କମିପାରେ ଶସ୍ୟ ଉତ୍ପାଦନ

ଭୁବନେଶ୍ୱର,୧୧ା୯(ବ୍ୟୁରୋ):ଚଳିତ ବର୍ଷର ଅନିୟମିତ ମୌସୁମ ବର୍ଷା ଖରିଫ ଫସଲ ପାଇଁ ମହା ବିପଦ ସୃଷ୍ଟି କରିଛି। ଜୁଲାଇ ମାସର ବର୍ଷାଭାବ ଏବଂ ଅଗଷ୍ଟର ଅତ୍ୟଧିକ ବୃଷ୍ଟି ରାଜ୍ୟର ଖରିଫ ଶସ୍ୟ ଉତ୍ପାଦନକୁ ଗୁରୁତର ପ୍ରଭାବିତ କରିବା ଆଶଙ୍କା ଦେଖାଦେଇଛି। କମ୍‌ ବେଶି ବର୍ଷା ଓ ବନ୍ୟା ଯୋଗୁ ରାଜ୍ୟର ଖାଦ୍ୟଶସ୍ୟ ଉତ୍ପାଦନ ପ୍ରାୟ ୨୦ ଲକ୍ଷ ମେଟ୍ରକ ଟନ୍‌ କମିପାରେ ବୋଲି କୃଷି ବିଶେଷଜ୍ଞ ଆକଳନ କରିଛନ୍ତି।
ପାଣିପାଗ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଜୁନ୍‌ ପହିଲାରୁ ସେପ୍ଟେମ୍ବର ୧୦ ତାରିଖ ମଧ୍ୟରେ ରାଜ୍ୟରେ ସ୍ବାଭାବିକ ଭାବେ ୧୦୧୭.୫ ମିଲିମିଟର ବର୍ଷା ହେବା ସ୍ଥାନରେ ହୋଇଛି ୧୦୩୬.୪ ମିଲିମିଟର। ଅର୍ଥାତ୍‌ ଏ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ହାରାହାରି ୨ ପ୍ରତିଶତ ଅଧିକ ବର୍ଷା ହୋଇଛି। ଜୁନ୍‌ରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ପ୍ରତ୍ୟେକ ମାସକୁ ହିସାବକୁ ନିଆଗଲେ ଜୁନ୍‌ ମାସରେ ସ୍ବାଭାବିକ ବର୍ଷା ଠାରୁ ୩୭ ପ୍ରତିଶତ ଅଧିକ ବର୍ଷା ହୋଇଥିଲା। ଏହି ମାସରେ ସ୍ବାଭାବିକ ଭାବେ ୨୧୭.୭ ମିଲିମିଟର ହେବା ଜାଗାରେ ହୋଇଛି ୨୫୧ ମିଲିମିଟର। ଏହା ପରେ ମୌସୁମ ଉଭାନ ହୋଇଯିବା ଯୋଗୁ ଜୁଲାଇରେ ସ୍ବାଭାବିକ ଠାରୁ ୩୫ ପ୍ରତିଶତ କମ୍‌ ବର୍ଷା ହୋଇଥିଲା। ତେବେ ଅଗଷ୍ଟରେ କ୍ରମାଗତ ଲଘୁଚାପ ଯୋଗୁ ବର୍ଷା ପରିମାଣ ବୃଦ୍ଧି ପାଇଥିଲା। ଏହି ମାସରେ ରାଜ୍ୟରେ ୧୧ଟି ଜଲାରେ ୬୦ ପ୍ରତିଶତରୁ ଅଧିକ ବର୍ଷା ହୋଇଥିବା ବେଳେ ୯ଟି ଜିଲାରେ ୨୦ ପ୍ରତିଶତରୁ ଅଧିକ ହୋଇଛି। ସେହିପରି ୮ଟି ଜିଲାରେ ସ୍ବାଭାବିକ ବର୍ଷା ହୋଇଥିବା ବେଳେ ୨ଟି ଜିଲାରେ ସ୍ବାଭାବିକ ଠାରୁ କମ୍‌ ବର୍ଷାହୋଇଛି। ଅଗଷ୍ଟ ମାସରେ ପ୍ରବଳ ବର୍ଷା ଯୋଗୁ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା।
ଚଳିତ ବର୍ଷ ରାଜ୍ୟରେ ୬୧.୬୬ ଲକ୍ଷ ହେକ୍ଟର ଜମିରେ ଧାନ ଓ ଅଣଧାନ ଚାଷ କରିବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇଛି। ସେପ୍ଟେମ୍ବର ୧୦ ତାରିଖ ସୁଦ୍ଧା ୫୭.୫୦ ଲକ୍ଷ ହେକ୍ଟରରେ ଚାଷକାର୍ଯ୍ୟ ହୋଇଛି। ସେଥିରୁ ୩୭ ଲକ୍ଷ ହେକ୍ଟରରେ ଧାନଚାଷ ହୋଇଥିବା ବେଳେ ୨୦.୫୦ ଲକ୍ଷ ହେକ୍ଟରରେ ଅଣଧାନ ଫସଲ ହୋଇଛି। ଏସବୁ ଜମିରୁ ଚଳିତ ବର୍ଷ କୃଷି ବିଭାଗ ୯୬ ଲକ୍ଷ ଟନ୍‌ ଖାଦ୍ୟଶସ୍ୟ ଉତ୍ପାଦନ ଲକ୍ଷ୍ୟଧାର୍ଯ୍ୟ କରିଛି। ସେଥିରୁ ଧାନ ୮୦ ଲକ୍ଷ ଟନ୍‌ ଓ ଅନ୍ୟାନ୍ୟ ଖାଦ୍ୟଶସ୍ୟ ୧୬ ଲକ୍ଷ ଟନ୍‌ ଉତ୍ପାଦନ ହେବ ବୋଲି କୃଷି ବିଭାଗ ଅନୁମାନ କରିଛି। ତେବେ ଚାଷ କାର୍ଯ୍ୟ ଆରମ୍ଭରୁ ଅନାବୃଷ୍ଟି , ଧାନ ବେଉଷଣ ବିଳମ୍ବ ଓ ବନ୍ୟା ଯୋଗୁ ଏହି ଲକ୍ଷ୍ୟ ହାସଲରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି। ପ୍ରାରମ୍ଭିକ ଆକଳନ ଅନୁଯାୟୀ ବନ୍ୟା ଯୋଗୁ ରାଜ୍ୟର ୧୭ଟି ଜିଲାରେ ପ୍ରାୟ ୨ ଲକ୍ଷ ୩ ହଜାର ହେକ୍ଟର ଜମି ଜଳମଗ୍ନ ହୋଇଛି।
କୃଷି ବିଶେଷଜ୍ଞ ତଥା ଓଡ଼ିଶା କୃଷି ବୈଷୟିକ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ସୁରେନ୍ଦ୍ର ନାଥ ପଶୁପାଳକଙ୍କ କହିବା କଥା ହେଲା ରାଜ୍ୟରେ ସାଧାରଣତଃ ଧାନବୁଣା କାର୍ଯ୍ୟ ଜୁନ୍‌ ପ୍ରଥମ ସପ୍ତାହରୁ ଆରମ୍ଭ ହୋଇଥାଏ। ଏହାର ୨୦ ଦିନ ମଧ୍ୟରେ ତଳି ରୁଆ ଓ ବେଉଷଣ କାର୍ଯ୍ୟ ହୋଇଥାଏ। ଜୁଲାଇ ମାସରେ ବର୍ଷା ନ ହେବାରୁ ରୁଆ ବେଷଣ ହୋଇ ପାରି ନ ଥିଲା। ବୁଣାଯାଇଥିବା ତଳି ବୁଢା ହୋଇ ଯାଇଥିଲା। ଅଗଷ୍ଟ ପ୍ରଥମ ସପ୍ତାହରେ ଲଘୁଚାପ ବର୍ଷା ହେବା ପରେ ତଳି ରୁଆ ଓ ବେଉଷଣ କରାଯାଇଥିଲା। ବେଉଷଣ ଓ ଧାନ ରୁଆ ପାଖାପାଖି ୧୫ରୁ ୨୦ ଦିନ ବିଳମ୍ବ ହୋଇଗଲା। ଫଳରେ ଧାନ ପିଲ ବୁଦା ବାନ୍ଧି ପାରି ନାହିଁ। ଏଥିଯୋଗୁ ଶସ୍ୟ ଉତ୍ପାଦନ ପ୍ରାୟ ୧୫ରୁ ୨୦ ପ୍ରତିଶତ କମିଯିବ। ଧାନ ଫୁଲ ଉଡାଇବା ପୂର୍ବରୁ ରାଜ୍ୟର ୧୭ଟି ଜିଲାରେ ବନ୍ୟା ପାଣି ପଶିବା ଯୋଗୁ ୨ ଲକ୍ଷ ୩ ହଜାର ହେକ୍ଟର ଜମି ଜଳ ମଗ୍ନ ହୋଇଛି। ସେହି ସବୁ ଜମିରୁ ଧାନ ଉତ୍ପାଦନ ଆଶା ଏକ ପ୍ରକାର ଧୂଳିସାତ୍‌ ହୋଇଛି। ପାଣି ପଶି ଧାନ ପଚିବା, ବେଉଷଣ ଧାନ ଧୋଇ ନେବା ଏବଂ ବାଲିଚର ଯୋଗୁ ଅନେକ ଜମିରେ ଫସଲ ନଷ୍ଟ ହୋଇଛି। ଅନ୍ୟ ପକ୍ଷରେ ଠିକ୍‌ ସମୟରେ ଚାଷୀଙ୍କୁ ୟୁରିଆ ସାର ନ ମିଳିବାରୁ ଧାନ ଉତ୍ପାଦନ ପ୍ରଭାବିତ ହେବା ସମ୍ଭାବନା ରହିଛି। ଏସବୁ କାରଣକୁ ଦେଖିଲେ ପ୍ରାୟ ୨୦ ଲକ୍ଷ ଟନ୍‌ ଖାଦ୍ୟଶସ୍ୟ ଉତ୍ପାଦନ କମିବ ବୋଲି ସେ ଅନୁମାନ କରିଛନ୍ତି। ଅନ୍ୟ ପକ୍ଷରେ କୃଷି ନିର୍ଦ୍ଦେଶାଳର ମୁଖ୍ୟ ପରିସଂଖ୍ୟକ(ଚିଫ ଷ୍ଟାଟିଷ୍ଟିସିଆନ) ରାଜେଶ ଦାସ କହିଛନ୍ତି ଯେ ବର୍ଷା ଅଭାବ ଓ ବନ୍ୟା ଯୋଗୁ ରାଜ୍ୟରେ କିଛି ପରିମାଣରେ ଫସଲ ନଷ୍ଟ ହେଲେ ମଧ୍ୟ ଚଳିତ ବର୍ଷ ଭଲ ଖାଦ୍ୟଶସ୍ୟ ଉତ୍ପାଦନ ହେବ ବୋଲ ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୧୮ ମାଓବାଦୀଙ୍କ ନଁାରେ ୮.୪ କୋଟି ପୁରସ୍କାର

ବୌଦ୍ଧ,୨୧ା୧୨(ଅଜିତ କୁମାର ବାରିକ): ୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଦେଶରୁ ମାଓବାଦୀ ମୂଳୋତ୍ପାଟନ କରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଏହି କ୍ରମରେ ବୌଦ୍ଧ...

କେବଳ ବାହାନା

ଡିସେମ୍ୱର ୧୭ରେ ୱାୟାନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବିକଶିିତ ଭାରତ ଗ୍ୟାରେଣ୍ଟି ଫର୍‌ ରୋଜଗାର ଆଣ୍ଡ୍‌ ଆଜୀବିକା ମିଶନ ବିଲ୍‌, ୨୦୨୫ ଉପରେ ପରାମର୍ଶ...

ଏବେ ବଢ଼ିବନି ରାତି ତାପମାତ୍ରା, ୩ ଜିଲାକୁ କୁହୁଡ଼ି ଓ୍ୱାର୍ନିଂ

ଭୁବନେଶ୍ୱର,୨୧ା୧୨(ବନ୍ଦନା ସେଠୀ): ସାରା ରାଜ୍ୟରେ ଶୀତ ଲହରି ଜନଜୀବନକୁ ପ୍ରଭାବିତ କରୁଛି। ପାରଦ ତଳମୁହଁା ରହିଥିବାବେଳେ କେତେକ ଜିଲାରେ ଘନ କୁହୁଡ଼ି ଦେଖିବାକୁ ମିଳୁଛି। ବିଶେଷକରି...

ବର୍ବରତା, ୭ ବର୍ଷର ଝିଅକୁ ଜୀଅନ୍ତା ଜାଳିଦେଲେ ଲୋକେ, ସରକାରଙ୍କୁ ୨୪ ଘଣ୍ଟାର ଅଲ୍ଟିମେଟମ

ଢାକା,୨୧।୧୨: ଛାତ୍ର ନେତା ସରିଫ ଓସମାନ ହାଦିଙ୍କ ମୃତ୍ୟୁ ପରେ ବାଂଲାଦେଶରେ ଘଟିଥିବା ବ୍ୟାପକ ହିଂସା ସମୟରେ ଜଣେ ନିର୍ଦ୍ଦୋଷ ଝିଅକୁ ଜୀବନ୍ତ ଜାଳି ଦିଆଯିବାର...

ଆହୁଜା ନା ନୂଆ: କିଏ ହେବେ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ?

ଭୁବନେଶ୍ୱର,୨୧ା୧୨(ସୁନିତ୍‌ ମିଶ୍ର): ରାଜ୍ୟର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ କିଏ ହେବେ ତାକୁ ନେଇ କିଛିଦିନ ହେଲା ଚର୍ଚ୍ଚା ଜୋର୍‌ ଧରିବାରେ ଲାଗିଛି। ଓଡ଼ିଶା ମୁଖ୍ୟ...

ସେବାଶ୍ରମର ପ୍ରଥମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ବାହୁନି ବାହୁନି କାନ୍ଦୁଛି…

ନୂଆପଡ଼ା/କୋମନା,୨୧ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ବ୍ଲକ ସୋସେଙ୍ଗ ସେବାଶ୍ରମରେ ଶନିବାର ଜଣେ ପ୍ରଥମଶ୍ରେଣୀ ଛାତ୍ରଙ୍କ ଅସ୍ବାଭାବିକ ମୃତ୍ୟୁ ଘଟିଛି। ସେ ହେଲେ ଅଡାର...

ଅଡୁଆରେ ବବି, ହେବ ବଡ଼ କାର୍ଯ୍ୟାନୁଷ୍ଠାନ!

କାଏମା,୨୧ା୧୨(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ମଧୁପୁରଗଡ଼ ପଞ୍ଚାୟତସ୍ଥିତ ପନ୍ତୁରୀଠାରେ ସରକାରୀ ଜମି ଜବରଦଖଲ କରାଯାଇ ପୂର୍ୱତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଫାର୍ମ...

୧୦ ଟଙ୍କାରେ ଧାନ ବିକିଲେ ଚାଷୀ

ବିନିକା, ୨୧ା୧୨(ରାମ ଗୋପାଳ ବାଘ ): ସୁବର୍ଣ୍ଣପୁର ଜିଲାରେ ଗତ ୯ ତାରିଖରୁ ମଣ୍ଡି ଖୋଲିଛି। ହେଲେ ଟୋକନ ମିଳି ନ ଥିବାରୁ ଚାଷୀମାନେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri