Posted inଜାତୀୟ

ସର୍ମ୍ପକୀୟଙ୍କୁ ନିର୍ଧୁମ ଛେଚିଲେ ଦମ୍ପତି

ନୋଏଡା,୨୯।୩: ଜଣେ ଦିବ୍ୟାଙ୍ଗ ସର୍ମ୍ପକୀୟଙ୍କୁ ରାସ୍ତା ମଝିରେ ଅତି ନୃଶୁଂସ ଭାବେ ନିର୍ଧୁମ ମାଡ଼ ଛେଚିଲେ ଦମ୍ପତି। ଉକ୍ତ ମାଡ଼ମରାର ଦୃଶ୍ୟ ସାମ୍ନାକୁ ଆସିଥିବା ବେଳେ ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଘଟଣାରେ ଉକ୍ତ ଦମ୍ପତିଙ୍କୁ ଗିରଫ କରାଯାଇ ଜେଲ୍‌ ପଠାଦିଆଯାଇଛି। ତେବେ ଏହି ଅମାନବୀୟ ଘଟଣା ଉତ୍ତରପ୍ରଦେଶର ଗ୍ରେଟର ନୋଏଡାରେ ଘଟିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଗ୍ରେଟର ନୋଏଡାରେ ରହୁଥିବା ଜୁଗେନ୍ଦ୍ର ନାମକ ଜଣେ ବ୍ୟକ୍ତି ନିଜ ସ୍କୁଲର ପରିଚାଳନା ଦିବ୍ୟାଙ୍ଗ ଗଜେନ୍ଦ୍ରଙ୍କ ହାତରେ ଦେଇଥିଲେ। କିନ୍ତୁ ଗତ ୨ବର୍ଷରୁ କରୋନା ମହାମାରୀ ଲକ୍‌ଡାଉନ ଯୋଗୁ ଉକ୍ତ ସ୍କୁଲ ବନ୍ଦ ରହିଥିଲେ। ତେଣୁ ଜୁଗେନ୍ଦ୍ର ଏହି ସ୍କୁଲକୁ ଭଡ଼ାରେ ଦେଇ ଦେଇଥିଲେ। ଏହାକୁ ନେଇ ମାର୍ଚ୍ଚ ୨୭ରେ ଗଜେନ୍ଦ୍ର ଓ ଜୁଗେନ୍ଦ୍ରଙ୍କ ମଧ୍ୟରେ ବଚସା ହୋଇଥିଲା। ଏହି ଝଗଡ଼ା ଏତେ ଦୂର ବଢ଼ିଯାଇଥିଲା ଯେ କଥା ମାରପିଟ ପର୍ଯ୍ୟନ୍ତ ପଳାଇଥିଲା। ଜୁଗେନ୍ଦ୍ର ତାଙ୍କ ପତ୍ନୀ ଦିବ୍ୟାଙ୍ଗ ଗଜେନ୍ଦ୍ରଙ୍କୁ ନିସ୍ତୁକ ମାଡ଼ ମାରିବା ସହ ତାଙ୍କ ଗାଡ଼ିଥକୁ ଭଙ୍ଗାରୁଜା ମଧ୍ୟ କରିଥିଲେ। ଏନେଇ ଗଜେନ୍ଦ୍ର ତେହରିର ଥାନାରେ ଜୁଗେନ୍ଦ୍ର ଓ ତାଙ୍କ ପତ୍ନୀଙ୍କ ବିରୋଧରେ ଅଭିଯୋଗ କରିଥିଲେ। ତେବେ ମାମଲାକୁ ଆଧାର କରି ଉକ୍ତ ଦମ୍ପତିଙ୍କୁ ପୋଲିସ ଗିରଫ କରି ଜେଲ୍‌ ପଠାଇଦେଇଛି। ଖୁବ୍‌ଶୀଘ୍ର ତାଙ୍କୁ କୋର୍ଟରେ ହାଜର କରାଯିବ ବୋଲି ଆଡିସନାଲ ଡିସିପି ବିଶାଲ ପାଣ୍ଡେ ସୂଚନା ଦେଇଛନ୍ତି। ଅନ୍ୟପଟେ ଦିବ୍ୟାଙ୍ଗଙ୍କ ସହ ହୋଇଥିବା ମାରପିଟ୍‌ ଘଟଣାର ଭିଡିଓ ଭାଇରାଲ ହେବା ପରେ ଯୁବ କଂଗ୍ରେସ ଅଧ୍ୟକ୍ଷ ଶ୍ରୀନିବାସ ବିଭିି ଟୁଇଟ କରି ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଘୃଣାର ଏହି ସମୟରେ ଆମେ କେଉଁ ସ୍ଥାନରେ ରହିଛୁ ତାହା ପୁନଃ ବିଚାର କରିବାର ଆବଶ୍ୟକତା ରହିଛି। ଏହି ଚିତ୍ର ମାନବିକତାକୁ ଲଜ୍ଜିତ କରିଦେବା ଭଳି ଦୃଶ୍ୟ ବୋଲି ଶ୍ରୀନିବାସ ବିଭି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିରେ ମହମ୍ମଦ ମୋକିମ, ନୂଆ ଦଳ ଗଠନ ପୂର୍ବରୁ ସହଯୋଗ ଲୋଡିଲେ

ଦାରିଙ୍ଗବାଡି,୧୭।୨ (ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ଗସ୍ତରେ ସୋମବାଇ କଟକ ପୂର୍ବତନ ବିଧାୟକ ମହମ୍ମଦ ମୋକିମ । ଏତେ ଲୋକ ପ୍ରିୟ ଯେ ତାଙ୍କୁ ଭେଟିବାକୁ…

ଆସିଲାଣି ବର୍ଷା, ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ, କାକରରେ ଭିଜିବ ଓଡ଼ିଶା

ନୂଆଦିଲ୍ଲୀ,୧୭।୨: ଦେଶର ଅଧିକାଂଶ ସ୍ଥାନରେ ପାଗ ନିରନ୍ତର ପରିବର୍ତ୍ତନ ହେଉଛି। ଫେବୃଆରୀ ମାସ ମାର୍ଚ୍ଚ ମାସ ପରି ଅନୁଭବ ହେବା ଆରମ୍ଭ କରିଛି। ତାପମାତ୍ରାରେ ନିରନ୍ତର ବୃଦ୍ଧି…

ଚାଷୀ, ମହିଳା, ଶିଶୁ ଏବଂ ଓଡ଼ିଆ ଅସ୍ମିତା ପାଇଁ ଜୋରଦାର ଲଢ଼ାଯିବ: ନବୀନ

ଭୁବନେଶ୍ୱର,୧୭।୨(ସୁନିତ୍‌ ମିଶ୍ର): ବିଧାନସଭାର ବଜେଟ ଅଧିବେଶନ ମଙ୍ଗଳବାରଠାରୁ ଆରମ୍ଭ ହୋଇ ୨ଟି ପର୍ଯ୍ୟାୟରେ ଚାଲିବ। ରାଜ୍ୟ ସରକାର ଏହି ଅଧିବେଶନରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଗୃହରେ…

ତିନି ଦିନିଆ ଗସ୍ତରେ ଭାରତ ପହଞ୍ଚିଲେ ଫ୍ରାନ୍ସ ରାଷ୍ଟ୍ରପତି; ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ମାକ୍ରନ କରିବେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା

ନୂଆଦିଲ୍ଲୀ,୧୭।୨: ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଆଜି (ଫେବୃଆରୀ ୧୭) ଅର୍ଥାତ୍‌ ମଙ୍ଗଳବାର ସକାଳେ ତିନି ଦିନିଆ ଗସ୍ତ ପାଇଁ ଭାରତ ଆସିଛନ୍ତି। ଦାୟିତ୍ୱ ଗ୍ରହଣ କରିବା…

ପୋଲିସ ଫାଣ୍ଡି ନିକଟରୁ ସୁନା ଚେନ୍ ଲୁଟିନେଲେ ଲୁଟେରା, ପୋଲିସକୁ ଖୋଲା ଚାଲେଞ୍ଜ!

ଧର୍ମଶାଳା,୧୭।୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଜାରକା ପୋଲିସ ବିଟ୍ ହାଉସ ନିକଟରୁ ଜଣେ ବ୍ୟକ୍ତିଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ । ଏକ ବାଇକରେ…

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

ପରୀକ୍ଷା ପାଇଁ ପ୍ରସ୍ତୁତି

ଚଳିତ ବର୍ଷ ଫେବୃଆରୀଠାରୁ ଆମ ରାଜ୍ୟରେ ବିଭିନ୍ନ ପରୀକ୍ଷା ଆରମ୍ଭ ହେଉଛି। ଏଥି ନିମନ୍ତେ ପ୍ରତ୍ୟେକ ପରୀକ୍ଷାର୍ଥୀ ଜୋର୍‌ସୋରରେ ପ୍ରସ୍ତୁତି ଚଳାଇଛନ୍ତି। ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଯେତିକି…

ଆଜିଠୁ ବିଧାନସଭା ବଜେଟ ଅଧିବେଶନ, ୨୦୨୬-୨୭ ବର୍ଷ ପାଇଁ ବଜେଟ ଆଗତ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୭।୨(ସୁନିତ୍‌ ମିଶ୍ର): ୧୭ଦଶ ବିଧାନସଭାର ଷଷ୍ଠ ଅଧିବେଶନ ମଙ୍ଗଳବାରଠାରୁ ଆରମ୍ଭ ହେବ। ଏହି ଅଧିବେଶନରେ ରାଜ୍ୟ ସରକାର ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣକାଳୀନ ବଜେଟ ଗୃହରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri