ବିଚାରଧାରାର ଦଳ

ଏକ ନିର୍ଦ୍ଦିଷ୍ଟ ବିଚାରଧାରାକୁ ନେଇ ଗଠିତ ଦଳଗୁଡ଼ିକର ଦୁର୍ବଳ ନେତାମାନେ ସେମାନଙ୍କ ଅପେକ୍ଷା ଅଧିକ କଠୋର ହେବାକୁ ଚାହୁଁଥିବା ବ୍ୟକ୍ତିଙ୍କ ଯୋଗୁ ସର୍ବଦା ଅସୁରକ୍ଷିତ ରହିଥାନ୍ତି। ଉତ୍ତରପ୍ରଦେଶ ଘଟଣାକୁ ବୁଝିବାବେଳେ ଏହି ବିଷୟ ଉପରେ ଧ୍ୟାନଦେବା ଆବଶ୍ୟକ। ଭବିଷ୍ୟତରେ ଏକ ଅଳ୍ପମତ ସରକାରରେ ଯାହା ଘଟିବ ବୋଲି ଆମେ ମନେକରୁଛୁ ଏହା ତାହାର ଏକ ଦୃଷ୍ଟାନ୍ତ। ୟୁପିର ଦୋକାନୀମାନଙ୍କୁ ସେମାନଙ୍କ ନାମ ଲେଖିବାକୁ ବାଧ୍ୟ କରାଯିବା ଭଳି ସିଦ୍ଧାନ୍ତକୁ ଦିଲ୍ଲୀରେ ଭାଜପାର ସହଯୋଗୀମାନେ ସମସ୍ତେ ବିରୋଧ କରିଛନ୍ତି। ଦୋକାନୀମାନଙ୍କୁ ଏହା କରିବାକୁ କହିବାର କୌଣସି ସ୍ପଷ୍ଟ କାରଣ ବାହାରକୁ ଦେଖାଯାଉ ନାହିଁ, ବରଂ ବିବାଦ ସୃଷ୍ଟି କରିବା ବ୍ୟତୀତ ଏହା ଆଉ କିଛି ନୁହେଁ। ଏଥିପାଇଁ କୌଣସି ଦାବି କରାଯାଇ ନ ଥିଲା ଏବଂ ଅତୀତରେ ଏହା ଏକ ସମସ୍ୟା ବି ହୋଇନାହିଁ। ଲକ୍ଷ୍ୟ କରନ୍ତୁ, ଏହା ଘଟିବାର ଗୋଟିଏ ଦିନ ପୂର୍ବରୁ ପ୍ରକାଶିତ ଏକ ଖବର ତୁଳନାରେ ଏହି ପ୍ରସଙ୍ଗ ବଡ଼ ଆକାର ଧାରଣ କରିଛି। ସେହି ଖବରଟି ଥିଲା, ଲୋକ ସଭା ନିର୍ବାଚନରେ ପରାଜୟ ପାଇଁ ୟୁପି ମୁଖ୍ୟମନ୍ତ୍ରୀ ଅସୁବିଧାର ସମ୍ମୁଖୀନ ହେବା। ପରବର୍ତ୍ତୀ ସମୟରେ କ’ଣ ହେବ ସେ ନେଇ ସମସ୍ତ ନ୍ୟୁଜ୍‌ ଚ୍ୟାନେଲରେ କଳ୍ପନାଜଳ୍ପନା ଲାଗି ରହିଥିଲା। କିନ୍ତୁ ତାହା ଆଉ କାହାଣୀ ହୋଇ ରହିନାହିଁ ଏବଂ ମୁଖ୍ୟମନ୍ତ୍ରୀ ଘଟଣାର ମୋଡ଼ ବଦଳାଇବା ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି। ଏହାକୁ ନେଇ ସହଯୋଗୀଙ୍କ ମଧ୍ୟରେ ମତଭେଦ ଏବଂ ଅସନ୍ତୋଷ ଦେଖାଦେଇଛି। ଏଭଳି କରିବାକୁ କାହିଁକି ସେମାନଙ୍କୁ ସୁଯୋଗ ଦେଉଛ? ଜୁନ୍‌ ୪ ପରେ କିଛି ପରିବର୍ତ୍ତନ ହୋଇନାହିଁ ବୋଲି ଯଦି ଭାବୁଥାଅ ତେବେ ତାହା ଭୁଲ୍‌ ଧାରଣା ଓ ବାସ୍ତବରେ ଏହା ସାହାଯ୍ୟ କରିବ ନାହିଁ। ସମସ୍ତେ ଏହା ବୁଝିଛନ୍ତି। ତେବେ ଏହା କାହିଁକି କରାଯାଉଛି। ୟୁପିର ପଦକ୍ଷେପକୁ ମଧ୍ୟ ଖୋଲାଖୋଲି ବିରୋଧ କରାଯାଇପାରିବ ନାହିଁ ଏବଂ ଏହା ହେଉଛି ବୈଚାରିକ ଦଳର ସମସ୍ୟା। ଭାଜପା ତା’ ସମ୍ପୂର୍ଣ୍ଣ ଇତିହାସରେ ଯାହା କରି ଆସିଛି ମୁଖ୍ୟମନ୍ତ୍ରୀ ତାହା କେବଳ ହିଁ କରୁଛନ୍ତି, କାରଣ ତାହା ଦଳର ବିଚାରଧାରା। ଆମେ ପୂର୍ବରୁ ଏହି ସମାନ ପରିସ୍ଥିତିର ଝଲକ ଦେଖିଛୁ। ୨୦ ବର୍ଷ ପୂର୍ବେ ଜଣେ ଦୁର୍ବଳ ନେତାଙ୍କଠାରୁ ଅଧିକ କଠୋର ଆହ୍ବାନକାରୀଙ୍କୁ ପ୍ରଥମେ ଦେଖାଯାଇଥିଲା।
ଗୁଜରାଟ ଗୋଧ୍ରା ଦଙ୍ଗାରେ ପ୍ରାୟ ୧,୦୦୦ ଲୋକଙ୍କ ମୃତ୍ୟୁ ଘଟିଥିଲା ଓ ଏହାର ମାତ୍ର ୧ ମାସ ପରେ ଏପ୍ରିଲ ୨୦୦୨ରେ ଗୋଆରେ ଭାଜପା ଜାତୀୟ କାର୍ଯ୍ୟନିର୍ବାହୀ ବୈଠକ ହୋଇଥିଲା। ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା ଯେ, ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ମୁଖ୍ୟମନ୍ତ୍ରୀ ମୋଦିଙ୍କୁ ପଦ ଛାଡ଼ିବାକୁ କହିପାରନ୍ତିି। ‘ବାଜପେୟୀ କେମିତି ହିନ୍ଦୁତ୍ୱର ଗାୟକ ପାଲଟିଗଲେ’ ଶୀର୍ଷକ ଏକ ପତ୍ରିକାରେ ୨୯ ଏପ୍ରିଲ ୨୦୦୨ରେ ପ୍ରକାଶ ପାଇଥିଲା। ବୈଠକର ପରବର୍ତ୍ତୀ ଘଟଣା ବିଷୟରେ ଏଥିରେ ଏହିପରି ଦର୍ଶାଇଯାଇଥିଲା-”ପାର୍ଟି ଅଧ୍ୟକ୍ଷ ଜନ୍‌ କୃଷ୍ଣମୂର୍ତ୍ତି ଯେମିତି ତାଙ୍କ ଲିଖିତ ଅଧ୍ୟକ୍ଷୀୟ ଭାଷଣ ଶେଷ କରିଛନ୍ତି ମୋଦି ଉଠିପଡ଼ିି ଗମ୍ଭୀର ଓ ଶୁଦ୍ଧ ହିନ୍ଦୀରେ କହିଥିଲେ, ”ଅଧ୍ୟକ୍ଷଜୀ, ମୁଁ ଗୁଜରାଟ ଉପରେ କହିବାକୁ ଚାହେଁ… ଦଳର ଦୃଷ୍ଟିକୋଣରୁ ଏହା ଏକ ଗୁରୁତ୍ତ୍ୱପୂର୍ଣ୍ଣ ପ୍ରସଙ୍ଗ। ଏହା ଉପରେ ସ୍ବତନ୍ତ୍ର ଓ ସ୍ପଷ୍ଟ ଚର୍ଚ୍ଚା ହେବା ଦରକାର। ସେଥିପାଇଁ ମୁଁ ଏହି ସଞ୍ଚାଳକମଣ୍ଡଳ ସମ୍ମୁଖରେ ମୋର ଇସ୍ତଫା ଦେବାକୁ ଚାହୁଁଛି। ଏବେ ସମୟ ଆସିଛି, ଆମକୁ ସ୍ଥିର କରିବାକୁ ହେବ, ଏଠାରୁ ଆଗକୁ ଦଳ ଏବଂ ଦେଶକୁ କେଉଁ ଦିଗକୁ ନେବା ଉଚିତ।“ ତାଙ୍କୁ ଅଧିକ କହିବାର ଆବଶ୍ୟକତା ନ ଥିଲା। ଗୋଟିଏ ଝଟକାରେ ଗୁଜରାଟର ମୁଖ୍ୟମନ୍ତ୍ରୀ ପୂରା ପଦକ୍ଷେପକୁ ଠପ୍‌ କରିଦେଇଥିଲେ। ସେ ତାଙ୍କ ସମର୍ଥକମାନଙ୍କୁ ଉତ୍ସାହିତ କରିଥିଲେ, ଯେଉଁମାନେ ମୁଣ୍ଡଗଣତି ପାଇଁ ଠିଆ ହୋଇଯାଇଥିଲେ। ମୋଦି ଏବଂ ଭିଏଚ୍‌ପି ସଦସ୍ୟଙ୍କ ବିରୋଧରେ କହିଥିବା ଖାଦ୍ୟମନ୍ତ୍ରୀ ଶାନ୍ତା କୁମାର ଭର୍ତ୍ସନାର ସମ୍ମୁଖୀନ ହେବା ସହ ଏକ ଶୃଙ୍ଖଳା କମିଟିର ସାମ୍ନା କରିଥିବା ଦେଖିବାକୁ ମିଳିଥିଲା। ଏମିତି କି ସେ କ୍ଷମା ମାଗିବାକୁ ବାଧ୍ୟ ହୋଇଥିଲେ। ପ୍ରଧାନମନ୍ତ୍ରୀ ତାଙ୍କ ନିଜସ୍ବ ଭାବମୂର୍ତ୍ତି ଏବଂ ମେଣ୍ଟର ଏକତା ପାଇଁ ମୋଦିଙ୍କ ଇସ୍ତଫାକୁ ଯୁକ୍ତିଯୁକ୍ତ ମନେକରିଥାଇପାରନ୍ତି, କିନ୍ତୁ ମୋଦି ସମର୍ଥକଙ୍କ ଉଗ୍ର ମାନସିକତା ବିରୋଧରେ ଯିବା ଲାଗି ତାଙ୍କ ପାଖରେ ଆଉ କୌଣସି ରାସ୍ତା ନ ଥିଲା। ସେ ଏହି ପ୍ରସଙ୍ଗକୁ ଦୂରକରିବା ଲାଗି ଗୋଟେ ଦିନ ଚେଷ୍ଟା କରିଥିଲେ, ହେଲେ ତାହାକୁ ମଧ୍ୟ ବିରୋଧ କରାଯାଇଥିଲା।
ମୋଦିଙ୍କୁ ମୁକାବିଲା କରିବାରେ ବାଜପେୟୀ ଅକ୍ଷମ ହେବେ ବୋଲି ପୂର୍ବାନୁମାନ କରାଯାଇଥିଲା। ଗୁଜରାଟରେ ନେତୃତ୍ୱ ବଦଳାଇବାକୁ ଭାଜପାର ଅକ୍ଷମତା ଯୋଗୁ ମୋଦି ସାରା ଦେଶରେ ଏବଂ ବିଶ୍ୱରେ ଏକ ଖ୍ୟାତି ସୃଷ୍ଟି କରିବାରେ ସକ୍ଷମ ହୋଇଥିଲେ। ବାବ୍ରି ମସ୍‌ଜିଦ ପତନ ପରେ ଏକ ଦଶନ୍ଧି ଧରି ଦୁଃଖ ପ୍ରକାଶ କରିଆସୁଥିବା ହିନ୍ଦୁତ୍ୱ ଶେଷ ହେବାକୁ ଯାଉଥିଲା। ସେତେବେଳେ ଭାଜପା କ୍ୟାଡର ଏବଂ ସଂଘରେ ଜଣେ ପ୍ରକୃତ ହିରୋ ଥିଲେ, ଯିଏକି ବାସ୍ତବରେ ସେମାନଙ୍କ ନେତାଙ୍କ ଇଚ୍ଛା ଅନୁଯାୟୀ କହୁଥିଲେ ଏବଂ ଅନୁଭବ କରୁଥିଲେ ଓ କାମ କରୁଥିଲେ। ୪ ଜୁନ୍‌ର ଘଟଣା ଯୋଗୁ ବର୍ତ୍ତମାନ ସେହି ଚମକ ଚାଲିଯାଇଛି। ଯଦି ପ୍ରଧାନମନ୍ତ୍ରୀ ସରକାରଙ୍କ ଭିତରେ ସୁରୁଖୁରୁରେ କାର୍ଯ୍ୟ କରିବାକୁ ଚାହାନ୍ତି, ତେବେ ଅନାବଶ୍ୟକ ଭାବେ ସହଯୋଗୀଙ୍କୁ ଉତ୍ତେଜିତ କରୁଥିବା ଏହିଭଳି ବିଷୟଗୁଡ଼ିକଠାରୁ ଦୂରେଇ ରହିବାକୁ ପଡ଼ିବ।
ଭାଜପାର ଏବେ ୨୪୦ ସାଂସଦ ଅଛନ୍ତି ଏବଂ ପ୍ରଧାନମନ୍ତ୍ରୀ ତାଙ୍କ ଭାବମୂର୍ତ୍ତିକୁ ଉଦାରବାଦ କରିବାକୁ ଚେଷ୍ଟା କରୁଛନ୍ତି। ସେ ଅନ୍ୟମାନଙ୍କ ପାଇଁ ସ୍ବାଧୀନ ଭାବେ କାମ କରିବାର ସୁଯୋଗ ସୃଷ୍ଟି କରିଛନ୍ତି ଏବଂ ତାହା ଏବେ ଘଟୁଛି। ଏଭଳି ଘଟଣା ଭାଜପା ଭିତରେ ମଧ୍ୟ ଜାରି ରହିବ। ପାର୍ଟିରେ ଯେଉଁମାନେ ବିପଦରେ ଥିବା ଅନୁଭବ କରୁଛନ୍ତି, କିମ୍ବା ନିଜର ସ୍ଥିତି ହରାଇବାକୁ ଯାଉଛନ୍ତି କିମ୍ବା ଅନୁଭବ କରୁଛନ୍ତି ଯେ ସେମାନେ ଅନ୍ୟମାନଙ୍କ ଉପରେ କୌଣସି ପ୍ରକାର ମତ ଦେବା ଆବଶ୍ୟକ, ସେମାନେ ଏହି ସୂତ୍ର ବ୍ୟବହାର କରିବାକୁ ବିଚାର କରିବେ। ଅନେକେ ପ୍ରକୃତରେ ଏହାକୁ ପ୍ରୟୋଗ କରିବେ, ଯେପରି ଆମେ ଦେଖୁଛୁ। ବିଚାରଧାରାସମ୍ମତ ଦଳଗୁଡ଼ିକର ଏହା ହେଉଛି ସମସ୍ୟା। ପ୍ରଧାନମନ୍ତ୍ରୀଙ୍କ ପାଇଁ ଏକ ଭିନ୍ନ ତୃତୀୟ ପାଳି ହେବାକୁ ଯାଉଥିବାବେଳେ ପର୍ଯ୍ୟବେକ୍ଷକମାନଙ୍କ ପାଇଁ ଏହା ମଧ୍ୟ ଆକର୍ଷଣୀୟ ହେବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

ବିକଳ୍ପ ଶେଷ

ବର୍ଷ ବର୍ଷ ଧରି ସିଭିଲ ସର୍ଭିସ ପରୀକ୍ଷାରେ ବ୍ୟବସ୍ଥାଗତ ତ୍ରୁଟି ରହିଥିଲା। ପରୀକ୍ଷାରେ ପାସ୍‌ କରି ଆଇଏଏସ୍‌ କିମ୍ବା ଆଇଏଫ୍‌ଏସ୍‌ରେ ପ୍ରବେଶ କଲେ ମଧ୍ୟ ସେମାନେ ଭଲ…

ଏଇ ଭାରତରେ

ସୁନ୍ଦରବନର ଏକ ଗାଁର ଲୋକେ ଜୀବନ-ଜୀବିକା ସଂଘର୍ଷରେ ବିଜୟୀ ହୋଇଛନ୍ତି। ପଶ୍ଚିମବଙ୍ଗ ସନ୍ଦେଶ୍‌ଖାଲି ବ୍ଲକ ଜେଲିଆଖଲି ଗାଁକୁ ଅନେକ ଛୋଟ ନଦୀ ଘେରିରହିଛି। କୋଲ୍‌କାତାଠାରୁ ୭୨ କି.ମି.…

ରେଡିଓ: ମନର କଥା କହେ

ରେଡିଓ ଆମ ଜୀବନରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇରହିଛି। ସେ ସୂଚନା ପ୍ରସାରଣ ହେଉ କି ଆନନ୍ଦ ପ୍ରଦାନ, ରେଡିଓ ସବୁବେଳେ ଆମ ସାଥିରେ ରହିଛି। ମନେପଡୁଛି…

ଆସ୍ଥାର ବଜାରୀକରଣ

ଭାରତୀୟ ସଂସ୍କୃତିର ପ୍ରାଣକେନ୍ଦ୍ର ହେଉଛି ଆଧ୍ୟାତ୍ମିକତା। ଏଠାରେ ଦେବଦେବୀମାନେ କେବଳ ପୂଜାପାଠର ମାଧ୍ୟମ ନୁହନ୍ତି, ବରଂ ସେମାନେ ଆମ ଜୀବନଶୈଳୀ, ସଂସ୍କାର ଏବଂ ନୈତିକତାର ପ୍ରତୀକ। ହିନ୍ଦୁ…

ଏକତରଫା ମୂଲଚାଲ

ଦୁଇଦଶନ୍ଧିରୁ ଅଧିକ ସମୟ ଧରି ଭାରତକୁ ଏକ ନିରପେକ୍ଷ ଭାଗୀଦାରି ଭାବେ ଆମେରିକା ବିବେଚନା କରିଆସିଛି। ଭାରତର ବିକାଶଶୀଳ ଶକ୍ତି, ଦକ୍ଷତାସମ୍ପନ୍ନ ମିଲିଟାରି ଏବଂ ଗଣତାନ୍ତ୍ରିକ ପରିଚୟ…

ଚଉପାଢ଼ିର ନୀରବତା

ଧୁନିକତା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ସୁବର୍ଣ୍ଣ ଯୁଗ ଭାବରେ ଅଭିହିତ ଏକବିଂଶ ଶତାବ୍ଦୀରେ ମୋବାଇଲ, ଇଣ୍ଟରନେଟ, ସାମାଜିକ ଗଣମାଧ୍ୟମ, କୃତ୍ରିମ ବୁଦ୍ଧିମତ୍ତା ଆଦି ମାଧ୍ୟମରେ ସମଗ୍ର ବିଶ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri