ଧାନ ବଦଳରେ ଗ୍ରସେରି: ରମେଶଙ୍କ ଭ୍ରାମ୍ୟମାଣ ଦୋକାନ

କେନ୍ଦୁଝର,୨୭ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ)-ପୁରାତନ ଯୁଗରେ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ପରିମାଣର ଶସ୍ୟ ଉତ୍ପାଦନ ହେଉଥିଲା। କିନ୍ତୁ ତାକୁ ବିକିବାକୁ ଉପଯୁକ୍ତ ବଜାର ବ୍ୟବସ୍ଥା ନ ଥିଲା। ବର୍ତ୍ତମାନ ଦେଶ ଅତ୍ୟାଧୁନିକ ପର୍ଯ୍ୟାୟରେ ପହଞ୍ଚତ୍ଥିବାବେଳେ ଲୋକେ ସବୁ କ୍ଷେତ୍ରରେ ଡିଜିଟାଲଇଜେସନକୁ ଅନୁସରଣ କରୁଛନ୍ତି। ଘରେ ବସି ଅନଲାଇନ୍‌ ମାଧ୍ୟମରେ ସବୁ ଜିନିଷ କିଣାକିଣି କରିପାରୁଛନ୍ତି। କିନ୍ତୁ କେନ୍ଦୁଝର ଜିଲାର ତେଲକୋଇ ବ୍ଲକ ଅଞ୍ଚଳରେ ଏବେ ବି ପୁରାତନ ଅଦଳବଦଳ ବ୍ୟବସ୍ଥା ରହିଛି।
ଏଠାରେ ବହୁ ଚାଷୀ ଅଭାବୀ ଧାନ ବିକ୍ରିର ଶିକାର ହେଉଛନ୍ତି । କେଉଁଠି ଧାନ ବିକି ଠିକ ସମୟରେ ପଇସା ପାଉନାହାନ୍ତି ତ କେଉଁଠି ଧାନ ବିକି ନିର୍ଦ୍ଧାରିତ ମୂଲ୍ୟ ପାଇ ପାରୁନାହାନ୍ତି। ଏଭଳି ଅବ୍ୟବସ୍ଥା ମଧ୍ୟରେ ତେଲକୋଇ ବ୍ଲକ ଅଞ୍ଚଳର ଚାଷୀମାନେ ଧାନ ବିକିବା ପାଇଁ ଭିନ୍ନ ତଥା ପାରମ୍ପରିକ ଅଦଳବଦଳ ବ୍ୟବସ୍ଥାକୁ ଆପଣାଇଛନ୍ତି। ତେଲକୋଇ ଅଞ୍ଚଳରେ ବାହାର ଅଞ୍ଚଳରୁ ଆସୁଥିବା ଜଣେ ବ୍ୟବସାୟୀ ଭ୍ୟାନରେ ପନିପରିବା, ଗ୍ରସେରୀ, ମୁଢି, ଆଳୁ, ପିଆଜ ଆଣି ସେସବୁ ବଦଳରେ ଧାନ କିଣିନେଉଛନ୍ତି।
ଅନୁଗୋଳ ଜିଲା ଛେଣ୍ଡିପଦା ଗ୍ରାମର ବ୍ୟବସାୟୀ ରମେଶ ସାମଲଙ୍କ ଭ୍ରାମ୍ୟମାଣ ଦୋକାନ। ସେ କହିବାନୁଯାୟୀ ଏଭଳି ଗ୍ରାମାଞ୍ଚଳକୁ ଯାଇ ପନିପରିବା ତଥା ବିଭିନ୍ନ ପ୍ରକାରର ଖାଦ୍ୟ ସାମଗ୍ରୀ, ମୁଢି ଚୁଡ଼ା ଆଦି ବିକିଥାନ୍ତି ା ଗ୍ରାମାଞ୍ଚଳରେ ଟଙ୍କା ପଇସାର ଅଭାବ ଥିବାରୁ ସେସବୁର ମୂଲ୍ୟ ବାବଦକୁ ଟଙ୍କା ପଇସା ବଦଳରେ ଧାନ ଦେଇଥାନ୍ତି ା ଗ୍ରାମାଞ୍ଚଳର ଲୋକେ ସେମାନଙ୍କ ବଳକା ଧାନକୁ ବଦଳାଇ ସୁବିଧାରେ ଘର ପାଖରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ପାଇ ଖୁସି ହୋଇଥାନ୍ତି। ରମେଶଙ୍କ ଭଳି ବହୁ ଛୋଟ ଛୋଟ ବ୍ୟବସାୟୀ ବିଭିନ୍ନ ଗ୍ରାମ ତଥା ସାପ୍ତାହିକ ହାଟ ବୁଲି ଧାନ/ଚାଉଳ ବଦଳରେ ବାସନ କୁସନ, ତେଲଲୁଣ ଆଦି ଅଦଳବଦଳ କରି ନେଇଥାନ୍ତି। ପଇସା ବଦଳରେ ଧାନ ଦେଉ ା ଏଣୁ ସୁବିଧାରେ ଓ ପାଖରେ ସବୁ କିଛି ମିଳୁଛି। ଫଳରେ ଏହି ଅଦଳବଦଳ ବ୍ୟବସ୍ଥା ଫଳପ୍ରଦ ହେଉଛି ବୋଲି ସ୍ଥାନୀୟ ଲୋକ କୁହନ୍ତି ା
ଏଠାରେ ସୂଚନାଯୋଗ୍ୟ ଯେ ତେଲକୋଇ ବ୍ଲକ ଅଞ୍ଚଳରେ ଧାନ ଚାଷ ଭଲ ହୋଇଥାଏ। ଲୋକମାନେ ଚାଷ କରି ଜୀବିକା ନିର୍ବାହ କରିଥାନ୍ତି ା କିନ୍ତୁ ଅନେକ ସମୟରେ ପାଖରେ ଧାନ କ୍ରୟ କେନ୍ଦ୍ର ନ ଥିବାରୁ ଧାନ ବିକି ପାରନ୍ତି ନାହିଁ ା ଧାନ ବିକ୍ରୟ କେନ୍ଦ୍ରକୁ ଯାଇ ଧାନ ବିକିବା ସମୟ ସାପେକ୍ଷ ଓ ବ୍ୟୟ ବହୁଳ ହୋଇଥାଏ। ସେଠାରେ ବିଭିନ୍ନ ପ୍ରକାରର ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ା ସେହିପରି ଧାନ ବିକିଲେ ପରିବାର ଚଳିବ ା ଏଣୁ ଆବଶ୍ୟକତା ଥିଲେ ମଧ୍ୟ ଅନେକ ସମୟରେ ଠିକ ସମୟରେ ଧାନ ପଇସା ମିଳେ ନାହିଁ ା ଏଣୁ ଏଭଳି ପରିସ୍ଥିତିରେ ଧାନ ବଦଳରେ ଘର ପାଖରେ ବିଭିନ୍ନ ପ୍ରକାରର ଜରୁରୀ ସାମଗ୍ରୀ ପାଇବା ସୁବିଧା ଜନକ ହୋଇଥାଏ ବୋଲି ଚାଷୀ ମାନେ ମତବ୍ୟକ୍ତ କରନ୍ତି। କେବଳ ତେଲକୋଇ ନୁହେଁ କେନ୍ଦୁଝର ଜିଲାର ବିଭିନ୍ନ ସାପ୍ତାହିକ ହାଟ ମାନଙ୍କରେ ମଧ୍ୟ ଏଭଳି ପାରମ୍ପରିକ ଅଦଳ ବଦଳ ବ୍ୟବସାୟ ଚାଲେ। ବର୍ତ୍ତମାନ ସମୟରେ ଏହି ପ୍ରଥା ହଜିବାକୁ ବସିଥିବାବେଳେ କେତେକ ଆଦିବାସୀ ଅଞ୍ଚଳରେ ବିଶେଷ କରି ଗରିବ ଶ୍ରେଣୀର ଲୋକମାନେ ଏବେ ମଧ୍ୟ ଏହାକୁ ଛାଡିପାରି ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଣିପୁରରେ ପୁଣି ହିଂସା

ଇମ୍ଫାଲ,୫ା୨: ମଣିପୁରର କୁକି ଅଧ୍ୟୁଷିତ ଚୁରାଚାନ୍ଦପୁର ଜିଲାରେ ଗୁରୁବାର ସନ୍ଧ୍ୟାରେ ହିଂସାକାଣ୍ଡ ଦେଖାଦେଇଛି। ରାଜ୍ୟରେ ଭାଜପା ନେତୃତ୍ୱଧୀନ ସରକାରରେ ବିଧାୟିକା ନେମ୍‌ଚା କିପ୍‌ଗେନ୍‌ଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବାକୁ ବିରୋଧକରି…

ବରଗଡ଼ରେ ଗୋଷ୍ଠୀ ସଂଘର୍ଷ: ବୁଲିଲା ଭୁଜାଲି, ଜଣେ ମୃତ, ୨ଗୁରୁତର

ବରଗଡ଼,୫।୨(ପ୍ରେମାନନ୍ଦ ଖମାରୀ): ବରଗଡ ସହର ହାଟପଦା ସାଇ ମନ୍ଦିର ପାଖରେ ଗୁରୁବାର ସନ୍ଧ୍ୟାରେ ଗୋଷ୍ଠୀ ସଂଘର୍ଷ ହୋଇଛି । କୌଣସି ଏକ କାରଣକୁ ନେଇ ୨ ଗୋଷ୍ଠୀ…

ଲୁଚି ଲୁଚି ଏହି ଅଭିନେତ୍ରୀଙ୍କ ସହ ନିର୍ବନ୍ଧ କଲେ ଏଲଭିଶ ଯାଦବ, ଫଟୋ ଭାଇରାଲ

ମୁମ୍ବାଇ: ଲୋକପ୍ରିୟ ୟୁଟ୍ୟୁବର୍ ଏଲଭିଶ ଯାଦବ ଏବଂ ଅଭିନେତ୍ରୀ ଜିଆ ଶଙ୍କରଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି। ନିକଟରେ ଏଲଭିଶ ଏକ ରହସ୍ୟମୟ…

ଟି-୨୦ ବିଶ୍ୱକପ ପୂର୍ବରୁ ବେନ୍ ଷ୍ଟୋକ୍ସଙ୍କୁ ଶକ୍ତ ଧକ୍କା: ମୁହଁରେ ବଲ୍ ବାଜି ବିଗିଡ଼ିଗଲା ଚେହେରା

ନୂଆଦିଲ୍ଲୀ,୫।୨: ଟି-୨୦ ବିଶ୍ୱକପ ପୂର୍ବରୁ ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ଏକ ବଡ଼ ଦୁର୍ଘଟଣାର ଶିକାର ହୋଇଛନ୍ତି। ଅଭ୍ୟାସ ସମୟରେ ତାଙ୍କ ମୁହଁରେ ଗଭୀର ଆଘାତ…

ହାଟରୁ ସଉଦା ଧରି ଘରକୁ ଫେରୁଥିଲେ, ହେଲେ ବାଟରେ…

ଆନନ୍ଦପୁର,୫।୨(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ଥାନା ୨୦ ନମ୍ବର ଜାତୀୟ ରାଜପଥ କନ୍ତୋ ଛକଠାରେ ଗୁରୁବାର ଏକ ଦୁର୍ଘଟଣା ଘଟିଛି। ଏକ ଅଜଣା…

ବିପଦରେ ସୁନେତ୍ରା ପାଓ୍ବାରଙ୍କ ଉପ ମୁଖ୍ୟମନ୍ତ୍ରୀ ପଦ! କାହିଁକି ଉଠୁଛି ଏମିତି ପ୍ରଶ୍ନ? ଉତ୍ତର ରଖିଲା NCP

ମୁମ୍ବାଇ,୫।୨: ଗଣମାଧ୍ୟମ ସହିତ ଏକ ସ୍ବତନ୍ତ୍ର ସାକ୍ଷାତକାରରେ, ମହାରାଷ୍ଟ୍ରର ଏନସିପି ଅଧ୍ୟକ୍ଷ ସୁନୀଲ ତଟକରେ ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତି ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ…

BEd ସମ୍ପର୍କରେ ବଡ଼ ଅପଡେଟ୍, ସରକାର ଜାରି କଲେ ବିଜ୍ଞପ୍ତି, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୫।୨: ଶିକ୍ଷକତାକୁ ନିଜର ବୃତ୍ତି ଭାବେ ଗ୍ରହଣ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଉତ୍ତର ପ୍ରଦେଶ ଝାନ୍‌ସୀସ୍ଥିତ ବୁନ୍ଦେଲଖଣ୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ୟୁପି BEd…

ନିଖୋଜ ଥିଲେ: କେନାଲରୁ ମିଳିଲା ବୃଦ୍ଧଙ୍କ ମୃତଦେହ

କୋକସରା,୫।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ମାଝୀଗୁଡା ପଞ୍ଚାୟତ କାଦୋପଡା ନିକଟ ଇନ୍ଦ୍ରାବତୀ କେନାଲରୁ କୋକସରା ପୋଲିସ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri