Posted inରାଜ୍ୟ

ସମାଜସେବା ନାଁରେ କ୍ଷମତା ଓ ଚୌକି ଲୋଭ, ଦୁଇ ଘଣ୍ଟାରେ ବଦଳି ଯାଉଛି ଆଦର୍ଶ

ଭୁବନେଶ୍ୱର, ୪।୪: ନିର୍ବାଚନ ଆସିଲେ ମନେ ପଡୁଛି ଆଦର୍ଶ ଏବଂ ଆତ୍ମସମ୍ମାନ। ଟିକେଟ୍ ନ ମିଳିବାରୁ ଦଳ ପରିବର୍ତ୍ତନ କରୁଛନ୍ତି ନେତା। ସମାଜ ସେବା କଥା କହି ନିର୍ବାଚନ ଲଢ଼ୁଥିବା ବେଳେ କ୍ଷମତା, ଚୌକି ଲୋଭ ରହୁଛି ସର୍ବୋପରି। ନିର୍ବାଚନ ପୂର୍ବରୁ ଦଳ ଦଳ କହୁଥିବା ନେତାମାନେ ଟିକେଟ୍ ନ ମିଳିଲେ ଦଳୀୟ ନିଷ୍ପତ୍ତିକୁ ଗ୍ରହଣ କରି ପାରୁ ନାହାନ୍ତି। ମାତ୍ର ଦୁଇ ଘଣ୍ଟାରେ ବଦଳି ଯାଉଛି ଆଦର୍ଶ।

ଓଡ଼ିଶାରେ ଆଗକୁ ବିଧାନସଭା ଏବଂ ଲୋକ ସଭା ନିର୍ବାଚନ ଥିଲା ବେଳେ ରାଜ୍ୟର ତିନି ପ୍ରମୁଖ ଦଳ ପର୍ଯ୍ୟାୟ ପର୍ଯ୍ୟାୟ କରି ଟିକେଟ୍ ଘୋଷଣା କରୁଛନ୍ତି। ଏହାରି ମଧ୍ୟରେ ତିନି ଦଳର କିଛି ବରିଷ୍ଠ ନେତା ଏବଂ ଦଳରେ ଅନେକ ଦିନରୁ ଥିବା ନେତା ମାନଙ୍କୁ କୌଣସି କାରଣରୁ ଟିକେଟ୍ ନ ମିଳିବାରୁ ସେମାନେ ଦଳ ପରିବର୍ତ୍ତନ କରି ଦଳରୁ ଇସ୍ତଫା ଦେଇ ଅନ୍ୟ ଦଳରେ ଯୋଗ ଦେଉଛନ୍ତି। କିଛି ନେତା ଦଳରେ ଯୋଗ ଦେଉ ଦେଉ ସେମାନଙ୍କୁ ତୁରନ୍ତ ଟିକେଟ୍ ମଧ୍ୟ ମିଳି ଯାଉଛି।

ଏହି ଧାରାରେ ଅଭିନେତାରୁ ନେତା ସାଜିଥିବା ଅରିନ୍ଦମ ରାୟ, ଆକାଶ ଦାସ ନାୟକ, ସିଦ୍ଧାନ୍ତ ମହାପାତ୍ର, ଅନୁଭବ ମହାନ୍ତି ବିଜୁ ଜନତା ଦଳ(ବିଜେଡି) ଛାଡ଼ି ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଛନ୍ତି। ସେହିଭଳି ଭର୍ତ୍ତୃହରି ମହତାବ, ପ୍ରିୟଦର୍ଶୀ ମିଶ୍ର, ପର୍ଶୁରାମ ଧଡ଼ା, ବିରଞ୍ଚି ନାରାୟଣ ମହାସୁପକାର, ଦେବାଶିଷ ନାୟକ, ଆଦି ନେତା ଯେଉଁମାନେ ପୂର୍ବରୁ ବିଜେଡିରୁ ଟିକେଟ୍ ପାଇ ବିଧାୟକ ଏବଂ ଏମପି ଭାବେ ନିର୍ବାଚିତ ହୋଇଥିଲେ ଏଥର ଟିକେଟ୍ ନ ମିଳିବାରୁ ଭାଜପା କ୍ୟାମ୍ପକୁ ଡିଆଁ ମାରିଛନ୍ତି।

ସମାନ ଅବସ୍ଥା ଭାଜପାରେ ମଧ୍ୟ ଦେଖିବାକୁ ମିଳିଛି। ଗଞ୍ଜାମ ଜିଲାର ବରିଷ୍ଠ ଭାଜପା ନେତା ଭୃଗୁ ବକ୍ସିପାତ୍ର ବ୍ରହ୍ମପୁର ଲୋକ ସଭା ପାଇଁ ଟିକେଟ୍ ଆଶାୟୀ ଥିବା ବେଳେ ଦଳ କିନ୍ତୁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଟିକେଟ୍ ଦେଇଥିଲା। ଯାହାପରେ ଭୃଗୁ ଭାଜପାରୁ ଇସ୍ତଫା ଦେଇ ବୁଧବାର ବିଜେଡି ଶିବିରରେ ଯୋଗ ଦେଇଥିଲେ। ଆଉ ମାତ୍ର କେଇ ଘଣ୍ଟା ପରେ ତାଙ୍କୁ ପୁରସ୍କାର ସ୍ୱରୂପ ବ୍ରହ୍ମପୁର ଲୋକ ସଭା ଆସନରୁ ଲଢ଼ିବା ପାଇଁ ଟିକେଟ୍ ମିଳିଥିଲା। ସେହିପରି ଭାଜପା କଟକ ଜିଲା ସଭାପତି ପ୍ରକାଶ ବେହେରା ବିଜେଡିରେ ଯୋଗ ଦେଇଛନ୍ତି। ଏହାପୂର୍ବରୁ ନୀଳିଗିରି ବିଧାୟକ ସୁକାନ୍ତ କୁମାରତ ନାୟକ ଭାଜପା ଛାଡ଼ି ବିଜେଡିରେ ଯୋଗ ଦେଇଛନ୍ତି।

ରାଜ୍ୟରେ କଂଗ୍ରେସର ସ୍ଥିତି ଖରାପ ଥିବାରୁ କଂଗ୍ରେସରୁ ମଧ୍ୟ ଅନେକ ନେତା ଯାଇ ବିଜେଡି ଏବଂ ଭାଜପାରେ ଯୋଗ ଦେଇଛନ୍ତି। ଏଥିରେ ସବୁଠାରୁ ବଡ଼ ନାଁ ରହିଛି ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ। ସେ କଂଗ୍ରେସ ଟିକେଟରେ ଜଟଣୀ ବିଧାନସଭା ଆସନରୁ ଲଢ଼ିବା ପାଇଁ ଚର୍ଚ୍ଚା ହେଉଥିଲେ ମଧ୍ୟ ବିଜେଡି ତିକେଟ୍ରୁ ସେ ଭୁବନେଶ୍ୱର ଲୋକ ସଭା ଆସନରେ ପ୍ରତିଦ୍ବନ୍ଦିତା କରିବା ପାଇଁ ଅବତୀର୍ଣ୍ଣ ହୋଇଛନ୍ତି। ସେହିପରି ବଲାଙ୍ଗୀର ଲୋକସଭା କ୍ଷେତ୍ର ପାଇଁ ନିକଟରେ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିବା ସୁରେନ୍ଦ୍ର ସିଂ ଭୋଇଙ୍କୁ ଟିକେଟ୍‌ ମିଳିଛି।

ରାଜ୍ୟରେ ନିର୍ବାଚନ ଆଉ ଖୁବ କମ୍ ଦିନ ବାକି ଥିବା ବେଳେ ଆଗକୁ ଆହୁରି କିଛି ନେତା ଦଳ ପରିବର୍ତନ କରିବାର ଶେଷାନଙ୍କ ରହିଛି।
ଯେଉଁଥିରୁ ଜଣା ପଡୁଛି ପ୍ରତିଟି ନେତା ନିଜ କ୍ଷମତା ଓ ଚଉକୀ ଛଡା ଆଉ କିଛି ଚିନ୍ତା କରୁ ନାହାନ୍ତି। ଦଳ ଆଦର୍ଶ ନୀତି ସବୁ ପଛରେ ପଡିଯାଉଛି ବ୍ୟକ୍ତିଗତ ସ୍ଵାର୍ଥ ସର୍ବୋପରି ରହୁଛି। ମାତ୍ର କିଛି ଘଣ୍ଟାରେ ସବୁ ଆଦର୍ଶ ବଦଳି ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ଅନ୍ୟ ଜାତିର ଝିଅକୁ ପ୍ରେମ ବିବାହ ପଡିଲା ମହଙ୍ଗା: ଲଣ୍ଡା ହେଲେ ବର, ଚୁଟି କାଟିଲେ କନ୍ୟା

କୋରାପୁଟ,୨୩।୩(ଅମିତାଭ ବେହେରା ):ଆଧୁନିକ ସଭ୍ୟ ସମାଜରେ ଏବଂ ଡିଜିଟାଲ ଯୁଗରେ ଏବେ ମଧ୍ୟ କୁଳପ୍ରଥା ବଞ୍ଚିଛି । ଏହାର ଏକ ଜ୍ୱଳନ୍ତ ନମୁନା କୋରାପୁଟ ବ୍ଲକ ମାଛରା…

ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ବଡ଼ ଘୋଷଣା, ଇରାନ ବିରୋଧରେ ୫ ଦିନ ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା

ନୂଆଦିଲ୍ଲୀ,୨୩।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଆଗାମୀ ପାଞ୍ଚ ଦିନ ପାଇଁ ଇରାନର ଏନର୍ଜୀ ଭିତ୍ତିଭୂମି ଉପରେ ଆକ୍ରମଣ ଯୋଜନାକୁ ସ୍ଥଗିତ…

ଇତିହାସରେ ପ୍ରଥମ: ଏଥର ହେବ ଡିଜିଟାଲ ଜନଗଣନା, ଗାଁରେ ଘରକୁ ଘର ବୁଲି…

ଭୁବନେଶ୍ୱର,୨୩ା୩: ରାଜ୍ୟରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଜନଗଣନା ପ୍ରସ୍ତୁତି। ଏନେଇ ଓଡ଼ିଶା ଜନଗଣନା ନିର୍ଦ୍ଦେଶକ ନିଖିଲ ପଓ୍ବନ କଲ୍ୟାଣ ସୂଚନା ଦେଇଛନ୍ତି। ଏପ୍ରିଲ ୧ରୁ ୧୫ ତାରିଖ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

ଯୁଦ୍ଧ ମଧ୍ୟରେ ସଂସଦରେ କଡ଼ା ବାର୍ତ୍ତା ଦେଲେ ପ୍ରଧାନମନ୍ତ୍ରୀ ମୋଦି, ସାରା ବିଶ୍ୱରେ ପଡିଗଲା ଚହଳ

ନୂଆଦିଲ୍ଲୀ,୨୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ଭାରତ ସାମ୍ନା କରୁଥିବା ଚ୍ୟାଲେଞ୍ଜ ବିଷୟରେ ଲୋକ ସଭାରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ପଶ୍ଚିମ ଏସିଆର…

ଡରାଉଛି ମୁଖ କ୍ୟାନ୍ସର: ୧୦ ବର୍ଷରେ ନେଲାଣି ୩ ହଜାର ଜୀବନ

ଭୁବନେଶ୍ୱର,୨୩।୩: ମୁଖ କ୍ୟାନ୍ସର ଏବେ ମୁଣ୍ଡ ବିନ୍ଧାର ମୁଖ୍ୟ କାରଣ ସାଜିଛି। ରାଜ୍ୟରେ ୧୦ ବର୍ଷରେ ମୁଖ କ୍ୟାନ୍ସରରେ ୩ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri