Posted inଖେଳ

ଆମେରିକାରୁ ପୁଣି ଖେଳିବେ ଗ୍ରିନର

ଫୋନିକ୍ସ (ୟୁଏସ),୨୩ା୭: ଦିନ ଥିଲା ବ୍ରିଟନୀ ଗ୍ରିନର ୟୁଏସ୍‌ଏ ବାସ୍କେଟବଲ୍‌ ଜର୍ସି ପୁଣି ପିନ୍ଧିବେ ଏକଥା ତାଙ୍କ କଳ୍ପନା ବାହାରେ ଥିଲା। ଦୁଇଥର ଅଲିମ୍ପିକ ସ୍ବର୍ଣ୍ଣ ପଦକ ବିଜେତା ପାଖରେ ଡ୍ରଗ୍ସ ରଖିବା ଓ ସ୍ମଗଲିଂ କରିବା ଅଭିଯୋଗରେ ୨୦୨୨ରେ ରୁଷିଆର ଏକ ବନ୍ଦୀଶାଳାରେ ଥିଲେ। ମାତ୍ର ୧୦ମାସ ପରେ ଏକ ହାଇ ପ୍ରୋଫାଇଲ ବନ୍ଦୀ ବିନିମୟରେ ସେ ଜେଲ୍‌ରୁ ଖଲାସ ହେବାପରେ ତାଙ୍କ ଦେଶ ତରଫରୁ ଖେଳିବା ପାଇଁ ସେ ପୁଣି ସୁଯୋଗ ପାଇଛନ୍ତି। ବର୍ତ୍ତମାନ ୧୯ମାସ ଅତିକ୍ରମ କରିବା ପରେ ସେ ଆମେରିକା ତରଫରୁ ପ୍ୟାରିସ ଗେମ୍ସରେ ଭାଗ ନେବାକୁ ମନୋନୀତ ହୋଇଛନ୍ତି। ରୁଷିଆରୁ ଫେରିବା ପରେ ପ୍ରଥମ ଥର ସେ ବିଦେଶରେ ଖେଳିବାକୁ ଯାଉଛନ୍ତି। ଶନିବାର ତାଙ୍କ ଦଳ ଅଲ୍‌-ଷ୍ଟାର ଗେମ୍‌ରେ ଖେଳିବା ପୂର୍ବରୁ ସେ ତାଙ୍କ ଜର୍ସି ନମ୍ବର-୧୫ ୟୁଏସ୍‌ ପରିଧାନ କରିଥିଲେ। ଗ୍ରୀନର ତାଙ୍କ ଓମେନ୍ସ ନ୍ୟାଶନାଲ ବାସ୍କେଟବଲ୍‌ ଆସୋସିଏଶନ (ଡବ୍ଲ୍ୟୁଏନ୍‌ବିଏ)ର ଆୟ ପାଇଁ ବାସ୍କେଟବଲ ଖେଳିବା ପାଇଁ ରୁଷିଆ ଯାଇଥିଲେ। ସେ ବର୍ଷବର୍ଷ ଧରି ଏହି କାର୍ଯ୍ୟ କରି ଆସୁଥିଲେ। ୩୩ ବର୍ଷୀୟ ଏହି ଖେଳାଳି କହିଥିଲେ, ୟୁଏସ୍‌ଏ ବାସ୍କେଟବଲ୍‌ ଯେ ପର୍ଯ୍ୟନ୍ତ ତାଙ୍କୁ ଖେଳିବା ଲାଗି ନ କହିଛି, ସେ ପର୍ଯ୍ୟନ୍ତ ସେ ଖେଳିବେ ନାହିଁ। ଗ୍ରିନର ଆମେରିକା ଦଳ ସହିତ ଖେଳିବା ପାଇଁ ବହୁ ସମୟ ଦେଇଛନ୍ତି। ବର୍ତ୍ତମାନ ସେ ଶତ ପ୍ରତିଶତ ଫିଟ୍‌ ଥିବା କହିଛନ୍ତି। ଜୁଲାଇ ୮ରେ ଗ୍ରୀନରଙ୍କ ସମଲିଙ୍ଗୀ ସ୍ତ୍ରୀ ଚାର୍ଲି ପୁତ୍ର ସନ୍ତାନ ବାଶକୁ ଜନ୍ମ ଦେଇଛନ୍ତି। ଗ୍ରୀନର କହିଛନ୍ତି, ଅଲିମ୍ପିକ୍ସ ପାଇଁ ତାଙ୍କୁ କିଛି ସପ୍ତାହ ସନ୍ତାନଠାରୁ ଦୁରରେ ରହିବାକୁ ପଡ଼ିବ ଯାହାକି କଷ୍ଟଦାୟକ।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

ସ୍ବାୟତ୍ତ ଶାସନ ଦିବସ ପାଳନ ନେଇ ପ୍ରସ୍ତୁତି ଚୂଡ଼ାନ୍ତ

ଦିଗପହଣ୍ଡି,୨୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନ୍‌ଏସି ପକ୍ଷରୁ ଅଗଷ୍ଟ ୩୧ରେ ପାଳନ ହେବାକୁ ଥିବା ସ୍ବାୟତ୍ତ ଶାସନ ଦିବସ ପାଳନ ଉପଲକ୍ଷେ ଏକ ପ୍ରସ୍ତୁତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri