ଭୂତଳ ଜଳ ଜହର

ଦେଶର ଭୂତଳ ଜଳ ଓ ଏହାର ଗୁଣ ନେଇ କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡ(ସିଜିଡବ୍ଲ୍ୟୁବି)ର ବାର୍ଷିକ ମୂଲ୍ୟାୟନ ରିପୋର୍ଟରେ ଯେଉଁ ତଥ୍ୟ ପ୍ରକାଶ ପାଇଛି, ତାହା ଚିନ୍ତାଜନକ। କହିବା ଯଥାର୍ଥ ଯେ, ଭୂତଳ ଜଳରେ ନାଇଟ୍ରେଟ(ଏନ୍‌ଏ୩) ରହିଥିବା କୁହାଯାଇଛି, ଯାହାକି କେବଳ ମଣିଷ ନୁହେଁ, ସମଗ୍ର ଜୀବଜଗତ ପାଇଁ ଅତ୍ୟନ୍ତ ବିପଜ୍ଜନକ। ଉଲ୍ଲେଖଯୋଗ୍ୟ ଯେ, ଦେଶର ୭୭୯ଟି ଜିଲା ମଧ୍ୟରୁ ଅର୍ଦ୍ଧାଧିକ ତଥା ୪୪୦ଟି ଜିଲାର ଭୂତଳ ଜଳରେ ନାଇଟ୍ରେଟର ପରିମାଣ ମାତ୍ରାଧିକ ରହିଥିବା ରିପୋର୍ଟରେ କୁହାଯାଇଛି। ତେବେ ଉଦ୍‌ବେଗଜନକ ପ୍ରସଙ୍ଗ ଏହି ଦେଶରେ ଗୋଟିକ ପରେ ଗୋଟିଏ ଜିଲାରେ ଭୂତଳ ଜଳରେ ବିଷାକ୍ତ ନାଇଟ୍ରେଟ ମାଡ଼ି ଚାଲିଛି। ୨୦୧୭ରେ ଦେଶର ୩୫୯ଟି ଜିଲାରେ ଭୂତଳ ନାଇଟ୍ରେଟ ଥିବା ଜଣାଯାଇଥିବାବେଳେ ୨୦୨୩ରେ ଜିଲା ସଂଖ୍ୟା ୪୪୦କୁ ବୃଦ୍ଧି ପାଇଛି। ଏହି ସମସ୍ତ ଜିଲାର ଭୂତଳ ଜଳରେ ପ୍ରତି ଲିଟରରେ ୪୫ ମିଲିଗ୍ରାମ୍‌ ନାଇଟ୍ରେଟ ରହିଛି, ଯାହାକି ଅତ୍ୟନ୍ତ ମାତ୍ରାଧିକ। ଏହା ସତ୍ୟ ଯେ, ଜଳରେ ମାତ୍ରାଧିକ ନାଇଟ୍ରେଟର ମାତ୍ରା ବୃଦ୍ଧି ଦୁଇଟି ଉଦ୍‌ବେଗର କାରଣ।
ପ୍ରଥମତଃ ଏହା ମଣିଷର ଶରୀର ଉପରେ ପ୍ରଭାବ ପକାଇଥିବାବେଳେ ପରିବେଶରେ ଗଭୀର ସଂକଟ ସୃଷ୍ଟି କରିଥାଏ। ମଣିଷ ଶରୀରରେ ମୋଥୋମୋଗ୍ଲୋବିନିମିଆ କିମ୍ବା ଲୋହିତ ରକ୍ତ ସେଲ୍‌ଗୁଡିକୁ ହ୍ରାସ କରିଦେଇଥାଏ। ଫଳରେ ଶରୀରକୁ ଆବଶ୍ୟକ ଅମ୍ଳଜାନ ପ୍ରବାହ ହୋଇପାରେ ନାହିଁ। ଏହା ବେଳେ ବେଳେ ନବଜାତକଙ୍କଠାରେ ‘ବ୍ଲୁ ବାବି ସିଡ୍ରୋମ‘ର କାରଣ ହୋଇଥାଏ। ତେବେ ଏହାଠାରୁ ପରିବେଶ ପ୍ରତି ବିପଦ ଆହୁରି ସାଂଘାତିକ। ଥରେ ଯଦି ଭୂତଳ ଜଳ ବୃଦ୍ଧି ପାଇ ଭୂପୃଷ୍ଠ ଉପର ସମତଳକୁ ନାଇଟ୍ରେଟ୍‌ ଆସିଯାଏ, ତେବେ ଏହା କେବଳ ପୋଖରୀ ଏବଂ ହ୍ରଦର ଜଳକୁ ବିଷାକ୍ତ କରେ ନାହିଁ ଜୈବିକ ବିବିଧତା ଉପରେ ଗୁରୁତର ପ୍ରଭାବ ପକାଇଥାଏ। ଉଲ୍ଲେଖଯୋଗ୍ୟ ଯେ, ସିଡିଡବ୍ଲ୍ୟୁବି ଦେଶବ୍ୟାପୀ ୧୫,୨୩୯ ଭୂତଳ ଜଳ ସାମ୍ପୁଲ ପରୀକ୍ଷା କରିଥିବାବେଳେ ସେଥିମଧ୍ୟରୁ ୧୯.୮ ପ୍ରତିଶତ ସାମ୍ପୁଲରେ ନାଇଟ୍ରେଟ ଥିବା ଜଣାଯାଇଛି। ପୂର୍ବରୁ ୨୦୧୭ରେ ୧୩,୦୨୮ ସାମ୍ପୁଲ ପରୀକ୍ଷା ହୋଇଥିବାବେଳେ ୨୧.୬ ପ୍ରତିଶତ ସାମ୍ପୁଲରେ ମାତ୍ରାଧିକ ନାଇଟ୍ରେଟ ରହିଥିବା ଜଣାପଡ଼ିଥିଲା। ସୁଖର କଥା ବର୍ତ୍ତମାନର ଏବଂ ପୂର୍ବ ପରୀକ୍ଷାର ଅନୁପାତରେ ବିଶେଷକରି ଫରକ ନ ଥିବା କୁହାଯାଏ। କିନ୍ତୁ ରାଜସ୍ଥାନ, କର୍ନାଟକ ଓ ତାମିଲନାଡୁର ଭୂତଳ ଜଳରେ ମାତ୍ରାଧିକ ନାଇଟ୍ରେଟ ଥିବା ଜଣାଯାଏ। ରାଜସ୍ଥାନ ଭୂତଳ ଜଳରେ ଜଳର ୪୯ ପ୍ରତିଶତ, କର୍ନାଟକରେ ୪୮ପ୍ରତିଶତ ଓ ତାମିଲନାଡୁରେ ୩୭ ପ୍ରତିଶତ ସାମ୍ପୁଲରେ ନାଇଟ୍ରେଟ ଦୂଷିତ ପରିମାଣ ସୀମା ଅତିକ୍ରମ କରିଛି। ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଗୁଜରାଟରେ ମଧ୍ୟ ଭୂତଳଜଳରେ ସର୍ବାଧିକ ଭାଗ ନାଇଟ୍ରେଟ ରହିଛି।
କେନ୍ଦ୍ରୀୟ ଏବଂ ଦକ୍ଷିଣାଞ୍ଚଳରେ ମଧ୍ୟ ଏବେ ଭୂତଳ ଜଳରେ ନାଇଟ୍ରେଟର ମାତ୍ରା ବଢିବାରେ ଲାଗିଛି। କେବଳ ନାଇଟ୍ରେଟ ନୁହେଁ ଭୂତଳ ଜଳରେ ମଧ୍ୟ ଫ୍ଲୋରାଇଡ ଏବଂ ୟୁରାନିୟମର ମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ରାଜସ୍ଥାନ, ହରିୟାଣା, କର୍ନାଟକ, ଆନ୍ଧ୍ର ଓ ତେଲଙ୍ଗାନାରେ ଫ୍ଲୋରାଇଡ ଏବେ ଗୁରୁତର ଉଦ୍‌ବେଗଜନକ ସ୍ଥିତି ଉପତ୍ନ୍ନ କରିଛି। ଉଲ୍ଳେଖଯୋଗ୍ୟ ଯେ, ଦେଶରେ ଗତ ୨୦୦୯ ମସିହାଠାରୁ ଭୂତଳ ଜଳ ଉତ୍ତୋଳନ ବୃଦ୍ଧି ପାଇଥିବାବେଳେ ଏହାର ପରିମାଣ ଏବେ ୬୦.୪ ପ୍ରତିଶତ ଅତିକ୍ରମ କରିଛି। ତେବେ ଦେଶର ୭୩ ପ୍ରତିଶତ ବ୍ଲକ ଅଞ୍ଚଳରେ ଭୂତଳ ଜଳସ୍ତର ନିରାପଦ ସ୍ତରରେ ରହିଥିବାବେଳେ ବହୁ ଅଞ୍ଚଳରେ ଭୂତଳ ଜଳସ୍ତର ହ୍ରାସ ପାଇବାରେ ଲାଗିଛି। ସୂଚନା ଦିଆଯାଇପାରେ ଯେ, ନାଇଟ୍ରେଟ (ଏନଓ୩) ଯବକ୍ଷାରଜାନ ଓ ଅମ୍ଳଜାନର ଏକ ରାସାୟନିକ ଉପାଦାନ ଯାହା ପ୍ରାକୃତିକ ଉପାୟରେ ମାଟି, ପାଣି, ପବନ ଓ ଖାଦ୍ୟରେ ରହିଥାଏ। ଏହାକୁ ରାସାୟନିକ ସାର, ବିସ୍ଫୋରକ, ଔଷଧ, ଫସଲର ଅଭିବୃଦ୍ଧିରେ ବ୍ୟବହାର କରାଯାଇଥାଏ। ନାଇଟ୍ରେଟ ପରିମାଣ ଜଳ ଓ ମାଟିରେ ଅଧିକ ହେଲେ ମଣିଷର ସ୍ବାସ୍ଥ୍ୟ ପ୍ରତି ବିପଜ୍ଜନକ ସ୍ଥିତି ଉପତ୍ନ୍ନ କରେ। ସେହିପରି ଫ୍ଲୋରାଇଡ ପରିମାଣ ଅଧିକ ହେଲେ, ଦାନ୍ତ ଓ ହାଡ଼ କ୍ଷୟ କରି ମଣିଷକୁ ପଙ୍ଗୁ କରିଦେଇଥାଏ।
ଆମ ରାଜ୍ୟର ୩୦ଟି ଜିଲା ମଧ୍ୟରୁ ୨୫ଟି ଜିଲାର ଭୂତଳ ଜଳ ବିପଜ୍ଜନକ ସ୍ଥିତିରେ ପହଞ୍ଚତ୍ଥିବା ସିଜିଡବ୍ଲ୍ୟୁବି ରିପୋର୍ଟରେ କୁହାଯାଇଛି। ରିପୋର୍ଟ ଅନୁସାରେ ଅନୁଗୋଳ, ବଲାଙ୍ଗୀର, ବରଗଡ଼, କଟକ, ଢେଙ୍କାନାଳ, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ମୟୂରଭଞ୍ଜ, ନୟାଗଡ଼, ପୁରୀ, ସମ୍ବଲପୁର, ସୁନ୍ଦରଗଡ଼ ଓ ସୁବର୍ଣ୍ଣପୁର ଜିଲାରେ ନାଇଟ୍ରେଟ ପରିମାଣ ଅଧିକ ଥିବାବେଳେ ଅନୁଗୋଳ, ବଲାଙ୍ଗୀର, ବରଗଡ଼, ଝାରସୁଗୁଡ଼ା, ନୟାଗଡ଼, ନୂଆପଡ଼ା, ପୁରୀ, ସମ୍ବଲପୁର, ସୁବର୍ଣ୍ଣପୁର, ସୁନ୍ଦରଗଡ଼ ଆଦି ୧୦ଟି ଜିଲାରେ ଫୋରାଇଡ୍‌ ସ୍ଥିତି ଅଧିକ ରହିଛି। ଏହା ନିଃସନ୍ଦେହ ଯେ, ଭୂତଳ ଜଳ ଏବେ ଜହର ପାଲଟିଛି। ଏହାର ପ୍ରତିକାର ପାଇଁ ଏବେଠାରୁ ପଦକ୍ଷେପ ଗ୍ରହଣ କରା ନ ଗଲେ, ପ୍ରକୃତିଦତ୍ତ ଏହି ସମ୍ପଦ ଜୀବନଦାନ କରିବା ପରିବର୍ତ୍ତେ ବିନାଶର କାରଣ ହେବ।
ମୋ:୯୪୩୭୯୯୪୩୭୯


Enter your email to get our daily news in your inbox.

All Right Reserved By Dharitri.Com

ବିଜୁବାବୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟର ପ୍ରତିବାଦ, ଏମ୍‌ପି ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ କରି…

ଦେବଗଡ଼,୨ା୪(ଶଶାଙ୍କ ଶେଖର ଝାଙ୍କର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ଅପମାନ ଜନକ ମନ୍ତବ୍ୟକୁ ଦେବଗଡ଼ ଜିଲା ବିଜେଡି ପକ୍ଷରୁ ଦୃଢ଼…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri