ବଢ଼ୁଛି ଝାଡ଼ାବାନ୍ତି: ଆଶା, ଅଙ୍ଗନୱାଡିଙ୍କ ଭରସାରେ ରୋଗୀ

ତେନ୍ତୁଳିଖୁଣ୍ଟି, ୧୫।୮(ଡି.ଏନ୍‌.ଏ.):ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ ପୂଜାରିଗୁଡ଼ା ପଞ୍ଚାୟତ ଖୁଣ୍ଟିପଦର ଗ୍ରାମରେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଛି । ଏଠାକୁ କିନ୍ତୁ ସ୍ବାସ୍ଥ୍ୟ ବିଭାଗ ଟିମ୍‌ ପହଞ୍ଚତ୍ ପାରୁନାହିଁ। ଗାଁର ଆଶା ଓ ଅଙ୍ଗନଓ୍ବାଡ଼ି କର୍ମୀ ଘରକୁ ଘର ବୁଲି ଆକ୍ରାନ୍ତଙ୍କ ସମ୍ପର୍କରେ ଖବର ସଂଗ୍ରହ କରି ତାଙ୍କୁ ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଉଛନ୍ତି। ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରଠାରୁ ମାତ୍ର ୩ରୁ ୪କିମି ମଧ୍ୟରେ ଥିବା ଏହି ଗାଁ ଉପରେ ସ୍ବାସ୍ଥ୍ୟ ବିଭାଗ ନଜର ନ ପଡ଼ିବାକୁ ନେଇ ବୁଦ୍ଧିଜୀବୀମାନେ କ୍ଷୋଭ ପ୍ରକାଶ କରିଛନ୍ତି।
ଗାଁରେ ପ୍ରାୟ ୧୫ଜଣ ଝାଡ଼ାବାନ୍ତି ଆକ୍ରାନ୍ତ ଅଛନ୍ତି। କେତେଜଣ ଆକ୍ରାନ୍ତ ବହିର୍ବିଭାଗରେ ନାମ ପଞ୍ଜୀକରଣ କରି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କିଛି ସମୟ ଚିକିତ୍ସିତ ହେବାପରେ ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କୁ ଜିଲା ମୁଖ୍ୟ ଚିକତ୍ସାଳୟକୁ ପଠାଯାଉଛି। ଗାଁରେ ଏତେ ସଂଖ୍ୟକ ଆକ୍ରାନ୍ତ ଥିଲେ ମଧ୍ୟ ସ୍ବାସ୍ଥ୍ୟ ବିଭାଗୀୟ ଟିମ୍‌ ଘରକୁ ଘର ବୁଲି ଚିକିତ୍ସା କରୁନାହାନ୍ତି। ଦିନେ ଅଧେ ରହି ପଳାଇ ଆସୁଛନ୍ତି। ସେମାନେ ଗ୍ରାମର ଆଶା ଓ ଅଙ୍ଗନଓ୍ବାଡ଼ି କର୍ମୀଙ୍କ ଉପରେ ସବୁ କିଛି ଛାଡି ଦେଇଛନ୍ତି। ଏଥିସହ ଗ୍ରାମର ଡ୍ରେନ୍‌ଗୁଡ଼ିକ ମାସ ମାସ ଧରି ସଫା ହେଉନି। ଅସ୍ବାସ୍ଥ୍ୟକର ପରିବେଶରେ ଗ୍ରାମବାସୀ ରହୁଛନ୍ତି। ଆଶା ଓ ଅଙ୍ଗନଓ୍ବାଡି କର୍ମୀ ଲୋକଙ୍କୁ ସଚେତନ କଲେ ମଧ୍ୟ ସେମାନେ ଶୁଖିଲା କରଡ଼ି, ଛତୁ, ଆମ୍ବ ଟାକୁଆ ଆଦି ଖାଇବା ବନ୍ଦ କରୁନାହାନ୍ତି। ଏପରି ସ୍ଥଳେ ସ୍ବାସ୍ଥ୍ୟ ବିଭାଗ ଟିମ୍‌ ଗ୍ରାମକୁ ଗସ୍ତ କରି ସମସ୍ତଙ୍କୁ ଚିକିତ୍ସା ନ କଲେ ଝାଡ଼ାବାନ୍ତି ବଢ଼ିବାର ଆଶଙ୍କା ରହିଛି। ଗାଁର ମକୁନ୍ଦ ସାନ୍ତା ଗତ ସପ୍ତାହରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ତେନ୍ତୁଳିଖୁଣ୍ଟି ଡାକ୍ତରଖାନାକୁ ଯାଇଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ସେହିଭଳି ଗାଁର ଯଦୁ ସାନ୍ତା, ଲୋଚିଆ ସାନ୍ତା, ସଦା ସାନ୍ତା ତେନ୍ତୁଳିଖୁଣ୍ଟିରେ ଚିକିତ୍ସତ ହେଉଛନ୍ତି। ରବିବାର ଗୁଣ୍ଡୁରୁ ସାନ୍ତା ଝାଡ଼ାବାନ୍ତିରେ ଆକ୍ରାନ୍ତ ହେବାରୁ ତାଙ୍କୁ ପ୍ରଥମେ ତେନ୍ତୁଳିଖୁଣ୍ଟି ଓ ପରେ ନବରଙ୍ଗପୁରକୁ ସ୍ଥାନାନ୍ତର କରାଯାଇଛି। ଟଙ୍କଧର ସାନ୍ତା ତେନ୍ତୁଳିଖୁଣ୍ଟି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏ ନେଇ ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡା ସମଲାଇ ପ୍ରସାଦ ପଣ୍ଡାଙ୍କୁ ପଚାରିବାରୁ ଖୁଣ୍ଟିପଦର ଗ୍ରାମର ୨ଜଣ ଯୁବକଙ୍କୁ ନବରଙ୍ଗପୁର ଡାକ୍ତରଖାନାକୁ ପଠାଯାଇଛି। ଶନିବାର ଜଣେ ଓ ରବିବାର ମଧ୍ୟ ଜଣେ ଆକ୍ରାନ୍ତ ତେନ୍ତୁଳିଖୁଣ୍ଟି ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ପୂର୍ବରୁ ଗାଁକୁ ଯାଇଥିବା ମେଡିକାଲ ଟିମ୍‌କୁ ରିପୋର୍ଟ ମାଗିବି ବୋଲି ସେ କହିଛନ୍ତି। ରବିବାର ମେଡିକାଲ ଟିମ୍‌ ଗାଁକୁ ଯାଇଥିଲା। ସୋମବାର ଗାଁ ସଫେଇ କରାଯିବ ବୋଲି ଟିମ୍‌ କହିଛି। ସିଡିଏମ୍‌ଓ, ଜିଲାପାଳ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri