ଟାଙ୍ଗରା ଭୂଇଁରେ ସବୁଜ ବଳୟ

ଚମ୍ପୁଆ,୧୭ା୪(ଡି.ଏନ.ଏ.): ଇଚ୍ଛା ଶକ୍ତି ଥିଲେ ଅସାଧ୍ୟ କାର୍ଯ୍ୟ ବି ସାଧନ ହୋଇପାରିବ। ଦିନେ ଯେଉଁ ସ୍ଥାନରେ ଦୂବ କଅଁଳୁ ନ ଥିଲା, ସେଠାରେ ଏବେ ସବୁଜ ବଳୟ ହୋଇଛି। ପାଣି ଅଭାବ ଓ ଅନ୍ୟାନ୍ୟ ଅସୁବିଧା ଯୋଗୁ ଚାଷୀ ଚାଷଠାରୁ ଦୂରେଇ ଯାଉଥିବା ବେଳେ କେନ୍ଦୁଝର ଜିଲା ଚମ୍ପୁଆ ଏନ୍‌ଏସି ଅଧୀନ ଗୋଧୂଳି ଗ୍ରାମର ଚାଷୀମାନେ ଟାଙ୍ଗରା ଭୂଇଁରେ ଫସଲ ଫଳାଇଛନ୍ତି। ଉଠାଜଳସେଚନ ଏବଂ କୃଷିବିଭାଗର ସହାୟତାରେ ଏନ୍‌ଏସି ଅଞ୍ଚଳର ଚାଷୀ ବିଭିନ୍ନ ପ୍ରକାର ପନିପରିବା ଚାଷ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି।
ସୂଚନା ଅନୁଯାୟୀ, ପାରମ୍ପରିକ ମକା ଚାଷ ପାଇଁ ଗୋଧୂଳି ଚମ୍ପୁଆ ଉପଖଣ୍ଡରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ପୂର୍ବରୁ ଉକ୍ତ ଗ୍ରାମର ଚାଷୀ ନିଜ ଫସଲର ବିହନ ବ୍ୟବହାର କରି ମକା ଓ ଚଣା ଚାଷ କରିଆସୁଥିଲେ। ମାତ୍ର ସମୟର ପରିବର୍ତ୍ତନରେ ସରକାରଙ୍କ ସହାୟତାକୁ ଠିକ୍‌ ଭାବେ ଉପଯୋଗ କରି ଦୁଇଗୁଣା ସଫଳତା ପାଇବାରେ ସମର୍ଥ ହୋଇପାରିଛନ୍ତି। ଚଳିତବର୍ଷ ଗୋଧୂଳି ଗ୍ରାମରେ ୪୧ ଜଣ ଚାଷୀ ୩୫ ଏକର ଜମିରେ ମକା ଚାଷ, ୨୦ ଏକର ଜମିରେ ଚଣା ଚାଷ କରିଛନ୍ତି। ପୂର୍ବରୁ ମକା ୨୦ ଟଙ୍କାରେ ୬ ଗୋଟି ମିଳୁଥିବା ବେଳେ ଚଳିତ ବର୍ଷ ୫୦ ଟଙ୍କାରେ ୭ ବିକି ଲାଭବାନ ହେଉଛନ୍ତି। ସେହିପରି ଚଣା ଚାଷରେ ମଧ୍ୟ ୨ ଗୁଣା ଲାଭ ହୋଇଥିବା ଚାଷୀ ଇଶ୍ୱର ଚନ୍ଦ୍ର ନାଏକ ପ୍ରକାଶ କରିଛନ୍ତି। ଚାଷୀ ନିର୍ମଳ ନାଏକଙ୍କ ମତରେ ଗୋଧୂଳିରେ ଥିବା ଚାଷ ଜମିଗୁଡ଼ିକ ଢିପ ତଥା ପାହାଡ଼ିଆ ହୋଇଥିବାରୁ ପାଣିର ସମସ୍ୟା ଲାଗି ରହୁଥିଲା। ସରକାରୀ ସହାୟତାରୁ ବର୍ତ୍ତମାନ ଉଭୟ ରବି ଓ ଖରିଫ ଋତୁରେ ଜଳ ସମସ୍ୟା ଦୂର ହୋଇଛି। ଉଠା ଜଳସେଚନ ଏବଂ କୃଷି ଅଧିକାରୀ ମନୋରଞ୍ଜନ ମଣ୍ଡଳ କହିଛନ୍ତି, ସରକାରଙ୍କ ପକ୍ଷରୁ ଚାଷୀ କିପରି ଚାଷରେ ଦୁଇ ଗୁଣା ଲାଭ ପାଇପାରିବେ ସେଥିପ୍ରତି ଗୁରୁତ୍ୱ ଦିଆଯାଉଛି। ଉଠା ଜଳସେଚନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ରମେଶ ଚନ୍ଦ୍ର ନାଏକଙ୍କ କହିବା ଅନୁଯାୟୀ, ଚାଷୀଙ୍କ ସୁବିଧା ପାଇଁ ଗୋଧୂଳି ଗ୍ରାମରେ ୫ଟି ଉଠା ଜଳସେଚନ ପ୍ରକଳ୍ପ ବୈତରଣୀ ନଦୀ ଉପରେ କରାଯାଇଛି। ଚାଷୀ ଏହି ଜଳ ବ୍ୟବହାର କରି ଉଭୟ ରବି ଓ ଖରିଫ ଋତୁରେ ଚାଷ କାର୍ଯ୍ୟ ସମାପନ କରିପାରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri