Posted inଫୁରସତ

ବିବାହ ପୂର୍ବରୁ ବର ନିଖୋଜ, ସମ୍ପର୍କୀୟ ଭାଇଙ୍କୁ ବିବାହ କଲେ କନ୍ୟା; ଦୁଇଦିନ ପରେ ଖୋଲିଲା ରାଜ୍‌

କାନପୁରରେ ଏକ ବିବାହ ସମୟରେ ବର ଧୋକା ଦେଇଛନ୍ତି। ଏହା ପରେ କନ୍ୟାଘର ଲୋକେ ନିଜର ସମ୍ମାନ ରକ୍ଷା କରିବାକୁ ଯାଇ ଜଣେ ସମ୍ପର୍କୀୟ ଭାଇଙ୍କ ସହ ଝିଅର ବିବାହ କରାଇଛନ୍ତି। ଏହି ଘଟଣା କାନପୁର ନିକଟ ପୋଲହପୁର ଗାଁରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ଗାଁର ଶ୍ରୀରାମ ପ୍ରଜାପତିଙ୍କ ଘରେ ବିବାହ ଉତ୍ସବ ପାଇଁ ଧୂମଧାମରେ ପ୍ରସ୍ତତି ଚାଲିଥିଲା। ସନ୍ଧ୍ୟାରେ ଝିଅର ବିବାହ ଅନୁଷ୍ଠିତ ହୋଇଥାନ୍ତା। ରାୟପୁରରୁ ବର ତାଙ୍କ ଘରକୁ ଆସିଥାନ୍ତେ। ବରଯାତ୍ରୀଙ୍କୁ ସ୍ବାଗତ କରିବା ପାଇଁ କନ୍ୟାପକ୍ଷ ଲୋକ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିଲେ।

ସେହିପରି ବର ଧର୍ମେନ୍ଦ୍ରଙ୍କ ପିତା ଧର୍ମପାଳ ପୁଅ ବିବାହକୁ ନେଇ ମଧ୍ୟ ବହୁତ ଖୁସି ଥିଲେ। ପୁଅ ସହ ସେଲୁନ୍‌ ବି ଯାଇଥିଲେ ଧର୍ମପାଳ। ଏହି ସମୟରେ ସେ କେଶ ରଙ୍ଗ କରୁଥିବା ବେଳେ ପୁଅ କେଉଁଆଡ଼େ ଗାଏବ ହୋଇଗଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ପୁଅ ନ ଫେରିବାରୁ ଧର୍ମପାଳ ଘରକୁ ଫେରିଆସି ଏ ସମ୍ପର୍କରେ କନ୍ୟା ଘରକୁ ଖବର ଜଣାଇଥିଲେ। ଏହା ଶୁଣିବା ପରେ କନ୍ୟାପକ୍ଷଙ୍କ ପାଦତଳୁ ମାଟି ଖସିଗଲା। ରାତି ୧୧ଟା ପର୍ଯ୍ୟନ୍ତ ବର ନ ଫେରିବାରୁ ଶେଷରେ କନ୍ୟାଘର ଲୋକେ ଝିଅକୁ ସମ୍ପର୍କୀୟ ଭାଇ ମହେଶଙ୍କ ସହ ବିବାହ କରାଇଥିଲେ। ଫଳରେ ତାଙ୍କ ସମ୍ମାନ ରକ୍ଷା ହୋଇଗଲା।

ବିବାହର ଠିକ୍‌ ଦୁଇଦିନ ପରେ ନିଖୋଜ ଥିବା ବର ଧର୍ମେନ୍ଦ୍ର ଘରକୁ ଫେରିଆସିଥିଲେ। ସେ ତାଙ୍କ ମା-ବାପାଙ୍କୁ ମିଛ କାହାଣୀ ଶୁଣାଇଲେ। କହିଲେ ତାଙ୍କୁ କେହି ନିଶା ଇଞ୍ଜେକ୍ସନ ଦେଇ ଅପହରଣ କରି ନେଇଥିଲା। ଯେତେବେଳେ ପୋଲିସ ଧର୍ମେନ୍ଦ୍ରଙ୍କୁ ପଚରାଉଚରା କଲା ସେତେବେଳେ ସତକଥା ଧରାପଡ଼ିଥିଲା। ଧର୍ମେନ୍ଦ୍ର ପୋଲିସକୁ କହିଛନ୍ତି, ବିବାହର ଦୁଇଦିନ ପୂର୍ବରୁ ତାଙ୍କ ପ୍ରେମିକାଙ୍କୁ ନେଇ ଅନ୍ୟ ସ୍ଥାନରେ ରଖିଥିଲେ। ଅଲଗା ଜାଗାରେ ବିବାହ କରିବାକୁ ତାଙ୍କର ଇଚ୍ଛା ନ ଥିଲା। ଏଥିପାଇଁ ସେ ବିବାହ ଦିନ ହିଁ ଫେରାର ହୋଇଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରେ ବୁଡ଼ି ୩ ନାବାଳିକା ମୃତ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ

ଉମରକୋଟ,୯।୪(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ଥାନା କୁର୍ସୀ ଗ୍ରାମର ଉପରପାରାରେ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ଗୋଟିଏ ଗ୍ରାମର ଦୁଇ ପରିବାରର ତିନି ଜଣଙ୍କ…

୧୦ରେ ରାଜ୍ୟ କ୍ୟାବିନେଟ୍‌: ଆସିବ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ

ଭୁବନେଶ୍ୱର,୯ା୪ (ରବିନାରାୟଣ ଜେନା):ରାଜ୍ୟ ସରକାରଙ୍କ ପକ୍ଷରୁ ଏପ୍ରିଲ ୧୦ରେ କ୍ୟାବିନେଟ୍‌ ବୈଠକ ଅନୁଷ୍ଠିତ ହେବ। ଲୋକସେବା ଭବନର ତୃତୀୟ ମହଲାରେ ପୂର୍ବାହ୍ନ ୧୧ଟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ଶିକ୍ଷାବିଭାଗର ବିକଳ ଚିତ୍ର; ଗୋଟିଏ ଶ୍ରେଣୀ ଗୃହରେ ଚାଲିଛି ୬କ୍ଲାସ, ଫାଟକରେ ତାଲା ପକାଇ ଖରାରେ ଆନ୍ଦୋଳନ…

ଦିଗପହଣ୍ଡି,୯।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତରେ ଶିକ୍ଷା ବିଭାଗର ବିକଳ ଚିତ୍ର ଦେଖିବାକୁ ମିଳିଛି । ପଞ୍ଚାୟତ ଅଧିନ ଶ୍ୟାମସୁନ୍ଦର ପଲ୍ଲୀ…

ପିଏମ୍‌ କିଷାନ ଯୋଜନା ଟଙ୍କା ପାଉଥିଲେ ମିଳିବ ନାହିଁ ଏସବୁ ସୁବିଧା, ସରକାର ଅଯୋଗ୍ୟା ଘୋଷଣା କରି…

ନୂଆଦିଲ୍ଲୀ,୯ା୪: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଆଜି ଲକ୍ଷଲକ୍ଷ ଚାଷୀଙ୍କ ପାଇଁ ଜୀବନରେଖା ପାଲଟିଛି। ବାର୍ଷିକ ମିଳୁଥିବା ୬୦୦୦ ଟଙ୍କା ଚାଷୀଙ୍କ ପାଇଁ ଏକ ବଡ଼…

ଷ୍ଟେଶନରୁ ଶିଶୁପୁତ୍ର ଚୋରି ଘଟଣାର ପର୍ଦ୍ଦାଫାଶ: ବାପା ରଚିଥିଲେ ନାଟକ, ଶାଳୀଙ୍କଠାରୁ ଛୁଆ ଆଣି…

ନିରାକାରପୁର, ୯।୪(ମାନସ ଚନ୍ଦ୍ର ପଟ୍ଟନାୟକ): ନିରାକାରପୁର ରେଳବାଇ ଷ୍ଟେଶନରୁ ୪ ମାସର ଶିଶୁପୁତ୍ର ଚୋରି ଘଟଣାରେ ପର୍ଦ୍ଦାଫାଶ କରିଛି ନିରାକାରପୁର ରେଳବାଇ ଫାଣ୍ଡି ପୋଲିସ। ଯେଉଁ ବାପା…

ପଲିଥିନ୍‌ ବାଣ୍ଟିବାକୁ ନେଉଥିଲେ ଘଟଗାଁ ଅତିରିକ୍ତ ତହସିଲଦାର, ଅଟକାଇଲେ ଲୋକେ

ପାଟଣା,୯ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରି ପଞ୍ଚାୟତ ମୂଷାଖରି-ମଲ୍ଲୀପୋଷି ରାସ୍ତାର ଆହାର ବନ୍ଧ ନିକଟରେ ପଲିଥିନ୍‌ ବୋଝେଇ ଗାଡ଼ି ଅଟକ ରଖିଛନ୍ତି ଉତ୍ତ୍ୟକ୍ତ ଲୋକେ।…

କୋଟିଏ ଟଙ୍କାର ଗଞ୍ଜେଇ ଜବତ କଲା ପାଡୁଆ ପୋଲିସ, ଜଙ୍ଗଲରେ ଲୁଚାଇ ରଖିଥିଲେ ମାଫିଆ

ନନ୍ଦପୁର/ପାଡୁଆ, ୯।୪(ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ପୋଲିସ ଉପଖଣ୍ଡ ଅଧିନ ପାଡୁଆ ପୋଲିସକୁ ଗଞ୍ଜେଇ ଧରପଗଡ ମାମଲାରେ ଏକ ବଡ ସଫଳତା ମିଳିଛି…

ଲକ୍ଷ୍ୟଠାରୁ ଦୂରରେ ଏଜୁକେଶନ କମ୍ପ୍ଲେକ୍ସ, ଧରିତ୍ରୀରେ ଖବର ପ୍ରକାଶ ପରେ ପ୍ରଶାସନ ତତ୍ପର

ଗୁଣପୁର,୯।୪(ସଂକେତ ପାତ୍ର): ଦୁର୍ଗମ ଆଦିବାସୀ ଅଞ୍ଚଳରେ ଶିକ୍ଷାର ଉନ୍ନତି ଲକ୍ଷ୍ୟରେ ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ ଗୁଣପୁର ବ୍ଲକ୍‌ ଅନ୍ତର୍ଗତ ଲାଞ୍ଜିଆ ସୌରା ଅଞ୍ଚଳର ଆବଡ଼ାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri