କୃଷକଙ୍କ ବିକାଶ କ୍ଷେତ୍ରରେ ବ୍ୟବହାର ହେବ ଅନୁଦାନ ରାଶି

କର୍ଲାମୁଣ୍ଡା,୬ା୧୧(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଆତ୍ମା କାର୍ଯ୍ୟାଳୟଠାରେ ଗୁରୁବାର ବ୍ଲକ କୃଷକ ଉପଦେଷ୍ଟା କମିଟି (ଆତ୍ମା) ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆତ୍ମା ଅଧ୍ୟକ୍ଷ ଗୌର କିଶୋର ରଣା ଅଧ୍ୟକ୍ଷତା କରିଥିଲେ। ବ୍ଲକ କୃଷି ଅଧିକାରୀ ତଥା ଆତ୍ମା କମିଟି ଆବାହକ ଜିତେନ୍ଦ୍ର କୁମାର ସିଂ, ମତ୍ସ୍ୟ ଅଧିକାରୀ ଶକ୍ତିକାନ୍ତ ବେହେରା, ସହକାରୀ ଉଦ୍ୟାନ ବିଭାଗ ଅଧିକାରୀ ରିଙ୍କୁ ପ୍ରଧାନ, ସିଡିପିଓ କଳ୍ପଲତା ତ୍ରିପାଠୀ, ଓଡିଶା ଜୀବନ ଜୀବିକା ମିଶନର ବ୍ଲକ କାର୍ଯ୍ୟକ୍ରମ ସଂଯୋଜକ ସରୋଜିନୀ ପ୍ରଧାନ, ପ୍ରାଣୀ ଚିକିତ୍ସା ବିଭାଗରୁ ସନ୍ତୋଷ ମାଝୀ ଓ କମିଟିର ସମସ୍ତ ସଦସ୍ୟାସଦସ୍ୟ ଉପସ୍ଥିତ ରହି ସରକାରଙ୍କ ପକ୍ଷରୁ ଆସୁଥିବା ଅନୁଦାନ ରାଶିକୁ କୃଷକଙ୍କ ବିକାଶ କ୍ଷେତ୍ରରେ ବ୍ୟବହାର କରିବାକୁ ଆଲୋଚନା କରିଥିଲେ। ଏଟିଏମ ଶ୍ୟାମପଦ ଭଞ୍ଜ ସଂଯୋଜନା କରିଥିବା ବେଳେ ଏଟିଏମ୍‌ ମିଲନ କୁମାର ଗୋଛାୟତ, ଓମ୍‌ ପ୍ରକାଶ ମିଶ୍ର ସହଯୋଗ କରିଥିଲେ।

Dharitri – Odisha’s No.1 Trusted Odia Daily