ଦାବି ପୂରଣ ନ ହେଲେ ଜୁନ ୧ରୁ ସମୂହ ଛୁଟି

ସୋନପୁର,୪l୫(ନି.ପ୍ର): ସୁବର୍ଣ୍ଣପୁର ଜିଲା ମିଳିତ ଅମଲା ମଞ୍ଚର ଜରୁରୀ ବୈଠକ ବୁଧବାର ସାରେ ସୋନପୁରରେ ଅନୁଷ୍ଠିତ ହୋଇଯାଇଛି। ମଞ୍ଚ ଅଧ୍ୟକ୍ଷ ଚିତ୍ତରଞ୍ଜନ ତରାସିଆ ଓ ଆବାହକ ଦିନେଶ ରଞ୍ଜନ ମିଶ୍ରଙ୍କ ମିଳିତ ଉଦ୍ୟମରେ ଅମଲା ମଞ୍ଚର ଏହି ବୈଠକ ହୋଇଥିଲା। ମଞ୍ଚର ନିଷ୍ପତ୍ତି ଅନୁଯାୟୀ ଆସନ୍ତା ଜୁନ ୧ତାରିଖରୁ ସୁବର୍ଣ୍ଣପୁର ଜିଲାର ଅମଲାମାନେ ସମୂହ ଛୁଟିରେ ଯିବେ। ସୂଚନା ଅନୁଯାୟୀ, ରାଜ୍ୟ ମିଳିତ ଅମଲା ମଞ୍ଚର ନିଷ୍ପତ୍ତିକ୍ରମେ ଗତ ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜିଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହି ଦାବି ପତ୍ରରେ ଯଦି ସରକାର ଏପ୍ରିଲ ୩୦ ତାରିଖ ସୁଦ୍ଧାା ମଞ୍ଚର କର୍ମକର୍ତ୍ତାଙ୍କୁ ଆଲୋଚନାକୁ ନ ଡାକନ୍ତି ତାହେଲେ ଅମଲାମାନେ ଜୁନ ପହିଲାରୁ ସମୂହ ଛୁଟିରେ ଯିବେ l ରାଜ୍ୟ ମିଳିତ ଅମଲା ମଞ୍ଚ ଏହି ପରିପ୍ରେକ୍ଷୀରେ ଗତ ୧ ତାରିଖରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କୁ ଚରମ ପତ୍ର ପ୍ରଦାନ କରିଛନ୍ତି। ଜିଲାସ୍ତରୀୟ ଅମଲାମାନଙ୍କର ବେତନରେ ଥିବା ଅସଙ୍ଗତି ଦୂର କରିବାରେ ରାଜ୍ୟ ସରକାରଙ୍କ ଅବହେଳା ଓ ବୈମାତୃକ ମନୋଭାବ ଯୋଗୁ ସଂଘ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଛି । ରାଜ୍ୟ ସରକାର ୨୦୧୭ ମସିହାଠାରୁ ଜିଲାସ୍ତରୀୟ ଅମଲାମାନଙ୍କର ପ୍ରବେଶିକା ଶିକ୍ଷାଗତ ଯୋଗ୍ୟତା ସ୍ନାତକ ସହିତ କମ୍ପ୍ୟୁଟର ଜ୍ଞାନ କରିଥିଲେ ମଧ୍ୟ ବେତନରେ କୌଣସି ପ୍ରକାର ଅଭିବୃଦ୍ଧି କରିନାହାନ୍ତି l ଯଦି ମେ ୨୧ ତାରିଖ ସୁଦ୍ଧା ରାଜ୍ୟ ସରକାର ଜିଲାସ୍ତରୀୟ ଅମଲା ମାନଙ୍କର ଏକମାତ୍ର ଦାବି ପ୍ରବେଶିକା ସ୍ତରରେ କନିଷ୍ଠ ସହାୟକଙ୍କର ଦରମା ୯,୩୦୦ ଏବଂ ଗ୍ରେଡ ପେ ୪୨୦୦ ପୂରଣ ନକରନ୍ତି ତେବେ୨୨ ତାରିଖରୁ ରାଜ୍ୟର ସମସ୍ତ ଜିଲାସ୍ତରୀୟ ଅମଲାମାନେ କଳାବ୍ୟାଜ ପରିଧାନ କରି ପ୍ରତୀକାତ୍ମକ ଧର୍ମଘଟ କରିବେ। ଏହାସତ୍ତ୍ୱେ ଦାବି ପୂରଣ ନ ହେଲେ ଜୁନ ୧ ତାରିଖଠାରୁ ଅନର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସମୂହ ଛୁଟିରେ ଯିବାପାଇଁ ନିଷ୍ପତ୍ତି ନେଇଛନ୍ତି। ସେହିପରି ରାଜ୍ୟ ମିଳିତ ଅମଲା ମଞ୍ଚର ଆବାହକ ଚିତ୍ତ ରଞ୍ଜନ ତରାସିଆ ଗତ ୨୮ ଓ ୨୯ ତାରିଖରେ ଭୁବନେଶ୍ୱର ଇଞ୍ଜିନିୟର୍ସ ଭବନ ଠାରେ ଓଡିଶା ଅମଲା ସଂଘର ବାର୍ଷିକ ସମ୍ମିଳନୀରେ ଓଡିଶା ଅମଲା ସଂଘର ରାଜ୍ୟ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିବାରୁ ସୁବର୍ଣ୍ଣପୁର ଜିଲା ଅମଲା ସଂଘ ତରଫରୁ ତାଙ୍କୁ ସମ୍ବର୍ଦ୍ଧନା ଜଣାଇବା ସହିତ ଏହା ସୁବର୍ଣ୍ଣପୁର ଜିଲାର ଗର୍ବ ଏବଂ ଗୌରବ ବୋଲି ମତପୋଷଣ କରିଥିଲେ। ଉକ୍ତ ବୈଠକରେ ଓଡିଶା ଅମଲା ସଂଘ ତଥା ମିଳିତ ଜିଲାସ୍ତରୀୟ ଅମଲା ସଂଘର ଆବାହକ ଓ ସମ୍ପାଦକ ଦିନେଶ ରଞ୍ଜନ ମିଶ୍ର, କାର୍ଯ୍ୟକାରୀ ସଭାପତି ଦିଲିପ କୁମାର ପାଣିଗ୍ରାହୀ, ସଭ୍ୟ ଶିବଦତ୍ତ ଦାଶ, ନାଗାର୍ଜୁନ ପାଣ୍ଡେ, ବ୍ରଜଗୋପାଳ ପୂଜହାରୀ, ମାନସୀ ଦାଶ, ମାନସୀ ଦୀପ ପ୍ରମୁଖ ଉପସ୍ଥିତ ଥିଲେ। ସୁବର୍ଣ୍ଣପୁର ଜିଲାରୁ ଦିନେଶ ରଞ୍ଜନ ମିଶ୍ର ଓଡିଶା ଅମଲା ସଂଘର ୯ଜଣ ସମ୍ପାଦକଙ୍କ ମଧ୍ୟରୁ ଜଣେ ସମ୍ପାଦକ ଭାବରେ ଓ ଦିଲ୍ଲୀପ କୁମାର ପାଣିଗ୍ରାହୀ ଜୋନାଲ ଭାଇସ ପ୍ରେସିଡେଣ୍ଟ ଭାବରେ ନିର୍ବାଚିତ ହୋଇ ଥିବାରୁ ତାଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରା ଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri