Posted inଖେଳ

ବିନୋଦ କାମ୍ବଲି-ପୃଥ୍ବୀ ଶ’ଙ୍କ ଭଳି ନ ହୋଇ ଯାଆନ୍ତୁ ବୈଭବ ସୂର୍ଯ୍ୟବଂଶୀ, BCCIକୁ ଚେତାଇଲେ…

ନୂଆଦିଲ୍ଲୀ,୩।୫: ବିହାରର ଯୁବ ବ୍ୟାଟ୍ସମ୍ୟାନ ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୪ ବର୍ଷ ବୟସରେ ନିଜର ବ୍ୟାଟିଂ ଯୋଗୁ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି। ସେ ସମ୍ପ୍ରତି ଆଇପିଏଲ୍‌ରେ ଶତକ ହାସଲ କରିବାରେ ଦ୍ରୁତତମ ଭାରତୀୟ ବ୍ୟାଟ୍ସମ୍ୟାନ ହୋଇଛନ୍ତି। ବୈଭବଙ୍କ ପ୍ରତିଭା ଦେଖିବା ପରେ, ଅନେକ କିମ୍ବଦନ୍ତୀ ତାଙ୍କୁ ଭାରତୀୟ କ୍ରିକେଟର ଭବିଷ୍ୟତ ବୋଲି କହୁଛନ୍ତି। ସେହିଭଳି ସେ ଖୁବ୍‌ଶୀଘ୍ର ଟିମ୍‌ ଇଣ୍ଡିଆ ପାଇଁ ଖେଳିପାରନ୍ତି ବୋଲି କୁହାଯାଉଛି। ଏସବୁ ମଧ୍ୟରେ, ଭାରତର ପୂର୍ବତନ ପ୍ରଶିକ୍ଷକ ଏକ ବଡ଼ ବୟାନ ଦେଇଛନ୍ତି। ଏହି ଯୁବ ଖେଳାଳିଙ୍କୁ ସଠିକ ଭାବରେ ପରିଚାଳନା କରିବା ପାଇଁ ବିସିସିଆଇକୁ ଏକ ବଡ଼ ଚେତାବନୀ ଦେଇଛନ୍ତି।

ବୈଭବ ସୂର୍ଯ୍ୟବଂଶୀ ନିଜ ବ୍ୟାଟିଂରେ ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି। ଏହି କ୍ରମରେ ପୂର୍ବତନ ଭାରତୀୟ ପ୍ରଶିକ୍ଷକ ଗ୍ରେଗ ଚାପେଲ ବୈଭବଙ୍କୁ ନେଇ BCCIକୁ ଚେତାବନୀ ମଧ୍ୟ ଦେଇଛନ୍ତି। ବିସିସିଆଇକୁ ବୈଭବଙ୍କୁ ସଠିକ ଉପାୟରେ ପରିଚାଳନା କରିବାକୁ ପଡିବ। କାରଣ ଭାରତ ପୂର୍ବରୁ ସଚିନ ତେନ୍ଦୁଲକର, ବିନୋଦ କାମ୍ବଲି ଏବଂ ପୃଥ୍ବୀ ଶ’ଙ୍କ ଭଳି ଯୁବ କ୍ରିକେଟରଙ୍କୁ କମ ବୟସରେ ବଡ଼ ନାମ କମାଇବାର ଦେଖିଛି। କିନ୍ତୁ ବିନୋଦ କାମ୍ବଲି ଏବଂ ପୃଥ୍ବୀ ଶ’ଙ୍କ କ୍ୟାରିୟର ଖୁବ୍‌ଶୀଘ୍ର ଟ୍ରାକରୁ ଚାଲିଗଲା। ଏପରି ପରିସ୍ଥିତିରେ, ବିସିସିଆଇକୁ ବୈଭବଙ୍କ ପ୍ରତି ଅଧିକ ଧ୍ୟାନ ଦେବାକୁ ପଡିବ ବୋଲି ସେ କହିଛନ୍ତି।

ଗ୍ରେଗ ଚାପେଲ ESPN କ୍ରିକଇନ୍ଫୋ ପାଇଁ ତାଙ୍କ ସ୍ତମ୍ଭରେ ଲେଖିଛନ୍ତି, ’ସଚିନ ତେନ୍ଦୁଲକର କେବଳ ପ୍ରତିଭା ଯୋଗୁ ନୁହେଁ, ବରଂ ତାଙ୍କର ଏକ ଦୃଢ଼ ସପୋର୍ଟ ସିଷ୍ଟମ୍‌ ମଧ୍ୟ ଥିଲା – ଜଣେ ଶାନ୍ତ ସ୍ବଭାବ, ଜଣେ ବୁଝାମଣା ପ୍ରଶିକ୍ଷକ, ଏକ ପରିବାର ଯିଏ ତାଙ୍କୁ ସାଂସାରିକତାର ସର୍କସରୁ ରକ୍ଷା କରିଥିଲେ।’ ଅନ୍ୟପକ୍ଷରେ, ସମାନ ପ୍ରତିଭାଶାଳୀ ଏବଂ ଅଧିକ ଚମତ୍କାର ଥିଲେ ବି ବିନୋଦ କାମ୍ବଲି, ପ୍ରସିଦ୍ଧି ଏବଂ ଶୃଙ୍ଖଳା ମଧ୍ୟରେ ସନ୍ତୁଳନ ରଖିପାରି ନ ଥିଲେ। ପୃଥ୍ବୀ ଶ’ ମଧ୍ୟ ଆଉ ଜଣେ ଚମତ୍କାର ଖେଳାଳି ଯିଏ ଏବେ ବି ଶୀର୍ଷକୁ ଫେରିପାରିବେ।

ଦିନ ଥିଲା ବିନୋଦ କାମ୍ବଲି ଏବଂ ପୃଥ୍ବୀ ଶ’ଙ୍କୁ ଥରେ ଭାରତୀୟ କ୍ରିକେଟର ଭବିଷ୍ୟତ ବୋଲି ବିବେଚନା କରାଯାଉଥିଲା, କିନ୍ତୁ କିଛି ସମୟ ମଧ୍ୟରେ ସେମାନେ ନିଜର ପଥରୁ ଓହରି ଯାଇଥିଲେ। ଏହି ଦୁଇ ଖେଳାଳି ନିଜ ପ୍ରତିଭାକୁ ଠିକ ଭାବରେ ବ୍ୟବହାର କରିପାରିଲେ ନାହିଁ। କାମ୍ବଲିଙ୍କ କ୍ରିକେଟ କ୍ୟାରିଅର ସଚିନ ତେନ୍ଦୁଲକରଙ୍କ ଠାରୁ ଆରମ୍ଭ ହୋଇଥିଲା। କିନ୍ତୁ କାମ୍ବଲି ପଡ଼ିଆ ବାହାରେ ଜିନିଷଗୁଡ଼ିକୁ ସମ୍ଭାଳିବାରେ ବିଫଳ ହୋଇଥିଲେ ଏବଂ ତାଙ୍କର ମଦ୍ୟପାନ ନିଶା ତାଙ୍କ କ୍ୟାରିୟରକୁ ନଷ୍ଟ କରିଦେଇଥିଲା। ପୃଥୱୀ ଶ’ ମଧ୍ୟ ବହୁତ କମ ବୟସରେ ଭାରତ ପାଇଁ ତିନୋଟି ଫର୍ମାଟରେ ଡେବ୍ୟୁ କରିଥିଲେ। କିନ୍ତୁ ବର୍ତ୍ତମାନ ସେ ବରିଷ୍ଠ ଦଳର ଯୋଜନାରେ କୌଣସି ସ୍ଥାନରେ ନାହାନ୍ତି। ଏହାର ସବୁଠାରୁ ବଡ଼ କାରଣ ହେଉଛି ଅନୁଶାସନହୀନତା, ଫିଟନେସ ଚିନ୍ତା ଏବଂ ତାଙ୍କର ମଇଦାନ ବାହାରର ବିବାଦ।


Enter your email to get our daily news in your inbox.

All Right Reserved By Dharitri.Com

ପାଣ୍ଡିଆନଙ୍କ ଭୂମିକାକୁ ନେଇ ଏମିତି କହିଲେ ସମ୍ବିତ ରାଉତରାୟ, ୨୦୨୬ରେ ବହୁତ କିଛି…

ଭୁବନେଶ୍ୱର,୨୧ା୧୨: ୨୦୨୬ରେ ବହୁତ କିଛି ହେବ। କିଛି ମେଳି ନାହିଁ ବୋଲି କହିଛନ୍ତି ବିଜେଡି ନେତା ସମ୍ବିତ ରାଉତରାୟ। ସେ କହିଛନ୍ତି, ରାଜନୀତି କଲେ ଚର୍ଚ୍ଚା...

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

ବାସୁଦେବପୁରରେ ଭୟଙ୍କର ଦୁର୍ଘଟଣା: ହାଇଓ୍ବା- ଟ୍ରେଲର ମୁହାଁମୁହିଁ ଧକ୍କା

ବାସୁଦେବପୁର,୨୧।୧୨(କାଳୀପଦ ରାୟ): ବାସୁଦେବପୁର ବ୍ଲକ ଅଧୀନ ଜାମଝାଡି, ଧାମରା ରାସ୍ତାର ମାତାଜୀ ମଠ ଛକଠାରେ ଏକ ହାଇଓ୍ବା ଓ ଟ୍ରେଲର ମୁହାଁମୁହିଁ ଧକ୍କା ହୋଇଛନ୍ତି। ହାଇଓ୍ବାଟି...

କାହିଁକି ଭଡ଼ା ବୃଦ୍ଧି କଲା ରେଳ ବିଭାଗ ଜାଣନ୍ତୁ…

ନୂଆଦିଲ୍ଲୀ,୨୧ା୧୨: ଭାରତୀୟ ରେଳ ବିଭାଗ ୨୬ ଡିସେମ୍ବରରୁ ଯାତ୍ରୀ ଭଡ଼ାରେ ପରିବର୍ତ୍ତନ ଘୋଷଣା କରିଛି। ତେବେ ଏହି ଭଡ଼ା ବୃଦ୍ଧି ପଛରେ ମୁଖ୍ୟ କାରଣ ହେଉଛି...

ବ୍ୟାଟରୁ ବିଜନେସ, କେମିତି ୧୦୦୦କୋଟିର ସାମ୍ରାଜ୍ୟ ଠିଆ କଲେ ବିରାଟ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିରାଟ କୋହଲି ପଡ଼ିଆରେ ଚୌକା ଏବଂ ଛକା ମାରିଥାନ୍ତି, ଷ୍ଟାଡିୟମ କରତାଳିରେ ପ୍ରତିଧ୍ୱନିତ ହୋଇଯାଏ। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ...

ବିଜେଡିକୁ ନେଇ ଏମିତି କହିଲେ ଅଶୋକ ପଣ୍ଡା, ଭାଜପା କଂଗ୍ରେସରେ ଯେଭଳି…

ଭୁବନେଶ୍ୱର,୨୧ା୧୨: ବିଜେଡିକୁ ନେଇ ବରିଷ୍ଠ ନେତା ଅଶୋକ ପଣ୍ଡା ଏକ ବୟାନ ଦେଇଛନ୍ତି। ସେ କହିଛନ୍ତି, ଭାଜପା-କଂଗ୍ରେସରେ ଯେଭଳି କନ୍ଦଳ ଥିଲା ବିଜେଡିରେ ସେଭଳି ନାହିଁ...

ସାଜସଜ୍ଜା ଅନନ୍ୟ, ଅପେକ୍ଷାରେ ଅଭିନୟ

ବରଗଡ଼,୨୧।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା। ଆସନ୍ତା ୨୪ରୁ ଏହି ମହୋତ୍ସବ ଆରମ୍ଭ ହେବ। ୨୦୨୬ ଜାନୁଆରୀ ୩ ପର୍ଯ୍ୟନ୍ତ ଏହା ଚାଲିବ।...

ବଡ଼ ଖବର: ୨୬ ଡିସେମ୍ୱରରୁ ମହଙ୍ଗା ହେବ ଟ୍ରେନଯାତ୍ରା, ଜେନରାଲ ସିଟ୍‌ ପାଇଁ ଦେବାକୁ ପଡିବ ଏତେ ଟଙ୍କା

ନୂଆଦିଲ୍ଲୀ,୨୧।୧୨: ଯାତ୍ରୀଗଣ ଦୟାକରି ଧ୍ୟାନ ଦିଅନ୍ତୁ। ଟ୍ରେନରେ ଯାତ୍ରା କରୁଥିଲେ ଆପଣଙ୍କ ପାଇଁ ଜରୁରୀ ଖବର। ଟ୍ରେନରେ ଯାତ୍ରା କରିବା ଏବେ ପଡିପାରେ ମହଙ୍ଗା। ଡିସେମ୍ୱର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri