ସ୍ବଦେଶୀ କ୍ରୀଡ଼ାକୁ ବିଶ୍ୱସ୍ତରୀୟ ମାନ୍ୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ

ମୁମ୍ବାଇ,୩ା୫: ଜିଓ ଓ୍ବାଲର୍‌ଡ ସେଣ୍ଟରରେ ଆୟୋଜିତ ଓ୍ବାଲର୍‌ଡ ଅଡିଓ ଭିଜୁଆଲ ଓ ଏଣ୍ଟରଟେନମେଣ୍ଟ ସମିଟ୍‌ (ଓ୍ବେବ୍ସ) ୨୦୨୫ରେ ଶନିବାର ‘ସ୍ବଦେଶୀ କ୍ରୀଡ଼ା-ଭାରତରୁ ବିଶ୍ୱସ୍ତର’ ଶୀର୍ଷକ ଉପରେ ଆଲୋଚନା ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଥିରେ ଯୋଗଦେଇ ସ୍ବଦେଶୀ କ୍ରୀଡ଼ାକୁ ବିଶ୍ୱସ୍ତରୀୟ ମାନ୍ୟତା ଦିଗରେ ଆଗେଇ ନେବା ଲାଗି ଆହ୍ବାନ ଦେଇଛନ୍ତି। ଏହି ଅବସରରେ ସେ ସ୍ବଦେଶୀ କ୍ରୀଡ଼ାର ବିକାଶ ଉପରେ ଆଲୋକପାତ କରିଛନ୍ତି।

ପୁଣି କହିଛନ୍ତି, ସ୍ବଦେଶୀ କ୍ରୀଡ଼ା କେବଳ ଖେଳ ନୁହେଁ, ସେଗୁଡ଼ିକ ଟିମଓ୍ବାର୍କ, ଧୈର୍ଯ୍ୟ ଓ ଆମ ସମ୍ପ୍ରଦାୟ ମାଟିର ପରିଚୟକୁ ପ୍ରକାଶ କରେ। ଖେଳରେ ସଂସ୍କୃତି ଅଛି, ସଂସ୍କୃତିରେ ଅସ୍ମିତା ଅଛି। ବିଶ୍ୱସ୍ତରରେ ଆମ ସ୍ବଦେଶୀ କ୍ରୀଡ଼ାକୁ ତା’ର ଉପଯୁକ୍ତ ଅଧିକାର ଦେବା ଲାଗି ଆମେ ଭାରତ ସରକାର ଓ ବିଶ୍ୱ ଫେଡେରେଶନ ସହିତ କାମ କରିବା ଜାରି ରଖିବୁ ବୋଲି ମୁଖ୍ୟମନ୍ତ୍ରୀ ମାଝୀ କହିଛନ୍ତି।

ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଭାବେ ଖୋ ଖୋ ଭଳି ସ୍ବଦେଶୀ କ୍ରୀଡ଼ା ଲାଗି ହାଇ-ପରଫର୍ମାନ୍ସ ସେଣ୍ଟର ନିର୍ମାଣ କରିଛି। ଏହି ଉଲ୍ଲେଖନୀୟ ପଦକ୍ଷେପ ପାରମ୍ପରିକ କ୍ରୀଡ଼ା ପ୍ରତି ଲୋକଙ୍କ ଚିନ୍ତାଧାରା ବଦଳାଇଛି। ଉପଯୁକ୍ତ ପ୍ରଶିକ୍ଷଣ, ଭିତ୍ତିଭୂମି ଓ ନୂତନତ୍ୱ ମାଧ୍ୟମରେ ପାରମ୍ପରିକ କ୍ରୀଡ଼ାକୁ ପେସାଦାର କ୍ରୀଡ଼ା ଭଳି ଲୋକପ୍ରିୟ କରିହେବ।

ଓଡ଼ିଶା ଜଗରନଟ୍ସ ରାଜ୍ୟ ସରକାରଙ୍କ ମାଲିକାନାରେ ଥିବା ଏକମାତ୍ର ଫ୍ରାଞ୍ଚାଇଜ, ଯାହାକି ଅଲ୍ଟିମେଟ ଖୋ ଖୋ ଲିଗ୍‌ରେ ଚାମ୍ପିୟନ ହୋଇଛି। ଏହା ଦର୍ଶାଉଛି ଯେ, ନିରନ୍ତର ସମର୍ଥନ ଓ ସୁଚିନ୍ତିତ ନିବେଶ ମାଧ୍ୟମରେ କିଛି ବି ହାସଲ କରାଯାଇପାରେ ବୋଲି ସେ କହିଛନ୍ତି। ଓ୍ବେବ୍ସ ୨୦୨୫ ସମ୍ମାନିତ ବକ୍ତାଙ୍କ ପ୍ୟାନେଲରେ ପ୍ରୋ କବାଡ଼ି ଲିଗ କମିଶନର ଅନୁପମ ଗୋସ୍ବାମୀ, ଗ୍ଲୋବାଲ କବାଡି ଆଇକନ ଫାଜେଲ ଅଟ୍ରାଚାଲି ଓ ଖୋ ଖୋ ଫେଡେରେଶନ ଅଫ ଇଣ୍ଡିଆ ସଭାପତି ସୁଧାଂଶୁ ମିତ୍ତଲ ସ୍ଥାନ ପାଇଥିଲେ। ସେମାନେ ସରକାର, ଫେଡେରେଶନ, ଗଣମାଧ୍ୟମ ଓ ଆଥ୍‌ଲେଟଙ୍କ ସମର୍ଥନରେ ଭାରତର ପାରମ୍ପରିକ କ୍ରୀଡ଼ାକୁ କେଉଁଭଳି ଅଲିମ୍ପିକ୍ସ ଭଳି ଅନ୍ତର୍ଜାତୀୟ ପ୍ଲାଟଫର୍ମକୁ ନିଆଯାଇପାରିବ, ତାହା ଉପରେ ଆଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଉଠୁନି ଚାଉଳ.. ଏବେଠୁ ଧାନ ବିକ୍ରି ଚିନ୍ତା, ଲୋକ ସଭାରେ ପ୍ରଶ୍ନ ଉଠାଇଲେ ବରଗଡ଼ ଏମପି

ବରଗଡ଼,୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଚାଷ କାର୍ଯ ଜାରି ରହିଛି । ଆଉ ଅଢ଼େଇ ମାସରୁ ୩ମାସ ମଧ୍ୟରେ ଧାନ ଅମଳ ହେବ ଏବଂ ଏହାପରେ…

ବିନା ଲାଇସେନ୍ସରେ ବିକ୍ରି ହେଉଥିଲା ବିଦେଶୀ ମଦ, ଫାଷ୍ଟଫୁଡ୍ ଦୋକାନରେ ଚଢ଼ାଉ କରି ଧରିଲା ପୋଲିସ

ଦିଗପହଣ୍ଡି,୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ଛକରେ ଥିବା ସମୀର ରାଉତଙ୍କ ଫାଷ୍ଟଫୁଡ୍ ଦୋକାନରୁ ୫୮ ବୋତଲ ବିଦେଶୀ ମଦ ଜବତ…

‘ରାଜନୈତିକ ଭୂମିକା ନ ନେଇ ଚାପ ଗୋଷ୍ଠୀ ଭାବେ କାମ କରିବ ସିଜେପି’

ମୁମ୍ବାଇ,୫ା୮: କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ବର୍ତ୍ତମାନ ପାଇଁ ଏକ ଚାପ ଗୋଷ୍ଠୀ ଭାବେ କାର୍ଯ୍ୟ କରିବ ବୋଲି ଏହାର ପ୍ରତିଷ୍ଠାତା ଅଭିଜିତ ଦୀପ୍‌କେ ବୁଧବାର କହିଛନ୍ତି।…

ଜଗପାଡୁ ବଡବନ୍ଧର ପୁନରୁଦ୍ଧାର ପାଇଁ ଅଣ୍ଟା ଭିଡିଲେ ବିଧାୟକ ରୂପେଶ, ସ୍ଥିତି ସମୀକ୍ଷା ପରେ….

ପାରଳାଖେମୁଣ୍ଡି,୫।୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର ଗୁମ୍ମା ବ୍ଲକ ଅନ୍ତର୍ଗତ ଜଗପାଡୁ ଗ୍ରାମର ବହୁ ପୁରୁଣା ବଡବନ୍ଧ (ପୋଖରୀ)ର ସ୍ଥିତି ସମୀକ୍ଷା କରିଛନ୍ତି ସ୍ଥାନୀୟ ବିଧାୟକ ରୂପେଶ ପାଣିଗ୍ରାହୀ।…

୪୦ ହେକ୍ଟର ଜମିରେ ଲାଗିବ ଅଏଲ ପାମ୍‌ ବୃକ୍ଷ, କନ୍ଧମାଳରେ ୨ ବର୍ଷ ହେଲା…

ଦାରିଙ୍ଗବାଡ଼ି,୫ା୮(ଅରୁଣ ସାହୁ): ଦେଶରେ ଖାଇବା ତେଲର ଚାହିଦା ରହିଛି। ତେବେ ଖାଇବା ତେଲକୁ ଅନେକ ସମୟରେ ବାହାର ଦେଶରୁ ଆମଦାନୀ କରାଯାଉଛି। ଦେଶରେ ଚାହିଦା ରହିଥିଲେ ମଧ୍ୟ…

‘ଶିକ୍ଷାକ୍ଷେତ୍ରରେ ST-SC ଶିକ୍ଷକ ସଂଘର ସଭାପତି ବିଶ୍ୱନାଥଙ୍କ ଅବଦାନ ଅତୁଳନୀୟ’

କଲ୍ୟାଣସିଂହପୁର,୫ା୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ST, SC ଶିକ୍ଷକ ସଂଘର ସଭାପତି ସ୍ବର୍ଗତ ବିଶ୍ୱନାଥ କାଡ୍ରାକାଙ୍କ ଦ୍ୱାଦଶାହ କାର୍ଯ୍ୟକ୍ରମ ଶିରିପୁରସ୍ଥିତ ତାଙ୍କ ବାସଭବନରେ…

୨୨ ବର୍ଷ ପରେ ଜେଲ୍‌ରୁ ମୁକୁଳିଲେ ଆଜୀବନ କଏଦୀ ଅର୍ଜୁନ ଜାନି

କୋରାପୁଟ,୫ା୮(ଅମିତାଭ ବେହେରା): ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତି କ୍ରମେ ୨୦୦୪ରେ ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦୀର୍ଘ ୨୨ ବର୍ଷର କାରାଦଣ୍ଡ ଭୋଗିବା ପରେ ନବରଙ୍ଗପୁର…

ଭାଜପା ଏମପିଙ୍କୁ ବଡ଼ ପରାମର୍ଶ ଦେଲେ ମୋଦି, ବର୍ତ୍ତମାନ ଉପରେ ଫୋକସ୍…

ନୂଆଦିଲ୍ଲୀ,୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିବା ଭାରତୀୟ ଜନତା ପାର୍ଟି (ଭାଜପା)ର ୩୭ ଜଣ ନୂଆ ଏମପିଙ୍କ ବୈଠକ କରିଥିଲେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri