ପୋଲିସ, ଆର୍‌ଟିଓଙ୍କ ସହଯୋଗରେ ଚାଲିଛି ଗ୍ରାନାଇଟ୍‌ ଚାଲାଣ

ମାଲକାନଗିରି,୧୯।୯(ଡି.ଏନ୍‌.ଏ.): ମାଲକାନଗିରି ଜିଲା ମୋଟୁ ଥାନାଧିକାରୀ ଏବଂ ପରିବହନ ଅଧିକାରୀ(ଆର୍‌ଟିଓ)ଙ୍କ ମିଳିତ ସହଯୋଗରେ ମୋଟୁ ତହସିଲ ଅଧୀନ ପେଟା ଗ୍ରାମରୁ ଭିଜି ଗ୍ରାନାଇଟ୍‌ ବେଆଇନ ପରିବହନ କରାଯାଇଥିବା ପୂର୍ବତନ ନବରଙ୍ଗପୁର ଏମ୍‌ପି ତଥା କଂଗ୍ରେସ ନେତା ପ୍ରଦୀପ ମାଝି ଅଭିଯୋଗ କରିଛନ୍ତି। ବେଣୁ ଗୋପାଳ(ଭିଜି) ଗ୍ରାନାଇଟର ୯ଟି ଗାଡ଼ି ଗ୍ରାନାଇଟ ପଥର ନେଇ ଓଡ଼ିଶା-ଆନ୍ଧ୍ର ସୀମାନ୍ତ ମୋଟୁ ଦେଇ ଶୁକ୍ରବାର ରାତିରେ ବାହାର ରାଜ୍ୟକୁ ପରିବହନ ହେଉଥିବାବେଳେ ମୋଟୁ ଥାନାଧିକାରୀ ଅଟକାଇ ଯାଞ୍ଚ କରିଥିଲେ। ପଥର ଚାଲାଣରେ ଅନିୟମିତତା ରହିଥିବା ଏବଂ କାଗଜପତ୍ର ଠିକ୍‌ ନ ଥିବା ନେଇ ଗାଡ଼ିଗୁଡ଼ିକୁ ଅଟକ ରଖିଥିଲେ। ତେବେ ପରବର୍ତ୍ତୀ ସମୟରେ ଗ୍ରାନାଇଟ୍‌ କମ୍ପାନୀ ପକ୍ଷରୁ ଥାନା ଓ ଆର୍‌ଟିଓ କାର୍ଯ୍ୟାଳୟରୁ ନକଲି ନଥିପତ୍ର ତିଆରି କରାଯାଇଥିବା ଏବଂ ସନ୍ଦେହଜନକ ଭାବେ ଅଟକ ରଖାଯାଇଥିବା ଗାଡ଼ିଗୁଡ଼ିକୁ ଛାଡ଼ି ଦିଆଯାଇଥିବା ନେଇ ରମେଶ ସିଧାସଳଖ ଅଭିଯୋଗ କରିଛନ୍ତି। ପୋଲିସ ଏବଂ ପ୍ରଶାସନକୁ ହାତବାରିସି କରି ଏଭଳି ବେଆଇନ ଚାଲାଣ ହେଉଥିବା ସେ କହିଛନ୍ତି। ବେଆଇନ ଖଣି କାରବାରରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସେ ଦାବି କରିଛନ୍ତି। ପ୍ରକାଶଯୋଗ୍ୟ, ଭିଜି ଗ୍ରାନାଇଟର ଖଣି ଖାଦାନ ଦୁର୍ନୀତିକୁ ନେଇ କିଛି ମାସ ତଳେ ବିବାଦ ସୃଷ୍ଟି ହୋଇଥିଲା। ଏହି ଘଟଣାରେ ମାଲକାନଗିରିର ପୂର୍ବତନ ଜିଲାପାଳ ଓ୍ବାଇ. ବିଜୟଙ୍କ ବଦଳି ହୋଇଥିବାବେଳେ ଏବେ ପୁଣି ଏହି ବିବାଦ ଘନେଇବାରେ ଲାଗିଛିା ନୂତନ ଜିଲାପାଳ ଏଦିଗରେ କିଭଳି ପଦକ୍ଷେପ ନେଉଛନ୍ତି ତାହାକୁ ସମସ୍ତଙ୍କ ଅପେକ୍ଷା।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ପୁଣି କଡ଼ାକଡ଼ି PUCC ଯାଞ୍ଚ: ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ୧୦ ହଜାର ଫାଇନ

ଭୁବନେଶ୍ୱର,୨।୪: ଆଜିଠୁ ପୁଣି କଡ଼ାକଡ଼ି ହେବ PUCC ଯାଞ୍ଚ। ପଲ୍ୟୁଶନ ସାର୍ଟିଫିକେଟ ନଥିଲେ ଫାଇନ ଦେବାକୁ ପଡ଼ିବ। PUCC ଯାଞ୍ଚ ପାଇଁ ଦିଆଯାଇଥିବା ଡେଡଲାଇନ ଶେଷ ହୋଇଛି।…

ଭାରତକୁ ବନ୍ଧୁତାର ହାତ ବଢାଇଲା ଏହି ଦେଶ: ପାକିସ୍ତାନ ଛାନିଆ

ନୂଆଦିଲ୍ଲୀ,୨।୪: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଆରମ୍ଭ ହୋଇଛି। ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହେବାର ୩୦ ଦିନରୁ ଅଧିକ ସମୟ ବିତିଗଲାଣି। କୌଣସି ପକ୍ଷ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ; ୧୩୦୦୦ କମିଲା….

ନୂଆଦିଲ୍ଲୀ,୨।୪: ଆଜି ସୁନା ଏବଂ ରୂପା ବଜାରରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଯାହା ନିବେଶକ ଏବଂ କ୍ରେତା ଉଭୟଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି…

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କୁ ଟେନସନ ଦେଲେ ଏକଛତ୍ରବାଦୀ ଶାସକ, ‘ବିନାଶକାରୀ’ ଗେମ୍‌ ଖେଳିଲା ଉତ୍ତର କୋରିଆ

ଓ୍ବାଶିଂଟନ୍‌,୨।୪: ସମଗ୍ର ବିଶ୍ୱ ଇରାନ-ଆମେରିକା ଯୁଦ୍ଧ ଭୟରେ କବଳିତ। ମଧ୍ୟପ୍ରାଚ୍ୟ ଜଳୁଛି। ସାରା ବିଶ୍ୱରେ ତେଲ ଏବଂ ଗ୍ୟାସର ଅଭାବ ରହିଛି। ଇନ୍ଧନ ମୂଲ୍ୟ ଆକାଶଛୁଆଁ। ଏହା…

କ୍ରିକେଟର୍‌ଙ୍କ ଅଭିଯୋଗରେ ଏହି ଅଭିନେତ୍ରୀଙ୍କୁ ବାନ୍ଧିଲା ପୋଲିସ: ପଛରେ ରହିଛି ଏମିତି କାରଣ

କଲମ୍ବୋ,୨।୪: ଶ୍ରୀଲଙ୍କାର କ୍ରିକେଟର ଭାନୁକା ରାଜପକ୍ଷେ ଅଭିନେତ୍ରୀ ହର୍ଷି ରସାଙ୍ଗାଙ୍କୁ ଏକ ଆଇନଗତ ନୋଟିସ ପଠାଇଛନ୍ତି। ଏହା ପରେ ପୋଲିସ ତାଙ୍କୁ ଗିରଫ କରିଛି। ଏହି ମାମଲା…

ବିହାର ଛାଡି ଦିଲ୍ଲୀ ଯିବେ ନୀତୀଶ: ଏହିଦିନ ରାଜ୍ୟ ସଭା ଏମ୍‌ପି ଭାବେ ନେବେ ଶପଥ

ପାଟନା,୨।୪: ବିହାରରେ ନୀତୀଶ କୁମାର ଯୁଗର ଶେଷ ହେବାକୁ ଯାଉଛି। ନିକଟରେ ନୀତୀଶ କୁମାର ବିହାର ବିଧାନ ପରିଷଦରୁ ଇସ୍ତଫା ଦେଇଛନ୍ତି। ଏବେ, ଦିଲ୍ଲୀ ପାଇଁ ତାଙ୍କର…

ମୁହଁରେ କପଡ଼ା ବାନ୍ଧି ବାପାଙ୍କୁ ଲୁଟିବାକୁ ଆସିଥିଲେ ପୁଅ: ୧୦ ଲକ୍ଷ ଟଙ୍କା ନେବା ପରେ ଘଟିଲା…

ନୂଆଦିଲ୍ଲୀ,୨।୪: ଦିଲ୍ଲୀର ଲକ୍ଷ୍ମୀ ନଗର ଅଞ୍ଚଳରେ ଘଟିଥିବା ୧୦ ଲକ୍ଷ ଡକାୟତି ଘଟଣାର ସମାଧାନ ପୋଲିସ ମାତ୍ର ୨୪ ଘଣ୍ଟା ମଧ୍ୟରେ କରିଛି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା…

ସକାଳୁ ସକାଳୁ ଥରିଲା ପୃଥିବୀ, ୭.୪ ତୀବ୍ରତାର ଭୂକମ୍ପ ପରେ ଲୋକେ ଘରୁ ଦୌଡି….

ଜାକାର୍ତ୍ତା,୨ା୪: ଇଣ୍ଡୋନେସିଆରେ ବଡ଼ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୪ ରେକର୍ଡ କରାଯାଇଛି । ଭୂମିକମ୍ପ ପରେ ସୁନାମି ଚେତାବନୀ ମଧ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri