ଖସୁଛି ଭୂତଳ ଜଳସ୍ତର

ଯାଜପୁର ଅଫିସ,୧୫ା୩: ଭୂତଳ ଜଳ ବ୍ୟବହାରକୁ ନେଇ ହୋଇଥିବା କଟକଣାକୁ କେହି ମାନୁନାହାନ୍ତି। ଏଥିଯୋଗୁ ଭୂତଳ ଜଳସ୍ତର ନିମ୍ନଗାମୀ ହେଉଛି। ଫଳରେ ଗ୍ରୀଷ୍ମମାସରେ ଜଳସ୍ତର ଅଧିକ ନିମ୍ନଗାମୀ ହୋଇ ନଳକୂପ, କୂଅ ଆଦିରୁ ପାଣି ଶୁଖିଯାଉଛି। ଏହିକ୍ରମରେ ମାଲକାନଗିରି ଜିଲା କୁଡୁମୁଲୁଗୁମ୍ମା ବ୍ଲକ ଅଞ୍ଚଳରେ ମୌସୁମୀ ପୂର୍ବରୁ ସର୍ବାଧିକ ଭୂତଳ ଜଳସ୍ତର ହ୍ରାସ ପାଉଥିବା ହାଇଡ୍ରୋ ମେଟ୍ରିକ ନିର୍ଦ୍ଦେଶାଳୟରୁ ମିଳିଥିବା ତଥ୍ୟରୁ ଜଣାପଡ଼ିଛି। ଗତ ୧୨ ତାରିଖରେ ଗ୍ଲୋବାଲ ୱାର୍ମିଂ ସଂକ୍ରାନ୍ତରେ ଲୋକ ସଭା ପ୍ରଶ୍ନସଂଖ୍ୟା ୭୪୫୭ର ଉତ୍ତରରେ ହାଇଡ୍ରୋମେଟ୍ରି ନିର୍ଦ୍ଦେଶକ ଗତ ୩ ବର୍ଷର ଭୂତଳ ଜଳସ୍ତରର ତଥ୍ୟ ଦାଖଲ କରିଛନ୍ତି। ଉକ୍ତ ତଥ୍ୟରେ ମାଲକାନଗିରି ଜିଲା କୁଡୁମୁଲୁଗୁମ୍ମା ଓ ଖଇରପୁଟ ବ୍ଲକ ସମେତ ଅନୁଗୋଳ ଜିଲା ଛେଣ୍ଡିପଦା, ବାଲେଶ୍ୱର ଜିଲା ବାଳିଆପାଳ, ବୌଦ୍ଧ ଜିଲା ହରଭଙ୍ଗା, ଗଜପତି ଜିଲା ଗୁମ୍ମା, ଗଞ୍ଜାମ ଜିଲା ସୋରଡ଼ା, କୋରାପୁଟ ଜିଲା କୁନ୍ଦ୍ରା, ନାରାୟଣପାଟଣା ଓ ପଟାଙ୍ଗୀ, ମୟୂରଭଞ୍ଜ ଜିଲା ଯଶିପୁର, ନବରଙ୍ଗପୁର ଜିଲା ଡାବୁୁଗଁା ଓ ଝରିଗଁା, ନୂଆପଡ଼ା ଜିଲା ବୋଡେନ ଓ ଖରିଆର, ରାୟଗଡା ଜିଲା ରାୟଗଡ଼ା, ସୁନ୍ଦରଗଡ଼ ଜିଲା କୁଟୁରା ଓ ସୁନ୍ଦରଗଡ ବ୍ଲକ ଅଞ୍ଚଳରେ ଭୂତଳ ଜଳସ୍ତର ୧୦ ଏମ୍‌ବିଜିଏଲ୍‌(ମିଟର ବିଲୋ ଗ୍ରାଉଣ୍ଡ ଲେଭଲ)ରୁ ତଳକୁ ରହିଥିବା ଦର୍ଶାଯାଇଛି। ଏହା ସାଧାରଣ ଜଳସ୍ତରଠାରୁ ଉଦ୍‌ବେଗଜନକ ସ୍ଥିତିରେ ରହିଥିବା ପରିବେଶବିତ୍‌ମାନେ ମତପ୍ରକାଶ କରିଛନ୍ତି। ଅନ୍ୟପକ୍ଷେ ରାଜ୍ୟର ପ୍ରାୟ ୯୦% ବ୍ଲକ ଅଞ୍ଚଳରେ ଭୂତଳ ଜଳସ୍ତର ୫ ଏମ୍‌ବିଜିଏଲ୍‌ ରହିଥିବା ଉକ୍ତ ତଥ୍ୟରୁ ଜଣାପଡ଼ିଛି।
କ୍ରମାଗତ ଭାବରେ ଭୂତଳ ଜଳସ୍ତର ହ୍ରାସ ପାଇବା କାରଣରୁ ରାଜ୍ୟରେ ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରୁଛି। ପ୍ରତିବର୍ଷ ଗ୍ରୀଷ୍ମ ମାସରେ ଜଳ ସମସ୍ୟା ଦୁର୍ବିଷହ ସ୍ଥିତିରେ ପହଞ୍ଚିଛି। ରାଜ୍ୟରେ ଭୂତଳ ଜଳସ୍ତର ହ୍ରାସ, ଭୂତଳକୁ ଜଳ ପୁନଃଭରଣ ଓ ପ୍ରଦୂଷଣମୁକ୍ତ କରିବା ପାଇଁ ସେତେଟା ଗୁରୁତ୍ୱ ଦିଆଯାଉନାହିଁ। ରାଜ୍ୟରେ ଭୂତଳ ଜଳସ୍ତର ହ୍ରାସ ପାଇବା ସହ ପ୍ରବାହିତ ବିଭିନ୍ନ ପ୍ରାକୃତିକ ଜଳଉତ୍ସ, ଝରଣା, ନଦୀ, ନାଳ ଶୁଷ୍କ ହୋଇ ପଡୁଛି। ଫଳରେ ମଣିଷଠାରୁ ଜୀବଜନ୍ତୁ ପର୍ଯ୍ୟନ୍ତ ପାଣି ପାଇଁ ଡହଳବିକଳ ହେଉଛନ୍ତି। ରାଜ୍ୟରେ ଖଣି ଖନନ, ଶିଳ୍ପାୟନ ଓ ଗୃହ ନିର୍ମାଣ ପାଇଁ ବ୍ୟାପକ ଭାବେ ବୃକ୍ଷଲତା କଟାଯାଉଛି। ତା’ ବଦଳରେ ବୃକ୍ଷରୋପଣ କରା ନ ଯିବା କାରଣରୁ ପ୍ରବହମାନ ଜଳଉତ୍ସଗୁଡିକର ଜଳ ନିର୍ଗମନ କ୍ଷମତା ହ୍ରାସପାଉଛି। ଜଳଧାର ଦିନକୁ ଦିନ ଶୁଷ୍କ ହେବା ସହ ତାହା ସ୍ଥାଣୁ ତଥା ମୃତ ପାଲଟୁଛି। ଏହାସହ ଶିଳ୍ପ କମ୍ପାନୀଗୁଡିକ ଖରାଦିନରେ ଆଖିବୁଜା ଭୂତଳ ଜଳ ବ୍ୟବହାର କରୁଛନ୍ତି। ଏହା ଭୂତଳ ଜଳସ୍ତର ହ୍ରାସର ପ୍ରମୁଖ କାରଣ ହୋଇଛି। ମାଲକାନଗିରି ଜିଲା କୁଡୁମୁଲୁଗୁମ୍ମା ବ୍ଲକ ଅଞ୍ଚଳରେ ଅଧିକାଂଶ ଲଣ୍ଡା ପାହାଡ଼ ରହିଛି। ଏହାସହ ସେପରି କିଛି ବୃହତ୍‌ ନଦୀନାଳ ବ୍ଲକ ଅଞ୍ଚଳ ଦେଇ ପ୍ରବାହିତ ହୋଇନାହିଁ। ଜଳ ସଂରକ୍ଷଣ ଓ ପୁନଃଭରଣ ବ୍ୟବସ୍ଥା ହୋଇ ପାରି ନ ଥିବାରୁ ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଥିବା ଜଣାପଡ଼ିଛି।
ହାଇଡ୍ରୋମେଟ୍ରି ନିର୍ଦ୍ଦେଶକଙ୍କ ତଥ୍ୟକୁ ଆଧାର କରି ଓଡ଼ିଶା ସରକାରଙ୍କ ଜଳ ସମ୍ପଦ ବିଭାଗ ଡେପୁଟି ସେକ୍ରେଟାରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଜଙ୍ଗଲ ଓ ପରିବେଶ ବିଭାଗ ନିର୍ଦ୍ଦେଶକଙ୍କୁ ୧୨ା୩ା୨୦୨୧ରେ ପତ୍ର ଲେଖିଛନ୍ତି। ଉକ୍ତ ତଥ୍ୟ ଅନୁସାରେ ଗତ ୩ ବର୍ଷର ଜଳସ୍ତର ଏମ୍‌ବିଜିଏଲ୍‌କୁ ଅବଲୋକନ କଲେ ରାଜ୍ୟରେ ତାହା ଉଦବେଗଜନକ ବୋଲି କୁହାଯାଉଛି। ବେଳହୁଁ ରାଜ୍ୟରେ ଜଳସଂରକ୍ଷଣ ଓ ଭୂତଳକୁ ଜଳ ପୁନଃଭରଣ ପାଇଁ ଜଳସମ୍ପଦ, ଗ୍ରାମ୍ୟ ଉନ୍ନୟନ, କୃଷି, ଜଙ୍ଗଲ, ପରିବେଶ ଓ ପଞ୍ଚାୟତିରାଜ ବିଭାଗ ମଧ୍ୟରେ ସମନ୍ବୟ ସ୍ଥାପନ କରି ପ୍ରଣୀତ ଯୋଜନାଗୁଡିକ ଉପଯୁକ୍ତ ଭାବେ କାର୍ଯ୍ୟକାରୀ କରାଗଲେ ଜଳସ୍ତର ବୃଦ୍ଧି ସମ୍ଭାବନା ରହିଛି ବୋଲି ମତପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

ନକଲି ମାଓବାଦୀ ପୋଷ୍ଟର ମାମଲାରେ ଦୁଇ ଗିରଫ, ସ୍କାନରରେ ଅଛନ୍ତି….

ରାୟଗଡ଼ା,୧୫/୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡାରୁ ଦୁଇ ନକଲି ମାଓବାଦୀଙ୍କୁ ଗିରଫ କରିଛି ରାୟଗଡ଼ା ପୋଲିସ । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ସାମ୍ବାଦିକ ଓ ଅନ୍ୟଜଣେ ବଳୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri