ଖୋର୍ଦ୍ଧାରୁ ବାଂଲାଦେଶକୁ ଗୋଚାଲାଣ

ଖୋର୍ଦ୍ଧା ଅଫିସ,୧୬ା୧୨: ଖୋର୍ଦ୍ଧା ଜିଲାରେ ବେଧଡ଼କ ଭାବେ ଗୋଚାଲାଣ ଚାଲିଛି। ଖୋର୍ଦ୍ଧା, ସଦର, ଜଙ୍କିଆ, ବେଗୁନିଆ, ବୋଲଗଡ଼ ଓ ଟାଙ୍ଗୀ ଅଞ୍ଚଳରୁ ଦୈନିକ ୧୬ ଓ ୫୭ନଂ. ଜାତୀୟ ରାଜପଥ ଦେଇ ବାହାର ରାଜ୍ୟ ଏବଂ ବାଂଲାଦେଶକୁ ଗୋରୁ ଚାଲାଣ କରାଯାଉଛି। ଗ୍ରାମାଞ୍ଚଳରେ ଏଜେଣ୍ଟମାନେ ରହି ଗୋରୁଙ୍କୁ କମ୍‌ ଦାମ୍‌ରେ କିଣି ବେପାରୀ କିମ୍ବା ମାଫିଆଙ୍କୁ ଅଧିକ ଦାମ୍‌ରେ ବିକୁଛନ୍ତି। କିଛି ମାସ ପୂର୍ବେ କେତେଜଣ ଯୁବକ ଡାଲା ଅଟୋରେ ଆସି ଜଟଣୀ ସହରର ରାସ୍ତାକଡ଼ ଓ ଗୁହାଳରୁ ଗୋରୁ ଚୋରି କରୁଥିବା ଭିଡିଓ ଭାଇରାଲ ହୋଇଥିଲା।
ପୋଲିସ ସୂଚନା ଅନୁଯାୟୀ, ଗତ ୪ବର୍ଷ ମଧ୍ୟରେ ୫ଶହରୁ ଊର୍ଦ୍ଧ୍ୱ ଗୋରୁ ଉଦ୍ଧାର ହୋଇଥିବାବେଳେ ପ୍ରାୟ ୬୦ଟି ଗୋରୁଙ୍କ ମୃତ୍ୟୁ ଘଟିଛି। ସେହିପରି ୩୦ରୁ ଊର୍ଦ୍ଧ୍ୱ ଚାଲାଣକାରୀଙ୍କୁ ଗିରଫ କରାଯାଇଛିି। ତେବେ କେତେଜଣ ଅସାଧୁ ପୋଲିସ କର୍ମଚାରୀ ଏବଂ ମାଫିଆଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁ ଜାତୀୟ ରାଜପଥ ଦେଇ ଆନ୍ଧ୍ରପ୍ରଦେଶ ପଟୁ ଗୋରୁ ବାହାର ରାଜ୍ୟକୁ ଅବାଧରେ ଚାଲାଣ ହେଉଛି।
ସୂଚନାଥାଉ କି, ୨୦୧୬ରେ ଖୋର୍ଦ୍ଧା ଟାଉନ ପୋଲିସ ୨ଜଣଙ୍କୁ ଗିରଫ କରିବା ସହ ଉଭୟଙ୍କଠାରୁ ୨୭ ଗୋରୁ ଉଦ୍ଧାର କରିଥିଲା। ସେହି ବର୍ଷ ବେଗୁନିଆ ଥାନା ଅଞ୍ଚଳରୁ ଜଣଙ୍କୁ ଗିରଫ କରାଯିବା ସହ ୫ଟି ଗୋରୁ ଉଦ୍ଧାର କରାଯାଇଥିଲା। ଜଙ୍କିଆ ପୋଲିସ ୨ଟି ପୃଥକ ମାମଲାରେ ୩ଜଣଙ୍କୁ ଗିରଫ କରି ୪୦ ଗୋରୁ ଉଦ୍ଧାର କରିଥିଲା। ୨୦୧୭ରେ ଖୋର୍ଦ୍ଧା ପୋଲିସ ୫ଜଣଙ୍କୁ ଗିରଫ କରିବା ସହ ୨୯ ଗୋରୁ ଉଦ୍ଧାର କରିଥିଲା। ସେହିପରି ଟାଙ୍ଗୀ ପୋଲିସ ୬ଟି ଗୋରୁ ଉଦ୍ଧାର କରିଥିବାବେଳେ ୧୦ ଜଣଙ୍କୁ ଏବଂ ବେଗୁନିଆ ପୋଲିସ ଦୁଇଟି ପୃଥକ ମାମଲାରେ ୭୫ ଗୋରୁ ଉଦ୍ଧାର ସହ ୧୧ ଜଣଙ୍କୁ ଗିରଫ କରିଥିଲା। ବାଣପୁର ପୋଲିସ ୩ ମାଫିଆଙ୍କୁ ଗିରଫ କରିଥିଲା। ୨୦୧୮ରେ ବେଗୁନିଆ ପୋଲିସ ୩ଜଣଙ୍କୁ ଗିରଫ କରି ୪୦ ଗୋରୁଙ୍କୁ ଉଦ୍ଧାର କରିଥିଲା। ଖୋର୍ଦ୍ଧା ଟାଉନ ପୋଲିସ ବାଟମଙ୍ଗଳା ଛକଠାରେ ଏକ କଣ୍ଟେନରରୁ ୧୩୨ଟି ଗୋରୁ ଉଦ୍ଧାର କରିଥିଲା। ଏମାନଙ୍କ ମଧ୍ୟରୁ ଶ୍ୱାସରୁଦ୍ଧ ହୋଇ ୫୫ଟିର ଜୀବନ ଚାଲିଯାଇଥିଲା। ୨୦୨୦ ମାର୍ଚ୍ଚ ୧୯ରେ ବ୍ରହ୍ମପୁରରୁ କୋଲକାତାକୁ ଗୋଚାଲାଣ ହେଉଥିବାବେଳେ ୧୬ନଂ. ଜାତୀୟ ରାଜପଥର ଦଳେଇପୁଟ ଛକଠାରେ ସଦର ପୋଲିସ ଏକ କଣ୍ଟେନରରୁ ୪୫ଟି ଗୋରୁ ଜବତ କରିଥିଲା। ସେଥିରୁ ଶ୍ୱାସରୁଦ୍ଧ ହୋଇ ୨ ଗୋରୁଙ୍କ ମୃତ୍ୟୁ ହୋଇସାରିଥିଲା। ଏହି ଘଟଣାରେ କଣ୍ଟେନର ଡ୍ରାଇଭର ମଞ୍ଜୁର ଖାନକୁ ଗିରଫ କରାଯାଇଥିଲା। ଚଳିତ ମାସ ୬ ତାରିଖ ରାତିରେ କୁଶପଲ୍ଲାରୁ ଆନ୍ଧ୍ରକୁ ଗୋଚାଲାଣ ବେଳେ ବେଗୁନିଆ ବଜାରରୁ ମଇଁଷି ବୋଝେଇ ଏକ କଣ୍ଟେନର ଜବତ ହୋଇଥିଲା। ସେଥିରୁ ୪୮ଟି ମଇଁଷି ଉଦ୍ଧାର ହୋଇଥିଲେ। ଏଥିରେ ସମ୍ପୃକ୍ତି ଅଭିଯୋଗରେ ଡ୍ରାଇଭର କୁଶପଲା ଗ୍ରାମର ତାହିଉଦ୍ଦିନ ଖାନ୍‌କୁ ଗିରଫ କରାଯାଇଥିଲା। କିଛିଦିନ ତଳେ ରାତିରେ ଆଦର୍ଶ ଥାନା ପୋଲିସ କୁମାରବସ୍ତ ଗଁା ଛକରୁ ଗୋରୁ ଗାଡ଼ି ଜବତ ସହ କେରଙ୍ଗର ୨ଜଣଙ୍କୁ ଗିରଫ କରିଥିଲା। ଅନ୍ୟପକ୍ଷରେ ଗୋରୁ ଉଦ୍ଧାର ପରେ ସେମାନଙ୍କୁ ରଖାଯିବା ଓ ଯତ୍ନ ନେବା ଚିନ୍ତାର ବିଷୟ ହେଉଛି। ପ୍ରଶାସନ ପକ୍ଷରୁ ଗୋଶାଳା ବ୍ୟବସ୍ଥା କରାଗଲେ ଏହି ସମସ୍ୟା ଦୂର ହୋଇପାରିବ ବୋଲି ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା, ସ୍ପଷ୍ଟ ଦିବାଲୋକରେ ଟ୍ରକ୍‌ ଚାଳକଙ୍କୁ ଛୁରାମାଡ଼

ବରଗଡ଼,୭ା୩(ପ୍ରେମାନନ୍ଦ ଖମାରୀ): ଶାନ୍ତିପ୍ରିୟ ବରଗଡ଼ ଜିଲାରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା ହୋଇପଡ଼ିଛି। ଦିନ ଦ୍ବିପ୍ରହରରେ ଏଠାକାର ବିଚ୍‌ ରାସ୍ତା ଉପରେ ଛୁରି, ଭୁଜାଲି ବୁଲୁଛି। ଛୁରି, ଭୁଜାଲି…

ସ୍ତ୍ରୀଙ୍କୁ ପିଟିପିଟି ମାରିଦେଲେ ସ୍ବାମୀ, ପୋଲିସ ପଚାରିବାରୁ କହିଲେ କାଲି ରାତିର ଘଟଣା…

ଦେବଗଡ଼,୭ା୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ବ୍ଲକ ବମ୍ପରଡ଼ା ଆଇଆରବି ବାଟାଲିୟନ ପଛପାଖରୁ ଜଣେ ମହିଳାଙ୍କ ମୃତଦେହ ଜବତ ହେଇଥିବା ଜଣାପଡ଼ିଛି। ତେବେ ଘରୋଇ କଳିରୁ…

୭ ବର୍ଷର ଶିଶୁକୁ ଅପହରଣ କରି ଗଳାକାଟି ହତ୍ୟା: ଟଙ୍କାମାଗିଲେ, ପରେ  ମୃତଦେହ ବସ୍ତାରେ ବାନ୍ଧି…

ବିଷମକଟକ,୭।୩(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ବ୍ଲକ ଅନ୍ତର୍ଗତ ଚାଟିକଣା ଅଞ୍ଚଳରେ ଜଣେ ୭ ବର୍ଷର ଶିଶୁକୁ ଅପହରଣ ପରେ ଗଳାକାଟି ହତ୍ୟା କରାଯିବା ଘଟଣା…

ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ହିନ୍ଦୀ ଶିକ୍ଷକଙ୍କ ଅସଦାଚରଣ, ଗ୍ରାମବାସୀଙ୍କ ହୋ-ହଲ୍ଲା ପରେ…

ବାସୁଦେବପୁର,୭ା୩(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲାର ବାସୁଦେବପୁର ବ୍ଲକ ଅଧୀନ ସାନକୃଷ୍ଣପୁର ପଞ୍ଚାୟତର ଚାନ୍ଦିମାଳଠାରେ ଥିବା ଜବାହୀ ନବୋଦୟ ବିଦ୍ୟାଳୟରେ ପଢୁଥିବା ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ହିନ୍ଦୀ…

ବେଆଇନ ବାଲି ଚାଲାଣ ଧରପଗଡ଼, ୭ ଟ୍ରାକ୍ଟରରୁ ଆଦାୟ ହେଲା ଏତିକି ଟଙ୍କାର ଜରିମାନା…

ଗୁଣପୁର,୭ା୩(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଉପଜିଲାପାଳ ଦୁଧାଲ ଅଭିଷେକ ଦିଲ୍ଲୀପଙ୍କ ନେତୃତ୍ୱରେ ବେଆଇନ ବାଲିଚାଲାଣ ଓ ଧରପଗଡ଼ ହୋଇଥିଲା। ଭୋର୍‌ ସମୟରେ ହଠାତ୍‌ ଉପଜିଲାପାଳଙ୍କ ନେତୃତ୍ୱରେ…

କଲେଜକୁ ଯାଉଥିଲେ ଛାତ୍ରୀ, ଦ୍ରୁତଗତିରେ ଆସି ଧକ୍କା ଦେଲା ବାଇକ, ଘଟଣାସ୍ଥଳରେ…

ବଲାଙ୍ଗୀର, ୭।୩( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭିଆଇପି ରାସ୍ତା ଭାଗିରଥି ଛକରୁ ସର୍କିଟ ହାଉସ ରାସ୍ତାରେ ଏକ ସ୍ପିଡ ବାଇକର ଧକ୍କାରେ ଜଣେ ଆୟୁର୍ବେଦିକ କଲେଜ…

ଅଗ୍ନିକାଣ୍ଡରେ ଜଳିଗଲା ୨ ବଖରା ଘର: ସହାୟତା ଯୋଗାଇ ଦେବାକୁ ସରକାରଙ୍କ ନିକଟରେ ଦାବି

ପରଜଙ୍ଗ, ୭।୩ ( ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଡମୋଳ ପଞ୍ଚାୟତର ଭାଲିଆତଇଲା ସାହିରେ ଭୟାବହ ଅଗ୍ନିକାଣ୍ଡ ଘଟି ଗ୍ରାମର ନମନ ବେହେରାଙ୍କ ୨…

ଏକୁଟିଆ ପାଇ ମହିଳାଙ୍କ ଘରେ ପଶିଥିଲେ ଏନଆରଇଜିଏ ସହାୟକ, ହଠାତ୍‌ ଚାଲିଆସିଲେ ମହିଳାଙ୍କ ସ୍ବାମୀ, ଆଉ ତା’ପରେ…

ଭବାନୀପାଟଣା, ୭। ୩(ଉତ୍ତମ କୁମାର ଦାଶ ): ଚର୍ଚ୍ଚାରେ କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଏନଆରଇଜିଏ ସହାୟକ ବିରଞ୍ଚି ଗହୀର। ତାଙ୍କ କାରନାମା ଏବେ ସ୍ଥାନୀୟ ଅଞ୍ଚଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri