ଖାଦ୍ୟ ସଙ୍କଟ ସୃଷ୍ଟି କରିପାରେ ସବୁଜ କୃଷି

ଭୁବନେଶ୍ୱର,୪। ୮(ବ୍ୟୁରୋ)

କୃଷି କ୍ଷେତ୍ରରୁ ନିର୍ଗତ ହେଉଥିବା ଗ୍ରୀନ ହାଉସ ଗ୍ୟାସ୍‌କୁ ହ୍ରାସ କରିବା ଲକ୍ଷ୍ୟରେ ଗତ ଜୁଲାଇ ୨୮ରେ କେନ୍ଦ୍ର ସରକାର ଗ୍ରୀନ-ଏଜି(ସବୁଜ କୃଷି) ପ୍ରକଳ୍ପ ନାମରେ ଏକ ପାଇଲଟ୍‌ ପ୍ରକଳ୍ପ ଆରମ୍ଭ କରିଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ଏହା ମିଜୋରାମ୍‌ରେ ଆରମ୍ଭ ହୋଇଥିବାବେଳେ ଖୁବ୍‌ଶୀଘ୍ର ଓଡ଼ିଶା, ମଧ୍ୟପ୍ରଦେଶ, ରାଜସ୍ଥାନ, ଉତ୍ତରାଖଣ୍ଡରେ ଆରମ୍ଭ ହେବ। ଏହି ୫ଟି ରାଜ୍ୟର ୧୦୪.୦୭୦ ହେକ୍ଟର ଜମିରେ ଜଳ ପରିଚାଳନା, ଜୈବିକ(ଅର୍ଗାନିକ) ଚାଷ ଏବଂ କୃଷି ଜୈବ ବିବିଧତା ବଜାୟ ରଖିବା ନେଇ ଚାଷୀମାନଙ୍କୁ ସଚେତନ କରାଯିବ। ଓଡିଶାର ଶିମିଳିପାଳ ଅଞ୍ଚଳରେ ଏହାକୁ ପାଇଲଟ ପ୍ରକଳ୍ପ ଭାବେ ଆରମ୍ଭ କରାଯିବାର ଯୋଜନା ରହିଛି। ଏହା ଦ୍ୱାରା କୃଷି କ୍ଷେତ୍ରରୁ ବାର୍ଷିକ ନିର୍ଗମନ ହେଉଥିବା ୪୯ ନିୟୁତ କାର୍ବନ ଡାଇଅକ୍ସାଇଡ ଗ୍ୟାସକୁ ରୋକାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ପାଇଲଟ ପ୍ରକଳ୍ପ ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଶେଷ ହେବ। ତେବେ ଏହି ଚାଷ ପ୍ରଣାଳୀ ଦ୍ୱାରା କୃଷି ଉତ୍ପାଦନ ଗୁରୁତର ଭାବେ ପ୍ରଭାବିତ ହେବାର ଆଶଙ୍କା ରହିଛି। ସବୁଜ କୃଷି ଦ୍ୱାରା ପରିବେଶ କିଛି ମାତ୍ରାରେ ସୁଧୁରିଲେ ମଧ୍ୟ ଆଗାମୀ ଦିନରେ ଘୋର ଖାଦ୍ୟ ସଙ୍କଟ ଦେଖାଦେବାର ସମ୍ଭାବନା ଥିବା କୃଷି ବିଶେଷଜ୍ଞ ଆଶଙ୍କା କରିଛନ୍ତି।
କୃଷି ବିଶେଷଜ୍ଞ ତଥା ଓୟୁଏଟିର ପୂର୍ବତନ କୁଳପତି ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଏହି ପାଇଲଟ ପ୍ରକଳ୍ପ ହେଲେ ଚାଷୀମାନେ ଜମିରେ ଆଉ ରାସାୟନିକ ସାର, କୀଟନାଶକ ଔଷଧ, ଗୋବରଖତ ଆଦି ପ୍ରୟୋଗ କରିବେ ନାହିଁ। ଏହାଦ୍ୱାରା ଚାଷୀଙ୍କୁ ବଡ଼ ଆକାରରେ କ୍ଷତି ସହିବାକୁ ପଡିବ। ଉତ୍ପାଦନ ହ୍ରାସ ପାଇବା ସାଙ୍ଗକୁ ଚାଷୀମାନେ ସମାନଙ୍କ ଉତ୍ପାଦିତ ଶସ୍ୟ ମଧ୍ୟ ବିକ୍ରି କରିପାରିବେ ନାହିଁ। ଏହି ପ୍ରଣାଳୀରେ ଚାଷ କରାଗଲେ ଚାଷ କରିବାର ୫ ବର୍ଷ ପରେ ଜମି ଲାଭ ଦେବା ଆରମ୍ଭ କରିବ। ସେ ପର୍ଯ୍ୟନ୍ତ ଚାଷରେ ହେଉଥିବା କ୍ଷତିକୁ ଚାଷୀ ଭରଣା କରିବା ଅବସ୍ଥାରେ ରହିବ ନାହିଁ। କେବଳ ସେତିକି ନୁହେଁ, ଉତ୍ପାଦିତ ଶସ୍ୟର ଉତ୍ପାଦନ ମୂଲ୍ୟ ମଧ୍ୟ ବହୁ ପରିମାଣରେ ବଢି ଯିବ। ଅପରପକ୍ଷରେ କରୋନା ମହାମାରୀ ପରେ ଲୋକମାନେ ସ୍ବାସ୍ଥ୍ୟ ପ୍ରତି ଅଧିକ ଯତ୍ନବାନ ହେବେ। ପୁଷ୍ଟିକର, ସ୍ବାସ୍ଥ୍ୟକର ଏବଂ ସୁରକ୍ଷିତ ଖାଦ୍ୟର ଚାହିଦା ବଢିବ। ସବୁଜ ଚାଷ ପାଇଁ ସରକାର ୫ ବର୍ଷ ଲାଗି ଚାଷୀଙ୍କ କ୍ଷତି ଭରଣା କରିବାକୁ ପ୍ରସ୍ତୁତ ରହିଲେ ଏହି ଚାଷ ସଫଳ ହୋଇପାରିବ ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ କୃଷି ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କଥା କହିବା କଥା ହେଲା ସବୁଜ ଚାଷ ଏକ ଉତ୍ତମ ପ୍ରୟାସ। ତାହା କେତେଦୂର ସଫଳ ହେବ ଭବିଷ୍ୟତ କହିବ। କେନ୍ଦ୍ର ସରକାର ଚାଷୀଙ୍କୁ ଏବେ ଧାନର ଉତ୍ପାଦନ ମୂଲ୍ୟ ଠିକ୍‌ରେ ଦେଇପାରୁ ନାହାନ୍ତି। ସବୁଜ ଚାଷ ଯୋଗୁ ହେବାକୁ ଥିବା କ୍ଷତି ଭରଣା କରିବା ସହଜ ହେବ ନାହିଁ। ୧ କୁଇଣ୍ଟାଲ ଧାନ ଉତ୍ପାଦନ ପାଇଁ ଚାଷୀଙ୍କୁ ୨୪୦୩ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି। ଚାଷୀଙ୍କଠାରୁ କେନ୍ଦ୍ର ସରକାର ୨୦୨୦-୨୧ରେ ଆର୍ଥିକ ବର୍ଷରେ ୧୮୬୮ ଟଙ୍କା ସର୍ବନିମ୍ନ ସହାୟକ ମୂଲ୍ୟ(ଏମଏସପି)ରେ କ୍ରୟ କରୁଛନ୍ତି। ଫଳରେ ଚାଷୀଙ୍କୁ କୁଇଣ୍ଟାଲ ପିଛା ୫୩୫ ଟଙ୍କା କ୍ଷତି ସହିବାକୁ ପଡୁଛି। ବିନା ରାସାୟନିକ ସାର କିମ୍ବା କୀଟନାଶକରେ ଚାଷ କଲେ କମ୍‌ ଅମଳ ହେବ ଏବଂ କ୍ଷତି ବହୁ ଗୁଣା ବଢିଯିବ। ଚାଷୀ ତାହା ସମ୍ଭାଳିବା ଅବସ୍ଥାରେ ରହିବା ସମ୍ଭବ ହେବ ନାହିଁ। କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ସଚିବ ସୌରଭ ଗର୍ଗ କହିଛନ୍ତି ଯେ, ଜଳବାୟୁ ପରିବର୍ତ୍ତନ ହେଉଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଜଳବାୟୁ ପରିବର୍ତ୍ତନ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି। ଚାଷୀମାନେ କିପରି ଆଗାମୀ ଦିନରେ ଜଳବାୟୁ ଅନୁସାରେ ସବୁଦିନିଆ ଫସଲ କରି ପାରିବେ ସେ ନେଇ ବ୍ୟବସ୍ଥା କରାଯାଉଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଆରମ୍ଭ କରାଯାଇଥିବା ସବୁଜ ଚାଷ ଏକ ଭଲ ପ୍ରୟାସ। ସମ୍ପୂର୍ଣ୍ଣ ତଥ୍ୟ ମିଳିବା ପରେ ଏ ନେଇ ପଦକ୍ଷେପ ନିଆଯିବ ବୋଲି ଗର୍ଗ କହିଛନ୍ତି।
ସମ୍ପ୍ରତି ଗ୍ରୀନ ହାଉସ ଗ୍ୟାସ ବୃଦ୍ଧି ପରିବେଶ ପାଇଁ ବିପଦ ସାଜିଛି। କଳକାରଖାନାଠାରୁ ଆରମ୍ଭ କରି ଯାନବାହନ, ସହରାଞ୍ଚଳ, କୃଷି କ୍ଷେତ୍ର ଆଦିରୁ ବାହାରୁଥିବା ବିଷାକ୍ତ ଗ୍ୟାସ ପରିବେଶକୁ ଦୁର୍ବଳ କରିବାରେ ଲାଗିଛି। ସମଗ୍ର ବିଶ୍ୱ ପାଇଁ ପରିବେଶ ପ୍ରଦୂଷଣ ବଡ ଚିନ୍ତାର କାରଣ ହୋଇଛି। ଏକ ଅଧ୍ୟୟନରୁ ଜଣାଯାଇଛି ଯେ, କୃଷି କ୍ଷେତ୍ରରୁ ବାର୍ଷିକ ପ୍ରାୟ ୬ ନିୟୁତ ଟନ ଗ୍ରୀନ ହାଉସ ଗ୍ୟାସ ନିର୍ଗତ ହୋଇଥାଏ। ମୁଖ୍ୟତଃ ରାସାୟନିକ ସାର, ଜୈବିକ ସାର, ଜଙ୍ଗଲ ନଷ୍ଟ ଏବଂ ମୃତ୍ତିକା କ୍ଷୟ ଆଦିରୁ ଗ୍ରୀନ ହାଉସ ଗ୍ୟାସ୍‌ ବୃଦ୍ଧି ପାଉଛି। ୧୯୯୦ରୁ ୨୦୧୦ ମଧ୍ୟରେ କୃଷି କ୍ଷେତ୍ରରୁ ବାହାରୁଥିବା ଗ୍ରୀନ୍‌ ହାଉସ ଗ୍ୟାସ ୮ ପ୍ରତିଶତ ବୃଦ୍ଧି ଘଟିଛି। ୨୦୨୦ରୁ ୨୦୩୦ ମଧ୍ୟରେ ଏହା୧୫ ପ୍ରତିଶତ ଅର୍ଥାତ ବାର୍ଷିକ ୭ ନିୟୁତ ଟନ୍‌ ଉପତ୍ନ୍ନ ହେବ ବୋଲି ବିଶେଷଜ୍ଞ ମହଲ୍‌ରେଆକଳନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Top 5 Beaches of Odisha: ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ସମୁଦ୍ର କୂଳ, ପିକନିକ୍‌ ପ୍ଲାନିଂ କରୁଥିଲେ ଜାଣି ନିଅନ୍ତୁ

ପୁରୀ ଓଡ଼ିଶାର ପୂର୍ବ ଉପକୂଳରେ ଅବସ୍ଥିତ ପୁରୀ ବେଳାଭୂମି। ଜଗନ୍ନାଥ ଧାମ ନିକଟରେ ଥିବା ଏହି ବେଳାଭୂମିର ସୌନ୍ଦର୍ଯ୍ୟ ଅବଲୋକନ କରିବାକୁ ଦୈନିକ ଲକ୍ଷଲକ୍ଷ ପର୍ଯ୍ୟଟକଙ୍କ...

ଜାଣିଛନ୍ତି କି ପେଟ୍ରୋଲ-ଡିଜେଲ ବି ହୁଏ ଏକ୍ସପାରୀ, ଏତିକି ଦିନ ଯାଏ ରଖିପାରିବେ…

ଅଧିକାଂଶ ଲୋକ ବିଶ୍ୱାସ କରନ୍ତି ଯେ ଥରେ ଟ୍ୟାଙ୍କରେ ଭର୍ତ୍ତି କରି କିମ୍ୱା କ୍ୟାନରେ ସଂରକ୍ଷଣ କରିଦେଲେ, ଇନ୍ଧନ ସବୁଦିନ ପାଇଁ ରହିଥାଏ। କିନ୍ତୁ ଏହା...

ନିଜ ଜାଲରେ କେମିତି ପଡ଼ିଲା ପାକିସ୍ତାନ? ଆମେରିକା ସହ ବନ୍ଧୁତା ପରେ ଫସିଗଲା ପାକ୍‌!

ଇସଲାମାବାଦ,୨୧।୧୨: ପାକିସ୍ତାନ ବର୍ତ୍ତମାନ ଆମେରିକା ସହିତ ତା’ର ବନ୍ଧୁତାକୁ ମଜବୁତ କରିବାକୁ ଚେଷ୍ଟା କରୁଛି। ଏହି ସମୟରେ, ଆମେରିକା ଗାଜାକୁ ଶାନ୍ତିସେନା ପଠାଇବା ପାଇଁ ପାକିସ୍ତାନ...

ରବିବାର ଭୂଲରେ ବି କାଟନ୍ତୁନି ଚୁଟି କି କରନ୍ତୁନି ଟ୍ରିପ୍‌ ପ୍ଲାନିଂ, ନଚେତ ଜୀବନ ହୋଇଯିବ ନର୍କ!

ହିନ୍ଦୁ ଧର୍ମରେ ପ୍ରତ୍ୟେକ ଦିନ କୌଣସି ନା କୌଣସି ଦେବତାଙ୍କୁ ସମର୍ପିତ। ରବିବାର ଭଗବାନ ସୂର୍ଯ୍ୟଙ୍କୁ ସମର୍ପିତ। ଆଜି ରବିବାର। ଏହି ଦିନ ସୂର୍ଯ୍ୟଙ୍କୁ ପ୍ରାର୍ଥନା...

ଟିମ ଇଣ୍ଡିଆ ଜିତି ପାରିବନି ୨୦୨୬ ଟି-୨୦ ବିଶ୍ୱକପ? ଜାଣନ୍ତୁ ୩ ବଡ଼ କାରଣ

ନୂଆଦିଲ୍ଲୀ,୨୧।୧୨: ୨୦୨୬ ଟି୨୦ ବିଶ୍ୱକପ ଫେବୃଆରୀ ଏବଂ ମାର୍ଚ୍ଚରେ ଅନୁଷ୍ଠିତ ହେବ। ବିଶ୍ୱକପର ପ୍ରଥମ ମ୍ୟାଚ ଫେବୃଆରୀ ୭ରେ ଖେଳାଯିବ ଏବଂ ଫାଇନାଲ ମାର୍ଚ୍ଚ ୮ରେ...

ମକର ସଂକ୍ରାନ୍ତି ପୂର୍ୱରୁ ବଡ଼ ଚାକିରି ପାଇବେ ୩ରାଶି, ଶୁକ୍ରଙ୍କ ଗୋଚରରେ ମକର ରାଶିରେ ବଢିଚାଲିବ ସମ୍ପତ୍ତି!

ଶୁକ୍ରକୁ ପ୍ରେମ, ସୌନ୍ଦର୍ଯ୍ୟ, ଆକର୍ଷଣ, ବିଳାସ, ଟଙ୍କା ଏବଂ ଆନନ୍ଦର ଗ୍ରହ ଭାବରେ ବିବେଚନା କରାଯାଏ। ଜ୍ୟୋତିଷ ଶାସ୍ତ୍ରରେ, ଶୁକ୍ରର ଗୋଚରକୁ ସାଧାରଣତଃ ଶୁଭ ଏବଂ...

ଶିଷ୍ଟାଚାରର ଅଧଃପତନ

ର୍ଘବର୍ଷର ପରାଧୀନତା ଆମ ସମାଜ ତଥା ସାମାଜିକ ଆଚାର ବ୍ୟବହାର ଉପରେ ଏତେ ପ୍ରଭାବ ପକାଇଛି ଯେ, ତାହା ସ୍ୱାଧୀନତାର ଅର୍ଦ୍ଧଶତାବ୍ଦୀ ପରେ ମଧ୍ୟ ସୁଧୁରିବାର...

ନୂଆ ନଁାରେ ପୁରୁଣା କୋଠା

କଭବନ ସ୍ୱଚ୍ଛତା, ସୁଗମତା ଏବଂ ପ୍ରଶାସନ ଓ ଲୋକଙ୍କ ମଧ୍ୟରେ ଏକ ଗଭୀର ସମ୍ପର୍କର ପ୍ରତୀକ। ଏହି ପଦକ୍ଷେପ ନାଗରିକମାନଙ୍କୁ ସଶକ୍ତ, ଶାସନ ବ୍ୟବସ୍ଥାକୁ ସୁଦୃଢ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri