ଭୁବନେଶ୍ୱର,୪।୧୧: ଜମ୍ମୁ-କଶ୍ମୀରର ଲ୍ୟୁଟ୍ନାଣ୍ଟ ଗଭର୍ନର ମନୋଜ ସିହ୍ନା ଶୁକ୍ରବାର ଉଭୟ ଓଡ଼ିଶା ଓ ଜମ୍ମୁ କଶ୍ମୀରର ବରିଷ୍ଠ ଅଧିକାରୀଙ୍କ ସହ ଓ-ହବ୍ଠାରେ ଷ୍ଟାର୍ଟଅପ୍ ଓଡ଼ିଶା ପରିଦର୍ଶନ କରିଛନ୍ତି। ଏପରିକି ଷ୍ଟାର୍ଟଅପ୍ ଓଡ଼ିଶାର ନିମନ୍ତ୍ରଣ କ୍ରମେ ଅହମ୍ମଦାବାଦ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପଙ୍କଜ ଚନ୍ଦ୍ର ମଧ୍ୟ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଷ୍ଟାର୍ଟଅପ୍ ଓଡ଼ିଶାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଡ. ଓମ୍କାର ରାୟ ଉପସ୍ଥାପନା ମାଧ୍ୟମରେ ନିଆଯାଉଥିବା ଅନନ୍ୟ ପଦକ୍ଷେପ, କାର୍ଯ୍ୟକ୍ରମ, ସର୍ବୋତ୍ତମ ଅଭ୍ୟାସ ଏବଂ ଷ୍ଟାର୍ଟଅପ୍ ଓଡ଼ିଶାକୁ ଜାତୀୟ ମଞ୍ଚରେ ସ୍ଥାନିତ କରିଥିବା ଉଲ୍ଲେଖନୀୟ ସଫଳତା ଆଦିକୁ ବିସ୍ତୃତ ଭାବେ ପ୍ରଦର୍ଶନ ସହ ସିହ୍ନାଙ୍କୁ ଜଣାଇଥିଲେ। ସେହିଭଳି ରାୟ ମହିଳାମାନଙ୍କ ପ୍ରତି ଷ୍ଟାର୍ଟଅପ୍ ଓଡ଼ିଶାର ପ୍ରତିବଦ୍ଧତା ସମ୍ପର୍କରେ ଅବଗତ କରାଇବା ସହ ୪୧% ସ୍ବୀକୃତିପ୍ରାପ୍ତ ଷ୍ଟାର୍ଟଅପ୍ ସହିତ ମହିଳା ପ୍ରତିଷ୍ଠାତା ଥିବା ଏବଂ ଏହି ସଂଖ୍ୟାକୁ ଆହୁରି ବଢାଇବା ଦିଗରେ ଆବଶ୍ୟକ ପଦକ୍ଷେପ ଓ ଦଳର ପ୍ରୟାସ ଉପରେ ରାୟ ବିସ୍ତୃତ ଆଲୋକପାତ କରିଥିଲେ। ଅପରପକ୍ଷରେ ସିହ୍ନା ଜମ୍ମୁ-କଶ୍ମୀରର ନବସୃଜନ ଦୃଶ୍ୟ ଉପରେ ନିଜର ଅଭିଜ୍ଞତା ବାଣ୍ଟିଥିଲେ ଏବଂ କୃଷି ତଥା ଉଦ୍ୟାନ କୃଷି କ୍ଷେତ୍ରରେ ଷ୍ଟାର୍ଟଅପ୍ ସଂଖ୍ୟା କିପରି ବୃଦ୍ଧି ହୋଇପାରିବ ସେ ସମ୍ପର୍କରେ ସିହ୍ନା ବିସ୍ତୃତ ବର୍ଣ୍ଣନା କରିଥିଲେ।
ଏପରିକି ସେ ଏକ ସକ୍ଷମ ପରିବେଶକୁ ମଜଭୁତ କରିବା ପାଇଁ ସକ୍ରିୟ ଭାବେ କାର୍ଯ୍ୟ କରି ଜମ୍ମୁ-କଶ୍ମୀରରେ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ପ୍ରତିପାଦନ କରିବାକୁ ସରକାରଙ୍କ ପ୍ରତିବଦ୍ଧତା ଉପରେ ବିସ୍ତୃତ ଆଲୋକପାତ କରିଥିଲେ, ଯାହାକି ଷ୍ଟାର୍ଟଅପ୍ମାନଙ୍କୁ ଉକ୍ତ ଅଞ୍ଚଳରେ ବୃଦ୍ଧି କରିବା ଦିଗରେ ସାହାଯ୍ୟ କରିବ। ଏଥିସହ ରାୟ ମନୋଜ ସିହ୍ନାଙ୍କ ସହ ଯାଇ ତାଙ୍କୁ ଓ-ହବ୍ ଏବଂ କ୍ୟାମ୍ପସରେ ଚାଲିଥିବା କାର୍ଯ୍ୟ ବୁଲାଇ ଦେଖାଇଥିଲେ।
ଏହି ଅବସରରେ ରାୟ କହିଛନ୍ତି, ସିହ୍ନା ଆମ କ୍ୟାମ୍ପସ ପରିଦର୍ଶନ କରିବା ପ୍ରକୃତରେ ଆମ ପାଇଁ ଏହା ଗୌରବର ବିଷୟ ଏବଂ ତାଙ୍କ ଗସ୍ତ ଫଳରେ ଆମେ ବହୁ ଅନୁପ୍ରାଣିତ ହୋଇଛି। ବିଶେଷକରି ଷ୍ଟାର୍ଟଅପ୍ ଓଡ଼ିଶାରେ ଆମର ସାମୂହିକ ପ୍ରତିବଦ୍ଧତା ଏକ ଦୃଢ ମୂଳଦୁଆ ସୃଷ୍ଟି କରିବା ଦିଗରେ କାର୍ଯ୍ୟ କରିବ। ଯାହା ଆମର ଷ୍ଟାର୍ଟଅପ୍ ସମ୍ପ୍ରଦାୟ ତଥା ବ୍ୟାପକ ସମାଜ ପାଇଁ ସହଯୋଗ, ନବସୃଜନ ଏବଂ ପ୍ରଗତିକୁ ପ୍ରୋତ୍ସାହିତ କରିବ।
୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…
ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…
ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…
ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…
ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…
ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…
ଫସିଗଲେ ଡେଭିଡ୍ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ
ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…
ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ
ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…
ରାଜ୍ୟସଭା କ୍ରସ୍ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ
ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…
ଆମେରିକା ରେଡ୍ ଲାଇନ୍ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ
ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍ଲାଇନ୍ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…
ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ
କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…
Archives

