Posted inଖେଳ

ଟେନିସ୍‌କୁ ଗ୍ରିଗୋରଙ୍କ ସଫଳ ପ୍ରତ୍ୟାବର୍ତ୍ତନ

ନ୍ୟୁୟର୍କ, ୨୫ା୮ (ପି.ଟି.)-ବୁଲଗେରିଆର ଗ୍ରିଗୋର ଦିମିତ୍ରୋଭ୍‌ ଟେନିସ୍‌କୁ ସଫଳ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଓ୍ବେଷ୍ଟର୍ନ ଆଣ୍ଡ୍‌ ସଦର୍ନ ଓପନ ଟେନିସ ପ୍ରତିଯୋଗିତାରେ ସେ ଫ୍ରାନ୍ସର ଉଗୋ ହମବର୍ଟଙ୍କୁ ୬-୩, ୬-୪ ସେଟ୍‌ରେ ପରାସ୍ତ କରିଛନ୍ତି। ସେ କହିଛନ୍ତି ଏହି ମ୍ୟାଚ ବିଜୟ ତାଙ୍କ ପାଇଁ ସେତେଟା ଗୁରୁତ୍ୱପୂର୍ଣ୍ଣ ନ ଥିଲା। ଦୁଇମାସ ପୂର୍ବେ ନୋଭାକ ଜୋକୋଭିଚ୍‌ଙ୍କ ଦ୍ୱାରା ଆୟୋଜିତ ପ୍ରଦର୍ଶନୀ ଟେନିସ୍‌ ଟୁର୍ନାମେଣ୍ଟରେ ଅଂଶଗ୍ରହଣ ବେଳେ ସେ କୋଭିଡ୍‌-୧୯ରେ ସଂକ୍ରମିତ ହୋଇଥିଲେ। ଅସୁସ୍ଥ ହୋଇ ସେ ଏତେଟା ଦୁର୍ବଳ ହୋଇ ପଡ଼ିଥିଲେ ଯେ, ଭଲ ରୂପେ ଚାଲିପାରୁ ନ ଥିଲେ। ସୁସ୍ଥ ହେବାର ଅଳ୍ପ କିଛି ଦିନ ପରେ ସେ ଗୋଟିଏ ମ୍ୟାଚ ଖେଳି ପାରିବେ କି ନା ତାଙ୍କର ସନ୍ଦେହ ଥିଲା। ଏହା ଆଶଙ୍କା ତାଙ୍କ ମନରୁ ଦୂର ହୋଇଯାଇଛି। ୧୯ର଼୍ୟାଙ୍କିଙ୍ଗପ୍ରାପ୍ତ ଏହି ଟେନିସ ଖେଳାଳିଙ୍କ ପାଇଁ ଅଗଷ୍ଟ ୩୧ରେ ହେବାକୁ ଥିବା ୟୁଏସ୍‌ ଓପନ୍‌ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତା ଲାଗି ଏହି ଟୁର୍ନାମେଣ୍ଟ ଏକ ଓ୍ବାର୍ମଅପ୍‌ ଭଳି। ରବିବାର ଏହି ହାର୍ଡକୋର୍ଟ ଟୁର୍ନାମେଣ୍ଟର ଦ୍ୱିତୀୟ ଦିବସ ମହିଳା ବିଭାଗର ପ୍ରଥମ ରାଉଣ୍ଡରେ ୨୦୧୭ ୟୁଏସ ଓପନ ଚାମ୍ପିୟନ ସେଲାଏନ୍‌ ଷ୍ଟିଫେନ୍ସଙ୍କୁ ୬-୩, ୭-୬ (୪) ସେଟ୍‌ରେ ପରାସ୍ତ କରିଛନ୍ତି କାରୋଲିନ୍‌ ଗ୍ରାସିଆ। ଗତ ସପ୍ତାହରେ କେଣ୍ଟୁକିର ଲେକ୍ସିଙ୍ଗଟନ୍‌ଠାରେ ପ୍ରଥମ ଡବଲ୍‌ୟୁଟିଏ ଟାଇଟଲ ଜିତିଥିବା ଜେନିଫର ବ୍ରାଡିଙ୍କୁ ୭-୬ (୫), ୬-୪ ସେଟ୍‌ରେ ଜେସିକା ପେଗୁଲା ହରାଇ ଦେଇଛନ୍ତି। ମ୍ୟାଚ ଜିତିଥିବା ଅନ୍ୟ ଖେଳାଳିମାନେ ହେଲେ ୧୨ ନମ୍ବର ଖେଳାଳି ଆନେଟ କୋଣ୍ଟାଭିଟ୍‌, ୧୪ ନମ୍ବର ଖେଳାଳି ଏଲିସ୍‌ ମୋର୍ଟେନ୍ସ ଏବଂ ଆମେରିକା କ୍ୱାଲିଫାୟର ସିସି ବେଲ୍ସ। ପୁରୁଷ ବିଭାଗରେ ଦୁଇଜଣ ସିଡ ଖେଳାଳି ଆନ୍ଦ୍ରେ ରୁବ୍‌ଲେଭ୍‌ (୧୦ ନମ୍ବର) ଏବଂ କ୍ରିଷ୍ଟିଆନ ଗାରିନ୍‌ (୧୩ନମ୍ବର)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟି-୨୦ ବିଶ୍ୱକପ୍: ୧୦ ବର୍ଷ ପରେ ଇଂଲଣ୍ଡକୁ ହରାଇଲା ୱେଷ୍ଟଇଣ୍ଡିଜ୍, ରଦରଫୋର୍ଡଙ୍କ ବିସ୍ଫୋରକ ବ୍ୟାଟିଂ

ନୂଆଦିଲ୍ଲୀ,୧୧।୨: ୱେଷ୍ଟଇଣ୍ଡିଜ୍ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ହାଇ-ଭୋଲଟେଜ୍ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ୍ ୩୦ ରନ୍‌ରେ ଚମତ୍କାର ବିଜୟ ହାସଲ କରିଛି। ୨୦୧୬ ଟି-୨୦ ବିଶ୍ୱକପ୍ ଫାଇନାଲ୍ ପରେ…

FIH Hockey Pro League: ରାଉରକେଲାରେ ଭାରତକୁ ୩-୧ରେ ହରାଇଲା ବେଲଜିୟମ

ରାଉରକେଲା,୧୧।୨: ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଖେଳାଯାଇଥିବା ଏଫ୍‌ଆଇଏଚ୍ ପୁରୁଷ ପ୍ରୋ ଲିଗ୍ ୨୦୨୫-୨୬ର ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ଭାରତୀୟ ଦଳ ବେଲଜିୟମ ନିକଟରୁ ପରାଜିତ ହୋଇଛି।…

ଟି-୨୦ ବିଶ୍ୱକପ୍‌ ୨୦୨୬: ଜାଣନ୍ତୁ କ୍ରିକେଟ ଇତିହାସରେ କେବେ ଖେଳା ଯାଇଥିଲା ପ୍ରଥମ ସୁପର ଓଭର

ନୂଆଦିଲ୍ଲୀ,୧୧ା୨: ଆଜି ଅର୍ଥାତ୍‌ ବୁଧବାର ଦକ୍ଷିଣ ଆଫ୍ରିକା ଟି-୨୦ ବିଶ୍ୱକପ୍‌ ୨୦୨୬ରେ ଏକ ରୋମାଞ୍ଚକର ଡବଲ ସୁପର ଓଭରରେ ଆଫଗାନିସ୍ତାନକୁ ପରାସ୍ତ କରିଛି। ତେବେ ଜାଣନ୍ତୁ ସୁପର…

ଟିମ୍ ଇଣ୍ଡିଆକୁ ଆଉ ଏକ ଝଟକା! ବୁମରାଙ୍କ ବଲରେ ଇଶାନ….ସେପଟେ ମେଡିକାଲରେ ଅଭିଷେକ

ନୂଆଦିଲ୍ଲୀ,୧୧।୨:  ଟିମ୍ ଇଣ୍ଡିଆର ସମସ୍ୟା ସମାଧାନର ନାଁ ଧରୁନାହିଁ । ୨୦୨୬ ଟି-୨୦ ବିଶ୍ୱକପରେ ଲଗାତାର ଦ୍ୱିତୀୟ ଟାଇଟଲ ଜିତିବା ଲକ୍ଷ୍ୟରେ ଥିବା ଭାରତୀୟ ଦଳ ଏହାର ଖେଳାଳିଙ୍କ…

ଟି-୨୦ ବିଶ୍ୱକପ୍: ନେଟ୍ସରେ ସଞ୍ଜୁ ସାମସନଙ୍କ ନିରବ ସଂଘର୍ଷ, ଅଭିଷେକଙ୍କ ଅସୁସ୍ଥତା ବଢ଼ାଇଲା ଚିନ୍ତା

ନୂଆଦିଲ୍ଲୀ,୧୧।୨: ନାମିବିଆ ବିପକ୍ଷ ମ୍ୟାଚ୍ ପୂର୍ବରୁ ଭାରତୀୟ ଦଳର ଅଭ୍ୟାସ ସେସନରେ ଏକ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି। ଗୋଟିଏ ପଟେ ଦଳର ବାକି ସଦସ୍ୟମାନେ ହସଖୁସି…

ଟି-୨୦ ବିଶ୍ୱକପ୍: ଆହତ ହେଲେ ଅଷ୍ଟ୍ରେଲିଆ ଅଧିନାୟକ, ଷ୍ଟିଭ୍ ସ୍ମିଥ୍‌ଙ୍କୁ ମିଳିଲା ସୁଯୋଗ

ନୂଆଦିଲ୍ଲୀ,୧୧।୨: ଟି-୨୦ ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆର ଅସୁବିଧା ଥମିବାର ନାଁ ନେଉନାହିଁ। ଜସ୍ ହାଜେଲଉଡ୍ ଏବଂ ପ୍ୟାଟ୍ କୁମିନ୍ସ ଆଗରୁ ଆହତ ଥିବାବେଳେ ଏବେ ଅଧିନାୟକ ମିଚେଲ ମାର୍ଶ…

ଭାରତ-ପାକିସ୍ତାନ ମ୍ୟାଚ ପୂର୍ବରୁ ଭାରତୀୟ ଟିମରେ ଖେଳିଗଲା ଖୁସିର ଲହରି!

ନୂଆଦିଲ୍ଲୀ,୧୧।୨: ଭାରତୀୟ ଦଳ ଗୁରୁବାର T20 ବିଶ୍ୱକପ 2026 ରେ ନାମ୍ବିଆର ମୁକାବିଲା କରିବ। ତା’ପରେ ଭାରତୀୟ ଦଳ ଫେବୃଆରୀ ୧୫ରେ ପାକିସ୍ତାନ ସହିତ ମୁକାବିଲା କରିବ।…

SA vs AFG: ହାର ମାନିଲା ଆଫଗାନିସ୍ତାନ, ୨ଟି ସୁପର ଓଭର ମୁକାବିଲାରେ ବାଜି ମାରିଲା ସାଉଥ ଆଫ୍ରିକା

ଅହମ୍ମଦାବାଦ,୧୧।୨: ଅହମ୍ମଦାବାଦ ଗ୍ରାଉଣ୍ଡରେ ଟି-୨୦ ବିଶ୍ୱକପ୍ ୨୦୨୬ର ସବୁଠାରୁ ରୋମାଞ୍ଚକର ମ୍ୟାଚ୍ ଦେଖିବାକୁ ମିଳିଛି। ଗୋଟିଏ ନୁହେଁ, ବରଂ ଦୁଇଟି ସୁପର ଓଭର ପରେ ଦକ୍ଷିଣ ଆଫ୍ରିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri