Posted inଫୁରସତ

ନାତୁଣୀଙ୍କ ଏମିତି ଉପହାର ଦେଖି ଭାବବିହ୍ବଳ ହେଲେ ଜେଜେମା’, ଭିଡିଓ ଦେଖିଲେ ଆଖିରେ ଆସିବ ଲୁହ

ମୁନ୍‌ସୀ ପ୍ରେମଚାନ୍ଦ ତାଙ୍କ କାହାଣୀ ‘ବୁଢ଼ୀ କାକି’ରେ କହିଥିଲେ, ବୃଦ୍ଧାବସ୍ଥା ପ୍ରାୟତଃ ପିଲାଦିନକୁ ଫେରିବା ପରି ହୋଇଥାଏ। ଯେତେବେଳେ ଲୋକମାନେ ବୃଦ୍ଧ ହେବା ଆରମ୍ଭ କରନ୍ତି, ସେମାନେ ପୁନର୍ବାର ପିଲାମାନଙ୍କ ପରି ଅଭିନୟ ଆରମ୍ଭ କରନ୍ତି। ଛୋଟ ଜିନିଷ ସେମାନଙ୍କୁ ଆନନ୍ଦ ଆଣିଦିଏ। ସେମାନେ ଶୀଘ୍ର ଆଘାତ ପାଆନ୍ତି ଏବଂ ସହଜରେ ବିରକ୍ତ ହୁଅନ୍ତି। ପିଲାମାନଙ୍କ ପରି ଯଦି କିଛି ଉପହାର ଦିଆଯାଏ ସେମାନେ ବହୁତ ଖୁସି ହୁଅନ୍ତି। ସେହିଭଳି ଜଣେ ବୃଦ୍ଧାଙ୍କ ସହିତ ଘଟିଛି।

ଇନଷ୍ଟାଗ୍ରାମ୍‌ ଆକାଉଣ୍ଟରେ ‘ଗୁଡ ନ୍ୟୁଜ୍‌ ମୁଭମେଣ୍ଟ’ରେ ଏକ ଭିଡିଓ ଶେୟାର କରାଯାଇଛି। ଯାହା ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଜଣେ ଜେଜେମା’ଙ୍କୁ ତାଙ୍କ ନାତୁଣୀ ଏକ କଣ୍ଢେଇ ଉପହାର ଦେଇଥିଲେ। ଏହି ପ୍ୟାକେଟ ଖୋଲିବା ପରେ ଜେଜେମା’ ଭାବବିହ୍ବଳ ହୋଇପଡୁଥିବା ଦେଖିବାକୁ ମିଳିଛି। ଠିକ୍‌ ଏକ କୁନି ପିଲା ପରି ସେ ଖୁସି ହେଉଛନ୍ତି।

ଆମେ ଯେତେବେଳେ ଛୋଟ ଥାଉ, ଆମର ଜେଜେମା’-ଜେଜେବାପାମାନେ ଆମର ଯତ୍ନ ନିଅନ୍ତି, ଆମକୁ ଭଲ ପାଆନ୍ତି, କିନ୍ତୁ ଯେତେବେଳେ ଆମେ ବଡ଼ ହୋଇଥାଉ, ସେତେବେଳେ ଜେଜେମା’ କିମ୍ବା ଜେଜେବାପାଙ୍କର ଯତ୍ନ ନେବା ଆମର କର୍ତ୍ତବ୍ୟ ହୋଇଥାଏ।

ଭିଡିଓରେ ଜେଜେମା ନାତୁଣୀକୁ କହୁଛନ୍ତି, ତାଙ୍କୁ ଉପହାର ଦେବା କୌଣସି ଆବଶ୍ୟକତା ନାହିଁ, ସେ ଏତେ ଦୂରରୁ ତାଙ୍କୁ ଭେଟିବାକୁ ଆସିଛନ୍ତି, ତାହା ହେଉଛି ବଡ଼ କଥା। ସେ ଉପହାର ଖୋଲିବା ମାତ୍ରେ ରଖାଯାଇଥିବା ଜିନିଷକୁ ଦେଖିବା ମାତ୍ରେ ତାଙ୍କ ମୁହଁରେ ଏକ ସୁନ୍ଦର ହସ ଫୁଟିଉଠୁଛି। ସେ ପ୍ୟାକେଟ ଭିତର କଣ୍ଡେଇକୁ ଦେଖି କହିଲେ ଏମିତି କଣ୍ଢେଇ କେଉଁଠି ନାହିଁ। ଏହା ପରେ ନାତୁଣୀକୁ ଧନ୍ୟବାଦ ଦେଇ କହୁଛନ୍ତି, ସେ ଛୋଟବେଳେ ଏମିତି କଣ୍ଢେଇକୁ ଭଲ ପାଉଥିଲେ।

ଏହି ଭିଡିଓ ବର୍ତ୍ତମାନ ସୁଦ୍ଧା ୬ ଲକ୍ଷରୁ ଅଧିକ ଭ୍ୟୁ ପାଇଛି। ଅନେକ ୟୁଜର ସେମାନଙ୍କର ମତାମତ ମଧ୍ୟ ଦେଇଛନ୍ତି। ଜଣେ ୟୁଜର କହିଛନ୍ତି, ବୃଦ୍ଧାଙ୍କ ପାଇଁ ଏହା ନିଶ୍ଚିତ ଭାବରେ ଏକ ଭାବପ୍ରବଣ ମୁହୂର୍ତ୍ତ ଥିଲା। କାରଣ ନାତୁଣୀ ଦେଇଥିବା ଉପହାର ପୁରୁଣା କାଳରେ ବହୁତ ପ୍ରସିଦ୍ଧ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌କୁ ଧକ୍କାଦେଲା ବାଇକ୍‌, ମହିଳାଙ୍କ ମୁଣ୍ଡରୁ ପ୍ରବଳ ରକ୍ତସ୍ରାବ

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ): ୧୬ ନଂ ଜାତୀୟ ରାଜପଥ ଶନିମନ୍ଦିର ଛକଠାରେ ପୁଣି ଏକ ଦୁର୍ଘଟଣା ଘଟିଛି। ବିପଦସଙ୍କୁଳ ଛକ କୁହାଯାଉଥିବା ଏହି ଛକଠାରେ ବୁଧବାର ଅପରାହ୍ନରେ...

ଆଶ୍ଚର୍ଯ୍ୟ…ଚଳନ୍ତା ଯାତ୍ରୀବାହୀ ବସରୁ ଛିଡିପଡ଼ିଲା ଚକା, ଅଳ୍ପକେ ବର୍ତ୍ତିଲେ ୪୦ରୁ ଉର୍ଦ୍ଧ୍ବ ପର୍ଯ୍ୟଟକ  

ଦିଗପହଣ୍ଡି,୩୧|୧୨(ଅଶେଷ ନାଥ ମିଶ୍ର): ଏକ  ବଡ ଧରଣର ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲା ଯାତ୍ରୀବାହୀ ବସ୍ ।ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟରାଜପଥର  ଗଣିଆନାଳ ଛକ...

ନୂଆବର୍ଷରୁ ଶନିଙ୍କ ସାଢେ ସାତ ଚାଲି ଆରମ୍ଭ; ଏହି ୩ ରାଶିର ଖରାପ ଟାଇମ ଷ୍ଟାର୍ଟ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହରାଜ ଶନିଙ୍କୁ କର୍ମଫଳ ଦାତା ଓ ନ୍ୟାୟ ପ୍ରଦାତା ଗ୍ରହ ଭାବେ ଗଣନା କରଯାଇଥାଏ । ଶନି ଯେତେବେଳେ ଗୋଟିଏ ରାଶିରେ ଦୀର୍ଘ...

କେମିତି ରହିବ ମୋଦି-ଟ୍ରମ୍ପଙ୍କ ୨୦୨୬? ଭବିଷ୍ୟବାଣୀରେ ଜଣାପଡିଲା ସତ!

୨୦୨୫ ବର୍ଷ ଶେଷ ହେବାକୁ ଯାଉଛି। ୨୦୨୬ ଏବେ ପାଖେଇ ଆସୁଛି। ୨୦୨୬ ବର୍ଷ ଲୋକଙ୍କ ପାଇଁ କିପରି ହେବ ସେ ବିଷୟରେ ଜ୍ୟୋତିଷମାନେ ଭବିଷ୍ୟବାଣୀ...

ରାଶିଫଳ ୨୦୨୬: ମେଷରୁ ମୀନ ରାଶି ପାଇଁ କିପରି କଟିବ ନୂତନ ବର୍ଷ, ସବୁ…

ନୂତନ ବର୍ଷ ନୂତନ ଆଶା ଏବଂ ନୂତନ ସୁଯୋଗ ସହିତ ଆରମ୍ଭ ହୁଏ। ଏହି ସମୟରେ ସମସ୍ତେ ଭାବନ୍ତି ଯେ ନୂଆ ବର୍ଷ କ’ଣ ହେବ...

ଡେଲିଭରି ଏଜେଣ୍ଟଙ୍କ ପାଇଁ କମ୍ପାନୀ କଲା ବଡ଼ ଘୋଷଣା, ବଢିବ ଇନକମ୍‌

ନୂଆଦିଲ୍ଲୀ,୩୧।୧୨:ଡିସେମ୍ୱର 31 ତାରିଖରେ ଡେଲିଭରି କର୍ମଚାରୀମାନେ ଧର୍ମଘଟ ଘୋଷଣା କରିଛନ୍ତି। ଏହି ସମୟରେ, ଜୋମାଟୋ ଏବଂ ସ୍ୱିଗି ଅଧିକ ଦରମା ଏବଂ ବୀମା ପାଇଁ ପ୍ରତିବାଦ...

ନୂଆବର୍ଷ ଗୋଟିଏ ଦିନ ପୂର୍ୱରୁ ସରକାରୀ କର୍ମଚାରୀଙ୍କୁ ଝଟ୍‌କା! ଏମାନଙ୍କୁ ମିଳିବନି ଗ୍ରାଚ୍ୟୁଇଟି

ନୂଆଦିଲ୍ଲୀ,୩୧।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ପେନସନ ଏବଂ ପେନସନଭୋଗୀ କଲ୍ୟାଣ ବିଭାଗ (DoPPW) ଗ୍ରାଚ୍ୟୁଇଟି ସମ୍ୱନ୍ଧୀୟ...

ଏମିତି ସ୍ଥାନ, ଯେଉଁଠି ବିବାହ ପରେ କନ୍ୟା ନୁହନ୍ତି, ବର ଯାଆନ୍ତି ଶାଶୁଘର

ଭାରତରେ ଜାତି, ଧର୍ମ, ବର୍ଣ୍ଣ ସମେତ ବିଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ପରମ୍ପରା ରହିଛି। ଏହି ଅନନ୍ୟ ପରମ୍ପରା ଭାରତକୁ ଅନ୍ୟ ଦେଶଠାରୁ ସ୍ବତନ୍ତ୍ର କରେ। ଭାରତରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri