Posted inଜାତୀୟ

କଂଗ୍ରେସରୁ ଇସ୍ତଫା ଦେଲେ ଦେଶର ପ୍ରଥମ ରାଜ୍ୟପାଳଙ୍କ ଅଣନାତି

ନୂଆଦିଲ୍ଲୀ,୨୩।୨: ଦେଶର ପ୍ରଥମ ରାଜ୍ୟପାଳ ଜେନେରାଲ ସି ରାଜାଗୋପାଲାଚାରିଙ୍କ ଅଣନାତି ତଥା କଂଗ୍ରେସ ନେତା ସିଆର କେଶବନ ଗୁରୁବାର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। କେଶବନ ତାଙ୍କ ଇସ୍ତଫା ପତ୍ର କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ନିକଟକୁ ପଠାଇଛନ୍ତି। ତାଙ୍କ ଇସ୍ତଫା ପତ୍ରରେ କେଶବନ ଲେଖିଛନ୍ତି, ସେ ଗତ ଦୁଇ ଦଶନ୍ଧି ଧରି ଦଳ ପାଇଁ କାର୍ଯ୍ୟ କରିଆସୁଥିଲେ କିନ୍ତୁ ବର୍ତ୍ତମାନ ଦଳର ମୂଲ୍ୟବୋଧରେ କମି ଆସିଛି। ତାଙ୍କୁ ଦଳ ପାଇଁ କାମ କରିବାକୁ ପ୍ରେରିତ କରିଛି। ପାର୍ଟିକୁ ବର୍ତ୍ତମାନ ଯେଉଁଭଳି ଦେଖାଯାଉଛି ସେଥିରେ ସେ ଅସହଜ ମନେ କରୁଛି। ଏହି କାରଣରୁ ସେ ନିକଟରେ ଅନୁଷ୍ଠିତ ଜାତୀୟ ସ୍ତରୀୟ ଦଳ ପାଇଁ କାର୍ଯ୍ୟକ୍ରମର ଦାୟିତ୍ୱ ଗ୍ରହଣ କରିନାହାଁନ୍ତି କିମ୍ବା ଭାରତ ଯୋଡୋ ଯାତ୍ରାରେ ଭାଗ ନେଇ ନ ଥିଲେ।
କେଶବନ ଆହୁରି ମଧ୍ୟ ଲେଖିଛନ୍ତି, ବର୍ତ୍ତମାନ ତାଙ୍କ ପାଇଁ ଏକ ନୂତନ ପଥରେ ଆଗକୁ ବଢିବାର ସମୟ ଆସିଛି। ତେଣୁ ସେ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଉଛନ୍ତି। ତାମିଲନାଡୁ କଂଗ୍ରେସ କମିଟି ଚାରିଟେବୁଲ ଟ୍ରଷ୍ଟର ଟ୍ରଷ୍ଟିଙ୍କ ନିକଟକୁ କେଶବନ ମଧ୍ୟ ତାଙ୍କ ଇସ୍ତଫା ପତ୍ର ପଠାଇଛନ୍ତି। କେଶବନ ବର୍ତ୍ତମାନ ଅନ୍ୟ କୌଣସି ଦଳରେ ଯୋଗଦେବାକୁ ମନା କରି ଦେଇଛନ୍ତି। ଆଗାମୀ ସମୟରେ କ’ଣ ଘଟିବ ରହିଛି ସେ ନିଜେ ଜାଣନ୍ତି ନାହିଁ।
କେଶବନ ୨୦୦୧ରେ କଂଗ୍ରେସରେ ଯୋଗ ଦେଇଥିଲେ। ଏହି ସମୟରେ ସେ ରାଜୀବ ଗାନ୍ଧୀ ନ୍ୟାଶନାଲ ଇନଷ୍ଟିଚ୍ୟୁଟ ଅଫ ୟୁଥ ଡେଭଲପମେଣ୍ଟର ଉପାଧ୍ୟକ୍ଷ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ। କେଶବନ ସୋନିଆ ଗାନ୍ଧୀଙ୍କୁ ଧନ୍ୟବାଦ ଜଣାଇବା ସହ ତାଙ୍କ ଜେଜେବାପା ସି ରାଜାଗୋପାଲାଚାରିଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭରଣପୋଷଣ ଦୟା ନୁହେଁ, ସ୍ତ୍ରୀଙ୍କ ଅଧିକାର: ହାଇକୋର୍ଟଙ୍କ ଐତିହାସିକ ରାୟ

ନୂଆଦିଲ୍ଲୀ,୧୭।୨: ସ୍ତ୍ରୀଙ୍କୁ ଭରଣପୋଷଣ ଦେବା କୌଣସି ଦୟା କିମ୍ବା ଦାନ ନୁହେଁ, ବରଂ ଏହା ସେମାନଙ୍କର ଏକ ଆଇନଗତ ଅଧିକାର। ଏକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରି…

ଡିଜିଟାଲ୍ ଯୁଗରେ ବି କ୍ୟାଶ୍‌ର କମାଲ୍: ବଜାରରେ ୪୦ ଲକ୍ଷ କୋଟି ଅତିକ୍ରମ କଲା ନଗଦ ଟଙ୍କା

ନୂଆଦିଲ୍ଲୀ,୧୭।୨: ଦେଶରେ ଡିଜିଟାଲ୍ ପେମେଣ୍ଟ ବା UPI କାରବାରରେ ବ୍ୟାପକ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଭାରତୀୟ ଅର୍ଥନୀତିରେ ନଗଦ ଟଙ୍କାର ପ୍ରଚଳନ ଏକ ନୂଆ…

ସମ୍ପର୍କୀୟଙ୍କ ସହ ଘରୁ ବାହାରିଥିଲେ, ଗଛରେ ପିଟି ହୋଇ ଚାଲିଗଲା ଯୁବକଙ୍କ ଜୀବନ; ଏଯାଏ ମିଳୁନି…

ଭବାନୀପାଟଣା,୧୭।୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ଜାରିଙ୍ଗ ଛକ ନିକଟରେ ମଙ୍ଗଳବାର ରାତି ପାୟ ସାଢ଼େ ୮ ଟାରେ ଗଛରେ ପିଟି ହୋଇ ଜଣେ…

ଗ୍ୟାସ ସିଲିଣ୍ଡର ଖୋଲି ଘରେ ନିଆଁ ଲଗାଇଦେଲେ ସ୍ବାମୀ, ଥାନାରେ ପହଞ୍ଚିଲେ ସ୍ତ୍ରୀ; ଗିରଫ ପରେ ଜେଲ…

ଦିଗପହଣ୍ଡି,୧୭|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ୭ ନଂ ୱାର୍ଡ ବଜାର ସାହି ଗୁଣ୍ଡିଚା ଛକ ରେ ରହୁଥିବା ଏ.ରାଜୁଙ୍କୁ ମଙ୍ଗଳବାର ପୋଲିସ ଗିରଫ କରି…

ପାକିସ୍ତାନ ପାଇଁ BCCI ସହିବ କ୍ଷତି! ଭାରତରୁ ଛଡ଼ାଇ ନିଆଯାଇପାରେ ବଡ଼ ଟୁର୍ଣ୍ଣାମେଣ୍ଟ

ନୂଆଦିଲ୍ଲୀ,୧୭।୨: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଏକ ଚିନ୍ତାଜନକ ଖବର। ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ପ୍ରଭାବ ଏବେ କ୍ରିକେଟ୍ ମୈଦାନ ଉପରେ…

ଦୁଇ ଦିନ ପରେ ଦେଇଥାନ୍ତେ ମାଟ୍ରିକ୍‌ ପରୀକ୍ଷା, ବାଇକ୍‌ ସହ ଦୁର୍ଘଟଣା ପରେ ଟ୍ରାକ୍ଟର ଚାପି ଦେବାରୁ ଚାଲିଗଲା ଛାତ୍ରଙ୍କ ଜୀବନ

ରାୟଗଡ଼ା,୧୭।୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଚିନ୍ତାଜନକ ହୋଇପଡ଼ିଛି ଟ୍ରାଫିକ ସମସ୍ୟା । ସହର ଦେଇ ଯାଇଥିବା ୩୨୬ନଂ ଜାତୀୟ ରାଜପଥ କଡ଼ରେ ବେଆଇନ ପାର୍କିଂ ଯୋଗୁ…

ବ୍ରହ୍ମପୁର-ରେଢ଼ାଖୋଲ ରେଳ ପ୍ରକଳ୍ପ: ୩୩୨ କିମି ହେବ ରେଳ ଲାଇନ୍‌, ଅର୍ଥ ଅନୁମୋଦନ କେବେ…?

ଭଞ୍ଜନଗର,୧୭।୨(ବାବୁଲା ପ୍ରଧାନ)- ସରକାର ପରେ ସରକାର ବଦଳୁଛି, କିନ୍ତୁ ବ୍ରହ୍ମପୁର ଭାୟା ଭଞ୍ଜନଗର, ଫୁଲବାଣୀ ରେଢ଼ାଖୋଲ ରେଳ ପ୍ରକଳ୍ପ ଅଗ୍ରଗତି ହୋଇପାରୁନାହିଁ। କନ୍ଧମାଳ ଜିଲାବାସୀଙ୍କ ପାଇଁ ରେଳ…

କଲେଜ ଯାଇଥିବା ବେଳେ ଛାତ୍ରୀଙ୍କୁ ଅପହରଣ କରି ୫ ଦିନ ଧରି ବଳାତ୍କାର, ଜେଲ ହାଜତକୁ ଗଲେ …

ଦିଗପହଣ୍ଡି,୧୭।୨(ଅଶେଷ  ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଦିତୀୟ ବର୍ଷ କଳା ଶ୍ରେଣୀରେ ପଢୁଥିବା ୧୭ ବର୍ଷର ଛାତ୍ରୀଙ୍କୁ ଅପହରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri