ଭୁବନେଶ୍ୱର,୨୩।୬: TET ପାସ କରି ନ ଥିବା ଶିକ୍ଷକଙ୍କ ପାଇଁ ମଙ୍ଗଳବାର ବଡ଼ ଖବର ଆସିଛି। ଦେଶର ସମସ୍ତ ଶିକ୍ଷକଙ୍କ ପାଇଁ TET ପାସ ବାଧ୍ୟତାମୂଳକ କରିଛନ୍ତି ସୁପ୍ରିମକୋର୍ଟ। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଚିଠି ଦିଆଯାଇଛି। TET କ୍ଲିୟର କରିବା ଅବଧି ୨ରୁ ୩ ବର୍ଷକୁ ବୃଦ୍ଧି କରାଯାଇଛି। ୨୦୨୮ ଅଗଷ୍ଟ ୩୧ ସୁଦ୍ଧା TET କ୍ଲିୟର ନିର୍ଦ୍ଦେଶ ଦିଆଯାଇଛି। TET ପାସ କରି ନ ଥିବା ଶିକ୍ଷକଙ୍କୁ ୩ ବର୍ଷ ମଧ୍ୟରେ କ୍ଲିୟର ପାଇଁ କୁହାଯାଇଛି।