Posted inରାଜ୍ୟ

ହିସାବ ନ ଦେଇ ଅନୁଦାନ ବୋହୁଛନ୍ତି

ଭୁବନେଶ୍ୱର, ୧୧।୯(ବ୍ୟୁରୋ): ରାଜ୍ୟ ସରକାର ବିଭିନ୍ନ ବିଭାଗ ପାଇଁ ବଜେଟରେ ବ୍ୟୟବରାଦ କରୁଛନ୍ତି। ସେହି ଅର୍ଥରୁ ବିଭାଗଗୁଡ଼ିକ କେଉଁ ଯୋଜନାରେ କେତେ ଟଙ୍କା ଖର୍ଚ୍ଚ କରୁଛନ୍ତି ତାହାର ହିସାବ ରଖୁନାହାନ୍ତି। ବିନିଯୋଗ ପ୍ରମାଣପତ୍ର (ୟୁସି) ମଧ୍ୟ ଦାଖଲ କରୁନାହାନ୍ତି। ଗତ ୧୭ ବର୍ଷ ଧରି ଏଭଳି ଧାରା ଜାରିରହିଛି। ୨୦୨୦ ଜୁନ୍‌ ୩୦ ସୁଦ୍ଧା ବିଭାଗଗୁଡ଼ିକ ୧୬,୩୦୧.୬୮ କୋଟି ଟଙ୍କାର ୟୁସି ଦାଖଲ କରିନାହାନ୍ତି। ସେହି ଅର୍ଥ କେଉଁ ଉଦ୍ଦେଶ୍ୟରେ ଖର୍ଚ୍ଚ କରାଯାଇଛି କମ୍ପ୍‌ଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ(ସିଏଜି) ଅଡିଟ୍‌ ବେଳେ ତାହାର କିଛି ଥଳକୂଳ ପାଇନାହାନ୍ତି। କେବଳ ସେତିକି ନୁହେଁ ୨୦୦୩-୦୪ରୁ ୨୦୨୦ ମାର୍ଚ୍ଚ ସୁଦ୍ଧା ୩୬ଟି ବିଭାଗ ୩୬,୧୯୩.୮୯ କୋଟି ଟଙ୍କାର ବିନିଯୋଗ ପ୍ରମାଣପତ୍ର ଦେଇ ନ ଥିବା ସିଏଜି ଦର୍ଶାଇଛନ୍ତି। ବିତ୍ତୀୟ ପରିଚାଳନାକୁ ନେଇ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲ ମନୋଭାବ ଉପରେ ସିଏଜି ପ୍ରଶ୍ନ ଉଠାଇବା ସହ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଅନ୍ୟପକ୍ଷରେ ବିଭିନ୍ନ ବ୍ୟକ୍ତିଗତ ଜମା (ପିଡି) ଆକାଉଣ୍ଟରେ ରଖାଯାଇଥିବା ବହୁକୋଟି ଟଙ୍କା ଆତ୍ମସାତ କିମ୍ବା ଜାଲିଆତି ହେବା ନେଇ ସିଏଜି ଆଶଙ୍କା କରିଛନ୍ତି।
ବିଧାନସଭାରେ ଉପସ୍ଥାପିତ ହୋଇଥିବା ସିଏଜି ରିପୋର୍ଟ ଅନୁଯାୟୀ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ୧୩,୭୫୩.୨୫ କୋଟି ଟଙ୍କାର ୟୁସି ଦାଖଲ କରି ନ ଥିବା ବେଳେ ଗୃହ ଓ ନଗର ଉନ୍ନୟନ ବିଭାଗ ୬,୪୩୬.୮୩ କୋଟି, ଯୋଜନା ଓ ସଂଯୋଜନ ବିଭାଗ ୨,୯୬୩.୧୭ କୋଟି, ସ୍କୁଲ ଓ ଗଣଶିକ୍ଷା ବିଭାଗ ୨,୯୬୧.୧୪ କୋଟି ଏବଂ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୨,୫୫୩.୧୭ କୋଟି ଟଙ୍କାର ବିନିଯୋଗ ପ୍ରମାଣପତ୍ର ଦାଖଲ କରିନାହାନ୍ତି। ୨୦୨୦ ମାର୍ଚ୍ଚ ସୁଦ୍ଧା ରାଜ୍ୟ ସରକାରଙ୍କ ୧୦ଟି ପ୍ରମୁଖ ବିଭାଗ ୧୦ ବର୍ଷ ହେବ ୧,୩୮୮.୭୪ କୋଟି ଟଙ୍କାର ବିନିଯୋଗ ପ୍ରମାଣପତ୍ର ଦାଖଲ କରିନାହାନ୍ତି। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ୪୦୩.୩୩ କୋଟି ଟଙ୍କାର ୟୁସି ବକେୟା ରଖିଥିବା ବେଳେ ଗୃହ ଓ ନଗର ଉନ୍ନୟନ ବିଭାଗ ୩୧୭.୯୦, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ୨୧୮.୬୭, ଯୋଜନା ଓ ସଂଯୋଜନ ବିଭାଗ ୨୧୪.୩୫, ଏସ୍‌ସି/ଏସ୍‌ଟି ଉନ୍ନୟନ ବିଭାଗ ୯୦.୪୯, ଶକ୍ତି ୫୮.୨୫, ପର୍ଯ୍ୟଟନ ଓ ସଂସ୍କୃତି ୧୯.୧, ଉଚ୍ଚଶିକ୍ଷା ୧୬.୨୧, ବିଦ୍ୟାଳୟ ଓ ଗଣଶିକ୍ଷା ୧୪.୧୯ ଏବଂ କୌଶଳ ବିକାଶ ବିଭାଗ ୧୦.୬୪ କୋଟି ଟଙ୍କାର ଖର୍ଚ୍ଚ ହିସାବ ଦେଇନାହାନ୍ତି। ଦୀର୍ଘବର୍ଷ ହେବ ବିଭାଗଗୁଡ଼ିକ ୟୁସି ଦେଉ ନ ଥିବାରୁ ଅର୍ଥ ବିଭାଗ ୨୦୧୩ ଡିସେମ୍ବର ୪ରେ ଟାଟା କନ୍‌ସଲଟାନ୍ସି ସହିତ ଏକୀକୃତ ଅର୍ଥ ପରିଚାଳନା ପ୍ରଣାଳୀ (ଆଇଏଫ୍‌ଏମ୍‌ଏସ୍‌) ମଡ୍ୟୁଲ କାର୍ଯ୍ୟକାରୀ କରିବା ପାଇଁ ଏକ ଚୁକ୍ତିନାମା କାର୍ଯ୍ୟକାରୀ କରିଥିଲା। ଏହାଦ୍ୱାରା ଅର୍ଥ ବିଭାଗ ୟୁସି ଦେଉ ନ ଥିବା ବିଭାଗଗୁଡ଼ିକ ଉପରେ ନଜର ରଖି ପାରିଥାଆନ୍ତା। ୨୦୧୮ ଏପ୍ରିଲ ସୁଦ୍ଧା ଏହି ମଡ୍ୟୁଲ କାର୍ଯ୍ୟକାରୀ କରିବାକୁ ସର୍ତ୍ତ ରଖାଯାଇଥିଲା। ମାତ୍ର ୩ ବର୍ଷ ପରେ ମଧ୍ୟ ଆଇଏଫ୍‌ଏମ୍‌ଏସ୍‌ କାର୍ଯ୍ୟକାରୀ ହୋଇପାରି ନ ଥିବା ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି।
ଏହାକୁ ବାଦ୍‌ଦେଲେ ରାଜ୍ୟ ସରକାର ବିଭିନ୍ନ ସଂସ୍ଥା ଓ କର୍ତ୍ତୃପକ୍ଷଙ୍କୁ ଅନୁଦାନ (ଜିଆଇ) ଆକାରରେ ଦେଇଥିବା ଅର୍ଥର ମଧ୍ୟ କୌଣସି ହିସାବ ନାହିଁ। ୨୦୧୯-୨୦ରେ ରାଜ୍ୟ ସରକାର ବିଭିନ୍ନ ଅନୁଷ୍ଠାନକୁ ୧,୬୮୮.୦୬ କୋଟି ଟଙ୍କାର ଅନୁଦାନ ଦେଇଥିଲେ। ତାହାକୁ କେଉଁ ଉଦ୍ଦେଶ୍ୟରେ ବିନିଯୋଗ କରାଯାଇଛି, ତାହା ସ୍ପଷ୍ଟ ଉଲ୍ଲେଖ କରା ନ ଯାଇ ଅନ୍ୟାନ୍ୟ ଖର୍ଚ୍ଚ ଭାବେ ଦର୍ଶାଇବାକୁ ନେଇ ସିଏଜି ସନ୍ଦେହ ପ୍ରକାଶ କରିଛନ୍ତି। କେବଳ ସେତିକି ନୁହେଁ, ବ୍ୟକ୍ତିଗତ ଜମା (ପିଡି) ଖାତାରେ ମଧ୍ୟ ଅନିୟମିତତା ଦେଖାଦେଇଛି। ଓଡ଼ିଶା କୋଷସଂହିତା ଅନୁଯାୟୀ ମହାଲେଖାକାରଙ୍କ ବିନାନୁମତିରେ ଗୋଟିଏ ବି ବ୍ୟକ୍ତିଗତ ଜମାଖାତା ଖୋଲାଯାଇ ପାରିବ ନାହିଁ। ୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା ୮୩୦ଟି ପିଡି ଆକାଉଣ୍ଟଧାରୀଙ୍କର ୨୦,୮୯୯.୮୫ କୋଟି ଟଙ୍କା ରହିଛି। ସେଥିରୁ ୧୬,୭୫୮.୨୯ କୋଟି ଟଙ୍କା ଓଡ଼ିଶା ମିନେରାଲ ବିୟରିଂ ଏରିଆ ଡେଭଲପମେଣ୍ଟ କର୍ପୋରେଶନ(ଓଏମ୍‌ବିଏଡିସି) ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଗୋଟିଏ ପିଡି ଆକାଉଣ୍ଟରେ ଥିବା ବେଳେ ଅବଶିଷ୍ଟ ଟଙ୍କାରୁ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାର ୧୧୫ଟି ପିଡି ଆକାଉଣ୍ଟରେ ୧୮୮୭.୯୦ କୋଟି, ଗ୍ରାମୀଣ ସ୍ଥାନୀୟ ସଂସ୍ଥାର ୩୧୪ ପିଡି ଆକାଉଣ୍ଟରେ ୬୪୮.୦୭ କୋଟି, ଶିକ୍ଷାନୁଷ୍ଠାନଗୁଡ଼ିକର ୨୯୬ ପିଡି ଆକାଉଣ୍ଟରେ ୮୦.୭୬ କୋଟି, ସ୍ବାସ୍ଥ୍ୟ ଓ ବଦାନ୍ୟ ଅନୁଷ୍ଠାନର ୪ ପିଡି ଆକାଉଣ୍ଟରେ ୧୧.୨୪ କୋଟି ଏବଂ ଜିଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ଭଳି ଅନ୍ୟ ସଂସ୍ଥାର ୧୧୦ ପିଡି ଆକାଉଣ୍ଟରେ ୧,୫୧୩.୫୯ କୋଟି ଟଙ୍କା ରହିଛି। ଏହାକୁ ରାଜ୍ୟ ରାଜକୋଷକୁ ଫେରାଇବା କଥା। ମାତ୍ର ତାହା କରା ନ ଯାଇ ଉକ୍ତ ପିଡି ଆକାଉଣ୍ଟରେ ବର୍ଷ ବର୍ଷ ରହିଥିବା ଦର୍ଶାଯାଇଛି। ଏହି ସବୁ ଅର୍ଥ ଜାଲିଆତି କିମ୍ବା ଆତ୍ମସାତ୍‌ ହୋଇଥିବା ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

ଇରାନ ବରୋଧରେ ଯୁଦ୍ଧକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଲାଣି ଏହି ଦେଶ, ଆମେରିକାକୁ କରିବ ସହଯୋଗ, ଟାର୍ଗେଟରେ ହର୍ମୁଜ ପ୍ରଣାଳୀ

ତେହରାନ,୧।୪: ସଂଯୁକ୍ତ ଆରବ ଏମିରେଟ୍ସ (UAE) ଆମେରିକା ଏବଂ ଅନ୍ୟାନ୍ୟ ପାଶ୍ଚାତ୍ୟ ମିତ୍ରମାନଙ୍କୁ ସୂଚନା ଦେଇଛି ଯେ ଏହା ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବାରେ ସାହାଯ୍ୟ କରିବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri