ଗ୍ରହାଣୁ ଓ କୃଷ୍ଣ ଧୂମକେତୁ

”ପୃଥିବୀ ପ୍ରତି ଗ୍ରହାଣୁଗୁଡ଼ିକର ସଂଘାତ ବିପଦ ଆମକୁ ଜଣାଅଛି। ଏହାର ପ୍ରତିକାର ପାଇଁ ବୈଜ୍ଞାନିକମାନେ ଗବେଷଣା କରୁଛନ୍ତି। ବର୍ତ୍ତମାନ କୃଷ୍ଣ ଧୂମକେତୁର ବିପଦ ଆହୁରି ଅଧିକ ଜଣାପଡୁଛି। କାରଣ ଏଗୁଡିକ ଛୋଟ ଏବଂ ସହଜରେ ଧରା ପଡନ୍ତି ନାହିଁ। ଏଗୁଡିକର କକ୍ଷ ମଧ୍ୟ ଅସ୍ଥିର, ଏଣୁ ଯଦି ଏଥିରୁ କୌଣସିଟି ପୃଥିବୀ ସହିତ ସଂଘର୍ଷ କରିବା ପାଇଁ ଆସୁଥାଏ, ତାକୁ ଚିହ୍ନଟ କରି ଏହାର କକ୍ଷ ନିର୍ଦ୍ଧାରଣ କରିବା କଷ୍ଟକର। ଏଥିପାଇଁ ଏଗୁଡିକର ବିଶଦ ଅଧ୍ୟୟନ ଜରୁରୀ ହୋଇପଡିଛି। ପୁନଶ୍ଚ ଏହାର ଗଠନ ଓ ଉତ୍ସ ଜାଣିପାରିଲେ, ସୌରଜଗତର ଆଦ୍ୟ ଇତିହାସ ସମ୍ବନ୍ଧରେ ଅନେକ ତଥ୍ୟ ଜାଣିହେବ।“

ଆମ ସୌରଜଗତ ହେଉଛି ସୂର୍ଯ୍ୟ ଏବଂ ଏହା ଚାରିପଟେ ଆଠଟି ଗ୍ରହ, ପାଞ୍ଚଟି ବାମନ ଗ୍ରହ, କେତେ ଶହ ଉପଗ୍ରହ, କେତେ ହଜାର ଧୂମକେତୁ ଏବଂ ଅନେକ ଗ୍ରହାଣୁ ଘୂରୁଛନ୍ତି। ନିକଟରେ ବୈଜ୍ଞାନିକମାନେ ଏକ ନୂତନ ପ୍ରକାର ଜ୍ୟୋତିର୍ବିଦୀୟ ପିଣ୍ଡକୁ ଆବିଷ୍କାର କରିଛନ୍ତି। ସେମାନେ ଏହାର ନାମ ‘କୃଷ୍ଣ ଧୂମକେତୁ’ ଦେଇଛନ୍ତି। ଏହାର ପ୍ରକୃତି ଉଭୟ ଗ୍ରହାଣୁ ଓ ଧୂମକେତୁର ପ୍ରକୃତି ସହ ସମାନ ଅଛି। ଯୁକ୍ତରାଷ୍ଟ୍ର ଆମେରିକାର ମିଚିଗାନ୍‌ ବିଶ୍ୱବିଦ୍ୟାଳୟର ଗବେଷକମାନେ ଏହାକୁ ‘ଇକାରସ୍‌’ ପତ୍ରିକାରେ ପ୍ରକାଶ କରିଛନ୍ତି। ସେମାନେ ସମୁଦାୟ ସାତଟି କୃଷ୍ଣ ଧୂମକେତୁର ଚିହ୍ନଟ କରିଥିଲେ ସୁଦ୍ଧା ପୃଥିବୀ କକ୍ଷ ନିକଟରେ ଏହିପରି ୫୦ରୁ ୬୦୦୦ ପିଣ୍ଡ ରହିଥିବା ସେମାନେ ଅନୁମାନ କରିଛନ୍ତି।
ଧୂମକେତୁ : ଧୂମକେତୁ ହେଉଛି ଆକାଶର ଅଦିନିଆ ଅତିଥି। ସୌର ଜଗତର ସୀମାନ୍ତରେ ଥିବା ‘କୁଇପର ବଳୟ’ ଏବଂ ‘ଉର୍ଟ ବାଦଲ’ ନାମକ ଅତି ଥଣ୍ଡା ଓ ଅନ୍ଧାରୁଆ ସ୍ଥାନରେ ଏଗୁଡିକ ଥାଆନ୍ତି। ଏହା ଧୂଳି, ପଥର ଓ ବରଫକୁ ନେଇ ଗଠିତ। ବେଳେବେଳେ କୌଣସି ନକ୍ଷତ୍ରର ଗତି ଯୋଗୁ ଏହା ଆଭ୍ୟନ୍ତରୀଣ ସୌରଜଗତକୁ ଚାଲିଆସେ। ଏହା କକ୍ଷରେ ଗତି କରୁଥିବା ବେଳେ ସୂର୍ଯ୍ୟର ନିକଟତର ହେଲେ ଏହାର ବରଫ ବାଷ୍ପୀଭୂତ ହୋଇ ଲାଞ୍ଜ ସୃଷ୍ଟି କରିଥାଏ। ସେଥିପାଇଁ ଏହାକୁ ଲଞ୍ଜାତାରା ମଧ୍ୟ କୁହାଯାଏ। ଏଥିରୁ ନିର୍ଗତ ଗ୍ୟାସ୍‌ ଏହା ଚାରିପଟେ ଏକ ବାଦଲ ସୃଷ୍ଟି କରିଥାଏ। ଏହାକୁ ‘କୋମା’ କୁହାଯାଏ। ଚଳିତ ବର୍ଷ ଜୁଲାଇ ୧୯ ତାରିଖ ସୁଦ୍ଧା ଜଣା ଧୂମକେତୁର ସଂଖ୍ୟା ହେଉଛି ୩୯୫୪।
ଗ୍ରହାଣୁ : ଗ୍ରହାଣୁକୁ ‘ଗୌରଗ୍ରହ ମଧ୍ୟ କୁହାଯାଏ। ଆଜକୁ ୪.୬ ବିଲିୟନ ବର୍ଷ ପୂବେ ସୌର ଜଗତ ସୃଷ୍ଟି ସମୟରେ ବଳି ପଡିଥିବା ଆଦିବସ୍ତରୁ ଗ୍ରହାଣୁଗୁଡିକ ସୃଷ୍ଟି ହୋଇଛି। ମଙ୍ଗଳ ଓ ବୃହସ୍ପତି ମଧ୍ୟରେ ଅନେକ ଗ୍ରହାଣୁ ଗୋଟିଏ ବଳୟ ସୃଷ୍ଟି କରିଅଛି। ଏଗୁଡିର ଆକାରକ ମଧ୍ୟ ଅଲଗା ଅଲଗା। ବୃହତ୍ତମ ଗ୍ରହାଣୁ ‘ଭେଷ୍ଟା’ର ବ୍ୟାସ ୫୩୦ କିମି ହୋଇଥିବା ବେଳେ ଛୋଟ ଛୋଟ ଗ୍ରହାଣୁର ବ୍ୟାସ ୧୦ ମିଟରରୁ ମଧ୍ୟ କମ୍‌ ହୋଇଥାଏ। ଅବଶ୍ୟ ଗତ ୩୦ ବର୍ଷ ମଧ୍ୟରେ ନେପଚ୍ୟୁନ ଗ୍ରହ ବାହାରେ ମଧ୍ୟ କେତେକ ଗ୍ରହାଣୁକୁ ଆବିଷ୍କାର କରାଯାଇଛି। ଚଳିତ ବର୍ଷ ଜୁଲାଇ ୧୯ ତାରିଖ ସୁଦ୍ଧା ଆବିଷ୍କୃତ ଗ୍ରହାଣୁଗୁଡିକର ସଂଖ୍ୟା ହେଉଛି ୧,୩୮୫,୭୩୮।
କୃଷ୍ଣ ଧୂମକେତୁ : ନିକଟରେ ଆବିଷ୍କୃତ ଧୂମକେତୁ ଉଭୟ ଗ୍ରହାଣୁ ଓ ଧୂମକେତୁ ଭଳି ଆଚରଣ ପ୍ରଦର୍ଶନ କରିଥାଏ। ଆମର ଜଣା ଧୂମକେତୁଠାରୁ ଏହାର ପାର୍ଥକ୍ୟ ହେଉଛି ଯେ ଏଥିରେ ଦୃଶ୍ୟମାନ ‘କୋମା’ ନାହିଁ। ଏଗୁଡିକ ହେଉଛି ଆକାରରେ ଛୋଟ। ଏହାର ବ୍ୟାସ ୧୦କିମି ମଧ୍ୟରେ ହୋଇଥାଏ। ଏହା ପରିପୂର୍ଣ୍ଣ କକ୍ଷରେ ଘୂରି ନ ଥାଏ। ଏଥିରୁ କୌଣସି ଗ୍ୟାସ୍‌ ନିର୍ଗତ ହେବାର ଦେଖାଯାଏ ନାହିଁ। ପୁନଶ୍ଚ ଏହା ଅଣ-ମାଧ୍ୟାକର୍ଷଣୀୟ ତ୍ୱରଣ ପ୍ରଦର୍ଶନ କରିଥାଏ। ଏଥିରୁ ଜଣାପଡୁଛି ଯେ ଏଥିରେ କିଛି ଅଜଣା ବଳ କାମ କରୁଛି। ଏଗୁଡିକ ଦ୍ରୁତ ବେଗରେ ଘୂର୍ଣ୍ଣିତ ହେଉଛି। ଏଥିରୁ ଜଣାପଡେ ଯେ ଏହାର ଆଭ୍ୟନ୍ତରଣ ସାମର୍ଥ୍ୟ ହେଉଛି ଅଧିକ, ଯାହାଫଳରେ ଅଧିକ ବେଗରେ ଘୂର୍ଣ୍ଣନ ମଧ୍ୟ ଏହାକୁ ଭାଙ୍ଗି ପାରେ ନାହିଁ। ଏହି ହିସାବରେ ଏହାର ଗ୍ରହାଣୁ ସହିତ ସାଦୃଶ୍ୟ ଅଛି।
ଏହିସବୁ ତଥ୍ୟରୁ ଗବେଷକମାନେ ସିଦ୍ଧାନ୍ତରେ ପହଞ୍ଚତ୍ଛନ୍ତି ଯେ କୃଷ୍ଣ ଧୂମକେତୁଗୁଡିକ ମଙ୍ଗଳ ଏବଂ ବୃହସ୍ପତି ମଧ୍ୟରେ ଥିବା ଗ୍ରହାଣୁ ବଳୟରୁ ସୃଷ୍ଟି ହୋଇଛି ଏବଂ ଶନି ଗ୍ରହର ମାଧ୍ୟାକର୍ଷଣ ବଳର ପ୍ରଭାବରେ ସେମାନଙ୍କର କକ୍ଷରୁ ବିଚ୍ୟୁତ ହୋଇଛନ୍ତି। ଏଗୁଡିକ ହେଉଛି ଗ୍ରହାଣୁ, କିନ୍ତୁ ଏହା ଦେହରେ ଧୂମକେତୁ ଭଳି ଜଳ ଅଣୁ ରହିଛି ଏବଂ ସୂର୍ଯ୍ୟର ନିକଟତର ହେଲେ ଜଳ ଅଣୁ ବାଷ୍ପରେ ପରିଣତ ହୋଇଥାଏ। ଧୂମକେତୁ ଭଳି ଏହା ଚାରିପଟେ ଧୂଳି ବାଦଲ ନାହିଁ।
କୃଷ୍ଣ ଧୂମକେତୁ ଦେହରେ ବରଫର ଉପସ୍ଥିତି ଏବଂ ସେଗୁଡିକର ବହୁଳତାରୁ ଜ୍ୟୋତିର୍ବିଦମାନେ ଅନୁମାନ କରୁଛନ୍ତି ଯେ ପୃଥିବୀର ଆଦ୍ୟ ଅବସ୍ଥାରେ କୃଷ୍ଣ ଧୂମକେତୁଗୁଡିକ ସହିତ ସଂଘର୍ଷ ହୋଇ ପୃଥିବୀରେ ଜଳ ସୃଷ୍ଟି ହୋଇଛି। ଜଳ ବ୍ୟତୀତ ଭୂ-ସମୀପବର୍ତ୍ତୀ ଗ୍ରହାଣୁ ଓ ଉଲ୍‌କାଗୁଡିକ ସହିତ ପୃଥିବୀର ସଂଘାତ ଯୋଗୁ ପୃଥିବୀକୁ ବାକ୍ଟେରିଆ, ଏମିନୋ ଅମ୍ଳ ଏବଂ ପୃଥିବୀରେ ଜୀବର ବିକାଶ ପାଇଁ ଆବଶ୍ୟକ ଅନ୍ୟାନ୍ୟ ମୁଖ୍ୟ ଅଣୁଗୁଡିକ ଆସିଥିବାର ବୈଜ୍ଞାନିକମାନେ ପ୍ରକାଶ କରିଥାଆନ୍ତି।
ପୃଥିବୀ ପ୍ରତି ଗ୍ରହାଣୁଗୁଡିକଗର ସଂଘାତ ବିପଦ ଆମକୁ ଜଣାଅଛି। ଏହାର ପ୍ରତିକାର ପାଇଁ ବୈଜ୍ଞାନିକମାନେ ଗବେଷଣା କରୁଛନ୍ତି। ବର୍ତ୍ତମାନ କୃଷ୍ଣ ଧୂମକେତୁର ବିପଦ ଆହୁରି ଅଧିକ ଜଣାପଡୁଛି। କାରଣ ଏଗୁଡିକ ଛୋଟ ଏବଂ ସହଜରେ ଧରା ପଡନ୍ତି ନାହିଁ। ଏଗୁଡିକର କକ୍ଷ ମଧ୍ୟ ଅସ୍ଥିର, ଏଣୁ ଯଦି ଏଥିରୁ କୌଣସିଟି ପୃଥିବୀ ସହିତ ସଂଘର୍ଷ କରିବା ପାଇଁ ଆସୁଥାଏ, ତାକୁ ଚିହ୍ନଟ କରି ଏହାର କକ୍ଷ ନିର୍ଦ୍ଧାରଣ କରିବା କଷ୍ଟକର। ଏଥିପାଇଁ ଏଗୁଡିକର ବିଷଦ ଅଧ୍ୟୟନ ଜରୁରୀ ହୋଇପଡିଛି। ପୁନଶ୍ଚ ଏହାର ଗଠନ ଓ ଉତ୍ସ ଜାଣିପାରିଲେ, ସୌରଜଗତର ଆଦ୍ୟ ଇତିହାସ ସମ୍ବନ୍ଧରେ ଅନେକ ତଥ୍ୟ ଜାଣିହେବ।
ଜାପାନ ୨୦୧୪ ମସିହା ଡିସେମ୍ବର ୩ ତାରିଖରେ ‘ହୟାବୁସା-୨’ ଯାନକୁ ‘ରୁଗ୍ୟୁ’ ଗ୍ରହାଣୁ ପାଖକୁ ପଠାଇ ସେଠାରୁ ୨୦୨୦ ମସିହାରେ ପୃଥିବୀକୁ ମୃତ୍ତିକା ଆଣିଛି। ବର୍ତ୍ତମାନ ଏହି ଯାନକୁ ଏକ କ୍ଷୁଦ୍ର, ଦ୍ରୁତ ଘୂର୍ଣ୍ଣିକ ଗ୍ରହାଣୁ ‘୧୯୯୮କଓ୍ବୋଇ ୨୬’ ପାଖକୁ ପଠାଯାଇଛି। ଏହି ଗ୍ରହାଣୁର ବ୍ୟାସ ହେଉଛି ୩୦ ମିଟର ଏବଂ ଏହା ନିଜ ଅକ୍ଷ ଚାରିପଟେ ଦଶ ମିିନିଟରେ ଥରେ ଘୂରି ଆସେ। ‘ହୟବୁସା-୨’ ଏହା ନିକଟରେ ୨୦୩୧ ମସିହାରେ ପହଞ୍ଚତ୍ବା ପରେ କୃଷ୍ଣ ଧୂମକେତୁ ସମ୍ବନ୍ଧରେ ଅଧିକ ତଥ୍ୟ ଜାଣି ପାରିବା ପାଇଁ ବୈଜ୍ଞାନିକମାନେ ଆଶା ରଖିଛନ୍ତି।

ଇଂ. ମାୟାଧର ସ୍ବାଇଁ
-୭୦, ଲକ୍ଷ୍ମୀ ବିହାର, ଫେଜ୍‌-୧, ଭୁବନେଶ୍ୱର-୧୮
ମୋ : ୯୪୩୮୬୯୩୭୨୪


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri