ଅଧାପନ୍ତରିଆ ଭାବେ ପଡ଼ିରହିଛି

ନୂଆଗାଁ,୭।୭(ଧନେଶ୍ୱର ସାହୁ): ନୟାଗଡ଼ ଜିଲା ନୂଆଗାଁ ବ୍ଲକର କୌଣସି ସରକାରୀ କାର୍ଯ୍ୟାଳୟକୁ ଆସୁଥିବା ସାଧାରଣ ଲୋକଙ୍କ ପାଇଁ ଶୌଚାଳୟଟିଏ ନାହିଁ । ନୂଆଗାଁ ତହସିଲ କାର୍ଯ୍ୟାଳୟ ପରିସରରେ ସାଧାରଣ ଲୋକମାନଙ୍କ ପାଇଁ ଶୌଚାଳୟଟିଏ ନିର୍ମାଣ କରାଯାଉଥିବା ବେଳେ ତାହା ମଧ୍ୟ ଦୀର୍ଘ ମାସ ହେଲା ଅଧାପନ୍ତରିଆ ଭାବେ ପଡି ରହିଛି । ନୂଆଗାଁ ବ୍ଲକ କାର୍ଯ୍ୟାଳୟ, ତହସିଲ କାର୍ଯ୍ୟାଳୟ, ସବ୍‌ରେଜିଷ୍ଟ୍ରାର କାର୍ଯ୍ୟାଳୟରେ ଶୌଚାଳୟ କିମ୍ବା ପରିସ୍ରାଗାରଟିଏ ନାହିଁ । ଫଳରେ କୌଣସି କାମରେ କାର୍ଯ୍ୟାଳୟକୁ ଆସୁଥିବା ଲୋକମାନେ ଅନେକ ଅସୁବିଧା ଭୋଗୁଛନ୍ତି। ନୂଆଗାଁ ତହସିଲ କାର୍ଯ୍ୟାଳୟକୁ ଆସୁଥିବା ଜନସାଧାରଣଙ୍କ ବ୍ୟବହାର ନିମନ୍ତେ ତହସିଲ କାର୍ଯ୍ୟାଳୟ ପରିସରରେ ଗୋଷ୍ଠୀ ଶୌଚାଳୟଟିଏ ନିର୍ମାଣ କରିବା ପାଇଁ ନୂଆଗାଁ ବ୍ଲକ ସ୍ବଚ୍ଛ ଭାରତ ମିଶନ (ଗ୍ରାମୀଣ) ତରଫରୁ ୩ ଲକ୍ଷ ଟଙ୍କା ଅନୁଦାନ ଦିଆଯାଇଥିଲା। ଉକ୍ତ ଅନୁଦାନରେ ଶୌଚାଳୟଟି ବ୍ୟବହାର ଉପଯୋଗୀ କରିବା ନିୟମ ରହିଥିବା ବେଳେ ଅନୁଦାନରୁ ୨ଲକ୍ଷ ୧୦ ହଜାର ଖର୍ଚ୍ଚ ହୋଇଥିବା ଦର୍ଶାଇ ବିଲ୍‌ କରିଥିଲେ ମଧ୍ୟ ଶୌଚାଳୟଟି ଅଧାପନ୍ତରିଆ ହୋଇ ପଡିରହିଛି । ଠିକାଦାର, ଯନ୍ତ୍ରୀ ଅଧିକ ଲାଭ ପାଇବା ଆଶାରେ ଶୌଚାଳୟଟିକୁ ଅସମ୍ପୂର୍ଣ୍ଣ କରି ରଖିଛନ୍ତି। ଶୌଚାଳୟ ନିର୍ମାଣକୁ ସମ୍ପୂର୍ଣ୍ଣ କରିବା ପାଇଁ ପୁନର୍ବାର ଅନୁଦାନ ଆବଶ୍ୟକ କରୁଛନ୍ତି। ତେବେ ଏଠାରେ ପ୍ରଶ୍ନ ଉଠୁଛି ଆବାସ ଯୋଜନାରେ ୩୦୦ ବର୍ଗଫୁଟର ଘରକୁ ସମ୍ପୂର୍ଣ୍ଣ କରି ତାହାକୁ ରହିବା ଉପଯୋଗୀ କରିବା ପାଇଁ ସରକାର ୧ ଲକ୍ଷ ୩୦ ହଜାର ଟଙ୍କା ଦେଉଥିବା ବେଳେ ୩ ଲକ୍ଷ ଟଙ୍କା ବ୍ୟୟରେ ଶୌଚାଳୟ ନିର୍ମାଣ କରାଯାଇ ପାରୁନାହିଁ । ଶୌଚାଳୟ ପୂର୍ଣ୍ଣାଙ୍ଗ କରିବା ବାବଦରେ ନୂଆଗାଁ ତହସିଲଦାର ହେମନ୍ତ କୁମାର ନାୟକଙ୍କୁ ପଚାରିବାରେ ମୁଁ ଏ ବାବଦରେ ଆରଡି ବିଭାଗ ଯନ୍ତ୍ରୀଙ୍କ ସହ କଥା ହେଉଥିଲି, ମଞ୍ଜୁର ହୋଇଥିବା ଟଙ୍କାରେ ଶୌଚାଳୟ ଶେଷ ହୋଇପାରିବ ନାହିଁ ବୋଲି କହିଥିଲେ। ଏ ସଂକ୍ରାନ୍ତରେ ମୁଁ ନୂଆଗାଁ ବିଡିଓଙ୍କ ସହ ଆଲୋଚନା କରିବି ବୋଲି ସେ କହିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri