ନିଜ ବିବାହରେ ଶୋଇପଡ଼ିଲେ ବର: କନ୍ୟାଙ୍କ ଥିଲା ଏଭଳି ପ୍ରତିକ୍ରିୟା

ଭାରତୀୟ ବିବାହ କାର୍ଯ୍ୟକ୍ରମରେ ଭରପୁର ଡ୍ରାମା ଓ କମେଡି ଭରି ରହିଥାଏ। ପ୍ରାୟ ସମୟରେ ବିବାହର ଅନେକ ଫନି ଭିଡ଼ିଓମାନ ଭାଇରାଲ ହୋଇଥାଏ। ଯାହାକୁ ଦେଖିଲେ ଯେକେହିବି ନିଜର ହସକୁ ଅଟକାଇ ପାରିବେନି। ନିକଟରେ ସୋସିଆଲ ମିଡିଆରେ କିଛି ଏଭଳି ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ବର ନିଜ ବିବାହରେ ହିଁ ଶୋଇପଡ଼ିଥିବା ଦେଖିବାକୁ ମିଳିଛି। ସୂଚନା ମୁତାବକ ବିବାହ ପୂର୍ବରୁ ବରଣମାଳା ପାଇଁ ବର ଓ କନ୍ୟା ମଞ୍ଚ ଉପରକୁ ଯାଇଥିଲେ। ମଞ୍ଚ ଉପରେ ସେମାନଙ୍କର ଫଟୋ ଉଠାଯାଉଥିବା ବେଳେ ବର କିନ୍ତୁ ଶୋଇପଡ଼ିଥିଲେ। ବରଙ୍କୁ ତାଙ୍କ ସମ୍ପର୍କୀୟ ଯେତେ ଉଠାଇବାକୁ ଚେଷ୍ଟା କରିଥିଲେ ହେଲେ ତାଙ୍କ ନିଦ ଭାଙ୍ଗି ନ ଥିଲା।

ବେଳେବେଳେ ବିବାହର ରୀତିନୀତି ଦୀର୍ଘ ସମୟ ଧରି ଚାଲୁଥିବାରୁ ଏଥିଯୋଗୁ ବର ଓ କନ୍ୟା କ୍ଲାନ୍ତ ଅନୁଭବ କରିବା ସହ ତାଙ୍କର ଅବସ୍ଥା ଖରାପ ହୋଇଯାଇଥାଏ। ତେବେ ଏଭଳି କିଛି କାରଣ ପାଇଁ ଉକ୍ତ ବର ଜଣକ ମଧ୍ୟ ମଞ୍ଚ ଉପରେ ଶୋଇପଡ଼ିଥିଲେ। ବିବାହରେ ଏତେ ଶବ୍ଦ ଭିତରେ ବି ତାଙ୍କର ଆଖି ଖୋଲି ନ ଥିଲା। ଏହାକୁ ଦେଖି ତାଙ୍କ ସାଇଟ୍‌ରେ ବସିଥିବା କନ୍ୟା ଜଣକ ଆଶ୍ଚର୍ଯ୍ୟ ହେବା ସହ ଲଜ୍ଜିତ ହୋଇଯାଇଥିଲେ। ବରଙ୍କ ଏଭଳି ଅବସ୍ଥା ଦେଖି ସେଠାରେ ଉପସ୍ଥିତ ଥିବା ଅତିଥି ନିଜ ହସ ଆଉ ସମ୍ଭାଳିପାରି ନ ଥିଲେ। ବିବାହର ଏହି ଭିଡିଓକୁ ନିରଞ୍ଜନ ମହାପାତ୍ର ନାମକ ଜଣେ ବ୍ୟକ୍ତି ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଭାଇରାଲ ଭିଡିଓକୁ ଏପର୍ଯ୍ୟନ୍ତ ୨ଲକ୍ଷ ୭୯ ହଜାରରୁ ଅଧିକ ଲୋକ ଦେଖିସାରିଲେଣି। ଏଥିସହ ଅନେକ ଲୋକ ମଜାଳିଆ କମେଣ୍ଟ ମଧ୍ୟ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri