ବେଳାଭୂମିରେ ଜମିବ ଗହଳି

ପୁରୀ ଅଫିସ,୧।୮: କୋଭିଡ୍‌ କଟକଣା ନେଇ ଶନିବାର ରାଜ୍ୟ ସରକାରଙ୍କ ନୂଆ ଗାଇଡ୍‌ ଲାଇନ୍‌ ଆସିବା ପରେ ଶ୍ରୀମନ୍ଦିର ଖୋଲିବା ଓ ବେଳାଭୂମି ପୁଣି ଚଳଚଞ୍ଚଳ ହେବା ଆଶା ଉଜ୍ଜିବୀତ ହୋଇଛି। ୧ ତାରିଖରୁ ନୂଆ ଗାଇଡ୍‌ଲାଇନ ଆଧାରରେ କଟକଣା କୋହଳ ହୋଇଛି। ଶ୍ରଦ୍ଧାଳୁଙ୍କ ନିମନ୍ତେ ଶ୍ରୀମନ୍ଦିର ଖୋଲାଯିବା ନିଷ୍ପତ୍ତି ପ୍ରଶାସନ ଉପରେ ଛାଡ଼ିଦିଆଯାଇଛି। ସେହିପରି ବେଳାଭୂମିକୁ ପର୍ଯ୍ୟଟକ ଆସିପାରିବେ ବୋଲି ସବୁଜ ସଙ୍କେତ ମିଳିଛି। ତେଣୁ ପୁରୀର ଉଠାଦୋକାନୀ, ବ୍ୟବସାୟୀ, ରେଷ୍ଟୁରାଣ୍ଟ ଓ ହୋଟେଲ ମାଲିକଙ୍କ ସମେତ ବେଳାଭୂମି ଉପରେ ନିର୍ଭରଶୀଳ ପରିବାର ଖୁସି ପ୍ରକଟ କରିଛନ୍ତି।

କୋଭିଡ୍‌ କଟକଣା ଯୋଗୁ ବେଳାଭୂମି ଖାଁ ଖାଁ ହୋଇପଡ଼ିଥିଲା। ମାତ୍ର ସରକାରଙ୍କ ନୂଆ ଘୋଷଣା ପରେ ପୁଣି ପର୍ଯ୍ୟଟକଙ୍କ ଆଗମନ ସାଙ୍ଗକୁ ପୁରୀ ଚଳଚଞ୍ଚଳ ହୋଇଉଠିବାର ଆଶା ସୃଷ୍ଟି ହୋଇଛି। ବେଳାଭୂମି ପାଖରେ ଉଠାଦୋକାନ କରିଥିବା ଶହ ଶହ ଲୋକ ହାତ ବାନ୍ଧି ଘରେ ବସିଥିଲେ। ଏବେ ସେମାନଙ୍କ ମୁହଁରେ ପୁଣି ହସ ଉକୁଟିବ। ସେମାନେ ନିଜ ପସରା ଧରି ବେଳାଭୂମିକୁ ଧାଇଁ ଆସିବେ। ବେଳାଭୂମି ନିକଟରେ ସିଫୁଡ୍ସ ବିକ୍ରି କରୁଥିବା ସତ୍ୟବ୍ରତ ପରିଡ଼ା କହିଛନ୍ତି, ଶେଷ ଥର କେବେ ଦୋକାନ ଖୋଲିଥିଲି ତାହା ମନେ ପଡୁନାହିଁ। କରୋନା କାହାକୁ କେତେ କଷଣ ଦେଇଛି ତାହା ତ ଜଣା ନାହିଁ ହେଲେ ମୋତେ ଉପାସ ରହିବା ଭଳି ସ୍ଥିତିରେ ଆଣି ଠିଆ କରାଇଛି। ଦ୍ୱିତୀୟ ଲହରର ପ୍ରଭାବ କମିବା ଓ ସରକାରଙ୍କ କଟକଣା କୋହଳ ହେବା ପରେ ପୁଣି ଭଳ ଭାବେ ପରିବାର ପ୍ରତିପୋଷଣ ଆଶା ବାନ୍ଧିଛି। ପୁରୀକୁ ପର୍ଯ୍ୟଟକ ଆସିବେ ଓ ବେପାର ଜମିବ ଭାବି ଖୁସି ଲାଗୁଛି। ଅନ୍ୟପକ୍ଷରେ ସରକାରଙ୍କ କଟକଣା କୋହଳ ନେଇ ଘୋଷଣା ହେବାର ମାତ୍ର କିଛି ଘଣ୍ଟା ପରେ ବେଳାଭୂମିରେ ଗହଳି ଦେଖିବାକୁ ମିଳିଛି। ସହରର ଅନେକ ଲୋକ ବେଳାଭୂମିକୁ ଯାଇ ଦୃଶ୍ୟ ଉପଭୋଗ କରିବା ସହ ସେଲଫି ଉଠାଉଥିବା ଦେଖିବାକୁ ମିଳିଥିଲା।

ବେଳାଭୂମିରେ ଶନିବାର ସନ୍ଧ୍ୟାରେ ସମୟ ଅତିବାହିତ କରୁଥିବା ସନ୍ଧ୍ୟାରାଣୀ ସ୍ବାଇଁ କହିଛନ୍ତି, ସହର ଭିତରେ ରହି ଅନେକ ଦିନ ହେବ ଏକପ୍ରକାର ଅଣନିଃଶ୍ୱାସୀ ଅନୁଭବ କରୁଥିଲି। ଏବେ ବେଳାଭୂମି ପାଖକୁ ଆସି ଖୁବ୍‌ ଖୁସି। ତେବେ ସମସ୍ତେ କୋଭିଡ୍‌ କଟକଣା ମାନିବା ଉଚିତ। ଅନ୍ୟପକ୍ଷରେ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତିକୁ ଏବେ ସମସ୍ତଙ୍କ ଅପେକ୍ଷା ରହିଛି। ଶ୍ରୀମନ୍ଦିରରେ ଦର୍ଶନ ଅନୁମତି କେବେ ମିଳିବ ତାହାକୁ ଶ୍ରଦ୍ଧାଳୁ ଚାହିଁ ବସିଛନ୍ତି। ଆସନ୍ତା ୪ ତାରିଖରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବୈଠକ ବସିବ। ବୈଠକରେ ମନ୍ଦିର ଖୋଲାଯିବ କି ନାହିଁ ତାହା ନିଷ୍ପତ୍ତି ହେବ ବୋଲି କୁହାଯାଉଛି। ପୁରୀ ସହରବାସୀ ଓ ଜିଲାବାସୀଙ୍କୁ ଦର୍ଶନ ଅନୁମତି ମିଳିବା ଦରକାର ବୋଲି ସହରବାସୀ ଦାବି କରିଛନ୍ତି। କୋଭିଡ୍‌ କଟକଣା ମଧ୍ୟରେ ପ୍ରଶାସନ ଦର୍ଶନ ଅନୁମତି ଦେଉ ବୋଲି ଭାଜପା ଯୁବମୋର୍ଚ୍ଚା ସଭାପତି ଜୟନ୍ତ କୁମାର ଦାଶ କହିଛନ୍ତି। ଅନ୍ୟପକ୍ଷରେ ପୁରୀ ସହରକୁ ପର୍ଯ୍ୟଟକଙ୍କ ଆଗମନ ବଢ଼ିବା ସମ୍ଭାବନା ଥିବାରୁ କୋଭିଡ୍‌ କଟକଣା ପାଳନ କରାଇବା ଜିଲା ପ୍ରଶାସନ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହୋଇପାରେ। ତେବେ ପ୍ରଶାସନ କୋଭିଡ୍‌ କଟକଣା ମଧ୍ୟରେ ପର୍ଯ୍ୟଟକଙ୍କୁ ସ୍ବାଗତ କରିବ ବୋଲି ଉପଜିଲାପାଳ ଭବତାରଣ ସାହୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri