ଟାଙ୍ଗରା ଭୂଇଁରେ ସବୁଜ ବଳୟ

ଚମ୍ପୁଆ,୧୭ା୪(ଡି.ଏନ.ଏ.): ଇଚ୍ଛା ଶକ୍ତି ଥିଲେ ଅସାଧ୍ୟ କାର୍ଯ୍ୟ ବି ସାଧନ ହୋଇପାରିବ। ଦିନେ ଯେଉଁ ସ୍ଥାନରେ ଦୂବ କଅଁଳୁ ନ ଥିଲା, ସେଠାରେ ଏବେ ସବୁଜ ବଳୟ ହୋଇଛି। ପାଣି ଅଭାବ ଓ ଅନ୍ୟାନ୍ୟ ଅସୁବିଧା ଯୋଗୁ ଚାଷୀ ଚାଷଠାରୁ ଦୂରେଇ ଯାଉଥିବା ବେଳେ କେନ୍ଦୁଝର ଜିଲା ଚମ୍ପୁଆ ଏନ୍‌ଏସି ଅଧୀନ ଗୋଧୂଳି ଗ୍ରାମର ଚାଷୀମାନେ ଟାଙ୍ଗରା ଭୂଇଁରେ ଫସଲ ଫଳାଇଛନ୍ତି। ଉଠାଜଳସେଚନ ଏବଂ କୃଷିବିଭାଗର ସହାୟତାରେ ଏନ୍‌ଏସି ଅଞ୍ଚଳର ଚାଷୀ ବିଭିନ୍ନ ପ୍ରକାର ପନିପରିବା ଚାଷ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।
ସୂଚନା ଅନୁଯାୟୀ, ପାରମ୍ପରିକ ମକା ଚାଷ ପାଇଁ ଗୋଧୂଳି ଚମ୍ପୁଆ ଉପଖଣ୍ଡରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ପୂର୍ବରୁ ଉକ୍ତ ଗ୍ରାମର ଚାଷୀ ନିଜ ଫସଲର ବିହନ ବ୍ୟବହାର କରି ମକା ଓ ଚଣା ଚାଷ କରିଆସୁଥିଲେ। ମାତ୍ର ସମୟର ପରିବର୍ତ୍ତନରେ ସରକାରଙ୍କ ସହାୟତାକୁ ଠିକ୍‌ ଭାବେ ଉପଯୋଗ କରି ଦୁଇଗୁଣା ସଫଳତା ପାଇବାରେ ସମର୍ଥ ହୋଇପାରିଛନ୍ତି। ଚଳିତବର୍ଷ ଗୋଧୂଳି ଗ୍ରାମରେ ୪୧ ଜଣ ଚାଷୀ ୩୫ ଏକର ଜମିରେ ମକା ଚାଷ, ୨୦ ଏକର ଜମିରେ ଚଣା ଚାଷ କରିଛନ୍ତି। ପୂର୍ବରୁ ମକା ୨୦ ଟଙ୍କାରେ ୬ ଗୋଟି ମିଳୁଥିବା ବେଳେ ଚଳିତ ବର୍ଷ ୫୦ ଟଙ୍କାରେ ୭ ବିକି ଲାଭବାନ ହେଉଛନ୍ତି। ସେହିପରି ଚଣା ଚାଷରେ ମଧ୍ୟ ୨ ଗୁଣା ଲାଭ ହୋଇଥିବା ଚାଷୀ ଇଶ୍ୱର ଚନ୍ଦ୍ର ନାଏକ ପ୍ରକାଶ କରିଛନ୍ତି। ଚାଷୀ ନିର୍ମଳ ନାଏକଙ୍କ ମତରେ ଗୋଧୂଳିରେ ଥିବା ଚାଷ ଜମିଗୁଡ଼ିକ ଢିପ ତଥା ପାହାଡ଼ିଆ ହୋଇଥିବାରୁ ପାଣିର ସମସ୍ୟା ଲାଗି ରହୁଥିଲା। ସରକାରୀ ସହାୟତାରୁ ବର୍ତ୍ତମାନ ଉଭୟ ରବି ଓ ଖରିଫ ଋତୁରେ ଜଳ ସମସ୍ୟା ଦୂର ହୋଇଛି। ଉଠା ଜଳସେଚନ ଏବଂ କୃଷି ଅଧିକାରୀ ମନୋରଞ୍ଜନ ମଣ୍ଡଳ କହିଛନ୍ତି, ସରକାରଙ୍କ ପକ୍ଷରୁ ଚାଷୀ କିପରି ଚାଷରେ ଦୁଇ ଗୁଣା ଲାଭ ପାଇପାରିବେ ସେଥିପ୍ରତି ଗୁରୁତ୍ୱ ଦିଆଯାଉଛି। ଉଠା ଜଳସେଚନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ରମେଶ ଚନ୍ଦ୍ର ନାଏକଙ୍କ କହିବା ଅନୁଯାୟୀ, ଚାଷୀଙ୍କ ସୁବିଧା ପାଇଁ ଗୋଧୂଳି ଗ୍ରାମରେ ୫ଟି ଉଠା ଜଳସେଚନ ପ୍ରକଳ୍ପ ବୈତରଣୀ ନଦୀ ଉପରେ କରାଯାଇଛି। ଚାଷୀ ଏହି ଜଳ ବ୍ୟବହାର କରି ଉଭୟ ରବି ଓ ଖରିଫ ଋତୁରେ ଚାଷ କାର୍ଯ୍ୟ ସମାପନ କରିପାରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri