ଦୁର୍ଗାପୁରରେ ନିର୍ମାଣ ହେବ ଗ୍ରୀନ ହାଇଡ୍ରୋଜେନ ପ୍ଲାଣ୍ଟ, ଶକ୍ତି କ୍ଷେତ୍ରରେ ୧୧,୯୦୦ କୋଟି ନିବେଶ…

କୋଲକାତା,୪।୧୨ : ପଶ୍ଚିମବଙ୍ଗ ସରକାର ଦୁର୍ଗାପୁରରେ ଗ୍ରାନ୍‌ ହାଇଡ୍ରୋଜେନ ପ୍ଲାଣ୍ଟ ସ୍ଥାପନ କରିବାକୁ ଯୋଜନା କରୁଛନ୍ତି। ରାଜ୍ୟଶକ୍ତି ମନ୍ତ୍ରୀ ଅରୁପ ବିଶ୍ୱାସ ସୂଚନା ଦେଇଛନ୍ତି ଯେ ଗ୍ରୀନ୍‌ ହାଇଡ୍ରୋଜେନ ଉତ୍ପାଦନ ପାଇଁ କେନ୍ଦ୍ର ସରକାର ରାଜ୍ୟକୁ ଏକ ସମ୍ଭାବ୍ୟ କ୍ଷେତ୍ର ଭାବରେ ଦେଖୁଛନ୍ତି। ଏକ ଗଣମାଧ୍ୟମ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ବିଶ୍ୱାସ କହିଛନ୍ତି ଯେ କେନ୍ଦ୍ରର ରିଭ୍ୟାମ୍ପେଡ ବିତରଣ ସେକ୍ଟର ସ୍କିମ (ଆରଡିଏସଏସ) ଅଧୀନରେ ବିଦ୍ୟୁତ କ୍ଷେତ୍ର ପାଇଁ ପ୍ରାୟ ୧୧,୯୦୦ କୋଟି ଟଙ୍କା ନିବୋ କରାଯିବ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ନିକଟରେ କେନ୍ଦ୍ର ସରକାର ପଶ୍ଚିମବଙ୍ଗକୁ ଗ୍ରୀନ୍‌ ହାଇଡ୍ରୋଜେନ ଏବଂ ଏମୋନିଆ ଉତ୍ପାଦନ ପାଇଁ ଏକ ସମ୍ଭାବ୍ୟ ରାଜ୍ୟ ଭାବରେ ଚିହ୍ନଟ କରିଛନ୍ତି। ବର୍ତ୍ତମାନ ପଶ୍ଚିମବଙ୍ଗ ବିଦ୍ୟୁତ ବିକାଶ ନିଗମ ଲିମିଟେଡ (ଡବ୍ଲୁବିପିଡିସିଏଲ) ପାଇଲଟ ପ୍ରକଳ୍ପ ଭାବରେ ଦୁର୍ଗାପୁରରେ ଗ୍ରୀନ ହାଇଡ୍ରୋଜେନ ପ୍ଲାଣ୍ଟ ସ୍ଥାପନ କରିବାକୁ ଯୋଜନା କରୁଛି।

ଅରୁପ ବିଶ୍ୱାସ ସୂଚନା ଦେଇଛନ୍ତି ଯେ ଖୁବ ଶୀଘ୍ର ରାଜ୍ୟ ସରକାର କୋଲାଘାଟ ଏବଂ ବନ୍ଦେଲ ତାପଜ ବିଦ୍ୟୁତ କେନ୍ଦ୍ରର ନବୀକରଣ କାର୍ଯ୍ୟ ଆରମ୍ଭ କରିବେ। ସେ କହିଛନ୍ତି ଯେ ଆରଡିଏସଏସ ଯୋଜନା ଶକ୍ତି ପରିବର୍ତ୍ତନ ଦିଗରେ ପ୍ରୟାସକୁ ଏକ ପ୍ରୋତ୍ସାହନ ଦେଇଛି। ଯେଉଁଥିରେ କ୍ଷତି ହ୍ରାସ, ସ୍ମାର୍ଟ ମିଟର ସ୍ଥାପନ ଏବଂ ସିଷ୍ଟମ ଆଧୁନିକୀକରଣ ପାଇଁ ୧୧,୮୯୫ କୋଟି ଟଙ୍କା ବିନିଯୋଗ ହେବ ଯାହାଦ୍ୱାରା ଏହି ସେକ୍ଟର ନିରନ୍ତର ଉନ୍ନତି ପଥରେ ଗତି କରିବାର ଆଶା ରହିବ।

ମନ୍ତ୍ରୀ କହିଛନ୍ତି ଯେ ମୁର୍ସିଦାବାଦ ଜିଲାର ସାଗରଦିଘିଠାରେ ୬୬୦ ମେଗାୱାଟ ସୁପରକିଟିକାଲ ଥର୍ମାଲ ପାୱାର ଷ୍ଟେଶନ ନିର୍ମାଣ ଚାଲିଛି। ଏଥିସହ ପଶ୍ଚିମବଙ୍ଗ ସରକାର ବକରେଶ୍ୱର ଡ୍ୟାମରେ ୫୦୦ ମେଗାୱାଟର ଭାସମାନ ସୌର ପ୍ଳାଣ୍ଟ ସ୍ଥାପନକୁ ଅନୁମୋଦନ କରିଛନ୍ତି।

Share