ଜେଜେଙ୍କ ଦଶାହରେ ମହାନଦୀରେ ବୁଡ଼ି ଚାଲିଗଲା ନାତିଙ୍କ ଜୀବନ

କଟକ,୭ା୪(କାର୍ତ୍ତିକ ସାହୁ): ଜେଜେଙ୍କ ଦଶାହ କର୍ମରେ ଶୁଦ୍ଧି ହେବାକୁ ଆସି ନାତି ମହାନଦୀ ପାଣିରେ ବୁଡ଼ି ପ୍ରାଣ ହରାଇଛନ୍ତି। ଏଭଳି ଏକ ଦୁଃଖଦ ଘଟଣା ରବିବାର ପୂର୍ବାହ୍ନରେ ଘଟିଛି। ମୃତକ ଜଣକ ହେଲେ ସିଡିଏ ସେକ୍ଟର-୬ ଅଞ୍ଚଳର ରଥୀନ୍ଦ୍ର ନାଥ ବାନାର୍ଜୀଙ୍କ ପୁତ୍ର ରୂପକ ବାନାର୍ଜୀ(୨୨)। ସେ ଭୁବନେଶ୍ୱରର ଏକ ଘରୋଇ ଶିକ୍ଷାନୁଷ୍ଠାନରେ ବି.ଟେକ୍‌ ପଢ଼ୁଥିଲେ।
ସୂଚନା ଅନୁସାରେ, ରୂପକଙ୍କ ଜେଜେଙ୍କ ବିୟୋଗ ୧୦ ଦିନ ତଳେ ଘଟିଥିଲା। ତାଙ୍କ ଦଶାହ କର୍ମ ସମାପନ ନିମନ୍ତେ ପରିବାରବର୍ଗ ମହାନଦୀର ହାତୀଗଡ଼ା ଘାଟରେ ଏକାଠି ହୋଇଥିଲେ। ଘାଟକୂଳରେ ମୁଣ୍ଡନ, ଶୌଚ ଆଦି କର୍ମ ଚାଲିଥିବାରୁ ପରିବାର ଓ ଜ୍ଞାତିକୁଟୁମ୍ବମାନେ ସେଠାରେ ରୁଣ୍ଡ ହୋଇଥିଲେ। ଶୁଦ୍ଧିକ୍ରିୟାକୁ ଆସୁଥିବା ଲୋକମାନେ ମୁଣ୍ଡନ ପରେ ମହାନଦୀରେ ଗାଧୋଉଥାନ୍ତି। ହେଲେ ହଠାତ୍‌ ରୂପକ ମହାନଦୀର ପାଣିରେ ବୁଡ଼ିଗଲେ ବୋଲି ଉପସ୍ଥିତ ପରିବାରବର୍ଗ ପାଟି କରିଉଠିଲେ। ତୁରନ୍ତ ଦମକଳ ବାହିନୀକୁ ସୂଚନା ଦିଆଗଲା। ବିଡ଼ାନାସୀ ଓ ବକ୍ସିବଜାରରୁ ୨ଟି ଦମକଳ ବାହିନୀ ସେଠାରେ ପହଞ୍ଚତ୍ ପାଣି ଭିତରେ ଖୋଜାଖୋଜି ଆରମ୍ଭ କରିଦେଲେ। ସ୍କୁବା ଡାଇଭର୍‌ ପାଣି ଭିତରେ ବୁଡ଼ି ଖୋଜିବା ସହ ଅତ୍ୟାଧୁନିକ ଅଣ୍ଡର ଓ୍ବାଟର କ୍ୟାମେରା ସାହାଯ୍ୟରେ ପାଣି ଭିତରେ ଖୋଜାଯାଇଥିଲା। ଲାଇଫବଏ, ଲାଇଫ୍‌ ଜ୍ୟାକେଟ, ବୋଟ୍‌ ଆଦି ବ୍ୟବହାର କରି ଅଗ୍ନିଶମ ବାହିନୀ ମହାନଦୀର ଜଳରାଶିରେ ଖୋଜିଥିଲେ। ପ୍ରାୟ ୪୫ ମିନିଟ୍‌ ଧରି ଖୋଜିବା ପରେ ରୂପକଙ୍କୁ ମହାନଦୀ ଜଳରୁ ଉଦ୍ଧାର କରାଯାଇଥିଲା। ତାଙ୍କୁ ତୁରନ୍ତ ଏସ୍‌ସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଜିଲା ଅଗ୍ନିଶମ ଅଧିକାରୀ ସଞ୍ଜିବ ବେହେରାଙ୍କ କହିବାନୁସାରେ, ହାତୀଗଡ଼ା ଘାଟରେ ପ୍ରାୟ ୨୦ ଫୁଟ ଗଭୀରର ଜଳ ରହିଛି। ମୃତ ଯୁବକ ଜଣକ ପହଁରା ଜାଣିନଥିଲେ। ତେଣୁ ଏଭଳି ଅଘଟଣ ଘଟିଲା। ଅପରପକ୍ଷରେ କ୍ୟାଣ୍ଟନମେଣ୍ଟ ଥାନା ପୋଲିସ ମଧ୍ୟ ଖବର ପାଇ ସେଠାରେ ପହଞ୍ଚିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri