ଅଟେଇ ଜଙ୍ଗଲରେ ମହାବଳ ପାଦ ଚିହ୍ନ

ପାଟଣା,୫।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ ତଣ୍ଡ ବିଟ୍‌ ରୋହଣୀଦୁମା ବଣ ମହୁଲଡ଼ିହା ମଝିରେ ଥିବା ଅଟେଇ ସଂରକ୍ଷିତ ଶାଳ ଜଙ୍ଗଲରେ ମହାବଳ ବାଘର ସନ୍ଧାନ ମିଳିଛି। ଶନିବାର ବନ ବିଭାଗ ସହ ଏକ୍ସପର୍ଟ ଟିମ୍‌ ଜଙ୍ଗଲରେ ଛାନଭିନ କରୁଥିବା ବେଳେ ଅନେକ ପାଦ ଚିହ୍ନ ଦେଖିଥିଲେ। ଏହା ମହାବଳ ବାଘ ପ୍ରଜାତିର ବୋଲି ଏକ୍ସପର୍ଟ ଟିମ୍‌ ପକ୍ଷରୁ କୁହାଯାଇଛି। ବାଘ ଆତଙ୍କ ପରେ ଅଞ୍ଚଳବାସୀ ଟାଙ୍ଗିଆ, କଟୁରି ଧରି ରାସ୍ତା ପାର ହେଉଥିବା ଦେଖିବାକୁ ମିଳିଛି। ସୁରକ୍ଷା ଦାବିରେ ଶନିବାର ଏସିଏଫଙ୍କୁ ଘେରାଉ କରିଥିଲେ।
ପ୍ରକାଶ ଯେ, ସଂରକ୍ଷିତ ଜଙ୍ଗଲ ଝରଣା ମଧ୍ୟରୁ ଗତ ଗୁରୁବାର ଏକ ବିଦାରିତ ବାର୍‌ହାର ଗଳିତ ମୃତଦେହକୁ ବନ ବିଭାଗ ଠାବ କରିଥିଲା। ମୃତଦେହ ନିକଟରେ ବନ୍ୟପ୍ରାଣୀର ପାଦ ଚିହ୍ନ ସ୍ପଷ୍ଟ ହେବା ପରେ ବନ ବିଭାଗ ତନାଘନା କରୁଛି। ଏନେଇ ଶନିବାର ଏସ୍‌ସିଏଫ ଘନଶ୍ୟାମ ମହାନ୍ତଙ୍କ ନେତୃତ୍ୱରେ ଭୁବନେଶ୍ୱରରୁ ୱାଇଲ୍ଡ ଲାଇଫ ଏକ୍ସପର୍ଟ ନିମାଇଁ ପଲେଇ, ୱାଇଲ୍ଡ ଲାଇଫ ଟ୍ରଷ୍ଟ ଅଫ ଇଣ୍ଡିଆର ଡାକ୍ତର ବ୍ରଜରାଜ ସିଂ, ଓୟୁଟି ଛାତ୍ର ଆଶିଷ ନାଏକ, ସାଟେଲାଇଟ ବିଶେଷଜ୍ଞଙ୍କ ସମେତ ୬ ଜଣିଆ ଟିମ୍‌ ସଂରକ୍ଷିତ ଜଙ୍ଗଲରେ ଛାନଭିନ ଆରମ୍ଭ କରିଛନ୍ତି। ଜଙ୍ଗଲରେ ଏକ ଝରଣା ନିକଟରୁ ବାଘର ଅନେକ ପାଦ ଚିହ୍ନ ଏକ୍ସପର୍ଟ ଟିମ ଦେଖି ଯାଞ୍ଚ କରିଥିଲେ। ୱାଇଲ୍ଡ ଲାଇଫ ଏକ୍ସପର୍ଟ ପଲେଇ କହିଛନ୍ତି, ପାଦ ଚିହ୍ନ ୧୪ ସେଣ୍ଟିମିଟରରୁ ଊର୍ଦ୍ଧ୍ୱ ରହିଛି। ଏହା ଏକ ମେଲ ରୟାଲ ବେଙ୍ଗଲ ଟାଇଗର (ମହାବଳ ବାଘ) ପ୍ରଜାତିର ଅଟେ ବୋଲି କହିଥିଲେ। ବାଘର ଚଳପ୍ରଚଳ, ଗତିବିଧି ଓ ପ୍ରଜାତି ସମ୍ପର୍କରେ ଅଧିକ ତଥ୍ୟ ଜାଣିବା ପାଇଁ ଶୁକ୍ରବାର ଡିଏଫ୍‌ଓ ଏଚ୍‌ଡି ହନୁମନ୍ତଙ୍କ ନିର୍ଦ୍ଦେଶରେ ୧୦ ଟ୍ରାପ୍‌ କ୍ୟାମେରା ଲଗାଯାଇଥିଲା। ପର୍ଯ୍ୟାୟକ୍ରମେ ଆଉ ୪୦ ଟ୍ରାପ କ୍ୟାମେରା ଲଗାଯିବ ବୋଲି ଏସିଏଫ ମହାନ୍ତ ପ୍ରକାଶ କରିଛନ୍ତି।
ଅନ୍ୟପକ୍ଷେ ରୋହଣୀଦୁମାଗ୍ରାମର ଶତାଧିକ ମହିଳା ଓ ପୁରୁଷ ଏସିଏଫଙ୍କୁ ଘେରି ସୁରକ୍ଷା ଦାବି କରିଥିଲେ। ରୋହଣୀଦୁମାରୁ ଡୁମୁରିଆକୁ ସଂଯୋଗ ରାସ୍ତା ପାର୍ଶ୍ୱରେ ସୋଲାର ଲାଇଟ ଲଗାଇବାକୁ କହିଥିଲେ। ବାଘ ଭୟରେ ୪ ଦିନ ହେବ ଛାତ୍ରୀଛାତ୍ର ସ୍କୁଲ ଯାଉ ନାହାନ୍ତି। ଏଣୁ ଡୁମୁରିଆକୁ ଯାତାୟାତ ନିମନ୍ତେ ମାଗଣା ବସ୍‌ ଚଳାଚଳ ସୁବିଧା କରିବାକୁ ଗାଁର ରୁକ୍ମଣୀ ନାଏକ, ଲେଦି ମହାନ୍ତ, ଯୁଧିଷ୍ଠିର ମହାନ୍ତ, ଗୋଲାପ ମହାନ୍ତ ପ୍ରମୁଖ ଦାବି କହିଥିଲେ। ଲୋକଙ୍କୁ ଭୟଭୀତ ନହେବା ପାଇଁ ନିବେଦନ କରିବା ସହ ରାତ୍ରି ସମୟରେ ଘରୁ ବାହାରକୁ ନ ବାହାରିବା ପାଇଁ ଏସ୍‌ସିଏଫ୍‌ ପରାମର୍ଶ ଦେଇଛନ୍ତି। ଦାବି ବିଷୟରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବେ। ବର୍ତ୍ତମାନ କ୍ୟାଟ ଫ୍ୟାମିଲିର ଏକ ପ୍ରାଣୀ ଜଙ୍ଗଲରେ ଥିବା ସୂଚନା ମିଳିବା ପରେ ବନ୍ୟପ୍ରାଣୀର ସୁରକ୍ଷା ନେଇ ଆମେ ଚିନ୍ତା କରୁଛୁ ବୋଲି କହିଥିଲେ।
ଘଟଣାସ୍ଥଳରେ ପାଟଣା ରେଞ୍ଜର ଘାସିନାଥ ପାତ୍ର, ସାହାରପଡ଼ା ବନପାଳ ଭୂପତି ସେଠୀ, ପାଟଣା ବନପାଳ ଚିତ୍ତରଞ୍ଜନ ପରିଡ଼ା, ବନପାଳ ପିଅନ ନାଏକ, ଗାର୍ଡ ପ୍ରଯୁକ୍ତା ଜେନା, ପାରା ଷ୍ଟାଫ, ଫାୟାର ଷ୍ଟାଫଙ୍କ ସମେତ ୨୫ ଜଣିଆ ଦଳ ଜଙ୍ଗଲରେ ଟ୍ରାପ କ୍ୟାମେରା ଖଞ୍ଜିବା ଆରମ୍ଭ କରିଛନ୍ତି। କାର୍ଯ୍ୟ ୫ ଦିନ ପର୍ଯ୍ୟନ୍ତ ଚାଲିବ ବୋଲି ରେଞ୍ଜର ପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

ଦିଗପହଣ୍ଡିରେ ଜାଳେଣି ଗ୍ୟାସ ସିଲିଣ୍ଡର କଳାବଜାର, ହନ୍ତସନ୍ତ ହେଉଛନ୍ତି ଲୋକେ

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳମାନଙ୍କରେ ଜାଳେଣି ଗ୍ୟାସ ସିଲିଣ୍ଡରର ବ୍ୟାପକ କଳାବଜାର ହେଉଥିବା ଜାଣିବାକୁ ମିଳିଛି । ମଧ୍ୟପ୍ରାଚ୍ୟ…

ଦଳାଚକଟା ପୀଡ଼ିତାଙ୍କୁ ପ୍ରଥମ ବିଜୟ ଉତ୍ସର୍ଗ କଲେ ଆର୍‌ସିବି ଅଧିନାୟକ

ବେଙ୍ଗାଲୁରୁ,୨୯ା୩: ସନ୍‌ରାଇଜର୍ସ ବିପକ୍ଷ ମ୍ୟାଚ୍‌ରେ ଏକ ଜବରଦସ୍ତ ବିଜୟ ସହ ଡିଫେଣ୍ଡିଂ ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜ ବେଙ୍ଗାଲୁରୁ (ଆର୍‌ସିବି) ତା’ର ଅଭିଯାନ ଆରମ୍ଭ କରିଛି। ଦଳର ଏହି…

ଦିଗପହଣ୍ଡିରେ ଅତୀତର ଅଭୁଲା ସ୍ମୃତି ମନେ ପକାଇଲେ ୧୯୮୨ ବ୍ୟାଚର ଛାତ୍ର

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀଗୁପ୍ତେଶ୍ୱର ଶୈବପୀଠ ପରିସରରେ ବନ୍ଧୁମିଳନ । ରବିବାର ଦିଗପହଣ୍ଡି ବ୍ଲକ ଅଞ୍ଚଳର ବିଭିନ୍ନ ଗାଁ ହାଇସ୍କୁଲରେ ପଢ଼ିଥିବା…

ବିପଦ ସୃଷ୍ଟି କରୁଛି ବେଆଇନ ହୋର୍ଡିଂ

କେନ୍ଦୁଝର,୨୯।୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସହରରେ ଅସୁରକ୍ଷିତ ଏବଂ ବେଆଇନ ହୋର୍ଡିଂ ବିପଦ ସୃଷ୍ଟି କରୁଛି। କାଳବୈଶାଖୀ ଯୋଗୁ ସହରର ଗାନ୍ଧୀ ଛକ ନିକଟ ଅନିତା ଲୁଗା…

ଜେଲ୍‌ ଶୌଚାଳୟରୁ ମିଳିଲା ବିଚାରାଧୀନ କଏଦୀଙ୍କ ମୃତଦେହ, ପରିବାର ଲୋକେ ଅଭିଯୋଗ ଆଣି କହିଲେ…

ପୁରୀ,୨୯ା୩(ଅଜିତ କୁମାର ମହାନ୍ତି): ରାମଚଣ୍ଡୀ ଥାନା ଅର୍ନ୍ତଗତ ବାରଙ୍ଗସ୍ଥିତ ପୁରୀ ଜେଲରେ ରବିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ପୁରୀ ଜେଲ୍‌ରେ ଥିବା ଜଣେ ବିଚାରାଧୀନ…

LPG କନେକ୍ସନ ଛାଡିଲେଣି ୬ ହଜାର ଲୋକ, ଏହି ଦିଗ ପ୍ରତି ବଢୁଛି ଆଗ୍ରହ, ଗ୍ୟାସ ସଙ୍କଟ ମଧ୍ୟରେ ସରକାର ଦେଲେ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୯।୩: ସାରା ଦେଶରେ, ପାଇପ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG)ର 6,000 ଉପଭୋକ୍ତା ସ୍ବେଚ୍ଛାକୃତ ଭାବରେ ସେମାନଙ୍କର ତରଳ ପେଟ୍ରୋଲିୟମ ଗ୍ୟାସ (LPG) ସଂଯୋଗ ଛାଡି ଦେଇଛନ୍ତି।…

କେନ୍ଦୁଝର ବିଜେଡିକୁ ଶକ୍ତ ଝଟକା, ୯ କାଉନସିଲରଙ୍କ ସାମୂହିକ ଇସ୍ତଫା

କେନ୍ଦୁଝର,୨୯।୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଆଜି କେନ୍ଦୁଝରଗଡ ପୌର ଉପାଧ୍ୟକ୍ଷ ବରଦା ପ୍ରସନ୍ନଙ୍କଙ୍କ ସହ ୯ ଜଣ ବିଜେଡି କାଉନସିଲର ସମୂହ ଇସ୍ତଫା ଘଟଣା ଚର୍ଚ୍ଚାର ବିଷୟ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri