Odisha Elections 2024

ତାତି ସାଙ୍ଗକୁ ବଢୁଛି ପାଣି ସମସ୍ୟା: ଡହଳବିକଳ ୩୦ ପରିବାର

ବାଲିଆପାଳ, ୩।୫(ଗୋପାଳ ଚନ୍ଦ୍ର ସାହୁ): ଦିନକୁ ଦିନ ତାତି ବଢ଼ିବାରେ ଲାଗିଛି। ତାତି ସାଙ୍ଗକୁ ବଢିଚାଲିଛି ପିଇବା ପାଣି ସମସ୍ୟା। ଜଳକଷ୍ଟ ଏପରି ହେଲାଣି, ଟୋପାଏ ପାଣି ପାଇଁ ଲୋକେ ଡହଳବିକଳ ହେଉଛନ୍ତି। ନଳକୂପ ଅଚଳ ହୋଇପଡ଼ିଥିବା ବେଳେ ଗାଁ ପୋଖରୀରୁ ପାଣି ପିଇ ଗ୍ରାମବାସୀ ବିଭିନ୍ନ ପ୍ରକାର ରୋଗର ଶିକାର ହେଉଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ସାଉଡି ପଞ୍ଚାୟତ ଛୟାଳିଆ ଗ୍ରାମରେ।
ଗ୍ରାମର ୩୦ରୁ ୪୦ପରିବାରର ୧ଶହରୁ ଦେଢଶହ ଲୋକ ବସବାସ କରନ୍ତି। ଏହି ଲୋକଙ୍କ ପାଇଁ ଦୁଇଟି ନଳକୂପ ରହିଥିଲେ ମଧ୍ୟ ଦୁଇଟି ଯାକ ଏବେ ଅଚଳ ହୋଇପଡିଛି। ଗୋଟିଏ ନଳକୂପ ଭାଙ୍ଗିଯିବା ଫଳରେ ଲୋକେ ପାଣି ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇ ପୋଖରୀ ପାଣି ପିଉଛନ୍ତି। ଏଥିସହିତ ଗାଁକୁ ଭଲ ରାସ୍ତା ମଧ୍ୟ ନାହିଁ। ଏ ବାବଦରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି ଶୁଣୁ ନ ଥିବା ଗ୍ରାମବାସୀ କହିଛନ୍ତି। ଫଳରେ ଯଦି ଏହି ଗ୍ରାମକୁ ପିଇବା ପାଣି ବ୍ୟବସ୍ଥା ସହ ଭଲ ରାସ୍ତା ଆଗାମୀ ଦିନରେ କରା ନ ଯାଏ ତା’ହେଲେ ଆସନ୍ତା ସାଧାରଣ ନିର୍ବାଚନରେ କୌଣସି ନେତା, ମନ୍ତ୍ରୀଙ୍କୁ ଗାଁରେ ପୂରାଇ ନ ଦେବା ସହ ଗ୍ରାମବାସୀ ମିଳିତ ହୋଇ ଭୋଟ୍‌ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଗ୍ରାମର ପାଣି ସମସ୍ୟା ନେଇ ବାରମ୍ବାର ସରପଞ୍ଚଙ୍କଠାରେ ଅଭିଯୋଗ କରିବା ପରେ ସେ ଗତ ୨ଦିନ ହେବ ଟ୍ୟାଙ୍କରରେ ପାଣି ଯୋଗାଉଛନ୍ତି। ହେଲେ ସ୍ଥାୟୀ ପ୍ରତିକାର ପାଇଁ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୋକାନ ଭିତରେ ପଶିଗଲା ବରଯାତ୍ରୀଙ୍କୁ ଧରି ଫେରୁଥିବା ଗାଡ଼ି

ଭବାନୀପାଟଣା,୧୮।୫(ଉତ୍ତମ କୁମାର ଦାଶ): ସଟର ଭାଙ୍ଗି ଦୋକାନ ଭିତରକୁ ପଶିଗଲା ସ୍କର୍ପିଓ। ଶୁକ୍ରବାର ବିଳମ୍ବିତ ରାତିରେ କଳାହାଣ୍ଡି ଜିଲା ଧର୍ମଗଡଠାରେ ଦ୍ରୁତ ଗତିରେ ବରଯାତ୍ରୀଙ୍କୁ ଧରି...

ହୋଟେଲ ରୁମ୍‌ରେ ପୋଲିସ କନ୍‌ଷ୍ଟେବଲଙ୍କୁ ହତ୍ୟା

ବଲାଙ୍ଗୀର,୧୮।୫(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ସହର ରେଲୱେ ଷ୍ଟେଶନ୍‌ ନିକଟ ଏକ ହୋଟେଲ ରୁମ୍‌ରୁ ଜଣେ ବ୍ୟକ୍ତିଙ୍କ ହାତମୁହଁ ବନ୍ଧା ମୃତଦେହ ପୋଲିସ ଉଦ୍ଧାର କରରଯାଇଛି।...

‘୬ଷ୍ଠ ଥର ନବୀନ ମୁଖ୍ୟମନ୍ତ୍ରୀ ହେଲେ ଜମିଜମା ସମସ୍ୟାର ସମାଧାନ କରାଯିବ’

ଜଟଣୀ,୧୮ା୫(ରବୀନ୍ଦ୍ରନାଥ ମହାକୁଡ଼): ଓଡ଼ିଶାରେ ୬ଷ୍ଠ ଥର ପାଇଁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେଲେ ଜଟଣୀରେ ରହିଥିବା ଜମିଜମା ସମସ୍ୟାର ସମାଧାନ କରାଯିବ। ସମସ୍ତ ଏସ୍‌ଏଚ୍‌ଜି ମହିଳାଙ୍କୁ...

ପରିବହନକାରୀ ସଂସ୍ଥା କର୍ମଚାରୀଙ୍କଠାରୁ ୨୦ ଲକ୍ଷ ଜବତ

ବଡ଼ବିଲ,୧୮ା୫(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ପୋଲିସ ଶୁକ୍ରବାର କିରିବୁ ଓ ସାଧୁସିଂ ହଟିଂ ଛକରେ ଯାନବାହନ ତନଖି ବେଳେ ୨୦ ଲକ୍ଷ ଟଙ୍କା ଜବତ...

ବିରୋଧୀ ମିଛ କହି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,(ଅସମାପିକା ସାହୁ)/ସମ୍ବଲପୁର, (ପ୍ରମୋଦ ବହିଦାର)/ଅନୁଗୋଳ, (ଅମିତ କୁମାର ସାମଲ) / ଢେଙ୍କାନାଳ (ରତନ ନାୟାର)୧୮।୫: ରାଜ୍ୟର ୨ ଲୋକ ସଭା କ୍ଷେତ୍ରର ୪ ନିର୍ବାଚନମଣ୍ଡଳୀରେ ପ୍ରଚାର...

୨୫ ବର୍ଷ ଶାସନରେ ଓଡ଼ିଶା ୫୦ ବର୍ଷ ଖସିଛି: ଶାହା

ରାଉରକେଲା,୧୮ା୫(ବିପ୍ଲବ ରଞ୍ଜନ ଦାଶ): ଏଥର ସାରା ଓଡ଼ିଶାରେ ମଧ୍ୟ ପଦ୍ମ ଫୁଟିବ। ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଆସିଲେ ଦେଶରେ ୩୦କୋଟି ଦିଦି ଲକ୍ଷପତି,୩କୋଟି ଗରିବଙ୍କୁ...

ବରଗଡ଼ରେ ଧର୍ମେନ୍ଦ୍ରଙ୍କ ରୋଡ୍‌ ଶୋ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନ ପାଇଁ ମତଦାନ ଦିବସ ଯେତିକି ପାଖେଇ ଆସୁଛି, ଅନୁରୂପ ଭାବେ ପ୍ରାର୍ଥୀଙ୍କ ପ୍ରଚାର ମଧ୍ୟ ଜୋର୍‌ ଧରିବାରେ ଲାଗିଛି। ବରଗଡ଼...

ରୋଡ୍‌ ଶୋ’ ଅଧାରୁ ଚାଲିଗଲେ ହେମାମାଳିନୀ

କଟକ ସଦର, ୧୭ା୫(ସୁଶାନ୍ତ କୁମାର ଜେନା)- କଟକ ସଦର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କିଶୋରନଗରଠାରେ ଭାଜପା ପକ୍ଷରୁ ରୋଡ୍‌ ଶୋ’ ସହିତ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଥିଲା।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri