ଭୂତଳ ଜଳ ଜହର

ଦେଶର ଭୂତଳ ଜଳ ଓ ଏହାର ଗୁଣ ନେଇ କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡ(ସିଜିଡବ୍ଲ୍ୟୁବି)ର ବାର୍ଷିକ ମୂଲ୍ୟାୟନ ରିପୋର୍ଟରେ ଯେଉଁ ତଥ୍ୟ ପ୍ରକାଶ ପାଇଛି, ତାହା ଚିନ୍ତାଜନକ। କହିବା ଯଥାର୍ଥ ଯେ, ଭୂତଳ ଜଳରେ ନାଇଟ୍ରେଟ(ଏନ୍‌ଏ୩) ରହିଥିବା କୁହାଯାଇଛି, ଯାହାକି କେବଳ ମଣିଷ ନୁହେଁ, ସମଗ୍ର ଜୀବଜଗତ ପାଇଁ ଅତ୍ୟନ୍ତ ବିପଜ୍ଜନକ। ଉଲ୍ଲେଖଯୋଗ୍ୟ ଯେ, ଦେଶର ୭୭୯ଟି ଜିଲା ମଧ୍ୟରୁ ଅର୍ଦ୍ଧାଧିକ ତଥା ୪୪୦ଟି ଜିଲାର ଭୂତଳ ଜଳରେ ନାଇଟ୍ରେଟର ପରିମାଣ ମାତ୍ରାଧିକ ରହିଥିବା ରିପୋର୍ଟରେ କୁହାଯାଇଛି। ତେବେ ଉଦ୍‌ବେଗଜନକ ପ୍ରସଙ୍ଗ ଏହି ଦେଶରେ ଗୋଟିକ ପରେ ଗୋଟିଏ ଜିଲାରେ ଭୂତଳ ଜଳରେ ବିଷାକ୍ତ ନାଇଟ୍ରେଟ ମାଡ଼ି ଚାଲିଛି। ୨୦୧୭ରେ ଦେଶର ୩୫୯ଟି ଜିଲାରେ ଭୂତଳ ନାଇଟ୍ରେଟ ଥିବା ଜଣାଯାଇଥିବାବେଳେ ୨୦୨୩ରେ ଜିଲା ସଂଖ୍ୟା ୪୪୦କୁ ବୃଦ୍ଧି ପାଇଛି। ଏହି ସମସ୍ତ ଜିଲାର ଭୂତଳ ଜଳରେ ପ୍ରତି ଲିଟରରେ ୪୫ ମିଲିଗ୍ରାମ୍‌ ନାଇଟ୍ରେଟ ରହିଛି, ଯାହାକି ଅତ୍ୟନ୍ତ ମାତ୍ରାଧିକ। ଏହା ସତ୍ୟ ଯେ, ଜଳରେ ମାତ୍ରାଧିକ ନାଇଟ୍ରେଟର ମାତ୍ରା ବୃଦ୍ଧି ଦୁଇଟି ଉଦ୍‌ବେଗର କାରଣ।
ପ୍ରଥମତଃ ଏହା ମଣିଷର ଶରୀର ଉପରେ ପ୍ରଭାବ ପକାଇଥିବାବେଳେ ପରିବେଶରେ ଗଭୀର ସଂକଟ ସୃଷ୍ଟି କରିଥାଏ। ମଣିଷ ଶରୀରରେ ମୋଥୋମୋଗ୍ଲୋବିନିମିଆ କିମ୍ବା ଲୋହିତ ରକ୍ତ ସେଲ୍‌ଗୁଡିକୁ ହ୍ରାସ କରିଦେଇଥାଏ। ଫଳରେ ଶରୀରକୁ ଆବଶ୍ୟକ ଅମ୍ଳଜାନ ପ୍ରବାହ ହୋଇପାରେ ନାହିଁ। ଏହା ବେଳେ ବେଳେ ନବଜାତକଙ୍କଠାରେ ‘ବ୍ଲୁ ବାବି ସିଡ୍ରୋମ‘ର କାରଣ ହୋଇଥାଏ। ତେବେ ଏହାଠାରୁ ପରିବେଶ ପ୍ରତି ବିପଦ ଆହୁରି ସାଂଘାତିକ। ଥରେ ଯଦି ଭୂତଳ ଜଳ ବୃଦ୍ଧି ପାଇ ଭୂପୃଷ୍ଠ ଉପର ସମତଳକୁ ନାଇଟ୍ରେଟ୍‌ ଆସିଯାଏ, ତେବେ ଏହା କେବଳ ପୋଖରୀ ଏବଂ ହ୍ରଦର ଜଳକୁ ବିଷାକ୍ତ କରେ ନାହିଁ ଜୈବିକ ବିବିଧତା ଉପରେ ଗୁରୁତର ପ୍ରଭାବ ପକାଇଥାଏ। ଉଲ୍ଲେଖଯୋଗ୍ୟ ଯେ, ସିଡିଡବ୍ଲ୍ୟୁବି ଦେଶବ୍ୟାପୀ ୧୫,୨୩୯ ଭୂତଳ ଜଳ ସାମ୍ପୁଲ ପରୀକ୍ଷା କରିଥିବାବେଳେ ସେଥିମଧ୍ୟରୁ ୧୯.୮ ପ୍ରତିଶତ ସାମ୍ପୁଲରେ ନାଇଟ୍ରେଟ ଥିବା ଜଣାଯାଇଛି। ପୂର୍ବରୁ ୨୦୧୭ରେ ୧୩,୦୨୮ ସାମ୍ପୁଲ ପରୀକ୍ଷା ହୋଇଥିବାବେଳେ ୨୧.୬ ପ୍ରତିଶତ ସାମ୍ପୁଲରେ ମାତ୍ରାଧିକ ନାଇଟ୍ରେଟ ରହିଥିବା ଜଣାପଡ଼ିଥିଲା। ସୁଖର କଥା ବର୍ତ୍ତମାନର ଏବଂ ପୂର୍ବ ପରୀକ୍ଷାର ଅନୁପାତରେ ବିଶେଷକରି ଫରକ ନ ଥିବା କୁହାଯାଏ। କିନ୍ତୁ ରାଜସ୍ଥାନ, କର୍ନାଟକ ଓ ତାମିଲନାଡୁର ଭୂତଳ ଜଳରେ ମାତ୍ରାଧିକ ନାଇଟ୍ରେଟ ଥିବା ଜଣାଯାଏ। ରାଜସ୍ଥାନ ଭୂତଳ ଜଳରେ ଜଳର ୪୯ ପ୍ରତିଶତ, କର୍ନାଟକରେ ୪୮ପ୍ରତିଶତ ଓ ତାମିଲନାଡୁରେ ୩୭ ପ୍ରତିଶତ ସାମ୍ପୁଲରେ ନାଇଟ୍ରେଟ ଦୂଷିତ ପରିମାଣ ସୀମା ଅତିକ୍ରମ କରିଛି। ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଗୁଜରାଟରେ ମଧ୍ୟ ଭୂତଳଜଳରେ ସର୍ବାଧିକ ଭାଗ ନାଇଟ୍ରେଟ ରହିଛି।
କେନ୍ଦ୍ରୀୟ ଏବଂ ଦକ୍ଷିଣାଞ୍ଚଳରେ ମଧ୍ୟ ଏବେ ଭୂତଳ ଜଳରେ ନାଇଟ୍ରେଟର ମାତ୍ରା ବଢିବାରେ ଲାଗିଛି। କେବଳ ନାଇଟ୍ରେଟ ନୁହେଁ ଭୂତଳ ଜଳରେ ମଧ୍ୟ ଫ୍ଲୋରାଇଡ ଏବଂ ୟୁରାନିୟମର ମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ରାଜସ୍ଥାନ, ହରିୟାଣା, କର୍ନାଟକ, ଆନ୍ଧ୍ର ଓ ତେଲଙ୍ଗାନାରେ ଫ୍ଲୋରାଇଡ ଏବେ ଗୁରୁତର ଉଦ୍‌ବେଗଜନକ ସ୍ଥିତି ଉପତ୍ନ୍ନ କରିଛି। ଉଲ୍ଳେଖଯୋଗ୍ୟ ଯେ, ଦେଶରେ ଗତ ୨୦୦୯ ମସିହାଠାରୁ ଭୂତଳ ଜଳ ଉତ୍ତୋଳନ ବୃଦ୍ଧି ପାଇଥିବାବେଳେ ଏହାର ପରିମାଣ ଏବେ ୬୦.୪ ପ୍ରତିଶତ ଅତିକ୍ରମ କରିଛି। ତେବେ ଦେଶର ୭୩ ପ୍ରତିଶତ ବ୍ଲକ ଅଞ୍ଚଳରେ ଭୂତଳ ଜଳସ୍ତର ନିରାପଦ ସ୍ତରରେ ରହିଥିବାବେଳେ ବହୁ ଅଞ୍ଚଳରେ ଭୂତଳ ଜଳସ୍ତର ହ୍ରାସ ପାଇବାରେ ଲାଗିଛି। ସୂଚନା ଦିଆଯାଇପାରେ ଯେ, ନାଇଟ୍ରେଟ (ଏନଓ୩) ଯବକ୍ଷାରଜାନ ଓ ଅମ୍ଳଜାନର ଏକ ରାସାୟନିକ ଉପାଦାନ ଯାହା ପ୍ରାକୃତିକ ଉପାୟରେ ମାଟି, ପାଣି, ପବନ ଓ ଖାଦ୍ୟରେ ରହିଥାଏ। ଏହାକୁ ରାସାୟନିକ ସାର, ବିସ୍ଫୋରକ, ଔଷଧ, ଫସଲର ଅଭିବୃଦ୍ଧିରେ ବ୍ୟବହାର କରାଯାଇଥାଏ। ନାଇଟ୍ରେଟ ପରିମାଣ ଜଳ ଓ ମାଟିରେ ଅଧିକ ହେଲେ ମଣିଷର ସ୍ବାସ୍ଥ୍ୟ ପ୍ରତି ବିପଜ୍ଜନକ ସ୍ଥିତି ଉପତ୍ନ୍ନ କରେ। ସେହିପରି ଫ୍ଲୋରାଇଡ ପରିମାଣ ଅଧିକ ହେଲେ, ଦାନ୍ତ ଓ ହାଡ଼ କ୍ଷୟ କରି ମଣିଷକୁ ପଙ୍ଗୁ କରିଦେଇଥାଏ।
ଆମ ରାଜ୍ୟର ୩୦ଟି ଜିଲା ମଧ୍ୟରୁ ୨୫ଟି ଜିଲାର ଭୂତଳ ଜଳ ବିପଜ୍ଜନକ ସ୍ଥିତିରେ ପହଞ୍ଚତ୍ଥିବା ସିଜିଡବ୍ଲ୍ୟୁବି ରିପୋର୍ଟରେ କୁହାଯାଇଛି। ରିପୋର୍ଟ ଅନୁସାରେ ଅନୁଗୋଳ, ବଲାଙ୍ଗୀର, ବରଗଡ଼, କଟକ, ଢେଙ୍କାନାଳ, କେନ୍ଦୁଝର, ଖୋର୍ଦ୍ଧା, କୋରାପୁଟ, ମୟୂରଭଞ୍ଜ, ନୟାଗଡ଼, ପୁରୀ, ସମ୍ବଲପୁର, ସୁନ୍ଦରଗଡ଼ ଓ ସୁବର୍ଣ୍ଣପୁର ଜିଲାରେ ନାଇଟ୍ରେଟ ପରିମାଣ ଅଧିକ ଥିବାବେଳେ ଅନୁଗୋଳ, ବଲାଙ୍ଗୀର, ବରଗଡ଼, ଝାରସୁଗୁଡ଼ା, ନୟାଗଡ଼, ନୂଆପଡ଼ା, ପୁରୀ, ସମ୍ବଲପୁର, ସୁବର୍ଣ୍ଣପୁର, ସୁନ୍ଦରଗଡ଼ ଆଦି ୧୦ଟି ଜିଲାରେ ଫୋରାଇଡ୍‌ ସ୍ଥିତି ଅଧିକ ରହିଛି। ଏହା ନିଃସନ୍ଦେହ ଯେ, ଭୂତଳ ଜଳ ଏବେ ଜହର ପାଲଟିଛି। ଏହାର ପ୍ରତିକାର ପାଇଁ ଏବେଠାରୁ ପଦକ୍ଷେପ ଗ୍ରହଣ କରା ନ ଗଲେ, ପ୍ରକୃତିଦତ୍ତ ଏହି ସମ୍ପଦ ଜୀବନଦାନ କରିବା ପରିବର୍ତ୍ତେ ବିନାଶର କାରଣ ହେବ।
ମୋ:୯୪୩୭୯୯୪୩୭୯


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ଏଇ ଭାରତରେ

ସଶସ୍ତ୍ର ସୀମା ବଳ(ଏସ୍‌ଏସ୍‌ବି)ର ଜଣେ ପୂର୍ୱତନ ଅଧିକାରୀ ଉତ୍କୃଷ୍ଟ ପାଣ୍ଡେ। ଜୈବିକ ପଦ୍ଧତିରେ ସେ ହଳଦୀ ଏବଂ ଧାନଚାଷ କରି ବିହନ ସଂରକ୍ଷଣ କରୁଛନ୍ତି। ଉତ୍ତରପ୍ରଦେଶ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri