ଗ୍ଲାଗୋଲେଭଙ୍କୁ ପୁରୀ ଭଡ଼ାଘରେ ଛାଡ଼ିଲା ଜିଆର୍‌ପି

ପୁରୀ ଅଫିସ, ୩ା୧:ଭୁବନେଶ୍ୱର ରେଳଷ୍ଟେଶନରୁ ଉଦ୍ଧାର ହୋଇଥିବା ରୁଷୀୟ ପର୍ଯ୍ୟଟକ ଗ୍ଲାଗୋଲେଭ ଆଣ୍ଡ୍ର୍ୟୁ (୬୫)ଙ୍କୁ ସୋମବାର ଜିଆର୍‌ପି ନେଇ ପୁରୀର ଗଙ୍ଗାରାମ ନୂଆସାହି ଅଞ୍ଚଳରେ ସେ ରହୁଥିବା ତାଙ୍କ ଭଡ଼ା ଘରେ ଛାଡ଼ିଛି। ଗ୍ଲାଗୋଲେଭଙ୍କ ଉପରେ ନଜର ରଖିବା ସହ ତାଙ୍କ ସମ୍ପର୍କରେ ଜିଲା ପ୍ରଶାସନକୁ ଆବଶ୍ୟକ ତଥ୍ୟ ଦେବା ଲାଗି ସମ୍ପୃକ୍ତ ଘରମାଲିକ ଓ ସ୍ଥାନୀୟ ପୋଲିସକୁ କୁହାଯାଇଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ଏପର୍ଯ୍ୟନ୍ତ ଗ୍ଲାଗୋଲେଭଙ୍କ ସମ୍ପର୍କରେ ପୁରୀ ପୋଲିସ ନିକଟରେ କୌଣସି ତଥ୍ୟ ନ ଥିବା ଜଣାପଡ଼ିଛି। ସେହିପରି ଏ ସମ୍ପର୍କରେ ତାଙ୍କ ନିକଟରେ କୌଣସି ସୂଚନା ନ ଥିବା ଅତିରିକ୍ତ ଏସ୍‌ପି ମିହିର ପଣ୍ଡା କହିଛନ୍ତି।
ସୂଚନାଯୋଗ୍ୟ, ଗତ ୨୯ ତାରିଖରେ ଭୁବନେଶ୍ୱର ରେଳଷ୍ଟେଶନରେ ଗ୍ଲାଗୋଲେଭ ଏକ ପ୍ଲାକାର୍ଡ ଧରି ଛିଡ଼ା ହୋଇଥିବା ନଜରକୁ ଆସିଥିଲେ। ଯେଉଁଥିରେ ସେ ‘ମୁଁ ଜଣେ ରୁଷୀୟ ଶରଣାର୍ଥୀ। ଯୁଦ୍ଧକୁ ବିରୋଧ କରେ। ଏଥିସହ ମୁଁ ରାଷ୍ଟ୍ରପତି ପୁଟିନଙ୍କ ବିରୋଧୀ। ମୋର ଘରଦ୍ୱାର ନାହିଁ। ଦୟାକରି ମୋତେ ସାହାଯ୍ୟ କର’ ବୋଲି ପ୍ଲାକାର୍ଡରେ ଲେଖି ବୁଲୁଥିଲେ। କିନ୍ତୁ ତା’ପରଦିନ ଷ୍ଟେଶନରୁ କୁଆଡ଼େ ଚାଲିଯାଇଥିଲେ। ଏହାର ଦିନକ ପରେ ୩୧ ତାରିଖରେ ତାଙ୍କୁ ଭୁବନେଶ୍ୱର ରେଳଷ୍ଟେଶନରୁ ବୁଲୁଥିବା ଅବସ୍ଥାରେ ଜିଆର୍‌ପି ଉଦ୍ଧାର କରିଥିଲା। ଉଲ୍ଲେଖ ଥାଉ କି, ଗ୍ଲାଗୋଲେଭ ମସ୍କୋର ବାସିନ୍ଦା। ସେ ୨୦୧୬ ମାର୍ଚ୍ଚ ୨୭ରେ ୬ମାସ ପାଇଁ ଟୁରିଷ୍ଟ ଭିସା ନେଇ ଭାରତ ଆସିଥିଲେ। ସେ ପ୍ରଥମେ ଉତ୍ତରପ୍ରଦେଶର ବୃନ୍ଦାବନରେ ରହୁଥିଲେ। ୫ବର୍ଷ ତଳେ ପ୍ରଥମ ଥର ପାଇଁ ସେ ପୁରୀ ଆସିଥିଲେ। ଏଠାରେ ୩ମାସ ରହିବା ପରେ ସେ ବୃନ୍ଦାବନ ଫେରିଯାଇଥିଲେ। ଗତ ୩ମାସ ତଳେ ପୁଣି ପୁରୀ ଆସି ଏକ ଆଶ୍ରୟ ଗୃହରେ ରହୁଥିଲେ। ପରେ ଗତ କିଛି ଦିନ ହେବ ପୁରୀ ଗଙ୍ଗାରାମ ନୂଆସାହିର ଦେବାଶିଷ ଖୁଣ୍ଟିଆଙ୍କ ଘରେ ଭଡ଼ା ରହୁଥିବା ଜଣାପଡ଼ିଛି। ଗ୍ଲାଗୋଲେଭ ନୂଆଦିଲ୍ଲୀସ୍ଥିତ ୟୁନାଇଟେଡ ନେଶନ ଫର୍‌ ହାଇ କମିଶନର ଫର ରିଫ୍ୟୁଜି (ୟୁଏନ୍‌ଏଚ୍‌ଆର୍‌ସିଆର)କୁ ଶରଣାର୍ଥୀ ମାନ୍ୟତା ପାଇଁ ଆବେଦନ କରିଥିଲେ, ଯାହାକି ବିଚାରାଧୀନ ରହିଛି। କିଛିଦିନ ତଳେ ରାୟଗଡ଼ା ବୁଲିବାକୁ ଆସିଥିବା ୨ରୁଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣାକୁ ନେଇ ଚର୍ଚ୍ଚା ଥମି ନ ଥିବାବେଳେ ଗ୍ଲାଗୋଲେଭଙ୍କ ପ୍ରସଙ୍ଗ ପୁଣି ଚର୍ଚ୍ଚାକୁ ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନ କ୍ରିକେଟରଙ୍କ ଉପରେ ନିଜ ସନ୍ତାନଙ୍କୁ ହତ୍ୟା ଭଳି ଅଭିଯୋଗ ଆଣିଲେ ପୂର୍ବତନ ପତ୍ନୀ, ଦ୍ୱିତୀୟ ବିବାହ…

ଇସଲାମାବାଦ,୧୭।୨: ପାକିସ୍ତାନ କ୍ରିକେଟ ଦଳର ଅଲରାଉଣ୍ଡର ଇମାଦ ୱାସିମ ପୁଣିଥରେ ଖବରର ଶିରୋନାମାରେ ଅଛନ୍ତି, କିନ୍ତୁ ଏଥର କାରଣ ପଡ଼ିଆରେ ତାଙ୍କର ପ୍ରଦର୍ଶନ ନୁହେଁ, ବରଂ ତାଙ୍କ…

ଦଶମ ଶ୍ରେଣୀ ଦିବ୍ୟାଙ୍ଗ ଛାତ୍ରଙ୍କ ବୋର୍ଡ ପରୀକ୍ଷାକୁ ନେଇ ଅନିଶ୍ଚିତତା, କର୍ତ୍ତୃପକ୍ଷଙ୍କୁ ଦୃଷ୍ଟି ଦେବାକୁ ଦାବୀ           

ଦିଗପହଣ୍ଡି,୧୭।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ସରକାରୀ ହାଇସ୍କୁଲର ୧୦ମ ଶ୍ରେଣୀ ଛାତ୍ର ଗୌତମ ମହାନ୍ତିଙ୍କ ମାଟ୍ରିକ ପରୀକ୍ଷାକୁ ନେଇ ଅନିଶ୍ଚିତତା…

ଇତିହାସ ରଚିଲେ କାନାଡା ଯୁବରାଜ, T20 World Cupରେ କଲେ ଏମିତି ରନ ବର୍ଷା ବନିଗଲେ…

ନୂଆଦିଲ୍ଲୀ,୧୭।୨: କାନାଡାର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଯୁବରାଜ ସାମରା ୨୦୨୬ ଟି-୨୦ ବିଶ୍ୱକପରେ ଏକ ଐତିହାସିକ ଶତକ ହାସଲ କରିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷରେ ଏକ ନିଶ୍ଚିତ ବିଜୟୀ ମ୍ୟାଚରେ…

ରକ୍ତରେ ଭିଜିଲା ସପ୍ତାମାତୃକା ଶୈବପୀଠ, ଶହ ଶହ ପଶୁପକ୍ଷୀଙ୍କୁ ଦିଆଗଲା ବଳି

ତୁଣ୍ଡଲା,୧୭।୨(ଫିରୋଜ କୁମାର ଦାଶ): କଳାହାଣ୍ଡି ଜିଲାର କେସିଙ୍ଗା ବ୍ଲକ ବେଲଖଣ୍ଡି ସ୍ଥିତ ତେଲ ଓ ଉତେଇ ନଦୀର ସଙ୍ଗମରେ ଥିବା ସର୍ବପୁରାତନ ତଥା ଐତିହାସିକ ସପ୍ତମାତୃକା ଶୈବପୀଠ…

AI Impact Summit 2026: ଭାରତ ମଣ୍ଡପମରେ ଝଲସିଲା ‘AI ମହାକୁମ୍ଭ’, ଦିଶିଲା ଭବିଷ୍ୟତର ଝଲକ

ନୂଆଦିଲ୍ଲୀ,୧୭।୨: ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଅନୁଷ୍ଠିତ AI ପ୍ରImpact Summit 2026କୁ ପ୍ରଯୁକ୍ତି ଜଗତର AI ମହାକୁମ୍ଭ ବୋଲି କୁହାଯାଉଛି। ଏହି ସମ୍ମିଳନୀରେ, ପ୍ରମୁଖ ଭାରତୀୟ ଏବଂ…

ପ୍ରେମାନନ୍ଦ ଜୀ ମହାରାଜଙ୍କ ଶରଣ ନେଲେ ବିରୁଷ୍କା

ନୂଆଦିଲ୍ଲୀ,୧୭।୨: ଭାରତୀୟ ଷ୍ଟାର କ୍ରିକେଟର ବିରାଟ କୋହଲି ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହିତ ପ୍ରେନାନନ୍ଦଜୀ ମହାରାଜଙ୍କ ଦର୍ଶନ ପାଇଁ ଆସିଛନ୍ତି। ଏହା ପ୍ରଥମ ଥର ନୁହେଁ…

ବଜେଟ୍ ଅଧିବେଶନ: ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କଲେ ରାଜ୍ୟପାଳ, ରାଜ୍ୟରେ ବଢ଼ିଛି ଚାଷୀଙ୍କ ମୁଣ୍ଡ ପିଛା ଆୟ

ଭୁବନେଶ୍ବର,୧୭।୨:  ଆରମ୍ଭ ହେଲା ବିଧାନସଭା ବଜେଟ୍ ଅଧିବେଶନ । ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ଜୟ ଜଗନ୍ନାଥ କହି ଅଭିଭାଷଣ ଆରମ୍ଭ କରିଥିଲେ । ୨୦୩୬ରେ ଓଡ଼ିଶା…

ଆମେ ବଞ୍ଚିଥିଲୁ ହେଲେ….ପୁଅର ମୃତ୍ୟୁକୁ ସହିନପାରି ଝୁଲି ପଡ଼ିଲେ ବାପା ମାଆ

ରାୟପୁର,୧୭।୨: ଛତିଶଗଡ଼ର ଜାଞ୍ଜଗିର-ଚମ୍ପା ଜିଲାର ଧାରଦେଇ ଗାଁରୁ ସାମ୍ନାକୁ ଆସିଛି ଦୁଃଖଦ ଘଟଣା । ଘର ଅଗଣାରେ ଏକ ନିମ ଗଛରେ ଝୁଲୁଥିବା ଅବସ୍ଥାରେ ଏକ ଦମ୍ପତିଙ୍କ ମୃତଦେହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri