ ପଢ଼ାଉଛନ୍ତି। ଏହି ସ୍କୁଲର ଚେୟାରମ୍ୟାନ୍‌ ହେଉଛନ୍ତି ତାଙ୍କ ବଡ଼ ଭଉଣୀ ନୀତା। ମମତା ଯେଉଁ ସ୍କୁଲରେ ପାଠ ପଢ଼ାଉଛନ୍ତି ସେଠାରେ ଅନେକ ସେଲିବ୍ରିଟିଙ୍କ ପିଲା ପଢ଼ିଥାନ୍ତି। ସେ ଶାହାରୁଖ୍‌ ଖାନ୍‌ ଏବଂ ସଚିନ ତେନ୍ଦୁଲକରଙ୍କ ପିଲାମାନଙ୍କୁ ମଧ୍ୟ ପାଠ ପଢ଼ାଇସାରିଛନ୍ତି। ନୀତା ଏବଂ ମମତା ଉଭୟ ଉଭଣୀ ପେସାରେ ଶିକ୍ଷୟିତ୍ରୀ। ନୀତା ମଧ୍ୟ ପିଲାମାନଙ୍କୁ ପାଠ ପଢ଼ାଇବାକୁ ବହୁତ ଭଲ ପାଆନ୍ତି। ବିବାହ ପୂର୍ବରୁ ସେ ଏକ ସ୍କୁଲରେ ଶିକ୍ଷକତା କରୁଥିଲେ। ବିବାହ ପରେ ମଧ୍ୟ କିଛି ବର୍ଷ ପର୍ଯ୍ୟନ୍ତ ସେ ପିଲାଙ୍କୁ ପାଠ ପଢ଼ାଉଥିଲେ। ଶିକ୍ଷକତା ସହ ମମତା ମଡେଲିଂ ମଧ୍ୟ କରୁଥିଲେ। ମମତା ଫ୍ୟାଶନ ଡିଜାଇନର ମନୀଷ ମଲହୋତ୍ରାଙ୍କ ପୋଷାକ ପିନ୍ଧି ମଡେଲିଂ କରୁଥିଲେ। ଦୁଇ ଭଉଣୀଙ୍କ ମଧ୍ୟରେ ଭଲ ସମ୍ପର୍କ ରହିଛି। ମାତ୍ର ଉଭୟଙ୍କ ଜୀବନଶୈଳୀ ସମ୍ପୂର୍ଣ୍ଣରୂପେ ଭିନ୍ନ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?