ହୋଇ ପାରିଲାନି ଗ୍ରାମସଭା: ନିରାଶ ହୋଇ ଫେରିଲା ବ୍ଲକ ପ୍ରଶାସନ, ପଞ୍ଚାୟତ ଅଫିସରେ ତାଲା ପକାଇ ପ୍ରତିବାଦ

ପଟ୍ଟାଙ୍ଗି,୨୬।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ କାର୍ଯ୍ୟାଳୟରେ ପାଣି ପାଇଁ ବ୍ୟକ୍ତିଗତ ଜମି ଅଧିଗ୍ରହଣ ନିମନ୍ତେ ପୂର୍ବ ନିର୍ଦ୍ଧାରିତ ଗ୍ରାମସଭା ହୋଇପାରି ନାହିଁ। ଫଳରେ ନିରାଶ ହୋଇ ବ୍ଲକ ଓ ତହସିଲ ପ୍ରଶାସନ ଫେରିଛି। ଏହିପରି ଅଭାବନୀୟ ଘଟଣା ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି।

ସୂଚନା ଅନୁଯାୟୀ, ଖଣି ବିଭାଗ ଓ ଖଣି ସ୍ବାତାଅଧିକାରୀଙ୍କ ସହ ନାଲକୋର ହୋଇଥିବା ଚୁକ୍ତିନାମା ପ୍ରକାରେ ପଟ୍ଟାଙ୍ଗି ସେରୁବନ୍ଧକୁ କାର୍ଯ୍ୟକ୍ଷମ ପୁର୍ବରୁ ଆବଶ୍ୟକ ପଡୁଛି ପାନୀୟଜଳ। ଏହାର ବ୍ୟବସ୍ଥା ନିମନ୍ତେ ବୋଡାପାଡୁ ଗ୍ରାମ ନିକଟ ନଦୀରୁ ପାଇପ ଯୋଗେ ପାଣି ଉଠାଇ ସେରୁବନ୍ଧ ବକ୍ସାଇଟ ଖଣି ପାହାଡ଼ ଉପରକୁ ନେବା ନିମନ୍ତେ ନାଲ୍‌କୋ କର୍ତ୍ତୃପକ୍ଷ ସରପଞ୍ଚ ସୁବାଷ ଖରାଙ୍କ ସହ ସାକ୍ଷାତ କରି ଆଲୋଚନା ମାଧ୍ୟମରେ କାର୍ଯ୍ୟ ଆରମ୍ଭ କରିବା ପାଇଁ ଚେଷ୍ଟା କରିଥିଲେ। ହେଲେ ସରପଞ୍ଚ ଖରା ଏହିପରି କାର୍ଯ୍ୟ ଲାଗି ବ୍ୟକ୍ତିଗତ ଭାବେ ନିର୍ଦ୍ଦେଶ ଦେବା କିମ୍ବା ସହଯୋଗ କରିବା ଠିକ ହେବ ନାହିଁ ବୋଲି ମତାମତ ଦେଇଥିଲେ। ଫଳରେ ନାଲ୍‌କୋ କର୍ତ୍ତୃପକ୍ଷ ପଟ୍ଟାଙ୍ଗି ବ୍ଲକ ପ୍ରଶାସନ ପକ୍ଷରୁ ଗତ ୧୦ ତାରିଖ ତଥା ଚିଠି ନମ୍ବର ୧୩୬୩/୨୫ ପ୍ରକାରେ ଶନିବାର ଉକ୍ତ ପଞ୍ଚାୟତର କାର୍ଯ୍ୟାଳୟରେ ଗ୍ରାମସଭା ବୈଠକ ନିମନ୍ତେ ସ୍ଥିର କରିଥିଲେ। ହେଲେ ଗ୍ରାମସଭା ଆରମ୍ଭ ହେବା ପୁର୍ବରୁ କ୍ଷତିଗ୍ରସ୍ତ ପଟ୍ଟାଧାରି ତଥା ଜମି ମାଲିକଙ୍କ ସମେତ ପଞ୍ଚାୟତର ଅନ୍ୟ ଗ୍ରାମବାସୀ ପହଞ୍ଚି ବିକ୍ଷୋଭ କରିବା ସହ ଗ୍ରାମସଭାକୁ ବର୍ଜନ କରିଥିଲେ । ସେପଟେ ବିକ୍ଷୋଭକାରୀଙ୍କୁ ଉପସ୍ଥିତ ପୋଲିସ ଏବଂ ପ୍ରଶାସନ ଅନେକ ବୁଝାଇଥିଲେ ମଧ୍ୟ କୈଣସି ସୁଫଳ ମିଳି ନ ଥିଲା । ଅପରପକ୍ଷେ ଗ୍ରାମସଭାକୁ ଆସିଥିବା ବିଡିଓ ରାମକୃଷ୍ଣ ନାୟକ ଏବଂ ତହସିଲଦାର ଦେବେନ୍ଦ୍ର ବାହାଦୂର ସିଂ ଧାରୁଆଙ୍କୁ ବିକ୍ଷୋଭକାରୀ ଅଧାବାଟରେ ଅଟକାଇ ବିରୋଧ କରିଥିଲେ। ଫଳରେ ଦୁଇ ଅଧିକାରୀ ନିରାଶ ହୋଇ ଫେରିବାକୁ ବାଧ୍ୟ ହୋଇଥିଲେ । ଏହି ସମୟରେ ବ୍ଲକର ଅଧ୍ୟକ୍ଷା କଳ୍ପନା ପାଙ୍ଗି, ଜୋନ ୦୧ ଜିଲା ପରିଷଦ ସଭ୍ୟ ଟିକାଇ ଗେମେଲ, ମାଳିପୁଟ ସରପଞ୍ଚ ସୋମନାଥ ଗୁଣ୍ଠା , ପଟ୍ଟାଙ୍ଗି ସରପଞ୍ଚ ଆଲମେ ଫୁଲ , କୋଟିଆ ସରପଞ୍ଚ ଲିୟୁ ଗେମେଲ ଏବଂ ନୂଆଗାଁ ସରପଞ୍ଚ ଖରା କ୍ଷତିଗ୍ରସ୍ତ ଜମି ମାଲିକ ଓ ବିକ୍ଷୋଭକାରୀଙ୍କୁ ସମର୍ଥନ ଜଣାଇ ନିଜର ଲୋକଙ୍କ ଦାବି ଏବଂ ହେବାକୁ ଥିବା କ୍ଷତି ସମ୍ପର୍କରେ ଗ୍ରାମସଭାକୁ ଆସିଥିବା ଅଧିକାରୀମାନଙ୍କୁ ଜଣାଇଥିଲେ ।

ସୂଚନାଯୋଗ୍ୟ, ନାଲକୋ ପକ୍ଷରୁ ଉପରୋକ୍ତ ଗ୍ରାମ ନିକଟ ଦେଇ ବୋହି ଯାଉଥିବା ନଦୀରୁ ପାଣି ଉଠାଇବା ନିମନ୍ତେ ପଦକ୍ଷେପ ଗ୍ରହଣ କରାଗଲେ ପଞ୍ଚାୟତ ସମେତ ବୋଡାପାଡୁ , ନୂଆଗାଁ ଏବଂ ମେଡମଗନ୍ଧି ପ୍ରମୁଖ ତିନି ଗ୍ରାମର ୨୯ ଜମି ମାଲିକଙ୍କ ଚାଷ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହେବା ସମ୍ଭାବନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଲିଥିଲା ପୂଜା, ହଠାତ ବନ୍ଧୁକ ଧରି ଗୁଳି ଚଳାଇଲେ ନାବାଳକ, ଚୂଡ଼ାମଣି ସାମୁଦ୍ରିକ ଥାନା କର୍ମଚାରୀ…

ବାସୁଦେବପୁର, ୨୫।୩(ନାରାୟଣ ପ୍ରସାଦ ବାରିକ): ବାସୁଦେବପୁର ବ୍ଲକ ଶାଶୁ ଭୁଆସୁଣୀ ଗ୍ରାମରେ ବୁଧବାର ଅପରାହ୍ନରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ନାବାଳକଙ୍କ ଦ୍ୱାରା ହୋଇଥିବା ଗୁଳି…

ମାନବିକତା ଭୁଲିଲେ ‘ମୋ ବସ’ ଚାଳକ: ହର୍ନ ମାରିଲେ, ନ ଉଠିବାରୁ ଚଢ଼ାଇ ଦେଲେ…

ଗଞ୍ଜାମ, ୨୫।୩ (ବିଦ୍ୟାଧର ସାହୁ): ଦିନକୁ ଦିନ ‘ମୋ ବସ’ (ଲକ୍ଷ୍ମୀ) ଚାଳକଙ୍କ ମନମୁଖୀ ଗାଡ଼ିଚାଳନା ଓ ଔଦ୍ଧତ୍ୟ ବଢ଼ିବାରେ ଲାଗିଛି। ସାଧାରଣ ଯାତ୍ରୀଙ୍କୁ ହଇରାଣ କରିବା…

ଭେଲିଡେସନ ଆକ୍ଟ ବିରୁଦ୍ଧରେ ଗର୍ଜିଲେ ଅବସରପ୍ରାପ୍ତ କର୍ମଚାରୀ ସଂଘ: ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ଭଞ୍ଜନଗର,୨୫।୩(ବାବୁଲା ପ୍ରଧାନ)- ଗଞ୍ଜାମ  ଜିଲା ଭଞ୍ଜନଗର ଅବସରପ୍ରାପ୍ତ ରାଜ୍ୟ ସରକାରୀ କର୍ମଚାରୀ ସଙ୍ଘ ପେନସନର୍ସ ଭେଲିଡେସନ ଆକ୍ଟ ୨୦୨୫ କୁ ବିରୋଧ କରିଛି। ଉକ୍ତ ଆକ୍ଟ ବିରୁଦ୍ଧରେ…

ସିଡିଏମଓଙ୍କ ମହାନୀୟତା: ଦୁର୍ଘଟଣାଗ୍ରସ୍ତଙ୍କ ପାଇଁ ସାଜିଲେ ଦେବଦୂତ, ନିଜେ ଠିଆ ହୋଇ ପଠାଇଲେ ମେଡିକାଲ୍

ଗଜପତି, ୫।୩(ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଶାନ୍ତନୁ କୁମାର ପାଢୀଙ୍କ ମହାନୀୟତା ଦେଖିବାକୁ ମିଳିଛି । ଦୁର୍ଘଟଣାରେ ଗୁରୁତର ହୋଇ ଛଟପଟ ହେଉଥିବା…

ଥୁଆମୂଳ ରାମପୁରରେ କଲାପତରିଆ ବାଘ ଆତଙ୍କ: ମୁଖ୍ୟ ରାସ୍ତାରେ ମୁହାଁମୁହିଁ ହେଲେ କାର ଚାଳକ, Video ଭାଇରାଲ

ଥୁଆମୂଳ ରାମପୁର, ୨୫/୦୩ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ତଳଆମ୍ବ ପଦର ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଏକ କଲାପତରିଆ ବାଘ ବୁଲୁଥିବା ଖବର…

ଥାନା ସମ୍ମୁଖରେ ଯୁବକଙ୍କୁ ଆକ୍ରମଣ ଘଟଣା, ୪ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ…

ବରଗଡ଼,୨୫।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ସମ୍ମୁଖ ହାଟପଦାରେ ମଙ୍ଗଳବାର ସନ୍ଧ୍ୟାରେ ସଂଘଟିତ ଆକ୍ରମଣ ଘଟଣାର ୪ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ,…

ଅବସରପ୍ରାପ୍ତ ପ୍ରାଧ୍ୟାପକଙ୍କ ପରଲୋକ, ଅଞ୍ଚଳରେ ଶୋକର ଛାୟା 

ଦିଗପହଣ୍ଡି,୨୫।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜର ଅବସରପ୍ରାପ୍ତ ପ୍ରାଧ୍ୟାପକ ଉଜ୍ଜଳ ପଣ୍ଡାଙ୍କ ୬୬ ବର୍ଷ ବୟସରେ ପରଲୋକ ହୋଇଛି । ସେ…

ଛତ୍ରପୁରରେ ଆରମ୍ଭ ହେଲା ୨୧ ଦିନିଆ ଦଣ୍ଡନାଚ, ମେରୁ ସଂକ୍ରାନ୍ତିରେ….

ଛତ୍ରପୁର,୨୫ା୩(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲାର ଏକ ପ୍ରସିଦ୍ଧ ପର୍ବ ଦଣ୍ଡଯାତ୍ରା । ଏହି ଯାତ୍ରାରେ ଶିବ ଓ କାଳୀଙ୍କୁ ପୂଜା କରାଯାଇଥାଏ । ଏହି ଯାତ୍ରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri