ବିବାହରେ ବର ଭାଙ୍ଗିଲେ ଧନୁ

ସାରନ,୨୮।୬: ତ୍ରେତୟାଯୁଗରେ ଭଗବାନ ଶ୍ରୀରାମଙ୍କ ସ୍ବୟଂମ୍ବରରେ କଥା ସମସ୍ତେ ଜାଣିଥିବେ ଓ ଶୁଣିଥିବେ। କିନ୍ତୁ କଳିଯୁଗରେ ସ୍ବୟଂମ୍ବର ଆୟୋଜିତ ହେବା କଥା କେବେ ଶୁଣିଛନ୍ତି କି। ଆଜ୍ଞା ହଁ, ବିହାରରେ ଏଭଳି ଘଟଣାର ପୁଣି ଥରେ ପୁନଃରାବୃତ୍ତି କରାଯାଇଛି। ବିବାହ ସମୟରେ ବର ଧନୁ ଭାଙ୍ଗି କନ୍ୟାଙ୍କୁ ବରଣମାଳା ପିନ୍ଧାଇଥିବା ଦେଖିବାକୁ ମିଳିଛି। ଏହି ନିଆରା ବିବାହର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସୂଚନାଯୋଗ୍ୟ, ସାରନ ଜିଲାର ସୋନପୁର ଅନ୍ତର୍ଗତ ସବଲପୁର ଅଞ୍ଚଳରେ ଏକ ବିବାହ ଅନୁଷ୍ଠିତ ହୋଇଥିଲା। ଏହି ସମାରୋହରେ ତ୍ରେତୟାଯୁଗ ଭଳି ଧନୁ ସ୍ବୟଂମ୍ବର ଆୟାଜନ କରାଯାଇଥିଲା। ଯେଭଳି ଭାବେ ଭଗବାନ ଶ୍ରୀରାମ ଧନୁ ଭାଙ୍ଗି ମା’ ସୀତାଙ୍କୁ ବିବାହ କରିଥିଲେ। ଠିକ୍‌ ସେହିଭଳି ସବଲପୁରରେ ମଧ୍ୟ କଳିଯୁଗର ନିଆରା ଧନୁ ସ୍ବୟଂମ୍ବରର ଆୟାଜନ କରାଯାଇଥିଲା। ମଞ୍ଚ ଉପରେ ପଣ୍ଡିତ ମନ୍ତ୍ରୋଚ୍ଚାରଣ କରିବା ପରେ ବର ଧନୁ ଉଠାଇବା ପୂର୍ବରୁ ହାତ ଯୋଡ଼ି ଶିବଙ୍କୁ ସ୍ମରଣ କରିଥିଲେ। ଏହାପରେ ବର ଧନୁ ଉଠାଇ ଭାଙ୍ଗିଥିଲେ। ଧନୁ ଭାଙ୍ଗିବା ପରେ ସେଠାରେ ଉପସ୍ଥିତ ଅତିଥିମାନେ ବରଙ୍କ ଉପରେ ଫୁଲର ବର୍ଷା କରିଥିଲେ।

ପରେ ମଞ୍ଚ ଉପରକୁ କନ୍ୟା ଆସିଥିବା ବେଳେ ବର ତାଙ୍କୁ ବରଣମାଳା ପିନ୍ଧାଇଥିଲେ। ଅନ୍ୟପଟେ କରୋନା କାଳରେ ବିବାହ ସମାରୋହରେ କମ୍‌ ଲୋକଙ୍କୁ ଆମନ୍ତ୍ରଣ କରିବାକୁ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ରହିଛି। କିନ୍ତୁ ଏହି ସମାରୋହରେ କୋଭିଡ ନିୟମ ଉଲ୍ଲଂଘନ କରାଯିବା ସହ ସାମାଜିମ ଦୂରତ୍ୱ ମଧ୍ୟ ରକ୍ଷା କରାଯାଇ ନ ଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ୱିଶା ଶର୍ମା ମୃତ୍ୟୁ ମାମଲାରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ,୨୫ରେ …

ନୂଆଦିଲ୍ଲୀ,୨୩ା୫: ଗଣମାଧ୍ୟମ ରିପୋର୍ଟକୁ ଆଧାର କରି ସୁପ୍ରିମକୋର୍ଟ ଅଭିନେତ୍ରୀ ତଥା ମଡେଲ ଟ୍ବିଶା ଶର୍ମା ମୃତ୍ୟୁ ମାମଲାକୁ ନିଜଆଡ଼ୁ ବିଚାର ପାଇଁ ଗ୍ରହଣ କରିଛନ୍ତି। ପ୍ରଧାନ ବିଚାରପତି…

ଦ୍ରୁତଗତିରେ ଆସି ଗ୍ୟାରେଜ୍‌ରେ ପଶିଗଲା ଥାର୍‌, ଆଉ ତା’ପରେ..

ଭୁବନେଶ୍ୱର,୨୩ା୫: ରାଜଧାନୀ ଭୁବନେଶ୍ୱରରେ ପୁଣି ଥାର୍‌ ଆତଙ୍କ। ଦ୍ରୁତଗତିରେ ଏକ ଥାର୍‌ ଆସି ନୟାପଲ୍ଲୀ ଥାନା ଅଞ୍ଚଳରେ ଥିବା ଏକ ଗ୍ୟାରେଜ ଭିତରକୁ ପଶିଯାଇଥିଲା। ଫଳରେ ଗ୍ୟାରେଜ…

ମେ ୩୧ରେ BEd ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର,୨୩ା୫: ଆସନ୍ତା ୩୧ ତାରିଖରେ ଦୁଇବର୍ଷିଆ ବି.ଏଡ୍‌(BEd)ପାଠ୍ୟକ୍ରମର ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ସକାଳ ୧୦ଟାରୁ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ଚାଲିବ। ସେହିପରି ବି.ଏଚ୍‌.ଏଡ଼ (ହିନ୍ଦୀ) ଓ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ: ରଣେନ୍ଦ୍ର ପ୍ରତାପଙ୍କୁ ଆକ୍ରମଣ କରିଥିବା ଅଭିଯୁକ୍ତଙ୍କ ବିରୋଧରେ…

ଭୁବନେଶ୍ୱର,୨୩।୫(ସୁନିତ୍‌ ମିଶ୍ର): ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ(ରାଜା)ଙ୍କ ଉପରେ ଗତ ଶୁକ୍ରବାର ହୋଇଥିବା ଆକ୍ରମଣକୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ…

ଗାଁରେ ମଦ ବିକିବା ପଡିଲା ମହଙ୍ଗା

କୋକସରା,୨୩ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କୋକସରା ଅବକାରୀ ଥାନା ପକ୍ଷରୁ ଶନିବାର ମହାଜନଗୁଡା ଗ୍ରାମରେ ଚଢ଼ାଉ କରାଯାଇ ଦେଶୀ ଓ ବିଦେଶୀ ମଦ ଜବତ ସହ ୨ ଜଣଙ୍କୁ…

ଗଣ୍ଡ ସମାଜର ସାଙ୍ଗଠନିକ ସଭା

କୋକସରା,୨୩ା୫ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଖପ୍ରାମାଲ ଗ୍ରାମର ଆମ୍ବପଡ଼ା ମହାଭାରତ ଆମ୍ବତୋଟାଠାରେ ବ୍ଲକ ଗଣ୍ଡ ସମାଜର ସାଙ୍ଗଠନିକ ସଭା ଶନିବାର ଅନୁଷ୍ଠିତ…

ଅଂଶୁଘାତ ନେଲା ୧୬ ଜୀବନ

ହାଇଦ୍ରାବାଦ,୨୩ା୫: ତେଲଙ୍ଗାନାରେ ପ୍ରବଳ ଗ୍ରୀଷ୍ମଲହରି ଜାରି ରହିଥିବାବେଳେ ଅଂଶୁଘାତରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ରାଜସ୍ବ ମନ୍ତ୍ରୀ ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ ଶନିବାର ପ୍ରକାଶ କରିଛନ୍ତି।…

ସମର୍ଥଙ୍କୁ ୭ ଦିନିଆ ରିମାଣ୍ଡରେ ନେଲା ପୋଲିସ

ଭୋପାଳ,୨୩ା୫: ଟ୍ବିଶା ଶର୍ମା ମୃତ୍ୟୁ ମାମଲାରେ ୧୦ ଦିନ ହେଲା ଫେରାର ଥିବା ସ୍ବାମୀ ସମର୍ଥ ସିଂଙ୍କୁ ପୋଲିସ ଶୁକ୍ରବାର ଜବଲପୁରରୁ ଗିରଫ କରିବା ପରେ ଶନିବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri